ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୨ ପୃଷ୍ଠା ୧୦-ପୃଷ୍ଠା ୧୧ ଅନୁଚ୍ଛେଦ ୧
  • ଈଶ୍ୱର ପ୍ରଥମ ପୁରୁଷ ଏବଂ ପ୍ରଥମ ସ୍ତ୍ରୀକୁ ସୃଷ୍ଟି କଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱର ପ୍ରଥମ ପୁରୁଷ ଏବଂ ପ୍ରଥମ ସ୍ତ୍ରୀକୁ ସୃଷ୍ଟି କଲେ
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ପାରାଦୀଶରେ ଜୀବନ କିପରି ଥିଲା?
    ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୨ ପୃଷ୍ଠା ୧୦-ପୃଷ୍ଠା ୧୧ ଅନୁଚ୍ଛେଦ ୧
ଏଦନ ବଗିଚାରେ ଆଦମ ଓ ହବା

ପାଠ ୨

ଈଶ୍ୱର ପ୍ରଥମ ପୁରୁଷ ଏବଂ ପ୍ରଥମ ସ୍ତ୍ରୀକୁ ସୃଷ୍ଟି କଲେ

ଯିହୋବା ଏଦନ ନାମକ ଜାଗାରେ ଗୋଟିଏ ବଗିଚା କଲେ । ସେହି ବଗିଚାରେ ଅନେକ ଫୁଲ, ଗଛଲତା ଓ ପଶୁମାନେ ଥିଲେ । ତାʼପରେ ଈଶ୍ୱର ମାଟିରୁ ପ୍ରଥମ ପୁରୁଷ, ଆଦମର ଶରୀରକୁ ତିଆରି କଲେ ଏବଂ ତାʼର ନାକରେ ଶ୍ୱାସ ଫୁଙ୍କି ଦେଲେ । ଜାଣିଛ ତାʼପରେ କʼଣ ହେଲା ? ଆଦମ ଜୀବିତ ହୋଇଗଲା ! ଯିହୋବା ତାକୁ ଗୋଟିଏ କାମ ଦେଲେ । ସେ ତାକୁ କହିଲେ ଯେ ସେ ବଗିଚାର ଦେଖାଶୁଣା କରୁ ଏବଂ ସବୁ ପଶୁର ନାମ ରଖୁ ।

ଯିହୋବା ଆଦମକୁ ଗୋଟିଏ ନିୟମ ଦେଲେ ଯାହା ମାନିବା ବହୁତ ଜରୁରୀ ଥିଲା । ସେ ଆଦମକୁ କହିଲେ, ‘ତମେ ବଗିଚାର ସମସ୍ତ ଗଛର ଫଳ ଖାଇପାର, କେବଳ ଗୋଟିଏ ଗଛକୁ ଛାଡ଼ି ଯାହା ବହୁତ ଖାସ୍‌ ଅଟେ । ଯେଉଁ ଦିନ ତମେ ତାହା ଖାଇବ ସେହି ଦିନ ମରିଯିବ ।’

ପରେ ଯିହୋବା କହିଲେ, ‘ମୁଁ ଆଦମ ପାଇଁ ଗୋଟିଏ ସହକାରିଣୀ ସୃଷ୍ଟି କରିବି ।’ ସେ ଆଦମକୁ ଗଭୀର ନିଦରେ ଶୁଆଇ, ତାʼର ଗୋଟିଏ ପଞ୍ଜରା ନେଇ ସେଥିରୁ ଆଦମ ପାଇଁ ଗୋଟିଏ ସ୍ତ୍ରୀ ସୃଷ୍ଟି କଲେ । ତାʼର ନାମ ହବା ଥିଲା । ଆଦମ ଓ ହବାଠାରୁ ପ୍ରଥମ ପରିବାରର ଆରମ୍ଭ ହେଲା । ନିଜ ସ୍ତ୍ରୀକୁ ଦେଖି ଆଦମକୁ କିପରି ଲାଗିଲା ? ସେ ଏତେ ଖୁସି ହେଲା ଯେ ସେ କହିଲା, ‘ଦେଖ, ଯିହୋବା ମୋ ପଞ୍ଜରାରୁ କʼଣ ସୃଷ୍ଟି କଲେ ! ମୋ ଭଳି ଜଣେ ମଣିଷକୁ ସୃଷ୍ଟି କଲେ !’

ଯିହୋବା ଆଦମ ଓ ହବାକୁ କହିଲେ ଯେ ସେମାନେ ସନ୍ତାନ ଜନ୍ମ କରନ୍ତୁ ଏବଂ ସାରା ପୃଥିବୀକୁ ଭରି ଦିଅନ୍ତୁ । ସେ ଚାହୁଁଥିଲେ ଯେ ଆଦମ ଓ ହବା ମିଶି ସାରା ପୃଥିବୀକୁ ପାରଦୀଶ କରନ୍ତୁ ଏବଂ ଏହି କାମରୁ ଖୁସି ପାଆନ୍ତୁ । ପାରଦୀଶର ଅର୍ଥ ହେଉଛି ସୁନ୍ଦର ବଗିଚା, ଯେପରି ଏଦନ ବଗିଚା ଥିଲା । କିନ୍ତୁ ଈଶ୍ୱର ଯାହା ଚାହିଁଥିଲେ ସେପରି ହେଲା ନାହିଁ । କାହିଁକି ? ଏ ବିଷୟରେ ଆମେ ଆଗ ଅଧ୍ୟାୟରେ ଶିଖିବା ।

“ସୃଷ୍ଟିକର୍ତ୍ତା ଆଦ୍ୟରୁ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ ।”—ମାଥିଉ ୧୯:୪

ପ୍ରଶ୍ନ: ଯିହୋବା ଆଦମକୁ କʼଣ କାମ ଦେଲେ ? ଯଦି ଆଦମ ଓ ହବା ମନା କରାଯାଇଥିବା ଗଛର ଫଳ ଖାଆନ୍ତେ ତେବେ କʼଣ ହୁଅନ୍ତା ?

ଆଦି ପୁସ୍ତକ ୧:୨୭-୩୧; ୨:୭-୯, ୧୫-୨୩; ଗୀତସଂହିତା ୧୧୫:୧୬; ମାଥିଉ ୧୯:୪-୬

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ