ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lff ପାଠ ୩୬
  • ସବୁ କଥାରେ ସଚ୍ଚୋଟ ରହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସବୁ କଥାରେ ସଚ୍ଚୋଟ ରହନ୍ତୁ
  • ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଭାବନ୍ତୁ ଓ ଶିଖନ୍ତୁ
  • ଆମେ କʼଣ ଶିଖିଲୁ ?
  • ଅଧିକ ଜାଣନ୍ତୁ
  • ସମସ୍ତ ବିଷୟରେ ସଚ୍ଚୋଟ ହୁଅନ୍ତୁ
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
lff ପାଠ ୩୬
ପାଠ ୩୬. ଜଣେ ବ୍ୟକ୍ତି ଗୋଟିଏ ସରକାରୀ କାଗଜରେ ଦସ୍ତଖତ କରୁଛନ୍ତି ।

ପାଠ ୩୬

ସବୁ କଥାରେ ସଚ୍ଚୋଟ ରହନ୍ତୁ

ଛପା ସଂସ୍କରଣ
ଛପା ସଂସ୍କରଣ
ଛପା ସଂସ୍କରଣ

ସମସ୍ତେ ନିଜ ସାଙ୍ଗମାନଙ୍କଠାରୁ ଚାହାନ୍ତି ଯେ ସେମାନେ ସତ କହନ୍ତୁ ଓ ସଚ୍ଚୋଟ ରହନ୍ତୁ । ଯିହୋବା ମଧ୍ୟ ନିଜ ସାଙ୍ଗମାନଙ୍କଠାରୁ ଏହା ହିଁ ଚାହାନ୍ତି । କିନ୍ତୁ ଏ ଦୁନିଆରେ ସଚ୍ଚୋଟ ରହିବା ଏତେ ସହଜ କଥା ନୁହେଁ । ତଥାପି ଯଦି ଆମେ ସଚ୍ଚୋଟ ରହିବା, ତାହେଲେ କʼଣ ଲାଭ ହେବ ? ଆସନ୍ତୁ ସେବିଷୟରେ ଜାଣିବା ।

୧. ସଚ୍ଚୋଟ ରହିବାର ସବୁଠୁ ବଡ଼ କାରଣ କʼଣ ?

ଯେତେବେଳେ ଆମେ ସତ କହୁ ଓ ସଚ୍ଚୋଟ ରହୁ, ସେତେବେଳେ ଆମେ ଦେଖାଉ ଯେ ଆମେ ଯିହୋବାଙ୍କୁ ପ୍ରେମ କରୁ ଏବଂ ତାଙ୍କୁ ଆଦର କରୁ । ଯିହୋବା ଆମ ବିଷୟରେ ସବୁକିଛି ଜାଣନ୍ତି । ଯେପରି ଆମେ କʼଣ ଭାବୁ ଓ କʼଣ କରୁ । (ଏବ୍ରୀ ୪:୧୩) ଯେତେବେଳେ ସେ ଦେଖନ୍ତି ଯେ ଆମେ ସବୁ ସମୟରେ ସଚ୍ଚୋଟ ରହୁ, ସେତେବେଳେ ସେ ବହୁତ ଖୁସି ହୁଅନ୍ତି । ବାଇବଲରେ ଲେଖାଅଛି, ‘ଖଳ [“କପଟୀ,” NWT] ଲୋକ ଯିହୋବାଙ୍କର ଘୃଣାପାତ୍ର; ମାତ୍ର ସରଳାଚାରୀମାନଙ୍କ [ବା ସଚ୍ଚୋଟ ଲୋକମାନଙ୍କ] ସଙ୍ଗେ ତାହାଙ୍କର ମିତ୍ରାଳାପ ଥାଏ ।’​—ହିତୋପଦେଶ ୩:୩୨.

୨. ଆମେ ପ୍ରତିଦିନ ଯେଉଁ କାମ କରୁ, ସେଥିରୁ ଆମେ କିପରି ଦେଖାଇପାରିବା ଯେ ଆମେ ସଚ୍ଚୋଟ ଅଟୁ ?

ଯିହୋବା ଆମକୁ କହନ୍ତି ଯେ “ଆପଣା ପ୍ରତିବାସୀର ନିକଟରେ ସତ୍ୟ କହ ।” (ଯିଖରୀୟ ୮:୧୬, ୧୭) ଏହାର ଅର୍ଥ ଆମକୁ ନିଜ ପରିବାରର ଲୋକମାନଙ୍କୁ, ମଣ୍ଡଳୀର ଭାଇଭଉଣୀମାନଙ୍କୁ, ଆମ ସହ କାମ କରୁଥିବା ଲୋକମାନଙ୍କୁ ଓ ସରକାରୀ ଅଧିକାରୀମାନଙ୍କୁ ମିଛ କହିବା ଉଚିତ୍‌ ନୁହେଁ । ଏପରିକି ସେମାନଙ୍କଠାରୁ କିଛି କଥା ଲୁଚାଇବା ଉଚିତ୍‌ ନୁହେଁ । ଆମେ କେବେ ବି କୌଣସି ଜିନିଷ ଚୋରି କରି ନ ଥାଉ ଓ କାହାରିକୁ ଧୋକା ଦେଇ ନ ଥାଉ । (ହିତୋପଦେଶ ୨୪:୨୮ ଓ ଏଫିସୀୟ ୪:୨୮ ପଢ଼ନ୍ତୁ ।) ତାʼସହ ଆମେ ସରକାରକୁ ଯେଉଁ କର କିମ୍ବା ଟ୍ୟାକ୍ସ ଦେବା କଥା, ତାହା ଆମେ ଦେଇଥାଉ । (ରୋମୀୟ ୧୩:୫-୭) ଏପରି କରି ଆମେ ଦେଖାଉ ଯେ ଆମେ ‘ବିଶ୍ୱସ୍ତ’ ଓ ସଚ୍ଚୋଟ ଅଟୁ ।​—ତୀତସ ୨:୧୦.

୩. ସଚ୍ଚୋଟ ରହିଲେ କʼଣ କʼଣ ଲାଭ ହେବ ?

ଯେତେବେଳେ ଆମେ ସଚ୍ଚୋଟ ରହୁ, ସେତେବେଳେ ଲୋକମାନେ ଆମ ଉପରେ ଭରସା କରନ୍ତି । ମଣ୍ଡଳୀର ଭାଇଭଉଣୀମାନେ ମଧ୍ୟ ଆମ ଉପରେ ଭରସା କରନ୍ତି ଏବଂ ଏହା ଯୋଗୁଁ ଆମ ମଧ୍ୟରେ ପରିବାର ଭଳି ପ୍ରେମ ଥାଏ । ସଚ୍ଚୋଟ ରହିଲେ ଆମ ବିବେକ ଶୁଦ୍ଧ ରହେ । କେବଳ ଏତିକି ନୁହେଁ, ଏପରି କରି ଆମେ “ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଶିକ୍ଷାର ଅଳଙ୍କାର ସ୍ୱରୂପ” ହେଉ ଏବଂ ଏହା ଦେଖି ଲୋକମାନେ ଯିହୋବାଙ୍କ ବିଷୟରେ ଶିଖିବା ପାଇଁ ଆଗ୍ରହ ଦେଖାନ୍ତି ।​—ତୀତସ ୨:୧୦.

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଯେତେବେଳେ ଆପଣ ସଚ୍ଚୋଟ ରହନ୍ତି, ସେତେବେଳେ ଯିହୋବାଙ୍କୁ କିପରି ଲାଗେ, ଏପରି କଲେ ଆପଣଙ୍କୁ କʼଣ ଲାଭ ହେବ ଏବଂ ଆପଣ କେଉଁ କେଉଁ ମାମଲାଗୁଡ଼ିକରେ ସଚ୍ଚୋଟ ରହିପାରିବେ ।

୪. ଆମେ ସଚ୍ଚୋଟ ଥିଲେ ଯିହୋବା ଖୁସି ହୁଅନ୍ତି

ଗୀତସଂହିତା ୪୪:୨୧ ଓ ମଲାଖି ୩:୧୬ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଏହା ଭାବିବା କାହିଁକି ଭୁଲ ହେବ ଯେ ଆମେ ଯିହୋବାଙ୍କଠାରୁ ସତକୁ ଲୁଚାଇପାରିବା ?

  • ଯେତେବେଳେ ସତ କହିବା ସହଜ ନ ଥାଏ, ସେତେବେଳେ ମଧ୍ୟ ସତ କହିଲେ ଯିହୋବାଙ୍କୁ କିପରି ଲାଗେ ?

ଜଣେ ପିତା ଆଣ୍ଠେଇ ନିଜ ଝିଅର କଥା ଶୁଣୁଛନ୍ତି । ପାଖରେ ହିଁ ଗୋଟିଏ ଟେବୁଲ ଉପରେ ଗ୍ଲାସରେ ଥିବା ଜୁସ୍‌ ପଡ଼ିଯାଇଛି ।

ଯେତେବେଳେ ଜଣେ ପିଲା ସତ କହେ, ସେତେବେଳେ ତାʼ ବାପାମାଆ ବହୁତ ଖୁସି ହୁଅନ୍ତି । ଯେତେବେଳେ ଆମେ ସତ କହୁ, ସେତେବେଳେ ଯିହୋବା ବହୁତ ଖୁସି ହୁଅନ୍ତି

୫. ସବୁବେଳେ ସଚ୍ଚୋଟ ରହନ୍ତୁ

ଅନେକ ଲୋକ ଭାବନ୍ତି ଯେ ସବୁବେଳେ ସଚ୍ଚୋଟ ରହିବା ସମ୍ଭବ ନୁହେଁ । କିନ୍ତୁ ଆସନ୍ତୁ ଦେଖିବା ଯେ ଆମେ କାହିଁକି ସବୁବେଳେ ସଚ୍ଚୋଟ ରହିବା ଉଚିତ୍‌ । ଭିଡିଓ ଦେଖନ୍ତୁ ।

ଭିଡିଓ: ଆମକୁ କେଉଁଥିରୁ ଖୁସି ମିଳିପାରେ​—ଶୁଦ୍ଧ ବିବେକ (୨:୩୨)

‘ଆମକୁ କେଉଁଥିରୁ ଖୁସି ମିଳିପାରେ​—ଶୁଦ୍ଧ ବିବେକ’ ଭିଡିଓର ଗୋଟିଏ ଦୃଶ୍ୟ । ବେନ୍‌ ନିଜ ମାଲିକଙ୍କୁ ସବୁ କଥା ସତ ସତ କହନ୍ତି । ସେ କହନ୍ତି ଯେ ତାଙ୍କ ଭୁଲ ଯୋଗୁଁ କମ୍ପାନୀର ଗୋଟିଏ ଦାମୀ ମେସିନ୍‌ ଖରାପ ହୋଇଗଲା, ତାʼପରେ ଦୁଇଜଣ ହାତ ମିଳାନ୍ତି ।

ଏବ୍ରୀ ୧୩:୧୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଆମେ ନିଜ ପରିବାର ଲୋକଙ୍କ ପ୍ରତି କିପରି ସଚ୍ଚୋଟ ରହିପାରିବା ?

  • ଆମେ କାମ ଜାଗାରେ କିମ୍ବା ସ୍କୁଲରେ କିପରି ସଚ୍ଚୋଟ ରହିପାରିବା ?

  • ଆମେ ଅନ୍ୟ ପରିସ୍ଥିତିଗୁଡ଼ିକରେ କିପରି ସଚ୍ଚୋଟ ରହିପାରିବା ?

୬. ସଚ୍ଚୋଟ ରହିଲେ ଆମକୁ ଲାଭ ହୁଏ

ସଚ୍ଚୋଟ ରହିଲେ ହୁଏତ ଆମକୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିପାରେ । କିନ୍ତୁ ଆଗକୁ ଯାଇ ଆମକୁ ସବୁବେଳେ ଲାଭ ହିଁ ହୁଏ । ଗୀତସଂହିତା ୩୪:୧୨-୧୬ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ସଚ୍ଚୋଟ ରହିଲେ ଆପଣଙ୍କୁ କʼଣ ଲାଭ ହୋଇପାରେ ?

୧. ଜଣେ ସ୍ୱାମୀ ସ୍ତ୍ରୀ ସାଙ୍ଗରେ ମିଶି ଚା’ ପିଉଛନ୍ତି ଓ କଥାବାର୍ତ୍ତା କରୁଛନ୍ତି । ୨. ଜଣେ କର୍ମଚାରୀକୁ ତାʼ ମାଲିକ ପ୍ରଶସା କରୁଛନ୍ତି । ୩. ଜଣେ ଲୋକ ପୋଲିସ ଅଫିସରକୁ ନିଜ ପରିଚୟ ପତ୍ର ଦେଖାଉଛନ୍ତି ।
  1. ୧. ଯେତେବେଳେ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ସତ କହନ୍ତି, ସେମାନଙ୍କ ସମ୍ପର୍କ ମଜବୁତ୍‌ ହୁଏ

  2. ୨. ଯେତେବେଳେ ଜଣେ ବ୍ୟକ୍ତି ସଚ୍ଚୋଟତାର ସହ ନିଜ କାମ କରେ, ସେତେବେଳେ ତାʼ ମାଲିକ ତାʼ ଉପରେ ଭରସା କରିପାରେ

  3. ୩. ଯେତେବେଳେ ଜଣେ ନାଗରିକ ସଚ୍ଚୋଟତାର ସହ ନିୟମଗୁଡ଼ିକୁ ପାଳନ କରେ, ସେତେବେଳେ ଅଧିକାରୀମାନେ ତାʼ ଉପରେ ଭରସା କରିପାରନ୍ତି ଓ ତାʼର ଗୋଟିଏ ଭଲ ନାଁ ହୁଏ

କିଛି ଲୋକ କହନ୍ତି: “ଯଦି ମିଛ କହିଲେ କାହାରି ଭଲ ହୁଏ, ତାହେଲେ ସେହି ମିଛକୁ ମିଛ ବୋଲି କୁହାଯାଏନି ।”

  • ଆପଣ କାହିଁକି ଭରସା କରନ୍ତି ଯେ ଯିହୋବା ସବୁ ପ୍ରକାରର ମିଛକୁ ଘୃଣା କରନ୍ତି ?

ଆମେ କʼଣ ଶିଖିଲୁ ?

ଯିହୋବା ଚାହାନ୍ତି ଯେ ତାଙ୍କ ସାଙ୍ଗମାନେ ସବୁବେଳେ ସତ କହନ୍ତୁ ଏବଂ ସବୁ କାମ ସଚ୍ଚୋଟତାର ସହ କରନ୍ତୁ ।

ଆପଣ କʼଣ କହିବେ ?

  • ଆମେ କେଉଁ କେଉଁ ଉପାୟରେ ଦେଖାଇପାରିବା ଯେ ଆମେ ସଚ୍ଚୋଟ ଅଟୁ ?

  • ଏହା ଭାବିବା କାହିଁକି ଭୁଲ ହେବ ଯେ ଆମେ ଯିହୋବାଙ୍କଠାରୁ ସତକୁ ଲୁଚାଇପାରିବା ?

  • ଆପଣ କାହିଁକି ସବୁବେଳେ ସଚ୍ଚୋଟ ରହିବାକୁ ଚାହିଁବେ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ବାପାମାଆ ନିଜ ପିଲାମାନଙ୍କୁ ସତ କହିବା କିପରି ଶିଖାଇପାରିବେ ?

ସତ କହନ୍ତୁ (୧:୪୪)

ଆମେ ଯାହା କରିବା ପାଇଁ ପ୍ରତିଜ୍ଞା କରୁ, ତାହା ପୂରା କଲେ କʼଣ ଲାଭ ହୁଏ ?

ପ୍ରତିଜ୍ଞା ପୂରଣ କରନ୍ତୁ, ଆଶିଷ ପାଆନ୍ତୁ (୯:୦୯)

ଆମେ ଯେଉଁ କର କିମ୍ବା ଟ୍ୟାକ୍ସ ଭରୁ, ହୁଏତ ତାହାର ଭୁଲ ବ୍ୟବହାର କରାଯାଇପାରେ, ତଥାପି ଆମେ କାହିଁକି ଟ୍ୟାକ୍ସ ଦେବା ଉଚିତ୍‌ ? ଆସନ୍ତୁ ଜାଣିବା ।

“କʼଣ ଟ୍ୟାକ୍ସ ଦେବା ଜରୁରୀ ?” (ପ୍ରହରୀଦୁର୍ଗ ଲେଖା-ହି)

ଜଣେ ବ୍ୟକ୍ତି ପୂର୍ବେ ଲୋକମାନଙ୍କୁ ଠକୁଥିଲା ଓ ଧୋକା ଦେଉଥିଲା । ଜାଣନ୍ତୁ ଯେ କେଉଁ କଥା ତାକୁ ବଦଳିବା ପାଇଁ ସାହାଯ୍ୟ କଲା ।

“ମୁଁ ଜାଣିଲି ଯେ ଯିହୋବା ଦୟାଳୁ ଅଟନ୍ତି ଏବଂ କ୍ଷମା କରନ୍ତି” (ପ୍ରହରୀଦୁର୍ଗ-ହି, ଜୁଲାଇ-ସେପ୍ଟେମ୍ବର, ୨୦୧୫)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ