ପ୍ରଶ୍ନ ୧
ପରମେଶ୍ୱର କିଏ ଅଟନ୍ତି ?
“ଏହାପରେ ସେମାନେ ଜାଣିବେ ଯେ ଯାହାର ନାମ ଯିହୋବା, ତୁମ୍ଭେ ପ୍ରକୃତରେ, ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ପରମେଶ୍ୱର ଅଟ ।”
ଗୀତସଂହିତା ୮୩:୧୮ (ଇଜି ଟୁ ରିଡ୍ ଭର୍ସନ୍)
“ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଏହା ତୁମ୍ଭେମାନେ ଜ୍ଞାତ ହୁଅ; ସେ ଆମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି ଓ ଆମ୍ଭେମାନେ ତାହାଙ୍କର ଅଟୁ ।”
ଗୀତସଂହିତା ୧୦୦:୩
“ଆମ୍ଭେ ସଦାପ୍ରଭୁ: ଏହି ଆମ୍ଭର ନାମ; ପୁଣି, ଆମ୍ଭେ ଆପଣା ଗୌରବ ଅନ୍ୟକୁ, କିଅବା ଆପଣା ପ୍ରଶଂସା ଖୋଦିତ ପ୍ରତିମାଗଣକୁ ଦେବୁ ନାହିଁ ।”
ଯିଶାଇୟ ୪୨:୮
“କାରଣ ଯେକେହି ପ୍ରଭୁଙ୍କ ନାମ ଧରି ପ୍ରାର୍ଥନା କରିବ, ସେ ପରିତ୍ରାଣ ପ୍ରାପ୍ତ ହେବ ।”
ରୋମୀୟ ୧୦:୧୩
“ଯେଣୁ ପ୍ରତ୍ୟେକ ଗୃହ କୌଣସି ନା କୌଣସି ବ୍ୟକ୍ତିଙ୍କ ଦ୍ୱାରା ସ୍ଥାପିତ, କିନ୍ତୁ ସମସ୍ତ ବିଷୟର ଯେ ସ୍ଥାପନକର୍ତ୍ତା, ସେ ଈଶ୍ୱର ।”
ଏବ୍ରୀ ୩:୪
“ଊର୍ଦ୍ଧ୍ୱ ଦୃଷ୍ଟି କରି ଦେଖ, ଏସମସ୍ତକୁ କିଏ ସୃଷ୍ଟି କରିଅଛନ୍ତି ? ସେ ସୈନ୍ୟସମୂହର ନ୍ୟାୟ ସଂଖ୍ୟାନୁସାରେ ସେମାନଙ୍କୁ ବାହାର କରି ଆଣନ୍ତି; ସେ, ସମସ୍ତର ନାମ ଧରି ସେମାନଙ୍କୁ ଡାକନ୍ତି; ତାହାଙ୍କ ପରାକ୍ରମର ମାହାତ୍ମ୍ୟ ଦ୍ୱାରା ଓ ସେ ଶକ୍ତିରେ ପ୍ରବଳ ହେବା ସକାଶୁ ସେମାନଙ୍କର ଗୋଟିଏ ହେଁ ଅନୁପସ୍ଥିତ ହୁଏ ନାହିଁ ।”
ଯିଶାଇୟ ୪୦:୨୬