କʼଣ ଆପଣ କେବେ ଭାବିଛନ୍ତି ?
ଯଦି ସମସ୍ତେ ଶାନ୍ତିରେ ରହିବା ପାଇଁ ଚାହାନ୍ତି, ତାହେଲେ ଦୁନିଆରେ ଏତେ ଯୁଦ୍ଧ କାହିଁକି ହେଉଛି ?
ସାରା ଦୁନିଆରେ ହିଂସା ହେଉଛି, ତାହେଲେ କʼଣ ଶାନ୍ତିରେ ରହିବା ସମ୍ଭବ ?
କʼଣ କେବେ ଏପରି ସମୟ ଆସିବ, ଯେବେ କୌଣସି ଜାଗାରେ ବି ଯୁଦ୍ଧ ହେବ ନାହିଁ ?
ଏହି ପ୍ରଶ୍ନଗୁଡ଼ିକର ଉତ୍ତର ବାଇବଲରେ ଦିଆଯାଇଛି । ଏହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଆପଣଙ୍କୁ ସାନ୍ତ୍ୱନା ମଧ୍ୟ ମିଳିବ ।
ତାହେଲେ ଭଲ ହେବ ଯଦି ଆପଣ ଏହା ଜାଣିବା ପାଇଁ ଚେଷ୍ଟା କରିବେ ଯେ ଏହି ମହତ୍ତ୍ୱପୂର୍ଣ୍ଣ କଥାଗୁଡ଼ିକ ବିଷୟରେ ବାଇବଲରେ କʼଣ ଲେଖାଅଛି । ଏହାପାଇଁ ପ୍ରହରୀଦୁର୍ଗର ଏହି ସଂଖ୍ୟା ପଢ଼ନ୍ତୁ ।