ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w24 ଜୁନ୍‌ ପୃଷ୍ଠା ୩୨
  • କʼଣ ଆପଣଙ୍କଠାରେ ବିଶ୍ୱାସ ଅଛି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣଙ୍କଠାରେ ବିଶ୍ୱାସ ଅଛି ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
w24 ଜୁନ୍‌ ପୃଷ୍ଠା ୩୨

ଶବ୍ଦର ଜ୍ଞାନ

କʼଣ ଆପଣଙ୍କଠାରେ ବିଶ୍ୱାସ ଅଛି ?

ଯିହୋବାଙ୍କୁ ଖୁସି କରିବା ପାଇଁ ଆମଠାରେ ବିଶ୍ୱାସ ହେବା ଜରୁରୀ । କିନ୍ତୁ ପ୍ରେରିତ ପାଉଲ କହିଥିଲେ ଯେ “ସମସ୍ତଙ୍କର ବିଶ୍ୱାସ ନାହିଁ ।” (୨ ଥେସ. ୩:୨) ସେ ଏହି କଥା ସେହି “ଅବିବେଚକ ଓ ଦୁଷ୍ଟ” ଲୋକମାନଙ୍କ ବିଷୟରେ କହିଥିଲେ ଯେଉଁମାନେ ତାଙ୍କ ଉପରେ ଅତ୍ୟାଚାର କରୁଥିଲେ । କିନ୍ତୁ ଏପରି ଆହୁରି ବି ଲୋକମାନେ ଅଛନ୍ତି ଯେଉଁମାନଙ୍କଠାରେ ବିଶ୍ୱାସ ନାହିଁ । ଯେପରି, ସେମାନେ ଏକଥା ଉପରେ ବିଶ୍ୱାସ କରନ୍ତି ନାହିଁ ଯେ ଜଣେ ଈଶ୍ୱର ଅଛନ୍ତି ଯିଏ ସବୁକିଛି ସୃଷ୍ଟି କରିଛନ୍ତି । (ରୋମୀ. ୧:୨୦) ଆଉ କିଛି ଲୋକ ବିଶ୍ୱାସ କରନ୍ତି ଯେ ଗୋଟିଏ ଶକ୍ତି କିମ୍ବା ଈଶ୍ୱର ଅଛନ୍ତି । କିନ୍ତୁ ଯିହୋବାଙ୍କୁ ଖୁସି କରିବା ପାଇଁ କେବଳ ଏତିକି ବିଶ୍ୱାସ କରିବା ଯଥେଷ୍ଟ ନୁହେଁ ।

ବିଶ୍ୱାସ କରିବା ପାଇଁ ଜରୁରୀ ଯେ ଆମେ ଯିହୋବାଙ୍କ ଉପରେ ପୂରା ଭରସା କରୁ ଯେ ସେ ସତରେ ଅଛନ୍ତି ଏବଂ ସେ ‘ତାହାଙ୍କ ପୁରସ୍କାରଦାତା’ ଯେଉଁମାନେ ତାଙ୍କ ଉପରେ ବିଶ୍ୱାସ କରନ୍ତି । (ଏବ୍ରୀ ୧୧:୬) ବିଶ୍ୱାସ, ପବିତ୍ର ଶକ୍ତିର ଫଳର ଗୋଟିଏ ଅଂଶ ଅଟେ । ଆମେ ପବିତ୍ର ଶକ୍ତି ସାହାଯ୍ୟରେ ହିଁ ନିଜ ଭିତରେ ବିଶ୍ୱାସ ବଢ଼ାଇପାରିବା । ତେଣୁ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଏବଂ ପବିତ୍ର ଶକ୍ତି ମାଗନ୍ତୁ । (ଲୂକ ୧୧:୯, ୧୦, ୧୩) ପବିତ୍ର ଶକ୍ତି ପାଇବା ପାଇଁ ଆମକୁ ବାଇବଲ ପଢ଼ିବା ଜରୁରୀ । ଈଶ୍ୱର ନିଜ ପବିତ୍ର ଶକ୍ତି ଜରିଆରେ ଏହାକୁ ଲେଖାଇଛନ୍ତି । ତେଣୁ ଯେବେ ଆମେ ବାଇବଲ ପଢ଼ୁ, ତାʼ ଉପରେ ଗଭୀରତାର ସହ ଭାବୁ ଏବଂ ତାʼ ହିସାବରେ ଚାଲୁ, ତେବେ ପବିତ୍ର ଶକ୍ତି ଆମ ଉପରେ କାମ କରିଥାଏ । ତାʼପରେ ଆମେ ଏପରି ଜୀବନ ବଞ୍ଚିପାରୁ ଯେଉଁଥିରୁ ଜଣାପଡ଼େ ଯେ ଆମଠାରେ ବିଶ୍ୱାସ ଅଛି ଏବଂ ଆମର ଏହି ବିଶ୍ୱାସ ଦେଖି ଯିହୋବା ଖୁସି ହୁଅନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ