ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଅଗଷ୍ଟ ପୃଷ୍ଠା ୮
  • ଭଲ କାମ ଯାହା ଈଶ୍ୱର ଭୁଲିବେ ନାହିଁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭଲ କାମ ଯାହା ଈଶ୍ୱର ଭୁଲିବେ ନାହିଁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ବୈଥେଲ କʼଣ ଅଟେ ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଅଗଷ୍ଟ ପୃଷ୍ଠା ୮
ଜଣେ ଭଉଣୀ ବୈଥେଲର ରୋଷେଇ ଘରେ ସେବା କରୁଛନ୍ତି

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଭଲ କାମ ଯାହା ଈଶ୍ୱର ଭୁଲିବେ ନାହିଁ

ଯିହୋବାଙ୍କ ସମସ୍ତ ସେବକମାନେ ତାହାଙ୍କ ପବିତ୍ର ସେବାରେ ଏପରି ଭଲ କାମସବୁ କରିପାରିବେ, ଯାହା ସେ ସର୍ବଦା ମନେ ରଖିବେ। ଠିକ୍‌ ଯେପରି ଜଣେ ପିତା ନିଜ ପିଲାଙ୍କ ଭଲ କାମଗୁଡ଼ିକୁ କେବେ ଭୁଲେ ନାହିଁ, ସେହିପରି ଆମେ ଯିହୋବାଙ୍କ ସେବାରେ କେତେ ପରିଶ୍ରମ କରୁ ଏବଂ ତାହାଙ୍କ ନାମକୁ କେତେ ପ୍ରେମ କରୁ, ତାହା ସେ କେବେ ମଧ୍ୟ ଭୁଲିବେ ନାହିଁ। (ମାଥି ୬:୨୦; ଏବ୍ରୀ ୬:୧୦) ଏହା ସତ ଯେ ଆମ ସମସ୍ତଙ୍କ ପରିସ୍ଥିତି ଓ ଦକ୍ଷତା ଭିନ୍ନ ଭିନ୍ନ ହୋଇଥାଏ। ତଥାପି ଯଦି ଆମେ ଯିହୋବାଙ୍କ ସେବା କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରୁ, ତେବେ ଆମେ ଖୁସି ପାଇପାରିବା। (ଗାଲା ୬:୪; କଲ ୩:୨୩) ଅନେକ ବର୍ଷ ହେଲା ହଜାର ହଜାର ଭାଇଭଉଣୀ ବୈଥେଲରେ ସେବା କରିଛନ୍ତି। କʼଣ ଆପଣ ମଧ୍ୟ ବୈଥେଲ ସେବା କରିବା ପାଇଁ ଆଗକୁ ଆସିବେ ? ଯଦି ଆପଣ ବୈଥେଲ ଯାଇପାରିବେ ନାହିଁ, ତେବେ କʼଣ ଆପଣ ଆଉ କାହାରିକୁ ଏହି ସେବା କରିବା ପାଇଁ ଉତ୍ସାହିତ କରିପାରିବେ ? କିମ୍ବା କʼଣ ଆପଣ ବୈଥେଲ ପରିବାରର କୌଣସି ସଦସ୍ୟଙ୍କୁ ସାହାଯ୍ୟ କରିବାକୁ ଚାହିଁବେ, ଯାହାଫଳରେ ସେ ବୈଥେଲରେ ନିଜ ସେବା ଜାରି ରଖିପାରିବେ ?

ବୈଥେଲ ସେବା ପାଇଁ ଆଗକୁ ଆସନ୍ତୁ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ବୈଥେଲରେ ସେବା କରିବା ପାଇଁ ଆପଣଙ୍କୁ କʼଣ ପ୍ରେରିତ କରିବା ଉଚିତ୍‌ ?

  • ବୈଥେଲ ସେବାରୁ ମିଳୁଥିବା ଆଶିଷଗୁଡ଼ିକ ବିଷୟରେ କିଛି ଭାଇଭଉଣୀ କʼଣ କହିଛନ୍ତି ?

  • ବୈଥେଲରେ ସେବା କରିବା ପାଇଁ କେଉଁସବୁ ଯୋଗ୍ୟତା ହେବା ଜରୁରୀ ?

  • ଆପଣ ବୈଥେଲ ସେବା ପାଇଁ କିପରି ଆବେଦନ କରିପାରିବେ ?

ବୈଥେଲର ତିନି ଜଣ ଭାଇଭଉଣୀ କମ୍ପ୍ୟୁଟରରେ ଏକ ଜେକ୍‌ଟ ଉପରେ କାମ କରୁଛନ୍ତି; ଜଣେ ଭାଇ କାର୍ଟନରେ କାଶନଗୁକ ଭର୍ତ୍ତି କରୁଛନ୍ତି; ଜଣେ ଭାଇ ବଇ କାମ କରୁଛନ୍ତି

ବୈଥେଲ ସେବା ପାଇଁ ଯୋଗ୍ୟତା

  • ଯିହୋବା ଓ ତାହାଙ୍କ ସଂଗଠନ ପାଇଁ ଗଭୀର ପ୍ରେମ ହେବା ଉଚିତ୍‌

  • ଉଚ୍ଚ ନୈତିକ ମାନଦଣ୍ଡ ଅନୁଯାୟୀ ଚାଲିବା ଉଚିତ୍‌ ଏବଂ ଯିହୋବାଙ୍କ ଦୃଷ୍ଟିରେ ଶୁଦ୍ଧ ବିବେକ ରଖିବା ଉଚିତ୍‌

  • ପୋଷାକ ଓ ସଜବାଜ ଏପରି ହେବା ଉଚିତ୍‌, ଯାହା ଖ୍ରୀଷ୍ଟିୟାନମାନଙ୍କୁ ଶୋଭା ଦିଏ

  • ମନୋରଞ୍ଜନ କ୍ଷେତ୍ରରେ ପସନ୍ଦ ନାପସନ୍ଦ ଖ୍ରୀଷ୍ଟିୟାନ ମାନଦଣ୍ଡ ଅନୁଯାୟୀ ହେବା ଉଚିତ୍‌

  • ବୟସ ୧୯ରୁ ୩୫ ବର୍ଷ ମଧ୍ୟରେ ହେବା ଉଚିତ୍‌

  • ଶାରୀରିକ, ମାନସିକ ଓ ଭାବନାତ୍ମକ ଭାବେ ସୁସ୍ଥ ରହିବା ଉଚିତ୍‌

  • ନିଜ ଶାଖା କାର୍ଯ୍ୟାଳୟର ମୁଖ୍ୟ ଭାଷା ଭଲ ଭାବେ ପଢ଼ି, ଲେଖି ଓ କହି ଜାଣିବା ଉଚିତ୍‌

  • ଅତି କମ୍‌ରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବୈଥେଲରେ ରହିବା ପାଇଁ ପ୍ରସ୍ତୁତ ହେବା ଉଚିତ୍‌

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ