ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ଡିସେମ୍ବର ପୃଷ୍ଠା ୩୨
  • ଅନୁଭୂତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅନୁଭୂତି
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • କରୁଣାର ସହ ସମସ୍ତଙ୍କୁ ସାହାଯ୍ୟ କରିବା
  • କʼଣ ଆପଣ ମହାକ୍ଳେଶ ପାଇଁ ପ୍ରସ୍ତୁତ ଅଛନ୍ତି ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ଡିସେମ୍ବର ପୃଷ୍ଠା ୩୨

ଅନୁଭୂତି

କରୁଣାର ସହ ସମସ୍ତଙ୍କୁ ସାହାଯ୍ୟ କରିବା

ଦିନେ ନ୍ୟୁଜିଲାଣ୍ତରେ ରହୁଥିବା ଆମର ଜଣେ ଭଉଣୀ jw.org ୱେବସାଇଟ୍‌ରେ ଗୋଟେ ଭିଡିଓ ଦେଖିଲେ । ସେଥିରେ କୁହାଯାଇଥିଲା ଯେ ଯିହୋବାଙ୍କଠାରେ ଆମ ପାଇଁ କରୁଣାର ଭାବନା ଅଛି ଆଉ ସେ ତାହା ଦେଖାନ୍ତି ମଧ୍ୟ । (ଯିଶା. ୬୩:୭-୯) ଭଉଣୀ ଭାବିଲେ ଯେ ସେ ଯାହା ଶିଖିଛନ୍ତି, ତାକୁ ସେ ମାନିବା ପାଇଁ ଚେଷ୍ଟା କରିବେ ଆଉ ଅନ୍ୟ କାହାରି ସାହାଯ୍ୟ କରିବେ । ସେହି ଦିନ କିଛି ସମୟ ପରେ ଯେବେ ସେ ସଉଦା କିଣିବା ପାଇଁ ଗଲେ, ତେବେ ଜଣେ ଗରିବ ମହିଳାଙ୍କ ସହ କଥା ହେଲେ ଯାହା ପାଖରେ ରହିବା ପାଇଁ ଘର ବି ନ ଥିଲା । ଭଉଣୀ ସେ ମହିଳାଙ୍କୁ କହିଲେ ଯେ ସେ ତାଙ୍କ ପାଇଁ କିଛି ଖାଇବା ଜିନିଷ କିଣିକି ଦେବା ପାଇଁ ଚାହାନ୍ତି ଆଉ ସେ ମହିଳା ରାଜି ହୋଇଗଲେ । ତାʼପରେ ଭଉଣୀ ତାଙ୍କ ପାଇଁ ଖାଇବା ଜିନିଷ ଆଣିଲେ ଆଉ ତାଙ୍କୁ ଦୁଃଖକଷ୍ଟ କେବେ ସମାପ୍ତି ହେବ କି ? ଟ୍ରାକ୍ଟ ଦେଖାଇ ସାକ୍ଷ୍ୟ ମଧ୍ୟ ଦେଲେ ।

ତେବେ ସେ ମହିଳା କାନ୍ଦିବାକୁ ଲାଗିଲେ । ସେ କହିଲେ ଯେ ପିଲା ଦିନରେ ତାଙ୍କ ବାପାମାଆ ତାଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇଥିଲେ, କିନ୍ତୁ ସେ ଶିଖିବା ଛାଡ଼ି ଦେଲେ । ଆଉ କିଛି ଦିନ ପୂର୍ବେ ସେ ଯିହୋବାଙ୍କୁ ପ୍ରାର୍ଥନା କରିଥିଲେ ଯେ ସେ ଯିହୋବାଙ୍କ ପାଖକୁ ଫେରି ଆସିବାକୁ ଚାହୁଁଛନ୍ତି ଆଉ ଯିହୋବା ତାଙ୍କୁ ସାହାଯ୍ୟ କରନ୍ତୁ । ଭଉଣୀ ତାଙ୍କୁ ବାଇବଲ ଦେଲେ ଆଉ ତାଙ୍କ ସହ ବାଇବଲର ଅଧ୍ୟୟନ କରିବା ପାଇଁ ବ୍ୟବସ୍ଥା କଲେ ।a

ଆମେ ବି ଯିହୋବାଙ୍କ ପରି ହୋଇପାରିବା ଆଉ କରୁଣାର ସହ ଲୋକମାନଙ୍କର ସାହାଯ୍ୟ କରିପାରିବା, ନିଜ ସମ୍ପର୍କୀୟମାନଙ୍କ ଆଉ ମଣ୍ଡଳୀର ଭାଇଭଉଣୀମାନଙ୍କ ମଧ୍ୟ । ଆମେ ସୁଯୋଗ ଦେଖି ସାକ୍ଷ୍ୟ ଦେଇ ମଧ୍ୟ ଏହା ଦେଖାଇପାରିବା ଯେ ଆମ ହୃଦୟରେ ଲୋକମାନଙ୍କ ପ୍ରତି କରୁଣା ଅଛି ।

a ଯେଉଁ ଲୋକମାନେ ଯିହୋବାଙ୍କଠାରୁ ଦୂରେଇ ଯାଇଛନ୍ତି, ଆପଣ ତାଙ୍କ ସାହାଯ୍ୟ କିପରି କରିପାରିବେ, ଏହା ଜାଣିବା ପାଇଁ ଜୁନ୍‌ ୨୦୨୦ର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ମେରେ ପାସ୍‌ ଲୌଟ୍‌ ଆଓ” ଦେଖନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ