ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lff ପାଠ ୪୫
  • ନିଷ୍ପକ୍ଷ ରହିବାର ଅର୍ଥ କʼଣ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିଷ୍ପକ୍ଷ ରହିବାର ଅର୍ଥ କʼଣ ?
  • ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଭାବନ୍ତୁ ଓ ଶିଖନ୍ତୁ
  • ଆମେ କʼଣ ଶିଖିଲୁ ?
  • ଅଧିକ ଜାଣନ୍ତୁ
  • ନିଷ୍ପକ୍ଷ ରହିବା କାହିଁକି ଜରୁରୀ? (ମୀଖା ୪:୨)
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ସତ୍ୟ ଖ୍ରୀଷ୍ଟିୟାନମାନଙ୍କୁ କିପରି ଚିହ୍ନିବା ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଜଗତରୁ ଅଲଗା କିପରି ରହିବା ?
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ଭାଗ ୩ର ଭିଡିଓ ଓ ଲେଖା
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆହୁରି ଦେଖନ୍ତୁ
ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
lff ପାଠ ୪୫
ପାଠ ୪୫. ଜାତୀୟ ସଙ୍ଗୀତ ବାଜୁଛି ଏବଂ ଜଣେ ଯୁବା ଭଉଣୀ ଚୁପ୍‌ଚାପ୍‌ ଠିଆ ହୋଇଛି । ସେ ଜାତୀୟ ସଙ୍ଗୀତ ଗାଉନି କିମ୍ବା ଅନ୍ୟ ବିଦ୍ୟାର୍ଥୀମାନଙ୍କ ଭଳି ନିଜ ହାତ ଛାତିରେ ରଖିନି ।

ପାଠ ୪୫

ନିଷ୍ପକ୍ଷ ରହିବାର ଅର୍ଥ କʼଣ ?

ଛପା ସଂସ୍କରଣ
ଛପା ସଂସ୍କରଣ
ଛପା ସଂସ୍କରଣ

ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଥିଲେ, “ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ ।” (ଯୋହନ ୧୫:୧୯) ଜଗତ ବା ଦୁନିଆରୁ ଅଲଗା ହେବାର ଗୋଟିଏ ଉପାୟ ହେଉଛି, ନିଷ୍ପକ୍ଷ ରହିବା । ଅର୍ଥାତ୍‌, ଆମେ ରାଜନୀତି ବା ଯୁଦ୍ଧରେ କାହାରି ପକ୍ଷ ନେବାନି । କିନ୍ତୁ ଏପରି କରିବା ଆମ ପାଇଁ ସବୁବେଳେ ସହଜ ହୋଇ ନ ଥାଏ । ହୁଏତ ଏହା ଯୋଗୁଁ ଲୋକମାନେ ଆମକୁ ଖରାପ କଥା କହିପାରନ୍ତି ବା ଆମର ମଜାକ ଉଡ଼ାଇପାରନ୍ତି । ତଥାପି ଆମେ କିପରି ନିଷ୍ପକ୍ଷ ରହିପାରିବା ଏବଂ ଯିହୋବାଙ୍କ ବିଶ୍ୱସ୍ତ ରହିପାରିବା ? ଆସନ୍ତୁ ଜାଣିବା ।

୧. ମଣିଷ ସରକାରଗୁଡ଼ିକ ବିଷୟରେ ସତ୍ୟ ଖ୍ରୀଷ୍ଟିୟାନମାନେ କʼଣ ଭାବନ୍ତି ?

ସତ୍ୟ ଖ୍ରୀଷ୍ଟିୟାନମାନେ ସରକାରଗୁଡ଼ିକୁ ଆଦର କରନ୍ତି । ଆମେ ଯୀଶୁଙ୍କ ଏହି କଥା ମାନିଥାଉ, “କାଇସରଙ୍କର ଯାହା, ତାହା କାଇସରଙ୍କୁ ଦିଅ ।” ଏହାର ଅର୍ଥ ଆମେ ଦେଶର ନିୟମ ମାନିଥାଉ, ଯେପରିକି କର ଦେଇଥାଉ । (ମାର୍କ ୧୨:୧୭) ବାଇବଲରେ କୁହାଯାଇଛି ଯେ ମଣିଷ ସରକାରଗୁଡ଼ିକ କେବଳ ଏଥିପାଇଁ ଶାସନ କରୁଛି, କାରଣ ଯିହୋବା ସେମାନଙ୍କୁ ଅନୁମତି ଦେଇଛନ୍ତି । (ରୋମୀୟ ୧୩:୧) ଏଥିରୁ ଜଣାପଡ଼େ ଯେ ସରକାରଗୁଡ଼ିକ ପାଖରେ ଈଶ୍ୱରଙ୍କଠାରୁ କମ୍‌ ଅଧିକାର ଅଛି । କେବଳ ଯିହୋବା ଓ ତାଙ୍କ ରାଜ୍ୟ ହିଁ ମଣିଷମାନଙ୍କ ସମସ୍ୟାଗୁଡ଼ିକୁ ଶେଷ କରିପାରିବ ।

୨. ଆମେ ନିଷ୍ପକ୍ଷ କିପରି ରହିପାରିବା ?

ଆମେ ଯୀଶୁଙ୍କ ଭଳି ରାଜନୀତିରେ ଭାଗ ନେଇ ନ ଥାଉ । ଥରେ ଯୀଶୁଙ୍କ ଚମତ୍କାର ଦେଖି ଲୋକମାନେ ତାଙ୍କୁ ରାଜା କରିବା ପାଇଁ ଚାହୁଁଥିଲେ । କିନ୍ତୁ ଯୀଶୁ ଏଥିରେ ରାଜି ହେଲେନି ଓ ସେଠାରୁ ଚାଲିଗଲେ । (ଯୋହନ ୬:୧୫) ପରେ ସେ କହିଲେ, “ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ ।” (ଯୋହନ ୧୮:୩୬) ଆମେ ବି ଅନେକ ଉପାୟରେ ନିଷ୍ପକ୍ଷ ରହୁ । ଯେପରି, ଆମେ ଯୁଦ୍ଧରେ ଲଢ଼ିବା ପାଇଁ ଯାଇ ନ ଥାଉ । (ମୀଖା ୪:୩ ପଢ଼ନ୍ତୁ ।) ଆମେ ରାଷ୍ଟ୍ରୀୟ ଚିହ୍ନଗୁଡ଼ିକୁ, ଯେପରି ଜାତୀୟ ପତାକାକୁ ଆଦର କରିଥାଉ, କିନ୍ତୁ ସେଗୁଡ଼ିକୁ ଭକ୍ତି କରି ନ ଥାଉ । (୧ ଯୋହନ ୫:୨୧) ଆମେ କୌଣସି ରାଜନୈତିକ ପାର୍ଟି ବା ପ୍ରାର୍ଥୀକୁ ସମର୍ଥନ କରି ନ ଥାଉ, ଏପରିକି ତାଙ୍କ ବିରୋଧରେ ମଧ୍ୟ ଯାଇ ନ ଥାଉ । ଏପରି ଅନେକ ମାମଲା ରହିଛି ଯେଉଁଥିରେ ଆମେ ନିଷ୍ପକ୍ଷ ରହି ଦେଖାଇପାରିବା ଯେ ଆମେ ଈଶ୍ୱରଙ୍କ ସରକାର ବା ତାଙ୍କ ରାଜ୍ୟକୁ ସମର୍ଥନ କରୁ ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ କେଉଁ ପରିସ୍ଥିତିରେ ନିଷ୍ପକ୍ଷ ରହିବା ଆମ ପାଇଁ କଠିନ ହୋଇପାରେ ଏବଂ ସେହି ପରିସ୍ଥିତିରେ ଯିହୋବାଙ୍କୁ ଖୁସି କରୁଥିବା ଭଳି ନିଷ୍ପତ୍ତି ଆମେ କିପରି ନେଇପାରିବା ।

ଜଣେ ବ୍ୟକ୍ତିର ଡାହାଣ ପଟେ ଓ ବାମ ପଟେ ଦୁଇଟି ଅଲଗା ଅଲଗା ରାଜନୈତିକ ପାର୍ଟିର ପ୍ରାର୍ଥୀମାନେ ଅଛନ୍ତି । ସେମାନେ ଲୋକଙ୍କ ସାମନାରେ ଭାଷଣ ଦେଉଛନ୍ତି । କିନ୍ତୁ ଏହି ବ୍ୟକ୍ତି ଜଣକ ତାଙ୍କ ଉପରେ ଧ୍ୟାନ ଦେଉ ନାହାନ୍ତି କି କାହାରି ପକ୍ଷ ମଧ୍ୟ ନେଉ ନାହାନ୍ତି ।

୩. ସତ୍ୟ ଖ୍ରୀଷ୍ଟିୟାନମାନେ ନିଷ୍ପକ୍ଷ ରହନ୍ତି

ନିଷ୍ପକ୍ଷ ରହିବା ବିଷୟରେ ଆମେ ଯୀଶୁ ଓ ତାଙ୍କ ଶିଷ୍ୟମାନଙ୍କଠାରୁ ଅନେକ କଥା ଶିଖିପାରିବା । ରୋମୀୟ ୧୩:୧, ୫-୭ ଓ ୧ ପିତର ୨:୧୩, ୧୪ ପଢ଼ନ୍ତୁ । ତାʼପରେ ଭିଡିଓ ଦେଖନ୍ତୁ ଓ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

ଭିଡିଓ: ସତ୍ୟ ଖ୍ରୀଷ୍ଟିୟାନମାନେ ନିଷ୍ପକ୍ଷ ରହନ୍ତି​—ଭାଗ ୧ (୪:୨୮)

  • ଆମେ କାହିଁକି ସରକାରଗୁଡ଼ିକୁ ଆଦର କରିବା ଉଚିତ୍‌ ?

  • ଆମେ କେଉଁ କେଉଁ ଉପାୟରେ ଦେଖାଇପାରିବା ଯେ ଆମେ ସରକାରଗୁଡ଼ିକର ଅଧୀନରେ ରହୁ ?

ଯେତେବେଳେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ, ସେତେବେଳେ ଅନ୍ୟ ଦେଶଗୁଡ଼ିକ ହୁଏତ ଏହା ଦାବି କରିପାରନ୍ତି ଯେ ସେମାନେ ନିଷ୍ପକ୍ଷ ଅଛନ୍ତି । କିନ୍ତୁ ଦେଖିବାକୁ ଗଲେ ସେମାନେ ସମସ୍ତେ କୌଣସି ନା କୌଣସି ଉପାୟରେ ସେହି ଦୁଇଟି ଦେଶକୁ ସାହାଯ୍ୟ କରୁଥାʼନ୍ତି । ତାହେଲେ ପ୍ରକୃତରେ ନିଷ୍ପକ୍ଷ ରହିବାର ଅର୍ଥ କʼଣ ? ଯୋହନ ୧୭:୧୬ ପଢ଼ନ୍ତୁ, ତାʼପରେ ଭିଡିଓ ଦେଖନ୍ତୁ ଓ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

ଭିଡିଓ: ସତ୍ୟ ଖ୍ରୀଷ୍ଟିୟାନମାନେ ନିଷ୍ପକ୍ଷ ରହନ୍ତି​—ଭାଗ ୨ (୩:୧୧)

  • ନିଷ୍ପକ୍ଷ ରହିବାର ଅର୍ଥ କʼଣ ଓ କʼଣ ନୁହେଁ ?

ଯେତେବେଳେ ସରକାର ଆମକୁ ଈଶ୍ୱରଙ୍କ ବିରୁଦ୍ଧରେ କିଛି କାମ କରିବାକୁ କହେ, ସେତେବେଳେ ଆମେ କʼଣ କରିବା ଉଚିତ୍‌ ? ପ୍ରେରିତ ୫:୨୮, ୨୯ ପଢ଼ନ୍ତୁ, ତାʼପରେ ଭିଡିଓ ଦେଖନ୍ତୁ ଓ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

ଭିଡିଓ: ସତ୍ୟ ଖ୍ରୀଷ୍ଟିୟାନମାନେ ନିଷ୍ପକ୍ଷ ରହନ୍ତି​—ଭାଗ ୩ (୧:୧୮)

  • ଯଦି ମଣିଷମାନଙ୍କର କୌଣସି ନିୟମ ଈଶ୍ୱରଙ୍କ ନିୟମର ବିରୁଦ୍ଧରେ ଅଟେ, ତାହେଲେ ଆମେ କାହାର ନିୟମ ମାନିବା ଉଚିତ୍‌ ?

  • କʼଣ ଆପଣ ଗୋଟିଏ ଏପରି ପରିସ୍ଥିତି କହିପାରିବେ, ଯେତେବେଳେ ଜଣେ ଖ୍ରୀଷ୍ଟିୟାନ ସରକାରର ନିୟମକୁ ମାନିବନି ?

୪. ଆପଣ ଯାହା ଭାବନ୍ତି ଓ ଯାହା କରନ୍ତି, ସେଥିରେ ନିଷ୍ପକ୍ଷ ରହନ୍ତୁ

୧ ଯୋହନ ୫:୨୧ ପଢ଼ନ୍ତୁ, ତାʼପରେ ଭିଡିଓ ଦେଖନ୍ତୁ ଓ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

ଭିଡିଓ: ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କୁ ସାହସ କାହିଁକି ଆବଶ୍ୟକ​—ନିଷ୍ପକ୍ଷ ରହିବା ପାଇଁ (୨:୪୯)

  • ଭାଇ ଆଏଙ୍ଗେ ରାଜନୈତିକ ପାର୍ଟିର ସଦସ୍ୟ ହେବା ପାଇଁ ଓ ପତାକାକୁ ସାଲ୍ୟୁଟ୍‌ କରିବା ପାଇଁ କାହିଁକି ମନା କରିଦେଲେ ?

  • କʼଣ ସେ ଯାହା କଲେ ତାହା ଠିକ୍‌ ଥିଲା ?

ଏପରି ଆଉ କେଉଁ କେଉଁ ପରିସ୍ଥିତି ରହିଛି ଯେଉଁଥିରେ ଆମେ ଅଜାଣତରେ କାହାରି ପକ୍ଷ ନେଇପାରୁ ? ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

ଭିଡିଓ: ପ୍ରହରୀଦୁର୍ଗରୁ ମିଳିଥିବା ଶିକ୍ଷା​—ବିଭକ୍ତ ଦୁନିଆରେ ନିଷ୍ପକ୍ଷ ରହନ୍ତୁ (୫:୧୬)

  • ଯେତେବେଳେ ଦୁଇ ଦେଶ ମଧ୍ୟରେ ମ୍ୟାଚ୍‌ ଚାଲୁଥାଏ, ସେତେବେଳେ ଆମେ କିପରି ନିଷ୍ପକ୍ଷ ରହିପାରିବା ?

  • ନେତାମାନେ ଯେଉଁ ନିଷ୍ପତ୍ତି ନିଅନ୍ତି କିମ୍ବା ନୀତିଗୁଡ଼ିକୁ ତିଆରି କରନ୍ତି, ସେଥିରୁ ହୁଏତ ଆମର ଲାଭ କିମ୍ବା କ୍ଷତି ହୋଇପାରେ । ଏପରି ପରିସ୍ଥିତିରେ ମଧ୍ୟ ଆମେ କିପରି ନିଷ୍ପକ୍ଷ ରହିପାରିବା ?

  • ଆମେ ଯେଉଁ ଖବରଗୁଡ଼ିକ ଶୁଣୁ କିମ୍ବା ଯେଉଁ ଲୋକମାନଙ୍କ ସହ ସାଙ୍ଗ ହେଉ, ତାʼଯୋଗୁଁ ଆମେ କିପରି ଅଜାଣତରେ କାହାରି ପକ୍ଷ ନେଇପାରୁ ?

ଚିତ୍ରଗୁଡ଼ିକ: ୧. ଲୋକଙ୍କ ଗୋଟିଏ ଭିଡ଼ ବହୁତ ରାଗରେ ଅଛି । ଆଉ ସେ ହାତରେ ପୋଷ୍ଟର ନେଇ ଧାରଣା କରୁଛି । ୨. ଗୋଟିଏ ମ୍ୟାଚ୍‌ ଚାଲୁଛି ଓ ଜଣେ ବ୍ୟକ୍ତି ନିଜ ଦେଶର ପତାକା ନେଇ ଖୁସିରେ ଚିଲାଉଛି । ୩. ଜଣେ ବିଦ୍ୟାର୍ଥୀ ନିଜ ଛାତିରେ ହାତ ରଖି ଜାତୀୟ ସଙ୍ଗୀତ ଗାଉଛି । ୪. ଜଣେ ସୈନିକ ନିଜ ହାତରେ ମେସିନ୍‌ ଗନ ଧରିଛି । ୫. ଦୁଇଟି ରାଜନୈତିକ ପ୍ରାର୍ଥୀ ଷ୍ଟେଜ୍‌ରେ ଠିଆ ହୋଇ ଭୋଟ ମାଗୁଛନ୍ତି । ୬. ଭୋଟ ଦେବା ସମୟରେ ଜଣେ ମହିଳା ମତଦାନ ପେଟିରେ ନିଜ ଭୋଟ ଦେଉଛି ।

କେଉଁ କେଉଁ ମାମଲାରେ ଜଣେ ଖ୍ରୀଷ୍ଟିୟାନ ଯାହା ଭାବେ ଏବଂ ଯାହା କାମ କରେ, ସେଥିରେ ନିଷ୍ପକ୍ଷ ରହିବା ଉଚିତ୍‌ ?

ହୁଏତ କେହି ପଚାରିପାରନ୍ତି: “ଆପଣ ଜାତୀୟ ପତାକାକୁ ସାଲ୍ୟୁଟ୍‌ କାହିଁକି କରନ୍ତିନି କିମ୍ବା ଜାତୀୟ ସଙ୍ଗୀତ କାହିଁକି ଗାଆନ୍ତିନି ?”

  • ଆପଣ କʼଣ ଉତ୍ତର ଦେବେ ?

ଆମେ କʼଣ ଶିଖିଲୁ ?

ଖ୍ରୀଷ୍ଟିୟାନମାନେ ରାଜନୈତିକ ମାମଲାଗୁଡ଼ିକରେ ନିଷ୍ପକ୍ଷ ରହନ୍ତି । ସେମାନେ ଯାହା ଭାବନ୍ତି, ଯାହା କହନ୍ତି ଓ ଯାହା କରନ୍ତି, ସବୁଥିରେ ନିଷ୍ପକ୍ଷ ରହିବା ପାଇଁ ଚେଷ୍ଟା କରନ୍ତି ।

ଆପଣ କʼଣ କହିବେ ?

  • ସରକାରଗୁଡ଼ିକୁ ଆମଠାରୁ କʼଣ ପାଇବାର ଅଧିକାର ଅଛି ?

  • ଆମେ ରାଜନୈତିକ ମାମଲାଗୁଡ଼ିକରେ କାହିଁକି ନିଷ୍ପକ୍ଷ ରହୁ ?

  • କେଉଁ ପରିସ୍ଥିତିରେ ନିଷ୍ପକ୍ଷ ରହିବା ସହଜ ହୋଇ ନ ଥାଏ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ନିଷ୍ପକ୍ଷ ରହିବା ପାଇଁ ଆମକୁ କେଉଁ କେଉଁ ତ୍ୟାଗ କରିବାକୁ ପଡ଼ିପାରେ ?

ଯିହୋବା ସବୁବେଳେ ଆମର ଯତ୍ନ ନେଲେ (୩:୧୪)

ଭବିଷ୍ୟତରେ ଯେପରି ଆମେ ନିଷ୍ପକ୍ଷ ରହିପାରିବା, ତାʼପାଇଁ ପରିବାର ଏବେଠୁ କʼଣ କରିପାରିବ ?

ସାର୍ବଜନିକ ଜାଗାଗୁଡ଼ିକରେ ନିଷ୍ପକ୍ଷ ରହନ୍ତୁ (୪:୨୫)

ଜଣେ ବ୍ୟକ୍ତି ବହୁତ ବଡ଼ ଅଫିସର ଥିଲେ । ତାଙ୍କୁ ଦେଶର ରକ୍ଷା କରିବାର ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ତାଙ୍କୁ ଏହାଠୁ ବି ବଡ଼ ସମ୍ମାନ ମିଳିଲା । ଆସନ୍ତୁ ଜାଣିବା ତାହା କʼଣ ଥିଲା ।

ଈଶ୍ୱରଙ୍କ ପାଇଁ ସବୁକିଛି ସମ୍ଭବ (୫:୧୯)

ସତ୍ୟ ଖ୍ରୀଷ୍ଟିୟାନମାନେ ଏହି ଜଗତର ଭାଗ ନୁହନ୍ତି । କʼଣ ଏକଥା ଚାକିରି ମାମଲାରେ ମଧ୍ୟ ସତ ? ଆସନ୍ତୁ ଜାଣିବା ।

“ପ୍ରତ୍ୟେକ ଜଣ ଆପଣା ଭାର ବହନ କରିବ” (ପ୍ରହରୀଦୁର୍ଗ-ହି, ୧୫ ମାର୍ଚ୍ଚ, ୨୦୦୬)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ