ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • g21 ସଂ ୧ ପୃଷ୍ଠା ୧୦-୧୧
  • ଏତେ ଦୁଃଖକଷ୍ଟ କାହିଁକି ଅଛି ଏବଂ ଆମର କାହିଁକି ମୃତ୍ୟୁ ହୁଏ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଏତେ ଦୁଃଖକଷ୍ଟ କାହିଁକି ଅଛି ଏବଂ ଆମର କାହିଁକି ମୃତ୍ୟୁ ହୁଏ ?
  • ସଜାଗ ହୁଅ !—୨୦୨୧
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଦୁନିଆର ପ୍ରଥମ ପୁରୁଷ ଓ ସ୍ତ୍ରୀ ଯୋଗୁଁ
  • ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ଯୋଗୁଁ
  • ନିଜ ଭୁଲ ନିଷ୍ପତ୍ତିଗୁଡ଼ିକ ଯୋଗୁଁ
  • ଆମେ ଦୁନିଆର “ଶେଷକାଳରେ” ବଞ୍ଚୁଛୁ
  • ଦୁଃଖକଷ୍ଟ କାହିଁକି ଆସେ ଏବଂ ଚାରିଆଡ଼େ ଏତେ ଖରାପ କାମ କାହିଁକି ହେଉଛି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଜଗତରେ ଏତେ ଦୁଃଖକଷ୍ଟ କାହିଁକି ରହିଛି ?
    ବାଇବଲ ଆମକୁ କʼଣ ଶିଖାଏ?
  • ପରମେଶ୍ୱର ଦୁଃଖଭୋଗ ପାଇଁ ଅନୁମତି ଦିଅନ୍ତି କାହିଁକି ?
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
  • ଗୋଟିଏ ଭଲ ଭବିଷ୍ୟତର ପ୍ରତିଜ୍ଞା
    ସଜାଗ ହୁଅ !—୨୦୨୧
ସଜାଗ ହୁଅ !—୨୦୨୧
g21 ସଂ ୧ ପୃଷ୍ଠା ୧୦-୧୧
ଗରିବ ଲୋକମାନେ ଯେମିତି ସେମିତି କରି ବଞ୍ଚୁଛନ୍ତି ।

ଏତେ ଦୁଃଖକଷ୍ଟ କାହିଁକି ଅଛି ଏବଂ ଆମର କାହିଁକି ମୃତ୍ୟୁ ହୁଏ ?

ଆମେ ସମସ୍ତେ ଈଶ୍ୱରଙ୍କ ପିଲାମାନେ ଅଟୁ ତେଣୁ ସେ ଚାହାନ୍ତି ନାହିଁ ଯେ ଆମେ ଦୁଃଖକଷ୍ଟ ସହୁ । ତାହେଲେ ଆଜି ଏତେ ଦୁଃଖକଷ୍ଟ କାହିଁକି ଅଛି ?

ଦୁନିଆର ପ୍ରଥମ ପୁରୁଷ ଓ ସ୍ତ୍ରୀ ଯୋଗୁଁ

“ଜଣେ ଲୋକ ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହିପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା ।”—ରୋମୀୟ ୫:୧୨.

ଯେତେବେଳେ ଈଶ୍ୱର ପ୍ରଥମ ପୁରୁଷ ଓ ସ୍ତ୍ରୀକୁ ସୃଷ୍ଟି କଲେ, ସେତେବେଳେ ସେମାନଙ୍କଠାରେ କୌଣସି ତ୍ରୁଟି ନ ଥିଲା ଅର୍ଥାତ୍‌ ଶାରୀରିକ ଓ ମାନସିକ ଭାବେ କିଛି ସମସ୍ୟା ନ ଥିଲା । ସେମାନେ ପରିପୂର୍ଣ୍ଣ ଥିଲେ । ସେମାନଙ୍କ ନାମ ଥିଲା ଆଦମ ଓ ହବା । ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହନ୍ତା ଏବଂ ସେମାନେ କେବେ ରୋଗରେ ପଡ଼ନ୍ତେ ନାହିଁ । ଈଶ୍ୱର ସେମାନଙ୍କୁ ରହିବା ପାଇଁ ଗୋଟିଏ ସୁନ୍ଦର ବଗିଚା ଦେଲେ, ଯାହାର ନାମ ଏଦନ ବଗିଚା ଥିଲା । ଈଶ୍ୱର ସେମାନଙ୍କୁ କହିଲେ ଯେ ସେମାନେ ସବୁ ଗଛର ଫଳ ଖାଇପାରିବେ । କେବଳ ଗୋଟିଏ ଗଛର ଫଳ ଖାଇବା ପାଇଁ ମନା କରିଥିଲେ । କିନ୍ତୁ ସେମାନେ ଈଶ୍ୱରଙ୍କ କଥା ମାନିଲେ ନାହିଁ । ସେମାନେ ସେହି ଫଳ ଖାଇଦେଲେ ଏବଂ ପାପ କଲେ । (ଆଦି ପୁସ୍ତକ ୨:୧୫-୧୭; ୩:୧-୧୯) ତେଣୁ ଈଶ୍ୱର ସେମାନଙ୍କୁ ବଗିଚାରୁ ବାହାର କରିଦେଲେ । ତାʼପରେ ସେମାନଙ୍କୁ ଅନେକ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଲା । ଆଗକୁ ଯାଇ ସେମାନଙ୍କ ପିଲାମାନଙ୍କୁ ମଧ୍ୟ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିଲା । ସେମାନେ ସମସ୍ତେ ବୃଦ୍ଧବୃଦ୍ଧା ହେବାକୁ ଲାଗିଲେ ଏବଂ ସେମାନଙ୍କ ମୃତ୍ୟୁ ହେଲା । (ଆଦି ପୁସ୍ତକ ୩:୨୩; ୫:୫) ଆମେ ସମସ୍ତେ ଆଦମ ଓ ହବାର ପିଲାମାନେ ଅଟୁ, ତେଣୁ ଆମେ ରୋଗରେ ପଡ଼ୁ, ବୃଦ୍ଧବୃଦ୍ଧା ହେଉ ଏବଂ ଆମର ମୃତ୍ୟୁ ହୋଇଯାଏ ।

ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ଯୋଗୁଁ

‘ସମସ୍ତ ଜଗତ ପାପାତ୍ମାର [ଶୟତାନର] ଅଧୀନରେ ଅଛି ।’—୧ ଯୋହନ ୫:୧୯.

ହଜାର ହଜାର ବର୍ଷ ପୂର୍ବେ ଈଶ୍ୱରଙ୍କ ଜଣେ ସ୍ୱର୍ଗଦୂତ ତାଙ୍କ କଥା ମାନିଲା ନାହିଁ ଏବଂ ତାଙ୍କ ଶତ୍ରୁ ହୋଇଗଲା । ଏହି ଦୁଷ୍ଟଦୂତକୁ ଶାସ୍ତ୍ରରେ “ଶୟତାନ” ବୋଲି କୁହାଯାଇଛି । (ଯୋହନ ୮:୪୪; ପ୍ରକାଶିତ ବାକ୍ୟ ୧୨:୯) ଆଗକୁ ଯାଇ ଆହୁରି ଅନ୍ୟ ସ୍ୱର୍ଗଦୂତମାନେ ଶୟତାନ ସହ ମିଶିଗଲେ ଏବଂ ଈଶ୍ୱରଙ୍କ ବିରୁଦ୍ଧରେ ଗଲେ । ଏହି ଦୁଷ୍ଟଦୂତମାନେ ଲୋକମାନଙ୍କୁ ଈଶ୍ୱରଙ୍କ କଥା ନ ମାନିବା ପାଇଁ ଭ୍ରାନ୍ତ କରନ୍ତି । ସେମାନେ ଲୋକମାନଙ୍କୁ ଖରାପ ଖରାପ କାମ ମଧ୍ୟ କରାନ୍ତି । (ଗୀତସଂହିତା ୧୦୬:୩୫-୩୮; ୧ ତୀମଥି ୪:୧, ୨) ଶୟତାନ ଓ ଦୁଷ୍ଟଦୂତମାନେ ଲୋକମାନଙ୍କୁ ବହୁତ କଷ୍ଟ ଦିଅନ୍ତି ଏବଂ ଲୋକମାନଙ୍କୁ କଷ୍ଟରେ ଦେଖି ସେମାନେ ବହୁତ ଖୁସି ହୁଅନ୍ତି ।

ନିଜ ଭୁଲ ନିଷ୍ପତ୍ତିଗୁଡ଼ିକ ଯୋଗୁଁ

“ମନୁଷ୍ୟ ଯାହା ବୁଣେ, ତାହାହିଁ କାଟିବ ।”—ଗାଲାତୀୟ ୬:୭.

ଆଦମ ଓ ହବାର ପାପ ଯୋଗୁଁ ଏବଂ ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ଯୋଗୁଁ ଆଜି ଆମମାନଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼େ । କିନ୍ତୁ ଅନେକଥର ଆମ ନିଜ ସମସ୍ୟା ପାଇଁ ଆମେ ନିଜେ ହିଁ ଦାୟୀ ହୋଇଥାଉ । ତାହା କିପରି ? ଯଦି ଆମେ କୌଣସି ଭୁଲ କାମ କରିଥାଉ କିମ୍ବା ଭୁଲ ନିଷ୍ପତ୍ତି ନେଇଥାଉ, ତେବେ ତାର ଖରାପ ପରିଣାମ ଆମକୁ ଭୋଗିବାକୁ ପଡ଼େ । କିନ୍ତୁ ଯଦି ଆମେ ଠିକ୍‌ କାମ କରିଥାଉ କିମ୍ବା ସଠିକ୍‌ ନିଷ୍ପତ୍ତି ନେଇଥାଉ, ତେବେ ଆମର ହିଁ ଲାଭ ହୁଏ । ଯେପରି ଜଣେ ବ୍ୟକ୍ତି ସଚ୍ଚୋଟ, ପରିଶ୍ରମୀ ଏବଂ ନିଜ ପରିବାରର ଭଲ ଯତ୍ନ ନିଏ, ତେବେ ତାʼ ପରିବାର ଖୁସିରେ ରହିବ । କିନ୍ତୁ ଯଦି ସେ ଜୁଆ ଖେଳେ, ବହୁତ ମଦ ପିଏ ଏବଂ ଅଳସୁଆ ଥାଏ, ତେବେ ତାʼ ପରିବାର ଋଣରେ ବୁଡ଼ିଯିବ ଏବଂ ପରିବାରର ଖୁସି ଚାଲିଯିବ । ଈଶ୍ୱର ଚାହାନ୍ତି ଯେ ଆମ ଜୀବନରେ ସୁଖ ଓ “ମହାଶାନ୍ତି” ଅର୍ଥାତ୍‌ ଭରପୂର ଶାନ୍ତି ରହୁ । ତେଣୁ ଈଶ୍ୱରଙ୍କ ପରାମର୍ଶ ମାନିବା ହିଁ ଆମ ପାଇଁ ଭଲ ।—ଗୀତସଂହିତା ୧୧୯:୧୬୫.

ଆମେ ଦୁନିଆର “ଶେଷକାଳରେ” ବଞ୍ଚୁଛୁ

‘ଶେଷକାଳରେ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ପିତାମାତାଙ୍କର ଅବାଧ୍ୟ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ ।’—୨ ତୀମଥି ୩:୧-୫.

ଶାସ୍ତ୍ରରେ ବହୁତ ଆଗରୁ କୁହାଯାଇଥିଲା ଯେ ଏହି ଦୁନିଆର “ଶେଷକାଳରେ” ଲୋକମାନଙ୍କ ସ୍ୱଭାବ କିପରି ହେବ । ସେଠାରେ ଏହା ବି କୁହାଯାଇଥିଲା ଯେ ଶେଷକାଳରେ ଯୁଦ୍ଧ ହେବ, ଖାଇବାର ଅଭାବ ହେବ, ବଡ଼ ବଡ଼ ଭୂମିକମ୍ପ ହେବ ଏବଂ ମହାମାରୀ ବ୍ୟାପିବ । (ମାଥିଉ ୨୪:୩, ୭, ୮; ଲୂକ ୨୧:୧୦, ୧୧) ଆଜି ଆମ ଚାରିପାଖରେ ଏପରି ହିଁ ହେଉଛି । ଏହି କାରଣ ଯୋଗୁଁ ଲୋକମାନଙ୍କୁ ବହୁତ ଦୁଃଖ ସହିବାକୁ ପଡ଼ୁଛି ଏବଂ ଅନେକଙ୍କ ଜୀବନ ମଧ୍ୟ ଚାଲିଯାଇଛି ।

ମୋତେ ମନର ଶାନ୍ତି ମିଳିଲା

ସଞ୍ଜୟ କହନ୍ତି, “ଯେବେ ମୁଁ ୧୯ ବର୍ଷର ଥିଲି ମୋତେ ପକ୍ଷାଘାତ ଅର୍ଥାତ୍‌ ପାରାଲିସିସ୍‌ ରୋଗ ହେଲା । ଲୋକମାନେ କହିଲେ, ଏହା ତମ ପୂର୍ବ ଜନ୍ମର କର୍ମର ଫଳ ମିଳିଛି । ସେମାନଙ୍କ କଥା ଶୁଣି ମୋତେ ବହୁତ ଦୁଃଖ ଲାଗିଲା । ଆଉ କିଛି ଲୋକ କହିଲେ ଏହା ତ ଈଶ୍ୱରଙ୍କ ଇଚ୍ଛା । ଏହା ଶୁଣି ମୁଁ ଈଶ୍ୱରଙ୍କ ଉପରେ ବହୁତ ରାଗିବାକୁ ଲାଗିଲି । କିନ୍ତୁ ବାଇବଲ ପଢ଼ି ମୁଁ ଜାଣିପାରିଲି ଯେ ଆମ ଉପରେ ଦୁଃଖକଷ୍ଟ ଈଶ୍ୱରଙ୍କ ଯୋଗୁଁ ଆସୁ ନାହିଁ । ଏସବୁ ଶୟତାନ ନାମକ ଦୁଷ୍ଟଦୂତ ଯୋଗୁଁ ଆସୁଛି । ଖୁବ୍‌ ଶୀଘ୍ର ଈଶ୍ୱର ଦୁଃଖକଷ୍ଟକୁ ସମାପ୍ତ କରିଦେବେ ଏବଂ ଶୟତାନକୁ ବିନାଶ କରିଦେବେ । ଏବେ ଈଶ୍ୱରଙ୍କ ବିଷୟରେ ମୋ ଚିନ୍ତାଧାରା ବଦଳିଗଲା । ଏବେ ମୁଁ ଜାଣିପାରିଲି ଈଶ୍ୱର କେତେ ଭଲ ଏବଂ ମୋତେ ମନର ଶାନ୍ତି ମିଳିଲା ।”

ସଞ୍ଜୟ ।

ଅଧିକ ଜାଣନ୍ତୁ:

ଦୁନିଆରେ ଏତେ ଦୁଃଖକଷ୍ଟ କାହିଁକି ଅଛି ଏବଂ ଆମେ ଏହାର କିପରି ସାମନା କରିପାରିବା, ଏବିଷୟରେ ଅଧିକ ଜାଣିବା ପାଇଁ jw.org ୱେବସାଇଟ୍‌କୁ ଯାଆନ୍ତୁ ଏବଂ ଶାସ୍ତ୍ରରୁ ଜାଣନ୍ତୁ > ପବିତ୍ର ଶାସ୍ତ୍ରରୁ ଉତ୍ତର ଜାଣନ୍ତୁ > ଦୁଃଖକଷ୍ଟ ଭାଗରେ ଦେଖନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ