ଆଉ କିଛି ପରାମର୍ଶ—କ
ବାଇବଲରୁ କୌଣସି କଥା କିପରି କହିବି ?
ଯୀଶୁ କହିଥିଲେ ଭଲ ମନ ରଖୁଥିବା ଲୋକମାନେ ଯେବେ ସନ୍ଦେଶ ଶୁଣିବେ ତେବେ ସେମାନେ ଜାଣିଯିବେ ଯେ ଏହା ହିଁ ସତ୍ୟ । (ଯୋହ. ୧୦:୪, ୨୭) ସେଥିପାଇଁ ଲୋକଙ୍କ ସହ କଥା ହେବା ସମୟରେ ଆମକୁ ବାଇବଲରୁ କୌଣସି ଏପରି କଥା କହିବା ଉଚିତ୍ ଯାହା ସେମାନେ ସହଜରେ ବୁଝିପାରିବେ । ବାଇବଲର କୌଣସି କଥା କହିବା ପୂର୍ବରୁ ଆପଣ କିଛି ଏପରି କହିପାରିବେ: “କʼଣ ଆପଣ ଶୁଣିଥିଲେ. . . ?” କିମ୍ବା “କʼଣ ଆପଣ ଜାଣିଥିଲେ . . . ?” ତାʼପରେ ଆପଣ ବିଷୟ ସହ ଜଡ଼ିତ ପଦ ଦେଖାଇପାରିବେ ଆଉ ତାକୁ ବୁଝାଇପାରିବେ । ବାଇବଲରୁ କୌଣସି ସହଜ କଥା କହି ଆପଣ ଜଣେ ବ୍ୟକ୍ତିର ହୃଦୟରେ ସତ୍ୟର ବୀଜ ବୁଣିପାରିବେ ଆଉ ଈଶ୍ୱର ସେହି ବୀଜକୁ ବଢ଼ାଇପାରିବେ ।—୧ କରି. ୩:୬, ୭.
ଭବିଷ୍ୟତ
୧. ଆଜିକାଲି ଦୁନିଆରେ ଯାହା ହେଉଛି ତାକୁ ଦେଖିଲେ ଜଣାପଡ଼େ ଯେ ବହୁତ ଶୀଘ୍ର ପରିସ୍ଥିତି ବଦଳିବ ।—ମାଥି. ୨୪:୩, ୭, ୮; ଲୂକ ୨୧:୧୦, ୧୧; ୨ ତୀମ. ୩:୧-୫.
୨. ଏହି ପୃଥିବୀ କେବେ ବିନାଶ ହେବ ନାହିଁ ।—ଗୀତ. ୧୦୪:୫; ଉପ. ୧:୪.
୩. ଭବିଷ୍ୟତରେ ପ୍ରଦୂଷଣ ହେବ ନାହିଁ ଆଉ ପୂରା ପୃଥିବୀ ସୁନ୍ଦର ହୋଇଯିବ ।—ଯିଶା. ୩୫: ୧, ୨; ପ୍ରକା. ୧୧:୧୮.
୪. ଭବିଷ୍ୟତରେ ସମସ୍ତଙ୍କର ଭଲ ସ୍ୱାସ୍ଥ୍ୟ ଥିବ ।—ଯିଶା. ୩୩:୨୪; ୩୫: ୫, ୬.
୫. ଆପଣ ପୃଥିବୀରେ ସବୁଦିନ ଯାଏ ବଞ୍ଚିପାରିବେ ।—ଗୀତ. ୩୭:୨୯; ମାଥି. ୫:୫.
ପରିବାର
୬. ସ୍ୱାମୀ ନିଜ ସ୍ତ୍ରୀକୁ ସେପରି ପ୍ରେମ କରିବା ଉଚିତ୍ ଯେପରି ସେ ନିଜକୁ କରେ ।—ଏଫି. ୫:୩୩; କଲ. ୩:୧୯.
୭. ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଗଭୀର ଆଦର କରିବା ଉଚିତ୍ ।—ଏଫି. ୫:୩୩; କଲ. ୩:୧୮.
୮. ସ୍ୱାମୀ ସ୍ତ୍ରୀ ପରସ୍ପର ପ୍ରତି ବିଶ୍ୱସ୍ତ ରହିବା ଉଚିତ୍ ।—ମଲାଖି ୨:୧୬; ମାଥି. ୧୯:୪-୬, ୯; ଏବ୍ରୀ ୧୩:୪.
୯. ଯଦି ପିଲାମାନେ ନିଜ ବାପାମାଆଙ୍କର ଆଦର କରିବେ ଆଉ ତାଙ୍କ କଥା ଶୁଣିବେ ତେବେ ତାଙ୍କୁ ସବୁବେଳେ ଲାଭ ହେବ ।—ହିତୋ. ୧:୮, ୯; ଏଫି. ୬:୧-୩.
NASA, ESA and the Hubble Heritage Team (STScI/AURA)-ESA/Hubble Collaboration. Licensed under CC BY 4.0. Source.
ଈଶ୍ୱର
୧୦. ଈଶ୍ୱରଙ୍କ ଗୋଟିଏ ନାମ ଅଛି ।—ଗୀତ. ୮୩:୧୮; ଯିରି. ୧୦:୧୦.
୧୧. ଈଶ୍ୱର ନିଜ କଥାଗୁଡ଼ିକୁ ଗୋଟିଏ ବହିରେ ଲେଖାଇଛନ୍ତି ।—୨ ତୀମ. ୩:୧୬, ୧୭; ୨ ପିତ. ୧:୨୦, ୨୧.
୧୨. ଈଶ୍ୱର ଭେଦଭାବ କରନ୍ତି ନାହିଁ । —ଦ୍ୱିବି. ୧୦:୧୭; ପ୍ରେରି. ୧୦:୩୪, ୩୫.
୧୩. ଈଶ୍ୱରଙ୍କୁ ଆମର ଚିନ୍ତା ଅଛି ଆଉ ସେ ଆମକୁ ସାହାଯ୍ୟ କରିବା ପାଇଁ ଚାହାନ୍ତି ।—ଗୀତ. ୪୬:୧; ୧୪୫:୧୮, ୧୯.
ପ୍ରାର୍ଥନା
୧୪. ଈଶ୍ୱର ଚାହାନ୍ତି ଯେ ଆମେ ତାଙ୍କୁ ପ୍ରାର୍ଥନା କରୁ ଓ ତାଙ୍କ ସହ କଥା ହେଉ ।—ଗୀତ. ୬୨:୮; ୬୫:୨; ୧ ପିତ. ୫:୭.
୧୫. ବାଇବଲରେ କୁହାଯାଇଛି ଯେ ଆମେ କିପରି ପ୍ରାର୍ଥନା କରିବା ଉଚିତ୍ ।—ମାଥି. ୬:୭-୧୩; ଲୂକ ୧୧:୧-୪.
୧୬. ଆମେ କେବେ କେବେ ନୁହେଁ ବରଂ ସବୁବେଳେ ପ୍ରାର୍ଥନା କରିବା ଉଚିତ୍ ।—ମାଥି. ୭:୭, ୮; ୧ ଥେସ. ୫:୧୭.
ଯୀଶୁ
୧୭. ଯୀଶୁ ଅନେକ ବର୍ଷ ପୂର୍ବେ ବଞ୍ଚିଥିଲେ । କିନ୍ତୁ ସେ ଯେଉଁ ଭଲ କଥାଗୁଡ଼ିକ ଶିଖାଇଥିଲେ ତାହା ଆଜି ବି ଆମର କାମରେ ଆସେ ।—ମାଥି. ୬:୧୪, ୧୫, ୩୪; ୭:୧୨.
୧୮. ଆଜି ଦୁନିଆରେ ଯାହା କିଛି ଘଟୁଛି, ସେବିଷୟରେ ଯୀଶୁ ପୂର୍ବରୁ ହିଁ କହିଥିଲେ ।—ମାଥି. ୨୪:୩, ୭, ୮, ୧୪; ଲୂକ ୨୧:୧୦, ୧୧.
୧୯. ଯୀଶୁ ଈଶ୍ୱରଙ୍କ ପୁତ୍ର ଅଟନ୍ତି ।—ମାଥି. ୧୬:୧୬; ଯୋହ. ୩:୧୬; ୧ ଯୋହ. ୪:୧୫.
୨୦. ଯୀଶୁ ପରମେଶ୍ୱର ନୁହଁନ୍ତି ।—ଯୋହ. ୧୪:୨୮; ୧ କରି. ୧୧:୩.
Based on NASA/Visible Earth imagery
ଈଶ୍ୱରଙ୍କ ରାଜ୍ୟ
୨୧. ଈଶ୍ୱରଙ୍କର ଗୋଟିଏ ସରକାର ଅଛି ଯାହା ସ୍ୱର୍ଗରେ ଅଛି ।—ଦାନି. ୨:୪୪; ୭:୧୩, ୧୪; ମାଥି. ୬:୯, ୧୦; ପ୍ରକା. ୧୧:୧୫.
୨୨. ଈଶ୍ୱରଙ୍କ ସରକାର ମଣିଷ ସରକାରଗୁଡ଼ିକୁ ବିନାଶ କରିଦେବ ।—ଗୀତ. ୨:୭-୯; ଦାନି. ୨:୪୪.
୨୩. ଈଶ୍ୱରଙ୍କ ସରକାର ହିଁ ଆମ ସବୁ ସମସ୍ୟାଗୁଡ଼ିକୁ ଠିକ୍ କରିପାରିବ ।—ଗୀତ. ୩୭:୧୦, ୧୧; ୪୬:୯; ଯିଶା. ୬୫:୨୧-୨୩.
ଦୁଃଖକଷ୍ଟ
୨୪. ଈଶ୍ୱର ଆମକୁ ଦୁଃଖକଷ୍ଟ ଦିଅନ୍ତି ନାହିଁ ।—ଦ୍ୱିବି. ୩୨:୪; ଯାକୁ. ୧:୧୩.
୨୫. ପୃଥିବୀକୁ ଈଶ୍ୱର ନୁହେଁ ଶୟତାନ ଶାସନ କରୁଛି ।—ଲୂକ ୪:୫, ୬; ୧ ଯୋହ. ୫:୧୯.
୨୬. ଈଶ୍ୱର ଆପଣଙ୍କ ଦୁଃଖକଷ୍ଟକୁ ବୁଝନ୍ତି ଓ ଆପଣଙ୍କ ଚିନ୍ତା ବି କରନ୍ତି ।—ଗୀତ. ୩୪:୧୭-୧୯; ଯିଶା. ୪୧:୧୦, ୧୩.
୨୭. ଈଶ୍ୱର ଖୁବ୍ ଶୀଘ୍ର ସବୁ ଦୁଃଖକଷ୍ଟ ଦୂର କରିଦେବେ ।—ଯିଶା. ୬୫:୧୭; ପ୍ରକା. ୨୧:୩, ୪.
ମୃତ୍ୟୁ
୨୮. ଯେଉଁମାନଙ୍କର ମୃତ୍ୟୁ ହୋଇଯାଇଛି ସେମାନେ କିଛି ଜାଣିପାରନ୍ତି ନାହିଁ । ସେମାନେ କେଉଁଠି ବି କଷ୍ଟ ପାଉନାହାନ୍ତି ।—ଉପ. ୯:୫; ଯୋହ. ୧୧:୧୧-୧୪.
୨୯. ଯେଉଁମାନଙ୍କର ମୃତ୍ୟୁ ହୋଇଯାଇଛି ସେମାନେ କାହାରି କିଛି କରିପାରନ୍ତି ନାହିଁ । ସେମାନେ କାହାରିକୁ ସାହାଯ୍ୟ କରିପାରନ୍ତି ନାହିଁ, ଆଉ ନା କାହାରି କ୍ଷତି କରନ୍ତି ।—ଗୀତ. ୧୪୬:୪; ଉପ. ୯:୬, ୧୦.
୩୦. ଆମେ ଯାହାକୁ ମୃତ୍ୟୁରେ ହରାଇଛୁ ତାଙ୍କୁ ପୁଣି ଜୀବିତ କରାଯିବ ।—ଆୟୁ. ୧୪:୧୩-୧୫; ଯୋହ. ୫:୨୮, ୨୯; ପ୍ରେରି. ୨୪:୧୫.
୩୧. ମୃତ୍ୟୁ ଆଉ ରହିବ ନାହିଁ ।—ପ୍ରକା. ୨୧:୩, ୪; ଯିଶା. ୨୫:୮.
ଉପାସନା
୩୨. ଈଶ୍ୱର ସମସ୍ତଙ୍କର ଉପାସନା ସ୍ୱୀକାର କରନ୍ତି ନାହିଁ ।—ଯିରି. ୭:୧୧; ମାଥି. ୭:୧୩, ୧୪, ୨୧-୨୩.
୩୩. ଈଶ୍ୱର ଏପରି ଲୋକମାନଙ୍କୁ ପସନ୍ଦ କରନ୍ତି ନାହିଁ, ଯେଉଁମାନେ ବାହାରୁ ଭଲ ଦେଖାଇ ହୁଅନ୍ତି କିନ୍ତୁ ପ୍ରକୃତରେ ସେପରି ନ ଥାନ୍ତି ।—ଯିଶା. ୨୯:୧୩; ମୀଖା ୩:୧୧; ମାର୍କ ୭:୬-୮.
୩୪. ସତ୍ୟ ଧର୍ମକୁ ମାନୁଥିବା ଲୋକମାନେ ପ୍ରକୃତରେ ପରସ୍ପରକୁ ପ୍ରେମ କରନ୍ତି । —ମୀଖା ୪:୩; ଯୋହ. ୧୩:୩୪, ୩୫.