ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w22 ଡିସେମ୍ବର ପୃଷ୍ଠା ୨୮-୩୦
  • କʼଣ ଆପଣ “ପୃଥିବୀର ଅଧିକାରୀ” ହେବା ପାଇଁ ପ୍ରସ୍ତୁତ ଅଛନ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣ “ପୃଥିବୀର ଅଧିକାରୀ” ହେବା ପାଇଁ ପ୍ରସ୍ତୁତ ଅଛନ୍ତି ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • କʼଣ ଆପଣ ପୃଥିବୀକୁ ପାରଦୀଶ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ?
  • କʼଣ ଆପଣ ଜୀବିତ କରାଯାଇଥିବା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ?
  • କʼଣ ଆପଣ ଜୀବିତ କରାଯାଇଥିବା ଲୋକମାନଙ୍କୁ ଶିଖାଇବା ପାଇଁ ପ୍ରସ୍ତୁତ ଅଛନ୍ତି ? 
  • ମରିଯାଇଥିବା ଲୋକଙ୍କୁ ପୁଣିଥରେ ଜୀବିତ କରାଯିବ !
    ବାଇବଲ ଆମକୁ କʼଣ ଶିଖାଏ?
  • ଭାଗ ୧୦
    ଈଶ୍ୱରଙ୍କ ବାଣୀ ଶୁଣ
  • ଭାଗ ୮
    ଈଶ୍ୱରଙ୍କ ବାଣୀ ଶୁଣ
  • ମରିଯାଇଥିବା ଆମ ସାଙ୍ଗ ଓ ପରିବାର ଲୋକଙ୍କୁ ପୁଣି ଜୀବିତ କରାଯିବ !
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
w22 ଡିସେମ୍ବର ପୃଷ୍ଠା ୨୮-୩୦
ଲୋକମାନେ ପୃଥିବୀକୁ ପାରଦୀଶ କରୁଛନ୍ତି । କିଛି ଲୋକମାନେ ଧ୍ୱଂସାବଶେଷକୁ ହଟାଉଛନ୍ତି, କିଛି ଲୋକ ଘର ତିଆରି କରୁଛନ୍ତି ଓ ଆଉ କିଛି ଲୋକମାନେ ବଗିଚାରେ କାମ କରୁଛନ୍ତି ।

କʼଣ ଆପଣ “ପୃଥିବୀର ଅଧିକାରୀ” ହେବା ପାଇଁ ପ୍ରସ୍ତୁତ ଅଛନ୍ତି ?

ଯୀଶୁ କହିଥିଲେ, “ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ ।” (ମାଥି. ୫:୫) ଆମେ ସମସ୍ତେ ସେସମୟର ଆଗ୍ରହର ସହ ଅପେକ୍ଷା କରୁଛୁ ଯେବେ ଯୀଶୁ ନିଜର ଏହି ପ୍ରତିଜ୍ଞା ପୂରା କରିବେ । ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ସେସମୟରେ ପୃଥିବୀର ଅଧିକାରୀ ହେବେ, ଯେବେ ସେମାନେ ଯୀଶୁଙ୍କ ସହିତ ମିଶି ସ୍ୱର୍ଗରୁ ପୃଥିବୀରେ ଶାସନ କରିବେ । (ପ୍ରକା. ୫:୧୦; ୨୦:୬) କିନ୍ତୁ ଅଧିକାଂଶ ଖ୍ରୀଷ୍ଟିୟାନମାନେ ସେସମୟରେ ପୃଥିବୀର ଅଧିକାରୀ ହେବେ, ଯେବେ ସେମାନେ ଏହି ପୃଥିବୀରେ ସବୁଦିନ ଯାଏ ବଞ୍ଚିବେ । ତେବେ ସେମାନେ ପରିପୂର୍ଣ୍ଣ ହୋଇଯିବେ, ପରସ୍ପର ମଧ୍ୟରେ ଶାନ୍ତି ରହିବ ଓ ସମସ୍ତେ ବହୁତ ଖୁସିରେ ରହିବେ । କିନ୍ତୁ ତାʼ ପୂର୍ବରୁ ସେମାନଙ୍କୁ ବହୁତ କିଛି କରିବାକୁ ପଡ଼ିବ । ଆସନ୍ତୁ ସେମଧ୍ୟରୁ ତିନୋଟି କଥା ଉପରେ ଧ୍ୟାନ ଦେବା: ସେମାନଙ୍କୁ ଏ ପୃଥିବୀକୁ ପାରଦୀଶ କରିବାକୁ ପଡ଼ିବ, ନୂଆ ଦୁନିଆରେ ଜୀବିତ କରାଯାଇଥିବା ଲୋକମାନଙ୍କର ସାହାଯ୍ୟ କରିବାକୁ ପଡ଼ିବ ଓ ସେମାନଙ୍କୁ ଶିଖାଇବାକୁ ପଡ଼ିବ । ଆସନ୍ତୁ ଏହା ବି ଜାଣିବା ଯେ ସେସମୟରେ ଏହି କାମରେ ସାହାଯ୍ୟ କରିବା ପାଇଁ ଆମେ ଏବେଠୁ କʼଣ କରିପାରିବା ।

କʼଣ ଆପଣ ପୃଥିବୀକୁ ପାରଦୀଶ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ?

ମଣିଷମାନଙ୍କୁ ସୃଷ୍ଟି କରିବା ପରେ ଈଶ୍ୱର ସେମାନଙ୍କୁ କହିଥିଲେ, “ପୁଣି ପୃଥିବୀକି ପରିପୂର୍ଣ୍ଣ କରି ବଶୀଭୂତ କର ।” (ଆଦି. ୧:୨୮) ତାʼ ଅର୍ଥ ଯିହୋବା ଚାହୁଁଥିଲେ ଯେ ଦିନେ ସାରା ପୃଥିବୀ ପାରଦୀଶ ହୋଇଯାଉ । ଆଗକୁ ଯାଇ ଯେଉଁ ଲୋକମାନେ ପୃଥିବୀର ଅଧିକାରୀ ହେବେ, ସେମାନେ ଈଶ୍ୱରଙ୍କ ସେହି ଇଚ୍ଛାକୁ ପୂରା କରିବେ ଓ ପୃଥିବୀକୁ ପାରଦୀଶ କରିବେ । ଯିହୋବା ଆଦମ ଓ ହବାକୁ ଏଦନ ଉଦ୍ୟାନ ଦେଇଥିଲେ, ସେମାନଙ୍କୁ କେବଳ ତାʼର ସୀମା ବଢ଼ାଇବାର ଥିଲା । କିନ୍ତୁ ହର୍ମିଗିଦ୍ଦୋନ୍‌ ପରେ ଲୋକମାନଙ୍କୁ ସବୁକିଛି ଆରମ୍ଭରୁ କରିବାକୁ ପଡ଼ିବ । ସେମାନଙ୍କୁ ବହୁତ ସଫାସୁତୁରା କରିବାକୁ ପଡ଼ିବ ଓ ପୃଥିବୀକୁ ସୁନ୍ଦର କରିବାକୁ ପଡ଼ିବ । ସେସମୟରେ ସତରେ କରିବା ପାଇଁ ବହୁତ କିଛି ଥିବ !

ଯେବେ ଇସ୍ରାଏଲୀୟମାନେ ବାବିଲରୁ ପୁଣିଥରେ ନିଜ ଦେଶକୁ ଫେରିଲେ, ତେବେ ସେମାନଙ୍କୁ ଏପରି ହିଁ କିଛି କରିବାର ଥିଲା । ସେମାନଙ୍କ ଦେଶ ୭୦ ବର୍ଷରୁ ଧ୍ୱଂସ ହୋଇ ରହିଥିଲା । କିନ୍ତୁ ଯିଶାଇୟ ଭବିଷ୍ୟତବାଣୀ କରିଥିଲେ ଯେ ଯିହୋବାଙ୍କ ସାହାଯ୍ୟରେ ସେମାନେ ପୁଣିଥରେ ସେହି ଦେଶକୁ ସୁନ୍ଦର କରିପାରିବେ । ଯିଶାଇୟ ଲେଖିଥିଲେ, “ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ୟ ଓ ତାହାର ମରୁଭୂମିକି ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ୟ କରିଅଛନ୍ତି ।” (ଯିଶା. ୫୧:୩) ଆଉ ଠିକ୍‌ ଏପରି ହିଁ ହେଲା । ସେହିପରି ଆଗକୁ ଯାଇ ଯେଉଁ ଲୋକମାନେ ପୃଥିବୀର ଅଧିକାରୀ ହେବେ, ସେମାନେ ମଧ୍ୟ ଯିହୋବାଙ୍କ ଆଶିଷରୁ ପୃଥିବୀକୁ ପାରଦୀଶ କରିଦେବେ । କିନ୍ତୁ ଆପଣ ନୂଆ ଦୁନିଆରେ ଏହି କାମରେ ସାହାଯ୍ୟ କରିବା ପାଇଁ ଆଜି ମଧ୍ୟ ବହୁତ କିଛି କରିପାରିବେ ।

ଆପଣ ନିଜ ଘର ଓ ଆଖପାଖ ଜାଗାକୁ ସଫାସୁତୁରା ରଖିପାରିବେ । ଯଦିଓ ଆପଣଙ୍କ ପଡ଼ୋଶୀ ଏପରି କରନ୍ତୁ ବା ନ କରନ୍ତୁ, ଆପଣ ସଫାସୁତୁରା ପ୍ରତି ପୂରା ଧ୍ୟାନ ରଖିପାରିବେ । ଆପଣ ନିଜ ରାଜ୍ୟ ଘର ଓ ସମ୍ମିଳନୀ ଭବନର ସଫାସୁତୁରା ଓ ଦେଖାରେଖାରେ ମଧ୍ୟ ସାହାଯ୍ୟ କରିପାରିବେ । ଯଦି ସମ୍ଭବ ଆପଣ ରିଲିଫ୍‌ କାମରେ ଭାଗ ନେବା ପାଇଁ ଫର୍ମ ଭରିପାରିବେ । ଏପରି କରିବା ଦ୍ୱାରା ଭାଇମାନଙ୍କୁ ଜଣାଥିବ ଯେ ଆପଣ ଦରକାର ସମୟରେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବେ । ନିଜକୁ ପଚାରନ୍ତୁ, ‘ମୁଁ ଆଜି କେଉଁ ଦକ୍ଷତା ବଢ଼ାଇପାରିବି ଯାହା ନୂଆ ଦୁନିଆରେ ମଧ୍ୟ କାମରେ ଆସିବ ?’

କିଛି ଭାଇଭଉଣୀ ରାଜ୍ୟ ଘର ସଫାସୁତୁରା କରୁଛନ୍ତି ।

କʼଣ ଆପଣ ଜୀବିତ କରାଯାଇଥିବା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ?

ଧ୍ୟାନ ଦିଅନ୍ତୁ ଯେ ଯେବେ ଯୀଶୁ ଯାଈରସଙ୍କ ଝିଅକୁ ଜୀବିତ କରିଥିଲେ, ତେବେ କʼଣ ହୋଇଥିଲା । ତାକୁ ଜୀବିତ କରିବାର ତୁରନ୍ତ ପରେ ଯୀଶୁ କହିଲେ ଯେ ସେହି ଝିଅକୁ କିଛି ଖାଇବା ପାଇଁ ଦିଆଯାଉ । (ମାର୍କ ୫:୪୨, ୪୩) ୧୨ ବର୍ଷର ସେହି ଝିଅକୁ ଖାଇବା ପାଇଁ ଦେବା କୌଣସି ବଡ଼ କଥା ନ ଥିଲା, କାରଣ ସେ ଝିଅକୁ ଟିକେ ହିଁ ଖାଦ୍ୟ ଦରକାର ଥିବ । କିନ୍ତୁ ଭାବନ୍ତୁ, ‘ଯେଉଁ ସମୟରେ ସମାଧିସ୍ଥ ସମସ୍ତେ ଯୀଶୁଙ୍କ ସ୍ୱର ଶୁଣିବେ ଓ ବାହାର ହୋଇ ଆସିବେ,’ ତେବେ ସେସମୟରେ ଆମକୁ ସେହି ଲୋକମାନଙ୍କ ପାଇଁ କେତେ କିଛି କରିବାକୁ ପଡ଼ିବ । (ଯୋହ. ୫:୨୮, ୨୯) ବାଇବଲରେ ଏବିଷୟରେ ବେଶି କିଛି କୁହାଯାଇ ନାହିଁ, କିନ୍ତୁ ଏହା ସ୍ପଷ୍ଟ ଯେ ସେମାନଙ୍କୁ ଖାଦ୍ୟ, ରହିବା ପାଇଁ ଜାଗା ଓ କପଡ଼ାର ଦରକାର ପଡ଼ିବ । ଆମକୁ ସେମାନଙ୍କ ପାଇଁ ଏସମସ୍ତ ଜିନିଷଗୁଡ଼ିକର ବ୍ୟବସ୍ଥା କରିବାକୁ ପଡ଼ିବ । ଆପଣ ଆଜି କʼଣ କରିପାରିବେ ଯାହାଦ୍ୱାରା ନୂଆ ଦୁନିଆରେ ମଧ୍ୟ ଲୋକମାନଙ୍କୁ ସାହାଯ୍ୟ କରିପାରିବେ ? ଆସନ୍ତୁ କିଛି କଥାଗୁଡ଼ିକ ଉପରେ ଧ୍ୟାନ ଦେବା ।

ଆପଣ ଏବେଠୁ କʼଣ କରିପାରିବେ, ଯେଉଁଥିରୁ ଜଣାପଡ଼ିବ ଯେ ଆପଣ ପୃଥିବୀର ଅଧିକାରୀ ହେବା ପାଇଁ ପ୍ରସ୍ତୁତ ଅଛନ୍ତି ?

କିଛି ଭାଇଭଉଣୀ ପ୍ୟାରିସ୍‌ରେ ଆନ୍ତଃରାଷ୍ଟ୍ରୀୟ ଅଧିବେଶନ ପାଇଁ ଆସିଥିବା ଭାଇଭଉଣୀଙ୍କୁ ସ୍ୱାଗତ କରୁଛନ୍ତି ।

ଯଦି ଆପଣଙ୍କ ମଣ୍ଡଳୀରେ ଘୋଷଣା କରାଯାଏ ଯେ ଆପଣଙ୍କ ମଣ୍ଡଳୀରେ ସର୍କିଟ ଅଧ୍ୟକ୍ଷ ପରିଦର୍ଶନ କରିବା ପାଇଁ ଆସିବେ, ତେବେ କʼଣ ଆପଣ ତାଙ୍କୁ ନିଜ ଘରେ ଖାଇବା ପାଇଁ ଡାକିବେ ? ଆଉ ଯଦି ମଣ୍ଡଳୀରେ ଏପରି ଭାଇଭଉଣୀମାନେ ଆସିଛନ୍ତି ଯେଉଁମାନେ ପୂର୍ବେ ବୈଥେଲରେ ସେବା କରୁଥିଲେ କିମ୍ବା ଯେଉଁମାନେ ପୂର୍ବେ ସର୍କିଟ ଅଧ୍ୟକ୍ଷ ଥିଲେ, ତେବେ କʼଣ ଆପଣ ସେମାନଙ୍କୁ ଘର ଖୋଜିବାରେ ସାହାଯ୍ୟ କରିପାରିବେ ? ଯେବେ ଆଞ୍ଚଳିକ କିମ୍ବା ବିଶେଷ ଅଧିବେଶନ ରଖାଯାଏ, ତେବେ ବହୁତ କାମ ଥାଏ । ଯଦି ଆପଣଙ୍କ ଅଞ୍ଚଳରେ କୌଣସି ଅଧିବେଶନ ରଖାଯାଏ, ତେବେ କʼଣ ଆପଣ ତାʼ ପୂର୍ବେ କିମ୍ବା ତାʼ ପରେ କୌଣସି କାମରେ ସାହାଯ୍ୟ କରିପାରିବେ ? କିମ୍ବା କʼଣ ଆପଣ ଅଧିବେଶନ ପାଇଁ ଆସିଥିବା ଭାଇଭଉଣୀମାନଙ୍କର ସ୍ୱାଗତ କରିପାରିବେ ?

କʼଣ ଆପଣ ଜୀବିତ କରାଯାଇଥିବା ଲୋକମାନଙ୍କୁ ଶିଖାଇବା ପାଇଁ ପ୍ରସ୍ତୁତ ଅଛନ୍ତି ? 

ପ୍ରେରିତ ୨୪:୧୫ ପଦରେ ଯାହା ଲେଖାଅଛି ସେଥିରୁ ଜଣାପଡ଼େ ଯେ ନୂଆ ଦୁନିଆରେ ହୁଏତ ଲକ୍ଷ ଲକ୍ଷ ଲୋକମାନଙ୍କୁ ଜୀବିତ କରାଯିବ । ସେ ମଧ୍ୟରୁ ଅଧିକାଂଶ ଲୋକ ଏପରି ଥିବେ ଯେଉଁମାନଙ୍କୁ ଯିହୋବାଙ୍କ ବିଷୟରେ ଭଲଭାବେ ଜାଣିବାର ସୁଯୋଗ ମିଳି ନ ଥିଲା । କିନ୍ତୁ ଯେବେ ସେମାନଙ୍କୁ ଜୀବିତ କରାଯିବ ତେବେ ସେମାନେ ଯିହୋବାଙ୍କ ବିଷୟରେ ଜାଣିପାରିବେ ।a ଏପରି ଲୋକମାନଙ୍କୁ କିଏ ଶିଖାଇବ ? ଏପରି ବିଶ୍ୱସ୍ତ ଲୋକମାନେ, ଯେଉଁମାନେ ବହୁତ ଲମ୍ବା ସମୟରୁ ଯିହୋବାଙ୍କ ସେବା କରୁଛନ୍ତି । (ଯିଶା. ୧୧:୯) ଧ୍ୟାନ ଦିଅନ୍ତୁ ଯେ ଭଉଣୀ ସାର୍ଲେଟ୍‌ ଏବିଷୟରେ କʼଣ କହନ୍ତି । ସେ ସେହି ସମୟର ଆଗ୍ରହର ସହ ଅପେକ୍ଷା କରୁଛନ୍ତି ଯେବେ ତାଙ୍କୁ ନୂଆ ଦୁନିଆରେ ଲୋକମାନଙ୍କୁ ଶିଖାଇବାର ସୁଯୋଗ ମିଳିବ । ଭଉଣୀ ୟୁରୋପ, ଦକ୍ଷିଣ ଆମେରିକା ଓ ଆଫ୍ରିକାରେ ବହୁତ ଥର ପ୍ରଚାର କରିଛନ୍ତି । ସେ କହନ୍ତି “ମୁଁ ସେହି ଲୋକମାନଙ୍କୁ ଶିଖାଇବା ପାଇଁ ଆଗ୍ରହୀ ଯେଉଁମାନଙ୍କୁ ନୂଆ ଦୁନିଆରେ ଜୀବିତ କରାଯିବ । ଯେବେ ମୁଁ ପ୍ରାଚୀନ କାଳର କୌଣସି ବ୍ୟକ୍ତି ବିଷୟରେ ପଢ଼େ ତେବେ ଅନେକଥର ମୁଁ ଭାବେ ‘ଯଦି ସେ ଯିହୋବାଙ୍କ ବିଷୟରେ ଜାଣି ଥାଆନ୍ତେ ତାହେଲେ ତାଙ୍କ ଜୀବନ ଏପରି ହୁଅନ୍ତାନି ।’ ମୋର ବହୁତ ଇଛା ଯେ ମୁଁ ସେହି ଲୋକମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଏ । ମୁଁ ସେମାନଙ୍କୁ କହିବା ପାଇଁ ଚାହେଁ ଯେ ଯଦି ସେମାନେ ଯିହୋବାଙ୍କ ସେବା କରିବେ ତେବେ ସେମାନଙ୍କ ଜୀବନ କେତେ ଭଲ ଥିବ ।”

ଯିହୋବାଙ୍କ ଅନେକ ବିଶ୍ୱସ୍ତ ସେବକମାନଙ୍କୁ ମଧ୍ୟ ଜୀବିତ କରାଯିବ, ଯେଉଁମାନେ ଯୀଶୁଙ୍କ ପୂର୍ବେ ବଞ୍ଚିଥିଲେ । ଆମକୁ ସେମାନଙ୍କୁ ବହୁତ କିଛି ଶିଖାଇବାକୁ ପଡ଼ିବ । ଟିକେ ଦାନିୟେଲ ବିଷୟରେ ଭାବନ୍ତୁ, ସେ ଏପରି ଅନେକ ଭବିଷ୍ୟତବାଣୀ ଲେଖିଥିଲେ ଯାହାର ଅର୍ଥ ସେ ନିଜେ ମଧ୍ୟ ଜାଣି ନ ଥିଲେ । ନୂଆ ଦୁନିଆରେ ଆମକୁ ତାଙ୍କୁ ସେହି ଭବିଷ୍ୟତବାଣୀଗୁଡ଼ିକର ଅର୍ଥ କହିବାକୁ ପଡ଼ିବ ଓ ଏହା ବି କହିବାକୁ ପଡ଼ିବ ଯେ ସେହି ଭବିଷ୍ୟତବାଣୀଗୁଡ଼ିକ କିପରି ପୂରା ହେଲା । ଭାବନ୍ତୁ ଏହା ଆମ ପାଇଁ କେତେ ବଡ଼ କଥା ଥିବ ଓ ସେମାନଙ୍କୁ ଶିଖାଇବା ଯୋଗୁଁ ଆମକୁ କେତେ ଖୁସି ମିଳିବ । (ଦାନି. ୧୨:୮) କିମ୍ବା ଭାବନ୍ତୁ ଯେବେ ଆମେ ରୂତ ଓ ନୟମୀଙ୍କୁ କହିବା ଯେ ଆଗକୁ ଯାଇ ତାଙ୍କ ବଂଶରୁ ମସୀହ ଜନ୍ମ ହେଲା ତେବେ ଆମକୁ କିପରି ଲାଗିବ । ନୂଆ ଦୁନିଆରେ ସାରା ପୃଥିବୀର ଲୋକମାନଙ୍କୁ ଶିଖାଇବାର କାମ ଚାଲୁଥିବ । ସେସମୟରେ ଆଜି ଭଳି କୌଣସି ଚିନ୍ତା ନ ଥିବ କିମ୍ବା ଧ୍ୟାନ କେନ୍ଦ୍ରିତ କରୁଥିବା କୌଣସି ଜିନିଷ ମଧ୍ୟ ନ ଥିବ । ଟିକେ ଭାବନ୍ତୁ ସେସମୟରେ ଲୋକମାନଙ୍କୁ ଶିଖାଇବାରେ ଆମକୁ ଆହୁରି ମଜା ଲାଗିବ !

ଜଣେ ଭଉଣୀ କପଡ଼ା ଧୋଇବା ଜାଗାରେ ଜଣେ ମହିଳାଙ୍କୁ ଟ୍ରାକ୍ଟ ଦେଉଛନ୍ତି ।

ଆପଣ ଆଜି କʼଣ କରିପାରିବେ ଯାହାଦ୍ୱାରା ନୂଆ ଦୁନିଆରେ ଆପଣ ଜୀବିତ କରାଯାଇଥିବା ଲୋକମାନଙ୍କୁ ଶିଖାଇପାରିବେ ? ଆପଣ ଲୋକମାନଙ୍କୁ ଆହୁରି ଭଲଭାବେ ଶିଖାଇବା ପାଇଁ ଚେଷ୍ଟା କରନ୍ତୁ ଓ ପ୍ରଚାର କାମରେ ଲଗାତାର ଭାଗ ନିଅନ୍ତୁ । (ମାଥି. ୨୪:୧୪) ଯଦି ଆପଣଙ୍କ ବୟସ ହୋଇଯାଇଛି କିମ୍ବା ଆପଣଙ୍କ ପରିସ୍ଥିତି ଠିକ୍‌ ନାହିଁ ଓ ଏହା ଯୋଗୁଁ ଆପଣ ସେତେ ଅଧିକ ପ୍ରଚାର କରିପାରୁ ନାହାନ୍ତି ଯେତେ ଆପଣ କରିବା ପାଇଁ ଚାହାନ୍ତି, ତେବେ ମଧ୍ୟ ସାହସ ଛାଡ଼ନ୍ତୁ ନାହିଁ । ଆପଣଙ୍କ ଦ୍ୱାରା ଯେତେ ହୋଇପାରିବ, ତାହା କରନ୍ତୁ । ଏପରି ଭାବେ ଆପଣ ନୂଆ ଦୁନିଆରେ ଲୋକମାନଙ୍କୁ ଶିଖାଇବା ପାଇଁ ଏବେଠୁ ପ୍ରସ୍ତୁତ ହୋଇପାରିବେ ।

ତାହେଲେ ନିଜକୁ ପଚାରନ୍ତୁ, ‘କʼଣ ମୁଁ ପୃଥିବୀର ଅଧିକାରୀ ହେବା ପାଇଁ ଆଗ୍ରହୀ ? କʼଣ ମୁଁ ସେସମୟର ଆଗ୍ରହର ସହ ଅପେକ୍ଷା କରୁଛି, ଯେବେ ମୁଁ ଏହି ପୃଥିବୀକୁ ପାରଦୀଶ କରିବା ପାଇଁ ସାହାଯ୍ୟ କରିବି, ଜୀବିତ କରାଯାଇଥିବା ଲୋକମାନଙ୍କୁ ସାହାଯ୍ୟ କରିବି ଓ ସେମାନଙ୍କୁ ଶିଖାଇବି ?’ ତେଣୁ ଆପଣ ଏବେଠୁ ଏପରି କାମଗୁଡ଼ିକରେ ଭାଗ ନିଅନ୍ତୁ, ଯାହା ଆପଣଙ୍କୁ ନୂଆ ଦୁନିଆରେ ମଧ୍ୟ କରିବାକୁ ପଡ଼ିବ ? ତେବେ ଆପଣ ପୃଥିବୀର ଅଧିକାରୀ ହେବା ପାଇଁ ପ୍ରସ୍ତୁତ ହେବେ !

a ସେପ୍ଟେମ୍ବର ୨୦୨୨ ମସିହାର ପ୍ରହରୀଦୂର୍ଗରେ ଦିଆଯାଇଥିବା ଲେଖା, “ଅନେକ ଲୋକଙ୍କୁ ଧର୍ମର ପ୍ରତି ଫେରାଇ ଅଣାଯିବ” ପଢ଼ନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ