ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • jl ପାଠ ୨୧
  • ବୈଥେଲ କʼଣ ଅଟେ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବୈଥେଲ କʼଣ ଅଟେ ?
  • ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
  • ପ୍ରାୟ ସମାନ ଲେଖା
  • ଭଲ କାମ ଯାହା ଈଶ୍ୱର ଭୁଲିବେ ନାହିଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
jl ପାଠ ୨୧

ପାଠ ୨୧

ବୈଥେଲ କʼଣ ଅଟେ ?

ଦୁଇଜଣ ଯିହୋବାଙ୍କ ସାକ୍ଷୀ ବୈଥେଲର ଚିତ ସ୍ତୁତ କରୁବା ବିଭାଗରେ କାମ କରୁଛନ୍ତି

ଚିତ୍ର ପ୍ରସ୍ତୁତ କରୁଥିବା ବିଭାଗ, ଆମେରିକା

ଜର୍ମାନୀରେ ଜଣେ ଯିହୋବାଙ୍କ ସାକ୍ଷୀ ବୈଥେଲର ଛାପାଖାନାରେ କାମ କରୁଛନ୍ତି

ଜର୍ମାନୀ

କେନିୟାରେ ଜଣେ ଯିହୋବାଙ୍କ ସାକ୍ଷୀ ବୈଥେଲର କପ ଧୋଇବା ବିଭାଗରେ କାମ କରୁଛନ୍ତି

କେନିୟା

କଲଆରେ ଯିହୋବାଙ୍କ ସାକ୍ଷୀମାନେ ବୈଥେଲର ଖାଇବା ଘରେ ଟେବୁଲ ସଜାଉଛନ୍ତି

କଲମ୍ବିଆ

ବୈଥେଲ ଏକ ଏବ୍ରୀ ଶବ୍ଦ, ଯାହାର ଅର୍ଥ ହେଉଛି: ‘ପରମେଶ୍ୱରଙ୍କ ଘର ।’ (ଆଦି ପୁସ୍ତକ ୨୮:୧୭, ୧୯) ସାରା ଦୁନିଆର ବିଭିନ୍ନ ଦେଶରେ ଥିବା ଯିହୋବାଙ୍କ ସାକ୍ଷୀମାନଙ୍କ ଏହି ଘରଗୁଡ଼ିକ ପାଇଁ ଏହି ନାମ ବିଲ୍‌କୁଲ୍‌ ଠିକ୍‌ ଅଟେ, ଯେଉଁଠାରୁ ପ୍ରଚାର କାମ ପାଇଁ ନିର୍ଦ୍ଦେଶ ଏବଂ ସାହାଯ୍ୟ ଦିଆଯାଏ । ଯିହୋବାଙ୍କ ସାକ୍ଷୀମାନଙ୍କ ବିଶ୍ୱ ପ୍ରଶାସନିକ କେନ୍ଦ୍ର ଆମେରିକାର ନ୍ୟୁ ୟର୍କ ରାଜ୍ୟରେ ଅଛି । ପ୍ରଶାସନ ଦଳ ସେଠାରେ ସେବା କରେ ଏବଂ ସେଠାରୁ ବିଭିନ୍ନ ଦେଶର ଶାଖା କାର୍ଯ୍ୟାଳୟରେ ହେଉଥିବା କାମର ପରିଚାଳନା କରିଥାଏ । ଯେଉଁମାନେ ବୈଥେଲରେ ସେବା କରନ୍ତି, ସେମାନେ ଏକା ସାଙ୍ଗେ ମିଶି ରହନ୍ତି ଓ କାମ କରନ୍ତି, ଏକା ସାଙ୍ଗେ ମିଶି ଖାଆନ୍ତି ଏବଂ ଏକା ସାଙ୍ଗରେ ବାଇବଲର ଅଧ୍ୟୟନ କରନ୍ତି । ତେଣୁ ଏହାକୁ ବୈଥେଲ ପରିବାର କୁହାଯାଏ ।—ଗୀତସଂହିତା ୧୩୩:୧.

ଏକ ଭିନ୍ନ ଜାଗା, ଯେଉଁଠାରେ ପରିବାରର ସଦସ୍ୟମାନେ ତ୍ୟାଗର ମନୋଭାବ ଦେଖାନ୍ତି । ପ୍ରତ୍ୟେକ ବୈଥେଲରେ ଏପରି ଭାଇଭଉଣୀମାନେ ସେବା କରନ୍ତି, ଯେଉଁମାନେ ଈଶ୍ୱରଙ୍କ ଇଚ୍ଛା ପୂରଣ କରିବା ପାଇଁ ସମର୍ପିତ ଅଟନ୍ତି ଏବଂ ତାଙ୍କ ରାଜ୍ୟ ସହ ଜଡ଼ିତ କାମଗୁଡ଼ିକରେ ନିଜ ପୂରା ସମୟ ଏବଂ ଶକ୍ତି ବ୍ୟବହାର କରନ୍ତି । (ମାଥିଉ ୬:୩୩) ସେମାନଙ୍କ ମଧ୍ୟରୁ କାହାରିକୁ କୌଣସି ଦରମା ମିଳେ ନାହିଁ । କିନ୍ତୁ ସମସ୍ତଙ୍କ ରହିବା ପାଇଁ କୋଠରୀ ଓ ଖାଇବା ପାଇଁ ଦିଆଯାଏ ଏବଂ ସେମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ କିଛି ଭତ୍ତା ଦିଆଯାଏ । ପ୍ରତ୍ୟେକ ସଦସ୍ୟଙ୍କୁ କିଛି ନା କିଛି କାମ ଦିଆଯାଏ । କିଛି ସଦସ୍ୟ ଅଫିସ୍‌ରେ କାମ କରନ୍ତି ତ କିଛି ରୋଷେଇ ଘରେ, ଖାଇବା ଘରେ, ଛାପାଖାନାରେ ଓ ବହି ବନ୍ଧେଇ କାମରେ । ଏହା ସହିତ, କିଛି ସଦସ୍ୟ କପଡ଼ା ଧୋଇବା, ଯନ୍ତ୍ରପାତିଗୁଡ଼ିକର ମରାମତି, ରକ୍ଷଣାବେକ୍ଷଣ ଓ ସଫେଇ କାମ କରନ୍ତି ।

ଏପରି ଏକ ଜାଗା, ଯେଉଁଠାରେ ରାଜ୍ୟର ପ୍ରଚାର କାମରେ ସହଯୋଗ ଦେବା ପାଇଁ ପ୍ରତ୍ୟେକେ ମନ ଲଗାଇ କାମ କରନ୍ତି । ପ୍ରତ୍ୟେକ ବୈଥେଲର ମୁଖ୍ୟ ଉଦ୍ଦେଶ୍ୟ ହେଉଛି: ଅଧିକରୁ ଅଧିକ ଲୋକଙ୍କ ପାଖକୁ ବାଇବଲର ସତ୍ୟ ପହଞ୍ଚାଇବା । ଏହି ପୁସ୍ତିକା ଏହାର ଏକ ଉଦାହରଣ ଅଟେ । ପ୍ରଥମେ ଏହାକୁ ପ୍ରଶାସନ ଦଳର ନିର୍ଦ୍ଦେଶ ଅନୁସାରେ ଲେଖାଗଲା, ତାʼପରେ ଏହାକୁ ବିଭିନ୍ନ ଭାଷାରେ ଅନୁବାଦ କରିବା ପାଇଁ କମ୍ପ୍ୟୁଟର ସାହାଯ୍ୟରେ ଆମ ଶହ ଶହ ଅନୁବାଦ ଦଳଗୁଡ଼ିକୁ ପଠାଗଲା, ଅନେକ ବୈଥେଲର ଛାପାଖାନାରେ ଅତ୍ୟାଧୁନିକ ଛାପାକଳରେ ମୁଦ୍ରଣ କରାଗଲା ଏବଂ ସେଠାରୁ ୧,୧୦,୦୦୦ରୁ ଅଧିକ ମଣ୍ଡଳୀକୁ ପଠାଗଲା । ପ୍ରକାଶନକୁ ପ୍ରସ୍ତୁତ କରିବା ଏବଂ ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ବୈଥେଲ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ହାତ ଥାଏ । ଏହିପରି ଭାବେ ପୂରା ବୈଥେଲ ପରିବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ଅର୍ଥାତ୍‌ ପ୍ରଚାର କାମକୁ ସହଯୋଗ କରନ୍ତି ।—ମାର୍କ ୧୩:୧୦.

  • ବୈଥେଲରେ କେଉଁମାନେ ସେବା କରନ୍ତି ଏବଂ ସେମାନଙ୍କ ଆବଶ୍ୟକତା କିପରି ପୂରଣ କରାଯାଏ ?

  • ପ୍ରତ୍ୟେକ ବୈଥେଲରେ କେଉଁ ଗୁରୁତ୍ୱପୂର୍ଣ୍ଣ କାମକୁ ସହଯୋଗ କରାଯାଏ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ