ବାଇବଲ ଅଧ୍ୟୟନ ସମୟରେ
ମାର୍କ ୧୦:୧୭-୨୨
ପାଠ ୧୨
ବିନା ଡରି ପରାମର୍ଶ ଦିଅନ୍ତୁ
ସିଦ୍ଧାନ୍ତ: “ତୈଳ ଓ ସୁଗନ୍ଧି ଧୂପ ମନକୁ ଆହ୍ଲାଦିତ କରେ, ମନର ମନ୍ତ୍ରଣାରୁ ଜାତ ମିତ୍ରର ମିଷ୍ଟତା ତଦ୍ରୂପ କରେ ।”—ହିତୋ. ୨୭:୯.
ଯୀଶୁ କʼଣ କଲେ ?
୧. ଭିଡିଓ ଦେଖନ୍ତୁ କିମ୍ବା ମାର୍କ ୧୦:୧୭-୨୨ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ:
କ. ଯୀଶୁ ସେହି ଧନୀ ବ୍ୟକ୍ତିଙ୍କର କେଉଁ ଭଲ ଗୁଣଗୁଡ଼ିକୁ ଧ୍ୟାନ ଦେଇଥିବେ ?
ଖ. ତାଙ୍କୁ ପରାମର୍ଶ ଦେବା ପାଇଁ ଯୀଶୁଙ୍କୁ କାହିଁକି ସାହସ ଦରକାର ଥିଲା ? ଏଥିରୁ କିପରି ଜଣାପଡ଼େ ଯେ ଯୀଶୁଙ୍କ ମନରେ ତାଙ୍କ ପାଇଁ ପ୍ରେମ ଥିଲା ?
ଯୀଶୁଙ୍କଠାରୁ ଆମେ କʼଣ ଶିଖୁ ?
୨. ଆମକୁ ପ୍ରେମର ସହ କିନ୍ତୁ ଖୋଲିକି ନିଜ ବିଦ୍ୟାର୍ଥୀକୁ କହିବାକୁ ହେବ ଯେ ତାକୁ ଆଗକୁ ବଢ଼ିବା ପାଇଁ କʼଣ କରିବାକୁ ପଡ଼ିବ ?
ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍ ?
୩. ଲକ୍ଷ୍ୟ ରଖିବା ପାଇଁ ଆଉ ତାକୁ ପୂରା କରିବା ପାଇଁ ବିଦ୍ୟାର୍ଥୀକୁ ସାହାଯ୍ୟ କରନ୍ତୁ ।
କ. ଖୁସିଭରା ଜୀବନ ବହିର ପ୍ରତ୍ୟେକ ପାଠରେ ଦିଆଯାଇଥିବା “ଲକ୍ଷ୍ୟ” ଭାଗକୁ ଭଲଭାବରେ ବ୍ୟବହାର କରନ୍ତୁ । ଆଉ କିଛି ଲକ୍ଷ୍ୟ ରଖିବା ପାଇଁ ବି ତାକୁ ସାହାଯ୍ୟ କରନ୍ତୁ ।
ଖ. ତାକୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ନିଜ ଛୋଟ ଓ ବଡ଼ ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ପାଇଁ ତାକୁ କʼଣ କʼଣ କରିବାକୁ ହେବ ?
ଗ. ସେ ଯାହା ପରିଶ୍ରମ କରେ ତାʼପାଇଁ ତାକୁ ପ୍ରଶଂସା କରନ୍ତୁ ।
୪. ଭାବନ୍ତୁ ଯେ କେଉଁ କଥା ବିଦ୍ୟାର୍ଥୀକୁ ଆଗକୁ ବଢ଼ିବା ପାଇଁ ବାଧା ଦେଉଛି ଆଉ ତାʼପରେ ତାକୁ ସାହାଯ୍ୟ କରନ୍ତୁ ।
କ. ଭାବନ୍ତୁ:
‘ସେ ବାପ୍ତିସ୍ମ ନେବାର ପଦକ୍ଷେପ କାହିଁକି ନେଇପାରୁ ନାହିଁ ?’
‘ମୁଁ ତାକୁ ସାହାଯ୍ୟ କରିବା ପାଇଁ କʼଣ କରିପାରିବି ?’
ଖ. ତାକୁ କʼଣ କରିବାର ଅଛି ତାହା ଖୋଲିକି ଓ ପ୍ରେମର ସହ କହିବା ପାଇଁ ଯିହୋବାଙ୍କଠାରୁ ସାହାଯ୍ୟ ମାଗନ୍ତୁ ।
୫. ଯଦି ବିଦ୍ୟାର୍ଥୀ ଆଗକୁ ବଢ଼ୁନାହିଁ ତେବେ ଅଧ୍ୟୟନ ବନ୍ଦ କରିଦିଅନ୍ତୁ ।
କ. ଅଧ୍ୟୟନ ଜାରି ରଖିବେ ନା ନାହିଁ ଏହା ନିଷ୍ପତ୍ତି ନେବା ପୂର୍ବରୁ ଭାବନ୍ତୁ:
‘ସେ ଯାହା ଶିଖୁଛି କʼଣ ତାʼଅନୁସାରେ କାମ ବି କରୁଛି ?’
‘କʼଣ ସେ ସଭାକୁ ଆସୁଛି ଆଉ ଶିଖିଥିବା କଥା ଅନ୍ୟମାନଙ୍କୁ କହୁଛି ?’
‘ଯଦି ସେ ବହୁତ ଦିନରୁ ଅଧ୍ୟୟନ କରୁଛି ତ କʼଣ ସେ ଯିହୋବାଙ୍କ ସାକ୍ଷୀ ହେବା ପାଇଁ ଭାବୁଛି ?’
ଖ. ଯଦି ବିଦ୍ୟାର୍ଥୀ ଆଗକୁ ବଢ଼ୁନାହିଁ ତେବେ:
ତାକୁ ଭାବିବା ପାଇଁ କହନ୍ତୁ ଯେ କେଉଁ କଥା ତାକୁ ବାଧା ଦେଉଛି ।
ତାକୁ ପ୍ରେମର ସହ ବୁଝାନ୍ତୁ ଯେ ଆପଣ କାହିଁକି ଅଧ୍ୟୟନ ବନ୍ଦ କରୁଛନ୍ତି ।
ତାକୁ କହନ୍ତୁ ଯଦି ସେ ପୁଣିଥରେ ଅଧ୍ୟୟନ କରିବାକୁ ଚାହେଁ, ତାହେଲେ ତାକୁ କʼଣ କରିବାକୁ ହେବ ।
ଏହା ବି ଦେଖନ୍ତୁ
ଗୀତ. ୧୪୧:୫; ହିତୋ. ୨୫:୧୨; ୨୭:୬; ୧ କରି. ୯:୨୬; କଲ. ୪:୫, ୬