ପାଠ ୨୮
ଯିହୋବା ଓ ଯୀଶୁ ଆପଣଙ୍କ ପାଇଁ ଯାହା କରିଛନ୍ତି, ତାʼପାଇଁ କୃତଜ୍ଞତା ଦେଖାନ୍ତୁ
ଯଦି ଆପଣଙ୍କର କୌଣସି ସାଙ୍ଗ ଆପଣଙ୍କ ପାଇଁ କିଛି ଭଲ କରନ୍ତି, ତାହେଲେ ଆପଣଙ୍କୁ କିପରି ଲାଗିବ ? ଆପଣ ନିଶ୍ଚୟ ଖୁସି ହେବେ । କʼଣ ଆପଣ ତାʼପାଇଁ ତାଙ୍କୁ ନିଜ କୃତଜ୍ଞତା ଦେଖାଇବେନି ? ଯିହୋବା ଓ ଯୀଶୁ ମଧ୍ୟ ଆପଣଙ୍କ ପାଇଁ ଏପରି କିଛି କରିଛନ୍ତି, ଯାହାର ତୁଳନା ଅନ୍ୟ କୌଣସି ଜିନିଷ ସହ କରାଯାଇପାରିବନି । ସେମାନେ ଆମ ପାଇଁ ମୁକ୍ତିର ମୂଲ୍ୟ ଦେଇଛନ୍ତି । କିନ୍ତୁ ଆପଣ ତାʼପାଇଁ ନିଜ କୃତଜ୍ଞତା କିପରି ଦେଖାଇପାରିବେ ?
୧. ଯିହୋବା ଓ ଯୀଶୁଙ୍କ ପ୍ରତି ନିଜ କୃତଜ୍ଞତା ଦେଖାଇବାର ଗୋଟିଏ ଉପାୟ କʼଣ ?
ବାଇବଲରେ ପ୍ରତିଜ୍ଞା କରାଯାଇଛି ଯେ ‘ଯେକେହି ଯୀଶୁଙ୍କଠାରେ ବିଶ୍ୱାସ କରେ’ ସେ ଅନନ୍ତ ଜୀବନ ପାଇବ । (ଯୋହନ ୩:୧୬) ତାହେଲେ ବିଶ୍ୱାସ କରିବାର ଅର୍ଥ କʼଣ ? କʼଣ କେବଳ ଏହା ବିଶ୍ୱାସ କରିବା ଯେ ଯୀଶୁ ଆମ ପାଇଁ ନିଜ ଜୀବନ ଦେଇଥିଲେ ? ନୁହଁ, ଏଥିରେ ଆଉ କିଛି ମଧ୍ୟ ସାମିଲ୍ ଅଛି । ଆମେ ନିଜ କଥା, ନିଜ କାମ ଓ ନିଷ୍ପତ୍ତିଗୁଡ଼ିକରୁ ଦେଖାଇପାରିବା ଯେ ଆମେ ଯୀଶୁଙ୍କ ଉପରେ ବିଶ୍ୱାସ କରୁ । (ଯାକୁବ ୨:୧୭) ଯେତେବେଳେ ଆମେ ଏପରି କରୁ, ସେତେବେଳେ ଯୀଶୁ ଓ ତାଙ୍କ ପିତା ଯିହୋବାଙ୍କ ସହ ଆମ ସମ୍ପର୍କ ଆହୁରି ମଜବୁତ୍ ହୋଇଥାଏ ।—ଯୋହନ ୧୪:୨୧ ପଢ଼ନ୍ତୁ ।
୨. ଆମେ ଆଉ କେଉଁ ବିଶେଷ ଉପାୟରେ ଯିହୋବା ଓ ଯୀଶୁଙ୍କ ପ୍ରତି ନିଜ କୃତଜ୍ଞତା ଦେଖାଇପାରିବା ?
ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଥିଲେ ଯେ ସେମାନେ ଆଉ ଗୋଟିଏ ଉପାୟରେ ତାଙ୍କ ବଳିଦାନ ପାଇଁ ନିଜ କୃତଜ୍ଞତା ଦେଖାଇପାରିବେ । ଯୀଶୁ ଖ୍ରୀଷ୍ଟ ନିଜ ମୃତ୍ୟୁର ଗୋଟିଏ ରାତି ପୂର୍ବରୁ ଗୋଟିଏ ବିଶେଷ ସମାରୋହର ଆରମ୍ଭ କରିଥିଲେ, ଯାହାକୁ ବାଇବଲରେ “ପ୍ରଭୁଭୋଜ” କୁହାଯାଏ । ଏହି ସମାରୋହକୁ ଯୀଶୁଙ୍କ ମୃତ୍ୟୁର ସ୍ମାରକ ଦିବସ ମଧ୍ୟ କୁହାଯାଏ । (୧ କରିନ୍ଥୀୟ ୧୧:୨୦) ଯୀଶୁ ଚାହୁଁଥିଲେ ଯେ ତାଙ୍କ ପ୍ରେରିତ ଓ ଆଗକୁ ଯାଇ ସତ୍ୟ ଖ୍ରୀଷ୍ଟିୟାନମାନେ ଏହା ମନେ ରଖନ୍ତୁ ଯେ ଯୀଶୁ ତାଙ୍କ ପାଇଁ ନିଜ ଜୀବନ ଦେଇଥିଲେ । ତେଣୁ ସେ ଆଜ୍ଞା ଦେଇଥିଲେ, “ମୋତେ ସ୍ମରଣ କରିବା ନିମନ୍ତେ ଏହା କର ।” (ଲୂକ ୨୨:୧୯) ଏହି ସମାରୋହରେ ଯାଇ ଆପଣ ଦେଖାଇପାରିବେ ଯେ ଯିହୋବା ଓ ଯୀଶୁ ଆପଣଙ୍କ ପ୍ରତି ଯେଉଁ ପ୍ରେମ ଦେଖାଇଛନ୍ତି, ତାʼପାଇଁ ଆପଣ କେତେ କୃତଜ୍ଞ ।
ଭାବନ୍ତୁ ଓ ଶିଖନ୍ତୁ
ଜାଣନ୍ତୁ ଯେ ଯିହୋବା ଓ ଯୀଶୁ ଆମ ପାଇଁ ଯାହା କଲେ ଓ ଯେଉଁ ପ୍ରେମ ଦେଖାଇଲେ, ତାʼପାଇଁ ଆମେ କିପରି କୃତଜ୍ଞତା ଦେଖାଇପାରିବା ଏବଂ ସ୍ମାରକକୁ ଯିବା କାହିଁକି ଜରୁରୀ ।
୩. ଆମେ କିପରି ଦେଖାଇପାରିବା ଯେ ଆମେ କୃତଜ୍ଞ ?
ମନେ କରନ୍ତୁ, ଆପଣଙ୍କୁ ପହଁରିବାକୁ ଆସେନି ଏବଂ ଆପଣ ପାଣିରେ ବୁଡ଼ିଯାଉଥିବା ବେଳେ ଜଣେ ବ୍ୟକ୍ତି ଆସି ଆପଣଙ୍କୁ ବଞ୍ଚାଏ । କʼଣ ସେ ଆପଣଙ୍କ ପାଇଁ ଯାହା କଲା, ତାହା ଆପଣ ଭୁଲିଯିବେ ନା ତାକୁ କୃତଜ୍ଞତା ଦେଖାଇବା ପାଇଁ କିଛି କରିବେ ?
ଯିହୋବାଙ୍କ ଯୋଗୁଁ ହିଁ ଆମ ଜୀବନ ବଞ୍ଚିପାରିଛି ଏବଂ ଆମକୁ ଅନନ୍ତ ଜୀବନ ପାଇବାର ସୁଯୋଗ ମିଳିଛି । ୧ ଯୋହନ ୪:୮-୧୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
ଆମେ କାହିଁକି କହିପାରିବା ଯେ ଯୀଶୁ ପ୍ରେମ ଯୋଗୁଁ ଆମ ପାଇଁ ଯେଉଁ ବଳିଦାନ ଦେଲେ, ତାହା ବହୁତ ଖାସ୍ ଥିଲା ?
ଯିହୋବା ଓ ଯୀଶୁ ଆପଣଙ୍କ ପାଇଁ ଯାହା କରିଛନ୍ତି, ସେବିଷୟରେ ଆପଣଙ୍କୁ କିପରି ଲାଗେ ?
ଯଦି ଆମେ ଯିହୋବା ଓ ଯୀଶୁଙ୍କ ପାଇଁ ନିଜ କୃତଜ୍ଞତା ଦେଖାଇବାକୁ ଚାହୁଁ, ତାହେଲେ ଆମେ କʼଣ କରିବା ? ୨ କରିନ୍ଥୀୟ ୫:୧୫ ଓ ୧ ଯୋହନ ୪:୧୧; ୫:୩ ପଢ଼ନ୍ତୁ, ପ୍ରତ୍ୟେକ ପଦକୁ ପଢ଼ିଲା ପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଏହି ପଦ ଅନୁସାରେ, ଯିହୋବା ଓ ଯୀଶୁଙ୍କ ପ୍ରତି ନିଜ କୃତଜ୍ଞତା ଦେଖାଇବା ପାଇଁ ଆମେ କʼଣ କରିପାରିବା ?
୪. ଯୀଶୁଙ୍କ ଉଦାହରଣରେ ଚାଲନ୍ତୁ
ଆମେ ଆଉ ଗୋଟିଏ ଉପାୟରେ ଯୀଶୁଙ୍କ ପାଇଁ ନିଜ କୃତଜ୍ଞତା ଦେଖାଇପାରିବା । ତାହା ହେଉଛି, ଆମେ ତାଙ୍କ ଉଦାହରଣରେ ଚାଲିବା ପାଇଁ ଚେଷ୍ଟା କରିବା । ୧ ପିତର ୨:୨୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଆମେ କିପରି ଯୀଶୁଙ୍କ ପଦଚିହ୍ନରେ ଚାଲିପାରିବା ?
ଯୀଶୁଙ୍କୁ ଈଶ୍ୱରଙ୍କ ବାକ୍ୟ ପଢ଼ିବା ବହୁତ ଭଲ ଲାଗୁଥିଲା, ସେ ଖୁସିର ଖବର ଶୁଣାଉଥିଲେ ଓ ଲୋକମାନଙ୍କୁ ସାହାଯ୍ୟ କରୁଥିଲେ
୫. ଯୀଶୁଙ୍କ ମୃତ୍ୟୁର ସ୍ମାରକ ସମାରୋହରେ ଆସନ୍ତୁ
ପ୍ରଥମ ପ୍ରଭୁଭୋଜ କିପରି ପାଳନ କରାଯାଇଥିଲା, ତାହା ଜାଣିବା ପାଇଁ ଲୂକ ୨୨:୧୪, ୧୯, ୨୦ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
ପ୍ରଭୁଭୋଜରେ କʼଣ କʼଣ କରାଯାଇଥିଲା ?
ରୋଟୀ ଓ ଦ୍ରାକ୍ଷାରସ କାହାର ପ୍ରତୀକ ?—ପଦ ୧୯ ଓ ୨୦ ଦେଖନ୍ତୁ ।
ଯୀଶୁ ଚାହୁଁଥିଲେ ଯେ ତାଙ୍କ ଶିଷ୍ୟମାନେ ପ୍ରତିବର୍ଷ ସେହି ଦିନକୁ ପ୍ରଭୁଭୋଜ ଭାବେ ପାଳନ କରନ୍ତୁ ଯେଉଁଦିନ ତାଙ୍କର ମୃତ୍ୟୁ ହୋଇଥିଲା । ତେଣୁ ଯିହୋବାଙ୍କ ସାକ୍ଷୀମାନେ ପ୍ରତିବର୍ଷ ଯୀଶୁଙ୍କ ମୃତ୍ୟୁର ଦିନକୁ ସ୍ମାରକ ଭାବେ ପାଳନ କରିବା ପାଇଁ ଏକାଠି ହୁଅନ୍ତି । ସେମାନେ ଏହାକୁ ଠିକ୍ ସେପରି ଭାବରେ ପାଳନ କରନ୍ତି ଯେପରି ଯୀଶୁ ଆଜ୍ଞା ଦେଇଥିଲେ । ଏହି ବିଶେଷ ସଭା ବିଷୟରେ ଜାଣିବା ପାଇଁ ଭିଡିଓ ଦେଖନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।
ସ୍ମାରକରେ କʼଣ କʼଣ କରାଯାଏ ?
ରୋଟୀ ଓ ଦ୍ରାକ୍ଷାରସ କେବଳ ପ୍ରତୀକ ଅଟେ । ରୋଟୀ ଯୀଶୁଙ୍କ ପରିପୂର୍ଣ୍ଣ ଶରୀରର ପ୍ରତୀକ ଅଟେ ଯାହା ସେ ଆମ ପାଇଁ ବଳିଦାନ କଲେ ଏବଂ ଦ୍ରାକ୍ଷାରସ ତାଙ୍କ ରକ୍ତର ପ୍ରତୀକ ଅଟେ
କିଛି ଲୋକ କହନ୍ତି: “ଉଦ୍ଧାର ପାଇବା ପାଇଁ ଆମେ କେବଳ ଯୀଶୁଙ୍କୁ ବିଶ୍ୱାସ କରିବା ଯଥେଷ୍ଟ ।”
ଯୋହନ ୩:୧୬ ଓ ଯାକୁବ ୨:୧୭ ପଦରୁ ଆପଣ କିପରି ବୁଝାଇବେ ଯେ ଯୀଶୁଙ୍କୁ ବିଶ୍ୱାସ କରିବା ଛଡ଼ା ଆମକୁ ଆଉ କିଛି ମଧ୍ୟ କରିବାକୁ ପଡ଼ିବ ?
ଆମେ କʼଣ ଶିଖିଲୁ ?
ଆମେ ନିଜ କଥାବାର୍ତ୍ତା, ନିଜ କାମ ଓ ନିଷ୍ପତ୍ତିଗୁଡ଼ିକରୁ ବିଶ୍ୱାସ ଦେଖାଇପାରିବା ଏବଂ ସ୍ମାରକରେ ଯାଇ ଆମେ ଦେଖାଇପାରିବା ଯେ ଆମେ ଯୀଶୁଙ୍କ ବଳିଦାନ ପାଇଁ କେତେ କୃତଜ୍ଞ ।
ଆପଣ କʼଣ କହିବେ ?
ଯୀଶୁଙ୍କ ଉପରେ ବିଶ୍ୱାସ କରିବାର ଅର୍ଥ କʼଣ ?
ଆପଣ ଯିହୋବା ଓ ଯୀଶୁଙ୍କ ପ୍ରତି ନିଜ କୃତଜ୍ଞତା କିପରି ଦେଖାଇପାରିବେ ?
ସ୍ମାରକରେ ଯିବା କାହିଁକି ବହୁତ ଜରୁରୀ ?
ଅଧିକ ଜାଣନ୍ତୁ
ଯୀଶୁଙ୍କ ବଳିଦାନ ଯୋଗୁଁ ଆମକୁ କʼଣ କରିବାକୁ ପ୍ରୋତ୍ସାହନ ମିଳେ ?
ଆସନ୍ତୁ ଜାଣିବା ଯେ ବିଶ୍ୱାସ କʼଣ ଏବଂ ଆମେ କିପରି ଦେଖାଇପାରିବା ଯେ ଆମ ଭିତରେ ବିଶ୍ୱାସ ଅଛି ।
“ଯିହୋବାଙ୍କ ପ୍ରତିଜ୍ଞା ଉପରେ ବିଶ୍ୱାସ କରନ୍ତୁ” (ପ୍ରହରୀଦୁର୍ଗ-ହି, ଅକ୍ଟୋବର ୨୦୧୬)
“ଏବେ ମୁଁ ଖୁସି ଅଛି ଓ ମୋର ବିବେକ ଶୁଦ୍ଧ ଅଛି,” ଏହି କାହାଣୀ ପଢ଼ନ୍ତୁ ଓ ଦେଖନ୍ତୁ ଯେ ଯେତେବେଳେ ଜଣେ ମହିଳା ଏହା ବୁଝିଲେ ଯେ ଯୀଶୁ ତାଙ୍କ ପାଇଁ ନିଜ ଜୀବନ ଦେଇଛନ୍ତି, ସେତେବେଳେ ଏହା ତାଙ୍କ ଉପରେ କʼଣ ପ୍ରଭାବ ପକାଇଲା ।
ଜାଣନ୍ତୁ ଯେ ସ୍ମାରକରେ କାହିଁକି କେବଳ କିଛି ଲୋକ ହିଁ ରୋଟୀ ଖାଆନ୍ତି ଓ ଦ୍ରାକ୍ଷାରସ ପିଅନ୍ତି ।