ପାଠ ୨୬
ଦୁଃଖକଷ୍ଟ କାହିଁକି ଆସେ ଏବଂ ଚାରିଆଡ଼େ ଏତେ ଖରାପ କାମ କାହିଁକି ହେଉଛି ?
ଯେତେବେଳେ ଆମ ଉପରେ ଦୁଃଖକଷ୍ଟ ଆସେ କିମ୍ବା କୌଣସି ଅଘଟଣ ଘଟେ, ସେତେବେଳେ ଆମେ ଭାବୁ ଯେ ଏପରି କାହିଁକି ହେଉଛି । ଆପଣ ଏହା ଜାଣି ବହୁତ ଖୁସି ହେବେ ଯେ ଏହି ପ୍ରଶ୍ନର ଉତ୍ତର ବାଇବଲରେ ବହୁତ ସରଳ ଓ ସ୍ପଷ୍ଟ ଭାବେ ଦିଆଯାଇଛି ।
୧. ଶୟତାନ କʼଣ କଲା, ଯାହା ଯୋଗୁଁ ଖରାପ କାମଗୁଡ଼ିକର ଆରମ୍ଭ ହେଲା ?
ଶୟତାନ ଅନ୍ୟମାନଙ୍କ ଉପରେ ଶାସନ କରିବା ପାଇଁ ଚାହୁଁଥିଲା । ତେଣୁ ସେ ଯିହୋବାଙ୍କ ବିରୁଦ୍ଧରେ ଗଲା ଏବଂ ଆଦମ ଓ ହବାକୁ ବି ନିଜ ଆଡ଼କୁ କରିନେଲା । ସେ ଏହା କିପରି କଲା ? ସେ ହବାକୁ ମିଛ କହିଲା । (ଆଦି ପୁସ୍ତକ ୩:୧-୫) ଶୟତାନ ହବାକୁ କହିବା ପାଇଁ ଚାହୁଁଥିଲା ଯେ ଯିହୋବା ତାକୁ ଭଲ ଜିନିଷ ଦେବା ପାଇଁ ଚାହାନ୍ତି ନାହିଁ । ଆଉ ଯଦି ସେ ଯିହୋବାଙ୍କ କଥା ମାନିବନି, ତାହେଲେ ସେ ବେଶି ଖୁସିରେ ରହିବ । ଆଉ ତାʼପରେ ସେ ତାକୁ ସିଧା ସିଧା କହିଲା ଯେ ସେ କେବେ ମରିବନି । ଏହା ସବୁଠୁ ବଡ଼ ଓ ପ୍ରଥମ ମିଛ ଥିଲା । ତେଣୁ ବାଇବଲରେ ଶୟତାନ ବିଷୟରେ କୁହାଯାଇଛି ଯେ “ସେ ମିଥ୍ୟାବାଦୀ ଓ ମିଥ୍ୟାବାଦୀର ପିତା ।”—ଯୋହନ ୮:୪୪.
୨. ଆଦମ ଓ ହବା କʼଣ କରିବା ପାଇଁ ନିଷ୍ପତ୍ତି ନେଲେ ?
ଯିହୋବା ଆଦମ ଓ ହବାକୁ ସବୁକିଛି ଦେଇଥିଲେ । ଯିହୋବା ସେମାନଙ୍କୁ କହିଥିଲେ ଯେ ସେମାନେ ଏଦନ ବଗିଚାର ସବୁ ଗଛର ଫଳ ଖାଇପାରିବେ, କିନ୍ତୁ କେବଳ ଗୋଟିଏ ଗଛର ଫଳ ଖାଇବା ପାଇଁ ସେମାନଙ୍କୁ ମନା କରିଥିଲେ । (ଆଦି ପୁସ୍ତକ ୨:୧୫-୧୭) ତଥାପି ସେମାନେ ସେଇ ଗଛର ଫଳ ଖାଇଲେ । ବାଇବଲରେ ଲେଖାଅଛି ଯେ ହବା ‘ତହିଁରୁ ଫଳ ତୋଳି ଖାଇଲେ, ପୁଣି ନିଜ ସ୍ୱାମୀଙ୍କୁ ଦେଲେ ଓ ସେ ମଧ୍ୟ ଖାଇଲେ ।’ (ଆଦି ପୁସ୍ତକ ୩:୬) ଆଦମ ଓ ହବା ପରିପୂର୍ଣ୍ଣ ଥିଲେ । ତେଣୁ ସେମାନଙ୍କ ପାଇଁ ଠିକ୍ କାମ କରିବା ସହଜ ଥିଲା । ତଥାପି ସେମାନେ ଜାଣିଶୁଣି ଯିହୋବାଙ୍କ ଆଜ୍ଞା ମାନିଲେନି । ଏପରି ଭାବେ ସେମାନେ ପାପ କଲେ ଏବଂ ଯିହୋବାଙ୍କୁ ନିଜ ରାଜା ଭାବେ ସ୍ୱୀକାର କଲେନି । ସେମାନଙ୍କ ଏହି ନିଷ୍ପତ୍ତି ଯୋଗୁଁ ସେମାନଙ୍କୁ ଅନେକ ଦୁଃଖକଷ୍ଟ ସହିବାକୁ ପଡ଼ିଲା ।—ଆଦି ପୁସ୍ତକ ୩:୧୬-୧୯.
୩. ଆଦମ ଓ ହବା ଯାହା କଲେ, ତା ଯୋଗୁଁ ଆମ ଉପରେ କʼଣ ପ୍ରଭାବ ପଡ଼ିଲା ?
ଆଦମ ଓ ହବା ପାପ କଲା ପରେ ଅପରିପୂର୍ଣ୍ଣ ହୋଇଗଲେ । ତେଣୁ ଆଜି ତାଙ୍କ ସନ୍ତାନମାନେ ବି ପାପୀ ଓ ଅପରିପୂର୍ଣ୍ଣ । ବାଇବଲରେ ଆଦମ ବିଷୟରେ ଲେଖାଅଛି, “ଜଣେ ଲୋକ ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହିପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା ।”—ରୋମୀୟ ୫:୧୨.
ଆମ ଉପରେ ଅନ୍ୟ କାରଣଗୁଡ଼ିକ ଯୋଗୁଁ ମଧ୍ୟ ଦୁଃଖକଷ୍ଟ ଆସେ । ବେଳେ ବେଳେ ଆମର କିମ୍ବା ଅନ୍ୟମାନଙ୍କର ଭୁଲ ନିଷ୍ପତ୍ତି ଯୋଗୁଁ ଆମ ଉପରେ ଦୁଃଖକଷ୍ଟ ଆସେ । ଆଉ ବେଳେ ବେଳେ ଆମେ ଭୁଲ ସମୟରେ ଭୁଲ ଜାଗାରେ ଥାଉ, ଆଉ ହଠାତ୍ ଆମ ସହ କିଛି ଅଘଟଣ ଘଟେ, ଯାହା ଯୋଗୁଁ ଆମ ଉପରେ ଦୁଃଖକଷ୍ଟ ଆସେ ।—ଉପଦେଶକ ୯:୧୨ ପଢ଼ନ୍ତୁ ।
ଭାବନ୍ତୁ ଓ ଶିଖନ୍ତୁ
ଜାଣନ୍ତୁ ଯେ ଆମେ କାହିଁକି କହିପାରିବା ଯେ ଆଜି ଯାହା ବି ଖରାପ କାମ ହେଉଛି ଏବଂ ଦୁଃଖକଷ୍ଟ ଆସୁଛି, ତାʼପାଇଁ ଈଶ୍ୱର ଦାୟୀ ନୁହନ୍ତି । ଏହା ମଧ୍ୟ ଜାଣନ୍ତୁ ଯେ ଆମକୁ ଦୁଃଖକଷ୍ଟରେ ଦେଖି ଈଶ୍ୱରଙ୍କୁ କିପରି ଲାଗେ ।
୪. ଦୁଃଖକଷ୍ଟ ପାଇଁ କିଏ ଦାୟୀ ?
ଅନେକ ଲୋକ ଭାବନ୍ତି ଯେ ଈଶ୍ୱର ହିଁ ଏହି ପୃଥିବୀକୁ ଶାସନ କରୁଛନ୍ତି । କିନ୍ତୁ କʼଣ ଏହା ସତ ? ଭିଡିଓ ଦେଖନ୍ତୁ ।
ଯାକୁବ ୧:୧୩ ଓ ୧ ଯୋହନ ୫:୧୯ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଆଜି ଯାହା ଖରାପ କାମ ହେଉଛି ଏବଂ ଆମ ଉପରେ ଯାହା ଦୁଃଖକଷ୍ଟ ଆସୁଛି, କʼଣ ତାʼପାଇଁ ଈଶ୍ୱର ଦାୟୀ ?
୫. ଶୟତାନ ଶାସନ କରିବା ଦିନଠାରୁ କʼଣ କʼଣ ହେଉଛି ?
ଆଦି ପୁସ୍ତକ ୩:୧-୬ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
ଶୟତାନ କʼଣ ମିଛ କଥା କହିଲା ?—ପଦ ୪ ଓ ୫ ଦେଖନ୍ତୁ ।
ଶୟତାନର କେଉଁ କଥାରୁ ଜଣାପଡ଼େ ଯେ ସେ କହିବାକୁ ଚାହୁଁଥିଲା ଯେ ଯିହୋବା ମଣିଷମାନଙ୍କୁ ଭଲ ଜିନିଷଗୁଡ଼ିକ ଦେବାକୁ ଚାହାନ୍ତି ନାହିଁ ?
ଯିହୋବାଙ୍କ ଶାସନର ଅଧୀନରେ ରହି ଜଣେ ମଣିଷ ଖୁସି ରହିପାରିବ ନା ନାହିଁ, ଏବିଷୟରେ ଶୟତାନ କʼଣ କହିଲା ?
ଉପଦେଶକ ୪:୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଯିହୋବାଙ୍କ ଶାସନ ନ ଥିବାରୁ ଦୁନିଆର ପରିସ୍ଥିତି କିପରି ଅଛି ?
୧. ଆଦମ ଓ ହବା ପରିପୂର୍ଣ୍ଣ ଥିଲେ ଏବଂ ଏକ ସୁନ୍ଦର ବଗିଚାରେ ରହୁଥିଲେ । କିନ୍ତୁ ସେମାନେ ଶୟତାନର କଥା ଶୁଣିଲେ ଓ ଯିହୋବାଙ୍କ ବିରୁଦ୍ଧରେ ଗଲେ
୨. ଯିହୋବାଙ୍କ ବିରୁଦ୍ଧରେ ଯିବା ଯୋଗୁଁ ଦୁନିଆରେ ପାପ, ଦୁଃଖକଷ୍ଟ ଓ ମୃତ୍ୟୁ ଆସିଲା
୩. ଯିହୋବା ପାପ, ମୃତ୍ୟୁ ଓ ଦୁଃଖକଷ୍ଟକୁ ଦୂର କରିଦେବେ । ମଣିଷ ପୁଣିଥରେ ପରିପୂର୍ଣ୍ଣ ହୋଇଯିବ ଏବଂ ଏହି ପୃଥିବୀରେ ଏକ ସୁନ୍ଦର ବଗିଚାରେ ରହିବ
୬. ଯିହୋବା ଆମର ଚିନ୍ତା କରନ୍ତି
ଯେତେବେଳେ ଆମ ଉପରେ ଦୁଃଖକଷ୍ଟ ଆସେ, କʼଣ ସେଥିରୁ ଯିହୋବାଙ୍କୁ କିଛି ଫରକ ପଡ଼େ ? ଧ୍ୟାନ ଦିଅନ୍ତୁ ଯେ ରାଜା ଦାଉଦ ଓ ପ୍ରେରିତ ପିତର କʼଣ ଲେଖିଲେ । ଗୀତସଂହିତା ୩୧:୭ ଓ ୧ ପିତର ୫:୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଆମେ ଦୁଃଖରେ ଥିଲା ବେଳେ ଯିହୋବା ତାହା ଧ୍ୟାନ ଦିଅନ୍ତି, କାରଣ ସେ ଆମର ଚିନ୍ତା କରନ୍ତି, ଏହା ଜାଣି ଆପଣଙ୍କୁ କିପରି ଲାଗେ ?
୭. ପରମେଶ୍ୱର ଆମର ସବୁ ଦୁଃଖକଷ୍ଟକୁ ଦୂର କରିଦେବେ
ଯିଶାଇୟ ୬୫:୧୭ ଓ ପ୍ରକାଶିତ ବାକ୍ୟ ୨୧:୩, ୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ମଣିଷମାନଙ୍କର ସବୁ ଦୁଃଖକଷ୍ଟକୁ ଦୂର କରିଦେବେ, ଏହା ଜାଣି ଆପଣଙ୍କୁ କିପରି ସାନ୍ତ୍ୱନା ମିଳେ ?
କʼଣ ଆପଣ ଜାଣନ୍ତି ?
ଏଦନ ବଗିଚାରେ ଶୟତାନ ପ୍ରଥମ ଥର ମିଛ କହି ଯିହୋବାଙ୍କ ନାମ ବଦନାମ କଲା । ସେ ଦାବି କରି କହିଲା ଯେ ଯିହୋବା ଭଲ ରାଜା ନୁହନ୍ତି ଏବଂ ସେ ମଣିଷମାନଙ୍କୁ ପ୍ରେମ କରନ୍ତି ନାହିଁ । ଖୁବ୍ ଶୀଘ୍ର ଯେତେବେଳେ ଈଶ୍ୱର ସବୁ ଦୁଃଖକଷ୍ଟକୁ ଦୂର କରିଦେବେ, ସେତେବେଳେ ସେ ନିଜ ନାମ ଉପରେ ଲାଗିଥିବା ସବୁ କଳଙ୍କକୁ ଦୂର କରିଦେବେ । ଅର୍ଥାତ୍ ଯିହୋବା ପ୍ରମାଣ କରିଦେବେ ଯେ ସେ ହିଁ ସବୁଠୁ ଭଲ ଶାସକ ଅଟନ୍ତି । ଯିହୋବାଙ୍କ ନାମକୁ ପବିତ୍ର କରାଯିବା, ଦୁନିଆର ସବୁଠୁ ମହତ୍ତ୍ୱପୂର୍ଣ୍ଣ ବିଷୟ ଅଟେ ।—ମାଥିଉ ୬:୯, ୧୦.
କିଛି ଲୋକ କହନ୍ତି: “ଈଶ୍ୱର ସୁଖ ବି ଦିଅନ୍ତି, ଦୁଃଖ ବି ଦିଅନ୍ତି ।”
ଆପଣ କʼଣ କହିବେ ?
ଆମେ କʼଣ ଶିଖିଲୁ ?
ଆଜି ଦୁନିଆରେ ଯେତେ ବି ଦୁଃଖକଷ୍ଟ ଅଛି ଓ ଯେତେ ବି ଖରାପ କାମ କରାଯାଉଛି, ତାʼପାଇଁ ଶୟତାନ, ଆଦମ ଓ ହବା ଦାୟୀ । ଆମେ ଦୁଃଖରେ ଥିଲା ବେଳେ ଯିହୋବା ତାହା ଧ୍ୟାନ ଦିଅନ୍ତି, କାରଣ ସେ ଆମର ଚିନ୍ତା କରନ୍ତି । ତେଣୁ ସେ ଖୁବ୍ ଶୀଘ୍ର ସବୁ ଦୁଃଖକଷ୍ଟକୁ ଦୂର କରିଦେବେ ।
ଆପଣ କʼଣ କହିବେ ?
ଶୟତାନ ହବାକୁ କʼଣ ମିଛ କଥା କହିଲା ?
ଆଦମ ଓ ହବା ଯାହା କଲେ, ତାʼର ଆମ ଉପରେ କʼଣ ପ୍ରଭାବ ପଡ଼ିଲା ?
ଆମେ କିପରି ଜାଣୁ ଯେ ଯିହୋବା ଆମର ଚିନ୍ତା କରନ୍ତି ?
ଅଧିକ ଜାଣନ୍ତୁ
ଆସନ୍ତୁ ଜାଣିବା ଯେ ବାଇବଲରେ ପାପର ଅର୍ଥ କʼଣ କୁହାଯାଇଛି ।
ଏଦନ ବଗିଚାରେ ଶୟତାନ ଯିହୋବାଙ୍କ ଉପରେ ଯେଉଁ ପ୍ରଶ୍ନ କଲା, ତାʼବିଷୟରେ ଅଧିକ ଜାଣିବା ପାଇଁ ଆଗକୁ ଦିଆଯାଇଥିବା ଲେଖାକୁ ପଢ଼ନ୍ତୁ ।
“ଈଶ୍ୱର ଦୁଃଖକଷ୍ଟକୁ କାହିଁକି ଅନୁମତି ଦିଅନ୍ତି ?” (ପ୍ରହରୀଦୁର୍ଗ ଲେଖା-ହି)
ଗୋଟିଏ କଠିନ ପ୍ରଶ୍ନ ଯାହାର ଉତ୍ତର ଜାଣିଲେ ସାନ୍ତ୍ୱନା ମିଳେ ।
ଦେଖନ୍ତୁ ଯେ ଜଣେ ବ୍ୟକ୍ତି ଯେତେବେଳେ ଜାଣିଲେ ଯେ ଦୁନିଆରେ ଦୁଃଖକଷ୍ଟ କାହିଁକି ଅଛି, ସେତେବେଳେ ତାଙ୍କୁ କିପରି ଲାଗିଲା ।