ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • fg ପାଠ ୧୦ ପ୍ରଶ୍ନଗୁଡ଼ିକ ୧-୪
  • ଆପଣ ସତ୍ୟ ଧର୍ମକୁ କିପରି ଚିହ୍ନିପାରିବେ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣ ସତ୍ୟ ଧର୍ମକୁ କିପରି ଚିହ୍ନିପାରିବେ?
  • ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
  • ପ୍ରାୟ ସମାନ ଲେଖା
  • ଆପଣ ସତ୍ୟ ଧର୍ମ କିପରି ପାଇ ପାରିବେ ?
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • ଈଶ୍ୱରଙ୍କ ଉପାସନା କରିବାର ସଠିକ୍‌ ପଦ୍ଧତି
    ବାଇବଲ ଆମକୁ କʼଣ ଶିଖାଏ?
  • ଦୁନିଆର ଧର୍ମଗୁଡ଼ିକର କʼଣ ହେବ?
    ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
  • ଧର୍ମଗୁଡ଼ିକ ଲୋକମାନଙ୍କୁ କିପରି ଈଶ୍ୱରଙ୍କଠାରୁ ଦୂରେଇ ନେଇଯାଏ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
fg ପାଠ ୧୦ ପ୍ରଶ୍ନଗୁଡ଼ିକ ୧-୪

ପାଠ ୧୦

ଆପଣ ସତ୍ୟ ଧର୍ମକୁ କିପରି ଚିହ୍ନିପାରିବେ?

୧. କʼଣ କେବଳ ଗୋଟିଏ ହିଁ ସତ୍ୟ ଧର୍ମ ଅଛି?

ଯୀଶୁ ଶିଖାଉଛନ୍ତି

“ଭଣ୍ଡ ଭାବବାଦୀମାନଙ୍କଠାରୁ ସାବଧାନ ହୋଇଥାଅ।”—ମାଥିଉ ୭:୧୫.

ଯୀଶୁ ନିଜ ଶିଷ୍ୟମାନଙ୍କୁ କେବଳ ଗୋଟିଏ ହିଁ ଧର୍ମ ବିଷୟରେ ଶିଖାଇଥିଲେ। ଏହା ସେହି ରାସ୍ତା ଅଟେ, ଯାହା ଅନନ୍ତ ଜୀବନ ଆଡ଼କୁ ନେଇଯାଏ। ଏହି ରାସ୍ତା ବିଷୟରେ ଯୀଶୁ କହିଥିଲେ: “ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ।” (ମାଥିଉ ୭:୧୪) ପରମେଶ୍ୱର କେବଳ ସେହି ଉପାସନାକୁ ଗ୍ରହଣ କରନ୍ତି, ଯାହା ତାଙ୍କ ବାକ୍ୟ ବାଇବଲ ଉପରେ ଆଧାରିତ ଥାଏ। ସତ୍ୟ ଧର୍ମକୁ ମାନୁଥିବା ଲୋକଙ୍କ ମଧ୍ୟରେ ଏକତା ଥାଏ କାରଣ ସେମାନେ ସମସ୍ତେ ସମାନ ଶିକ୍ଷାକୁ ବିଶ୍ୱାସ କରନ୍ତି।—ଯୋହନ ୪:୨୩, ୨୪; ୧୪:୬; ଏଫିସୀୟ ୪:୪, ୫ ପଢ଼ନ୍ତୁ।

ପରମେଶ୍ୱର କʼଣ ସମସ୍ତଙ୍କ ପ୍ରାର୍ଥନା ଶୁଣନ୍ତି ? ଭିଡିଓ ଦେଖନ୍ତୁ ।

୨. ମିଥ୍ୟା ଉପାସକଙ୍କ ବିଷୟରେ ଯୀଶୁ କʼଣ କହିଥିଲେ?

ଗୀର୍ଜାରେ ଜଣେ ପାଦୀ କଛନ୍ତି। ପରେ ସେ ଯୁଦ୍ଧକ୍ଷେତରେ ସୈନ୍ୟମାନଙ୍କୁ ଆଶୀର୍ବାଦ କରୁଛନ୍ତି।

“ସେମାନେ ଈଶ୍ୱରଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରନ୍ତି, କିନ୍ତୁ ସେମାନଙ୍କ କର୍ମ ଦ୍ୱାରା ତାହାଙ୍କୁ ଅସ୍ୱୀକାର କରନ୍ତି।”—ତୀତସ ୧:୧୬.

ଯୀଶୁ ସାବଧାନ କରିଥିଲେ ଯେ କିଛି ଲୋକ ନିଜକୁ ତାଙ୍କ ଶିଷ୍ୟ ବୋଲି ଦାବି କରିବେ ଏବଂ ତାଙ୍କ ଶିକ୍ଷାରେ ମିଛ ଶିକ୍ଷାସବୁ ମିଶାଇବେ। ଏପରି ଲୋକଙ୍କୁ ସେ ଭଣ୍ଡ ଭାବବାଦୀ ବୋଲି କହିଥିଲେ। ସେମାନଙ୍କୁ ଦେଖିଲେ ଆପଣଙ୍କୁ ଲାଗିପାରେ ଯେ ସେମାନେ ଯୀଶୁଙ୍କ ଶିଷ୍ୟ ଅଟନ୍ତି। କିନ୍ତୁ ସେମାନଙ୍କ ଅସଲ ରୂପକୁ ଆପଣ କେମିତି ଚିହ୍ନିପାରିବେ? ଯୀଶୁଙ୍କ ପ୍ରକୃତ ଶିଷ୍ୟମାନଙ୍କୁ ତାଙ୍କ ଗୁଣ ଏବଂ କାମରୁ ଚିହ୍ନିପାରିବେ।—ମାଥିଉ ୭:୧୩-୨୩ ପଢ଼ନ୍ତୁ।

୩. ଆପଣ ପ୍ରକୃତ ଉପାସକମାନଙ୍କୁ କିପରି ଚିହ୍ନିପାରିବେ?

ତଳେ ଦିଆଯାଇଥିବା ପାଞ୍ଚଟି ଲକ୍ଷଣଗୁଡ଼ିକୁ ଧ୍ୟାନ ଦିଅନ୍ତୁ:

  • ପ୍ରକୃତ ଉପାସକମାନେ ବାଇବଲକୁ ପରମେଶ୍ୱରଙ୍କ ତରଫରୁ ଅଟେ ବୋଲି ମାନନ୍ତି। ସେମାନେ ବାଇବଲର ସିଦ୍ଧାନ୍ତକୁ ଜୀବନରେ ଲାଗୁ କରିବା ପାଇଁ ଚେଷ୍ଟା କରନ୍ତି। ସତ୍ୟ ଧର୍ମ କୌଣସି ମଣିଷର ଚିନ୍ତାଧାରା ଉପରେ ଆଧାରିତ ହେବା ଉଚିତ୍‌ ନୁହେଁ। (ମାଥିଉ ୧୫:୭-୯) ସତ୍ୟ ଧର୍ମର ଉପାସକଙ୍କ କଥାରେ ଏବଂ କାମରେ କୌଣସି ତଫାତ୍‌ ଦେଖାଯାଏ ନାହିଁ; ସେମାନେ ଯାହା ଶିଖାନ୍ତି, ନିଜେ ମଧ୍ୟ କରନ୍ତି।—ଯୋହନ ୧୭:୧୭; ୨ ତୀମଥି ୩:୧୬, ୧୭ ପଢ଼ନ୍ତୁ।

  • ଜଣେ ଷ୍ଟିୟାନ ବାଇବଲ ଆଧାରିତ ଭାଷଣ ଦେଉଛନ୍ତି। ପରେ ସେ ଈରଙ୍କ ରାଜ୍ୟ ବିଷୟରେ ଚାର କରୁଛନ୍ତି, ତିକ ବିପତ୍ତିରେ ପୀତ ଲୋକଙ୍କୁ ରିଲିଫ୍‌ ଯୋଗାଉଛନ୍ତି, ଏକ ବୃଦ୍ଧ ଦମ୍ପତିଙ୍କୁ ସାହାଯ୍ୟ କରୁଛନ୍ତି।

    ଯୀଶୁଙ୍କ ପ୍ରକୃତ ଶିଷ୍ୟମାନେ ପରମେଶ୍ୱରଙ୍କ ନାମ ଯିହୋବାର ଆଦର କରନ୍ତି। ଯୀଶୁ ମଧ୍ୟ ଏପରି କରିଥିଲେ। ସେ ଲୋକଙ୍କୁ ପରମେଶ୍ୱରଙ୍କ ନାମ କହୁଥିଲେ ଏବଂ ତାଙ୍କ ବିଷୟରେ ଶିଖାଉଥିଲେ। ପରମେଶ୍ୱରଙ୍କ ନାମ ପବିତ୍ର କରାଯିବା ପାଇଁ ପ୍ରାର୍ଥନା କରିବାକୁ ମଧ୍ୟ ସେ କହୁଥିଲେ। (ମାଥିଉ ୬:୯) ଆପଣ ଯେଉଁ ଅଞ୍ଚଳରେ ରହନ୍ତି, ସେଠାରେ କେଉଁ ଧର୍ମ ଶିଖାଏ ଯେ ପରମେଶ୍ୱରଙ୍କ ନାମ ଯିହୋବା ଅଟେ?—ଯୋହନ ୧୭:୨୬; ରୋମୀୟ ୧୦:୧୩, ୧୪ ପଢ଼ନ୍ତୁ।

  • ପ୍ରକୃତ ଖ୍ରୀଷ୍ଟିୟାନମାନେ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କରନ୍ତି। କେବଳ ପରମେଶ୍ୱରଙ୍କ ରାଜ୍ୟ ହିଁ ମଣିଷର ସମସ୍ୟା ଦୂର କରିପାରିବ। ପରମେଶ୍ୱର ଯୀଶୁଙ୍କୁ ରାଜ୍ୟର ସୁସମାଚାର ପ୍ରଚାର କରିବା ପାଇଁ ପଠାଇଥିଲେ। ଯୀଶୁ ମରିବା ପର୍ଯ୍ୟନ୍ତ ଏହି ରାଜ୍ୟ ବିଷୟରେ ଲୋକଙ୍କୁ କହିଥିଲେ। (ଲୂକ ୪:୪୩; ୮:୧; ୨୩:୪୨, ୪୩) ସେ କହିଥିଲେ ଯେ ଯେଉଁମାନେ ପ୍ରକୃତରେ ତାଙ୍କ କଥା ମାନନ୍ତି, ସେମାନେ ପରମେଶ୍ୱରଙ୍କ ରାଜ୍ୟର ପ୍ରଚାର କରିବେ। ଯଦି କେହି ଆପଣଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ କହନ୍ତି, ତେବେ ଆପଣଙ୍କ ମତରେ ସେ କେଉଁ ଧର୍ମର ହେବା ଉଚିତ୍‌।—ମାଥିଉ ୨୪:୧୪ ପଢ଼ନ୍ତୁ।

  • ଯୀଶୁଙ୍କ ଶିଷ୍ୟମାନେ ଏହି ଦୁଷ୍ଟ ଦୁନିଆର ଭାଗ ହୁଅନ୍ତି ନାହିଁ। ସେମାନେ ରାଜନୈତିକ କିମ୍ବା ସାମାଜିକ ଝଗଡ଼ାରେ ସାମିଲ୍‌ ହୁଅନ୍ତି ନାହିଁ। (ଯୋହନ ୧୭:୧୬; ୧୮:୩୬) ଏହା ସହିତ, ସେମାନେ ଏହି ଦୁନିଆର ଚିନ୍ତାଧାରା ଏବଂ ଖରାପ ଅଭ୍ୟାସଗୁଡ଼ିକୁ ଅନୁକରଣ କରନ୍ତି ନାହିଁ।—ଯାକୁବ ୪:୪ ପଢ଼ନ୍ତୁ।

  • ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ଗଭୀର ପ୍ରେମ ଥାଏ। ସେମାନେ ବାଇବଲରୁ ଶିଖନ୍ତି ଯେ ଭାଷା କିମ୍ବା ସଂସ୍କୃତି ଆଧାରରେ କୌଣସି ପ୍ରକାର ଭେଦଭାବ କରିବା ଅନୁଚିତ୍‌, ବରଂ ସମସ୍ତଙ୍କୁ ଆଦର କରିବା ଉଚିତ୍‌। ଦୁନିଆରେ ଅନେକ ଧର୍ମ ଯୁଦ୍ଧକୁ ସମର୍ଥନ କରନ୍ତି, କିନ୍ତୁ ପ୍ରକୃତ ଖ୍ରୀଷ୍ଟିୟାନମାନେ ଏମିତି କରନ୍ତି ନାହିଁ। (ମୀଖା ୪:୧-୩) ସେମାନେ ନିଃସ୍ୱାର୍ଥପର ଭାବରେ ନିଜ ସମୟ ଓ ସାଧନ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ଏବଂ ଉତ୍ସାହ ବଢ଼ାଇବାରେ ବ୍ୟବହାର କରନ୍ତି।—ଯୋହନ ୧୩:୩୪, ୩୫; ୧ ଯୋହନ ୪:୨୦ ପଢ଼ନ୍ତୁ।

୪. କʼଣ ଆପଣ ସତ୍ୟ ଧର୍ମକୁ ଚିହ୍ନିପାରିବେ?

ଏପରି କେଉଁ ଧର୍ମ ଅଛି, ଯାହାର ସମସ୍ତ ଶିକ୍ଷା ପରମେଶ୍ୱରଙ୍କ ବାକ୍ୟରୁ ଆଧାରିତ ହୋଇଥାଏ, ପରମେଶ୍ୱରଙ୍କ ନାମର ମହିମା କରେ ଏବଂ ପରମେଶ୍ୱରଙ୍କ ରାଜ୍ୟ ହିଁ ସମସ୍ତ ଦୁଃଖ ଦୂର କରିପାରିବ ବୋଲି ପ୍ରଚାର କରେ? ତେବେ ଏମିତି କେଉଁ ଧର୍ମ ଅଛି, ଯାହାର ଲୋକେ ପରସ୍ପରକୁ ଗଭୀର ପ୍ରେମ କରନ୍ତି ଏବଂ ଯୁଦ୍ଧରେ ଭାଗ ନିଅନ୍ତି ନାହିଁ? ଆପଣ କʼଣ ଭାବନ୍ତି?—୧ ଯୋହନ ୩:୧୦-୧୨ ପଢ଼ନ୍ତୁ।

ଅଧିକ ଜାଣିବା ପାଇଁ ବାଇବଲ ଆମକୁ କʼଣ ଶିଖାଏ? ନାମକ ବହିର ୧୫ ଅଧ୍ୟାୟ ଦେଖନ୍ତୁ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ