ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୫ ପୃଷ୍ଠା ୧୮-ପୃଷ୍ଠା ୧୯ ଅନୁଚ୍ଛେଦ ୫
  • ନୋହଙ୍କ ଜାହାଜ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନୋହଙ୍କ ଜାହାଜ
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ଜଳପ୍ରଳୟ—କିଏ ଈଶ୍ୱରଙ୍କ କଥା ଶୁଣିଲେ ଓ କିଏ ଶୁଣିଲେ ନାହିଁ?
    ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
  • ଜଳପ୍ଳାବନରୁ ରକ୍ଷା ପାଇଲେ ଆଠ ଜଣ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଭାଗ ୫
    ଈଶ୍ୱରଙ୍କ ବାଣୀ ଶୁଣ
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୫ ପୃଷ୍ଠା ୧୮-ପୃଷ୍ଠା ୧୯ ଅନୁଚ୍ଛେଦ ୫
ନୋହ ଓ ତାଙ୍କ ପରିବାର ଜାହାଜ ତିଆରି କରୁଛନ୍ତି

ପାଠ ୫

ନୋହଙ୍କ ଜାହାଜ

କିଛି ସମୟ ପରେ ପୃଥିବୀରେ ଲୋକମାନଙ୍କ ସଂଖ୍ୟା ବହୁତ ବଢ଼ିଗଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଦୁଷ୍ଟ ଥିଲେ । ସ୍ୱର୍ଗରେ ବି କିଛି ସ୍ୱର୍ଗଦୂତ ଦୁଷ୍ଟ ହୋଇଗଲେ । ସେମାନେ ସ୍ୱର୍ଗ ଛାଡ଼ି ତଳେ ପୃଥିବୀକୁ ଆସିଗଲେ । ଜାଣିଛ ସେମାନେ ଏପରି କାହିଁକି କଲେ ? ସେମାନେ ମଣିଷ ହୋଇ ସ୍ତ୍ରୀମାନଙ୍କ ସହ ବାହା ହେବା ପାଇଁ ଏପରି କଲେ ।

ବିବାହ ପରେ ସେମାନଙ୍କ ପୁଅମାନେ ଜନ୍ମ ହେଲେ । ସେହି ପୁଅମାନେ ବଡ଼ ହୋଇ ବହୁତ ଶକ୍ତିଶାଳୀ ଏବଂ ଗୁଣ୍ଡା ହୋଇଗଲେ । ସେମାନେ ଲୋକମାନଙ୍କୁ ମାରପିଟ୍‌ କରୁଥିଲେ । ଯିହୋବା ଚାହୁଁ ନ ଥିଲେ ଯେ ସେମାନେ ଏପରି ଦୁଷ୍ଟ କାମ କରିବା ଜାରି ରଖନ୍ତୁ । ତେଣୁ ସେ ନିଷ୍ପତ୍ତି ନେଲେ ଯେ ସେ ସାରା ପୃଥିବୀରେ ଏକ ଜଳପ୍ଳାବନ ଅର୍ଥାତ୍‌ ବନ୍ୟା ଆଣି ଦୁଷ୍ଟ ଲୋକମାନଙ୍କ ବିନାଶ କରିଦେବେ ।

ନୋହ ଓ ତାଙ୍କ ପରିବାର ଜାହାଜ ତିଆରି କରୁଛନ୍ତି ଓ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି

କିନ୍ତୁ ଜଣେ ବ୍ୟକ୍ତି ସମସ୍ତଙ୍କଠୁ ଅଲଗା ଥିଲେ । ସେ ଯିହୋବାଙ୍କୁ ପ୍ରେମ କରୁଥିଲେ । ତାଙ୍କ ନାମ ନୋହ ଥିଲା । ତାଙ୍କ ସ୍ତ୍ରୀ ଏବଂ ତିନି ଜଣ ପୁଅ ଥିଲେ । ପୁଅମାନଙ୍କ ନାମ ଥିଲା, ଶେମ, ହାମ ଓ ଯେଫତ୍‌ । ପ୍ରତ୍ୟେକ ପୁଅଙ୍କ ସ୍ତ୍ରୀ ଥିଲେ । ଯିହୋବା ନୋହଙ୍କୁ ଗୋଟିଏ ବଡ଼ ଜାହାଜ ତିଆରି କରିବା ପାଇଁ କହିଲେ, ଯାହାଦ୍ୱାରା ନୋହ ଓ ତାଙ୍କ ପରିବାର ଜଳପ୍ଳାବନରୁ ରକ୍ଷା ପାଇପାରିବ । ସେହି ଜାହାଜ ଗୋଟିଏ ଲମ୍ବା ବାକ୍ସ ଭଳି ଥିଲା ଆଉ ସେହି ଜାହାଜ ପାଣି ଉପରେ ଭାସିପାରନ୍ତା । ଯିହୋବା ନୋହଙ୍କୁ ଏହା ବି କହିଲେ ଯେ ସେ ଅନେକ ପଶୁମାନଙ୍କୁ ଜାହାଜ ଭିତରକୁ ଆଣନ୍ତୁ, ଯାହାଦ୍ୱାରା ସେହି ପଶୁମାନଙ୍କ ରକ୍ଷା ହୋଇପାରିବ ।

ନୋହ ତୁରନ୍ତ ଜାହାଜ ତିଆରି କରିବା ଆରମ୍ଭ କରିଦେଲେ । ତାଙ୍କୁ ଓ ତାଙ୍କ ପରିବାରକୁ ଜାହାଜ ତିଆରି କରିବା ପାଇଁ ପ୍ରାୟ ୫୦ ବର୍ଷ ଲାଗିଲା । ସେମାନେ ଜାହାଜକୁ ଠିକ୍‌ ସେପରି ତିଆରି କଲେ ଯେପରି ଯିହୋବା କହିଥିଲେ । ଜାହାଜ ତିଆରି କରିବା ସହ ନୋହ ଲୋକମାନଙ୍କୁ ଜଣାଇଲେ ଯେ ଏକ ଜଳପ୍ଳାବନ ଆସିବାକୁ ଯାଉଛି । କିନ୍ତୁ କେହି ବି ତାଙ୍କ କଥା ଶୁଣିଲେ ନାହିଁ ।

ତାʼପରେ ଜାହାଜ ଭିତରକୁ ଯିବାର ସମୟ ଆସିଗଲା । ଆସନ୍ତୁ ଦେଖିବା ଏହା ପରେ କʼଣ ହେଲା ।

“ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କର ଆଗମନ ସମୟରେ ସେପ୍ରକାର ଘଟିବ ।”—ମାଥିଉ ୨୪:୩୭

ପ୍ରଶ୍ନ: ଯିହୋବା ଜଳପ୍ଳାବନ ଆଣିବାର ନିଷ୍ପତ୍ତି କାହିଁକି ନେଲେ ? ସେ ନୋହଙ୍କୁ କʼଣ କʼଣ କରିବା ପାଇଁ କହିଲେ ?

ଆଦି ପୁସ୍ତକ ୬:୧-୨୨; ମାଥିଉ ୨୪:୩୭-୪୧; ୨ ପିତର ୨:୫; ଯିହୂଦା ୬

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ