ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୩୨ ପୃଷ୍ଠା ୮୦-ପୃଷ୍ଠା ୮୧ ଅନୁଚ୍ଛେଦ ୨
  • ଜଣେ ନୂଆ ମୁଖିଆ ଏବଂ ଦୁଇ ଜଣ ସାହସୀ ସ୍ତ୍ରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଜଣେ ନୂଆ ମୁଖିଆ ଏବଂ ଦୁଇ ଜଣ ସାହସୀ ସ୍ତ୍ରୀ
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୩୨ ପୃଷ୍ଠା ୮୦-ପୃଷ୍ଠା ୮୧ ଅନୁଚ୍ଛେଦ ୨
ବାରକ୍‌ ଦବୋରାକୁ ନିଜ ସହିତ ଆସିବା ପାଇଁ ସଙ୍କେତ କରୁଛନ୍ତି

ପାଠ ୩୨

ଜଣେ ନୂଆ ମୁଖିଆ ଏବଂ ଦୁଇ ଜଣ ସାହସୀ ସ୍ତ୍ରୀ

ଯିହୋଶୂୟ ଅନେକ ବର୍ଷ ଯାଏ ଯିହୋବାଙ୍କ ଲୋକମାନଙ୍କ ନେତୃତ୍ୱ ନେଉଥିଲେ । ତାʼପରେ ୧୧୦ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଗଲା । ଯେବେ ଯାଏ ସେ ଜୀବିତ ଥିଲେ ଇସ୍ରାଏଲୀୟ ଯିହୋବାଙ୍କ ଉପାସନା କରୁଥିଲେ । କିନ୍ତୁ ତାଙ୍କ ମୃତ୍ୟୁ ପରେ ସେମାନେ କିଣାନୀୟ ଲୋକଙ୍କ ଭଳି ମୂର୍ତ୍ତିପୂଜା କରିବାକୁ ଲାଗିଲେ । ଇସ୍ରାଏଲୀୟମାନେ ଯିହୋବାଙ୍କ କଥା ମାନିବା ଛାଡ଼ିଦେଲେ । ତେଣୁ ଯେବେ କିଣାନର ଜଣେ ରାଜା ଯାବୀନ୍‌ ସେମାନଙ୍କ ବଞ୍ଚିବା କଷ୍ଟ କରିଦେଲା ତେବେ ଯିହୋବା ତାକୁ ରୋକିଲେ ନାହିଁ । ସେସମୟରେ ଲୋକମାନେ ସାହାଯ୍ୟ ପାଇଁ ଯିହୋବାଙ୍କୁ ବହୁତ ବିନତି କଲେ । ଯିହୋବା ସେମାନଙ୍କ ପାଇଁ ଜଣେ ନୂଆ ମୁଖିଆ ନିଯୁକ୍ତ କଲେ । ତାଙ୍କ ନାମ ବାରକ୍‌ ଥିଲା । ବାରକ୍‌ ଲୋକମାନଙ୍କୁ ଯିହୋବାଙ୍କ ପାଖକୁ ଫେରି ଆସିବା ପାଇଁ ସାହାଯ୍ୟ କଲେ ।

ଦବୋରା ନାମକ ଜଣେ ଭବିଷ୍ୟଦ୍‌ବକ୍ତ୍ରୀ ବାରକ୍‌ଙ୍କୁ ଡକାଇଲେ । ସେ ବାରକ୍‌ଙ୍କୁ ଯିହୋବାଙ୍କ ଏହି ସନ୍ଦେଶ ଦେଲେ, ‘ନିଜ ସହ ୧୦,୦୦୦ ଲୋକଙ୍କୁ ନେଇ କୀଶୋନ୍‌ ନଦୀ ପାଖକୁ ଯାଅ ଏବଂ ସେଠାରେ ଯାବୀନ୍‌ର ସେନା ସହିତ ଲଢ଼ । ସେଠାରେ ତମେ ଯାବୀନ୍‌ର ସେନାପତି ସୀଷରାକୁ ପରାସ୍ତ କରିଦେବ ।’ ବାରକ୍‌ ଦବୋରାଙ୍କୁ କହନ୍ତି, ‘ତମେ ଯେବେ ମୋ ସହିତ ଯିବ ତେବେ ମୁଁ ଯିବି ।’ ଦବୋରା କହନ୍ତି, ‘ମୁଁ ତମ ସହିତ ଯିବି । କିନ୍ତୁ ଜାଣିଥାଅ ଯେ ସୀଷରାକୁ ତମେ ମାରିବ ନାହିଁ । ଯିହୋବା କହିଛନ୍ତି ଯେ ଜଣେ ସ୍ତ୍ରୀ ତାକୁ ମାରିବ ।’

ଦବୋରା, ବାରକ୍‌ ଓ ତାଙ୍କ ସେନା ସହ ତାବୋର ପାହାଡ଼କୁ ଗଲେ, ଯାହାଦ୍ୱାରା ଯୁଦ୍ଧର ପ୍ରସ୍ତୁତି କରିପାରିବେ । ସୀଷରାକୁ ଏହି ଖବର ମିଳିବା ମାତ୍ରେ ସେ ନିଜ ଯୁଦ୍ଧରଥଗୁଡ଼ିକୁ ଏବଂ ସେନାକୁ ତଳ ଘାଟିରେ ଏକାଠି କଲା । ଦବୋରା ବାରକ୍‌ଙ୍କୁ କହିଲେ, ‘ଆଜି ଯିହୋବା ତମକୁ ଜୟ ହାସଲ କରାଇବେ ।’ ବାରକ୍‌ ଓ ତାଙ୍କ ୧୦,୦୦୦ ଜଣ ଲୋକ ପାହାଡ଼ ତଳକୁ ଓହ୍ଲାଇଲେ, ଯାହାଦ୍ୱାରା ସୀଷରାର ବଡ଼ ସେନା ସହ ଲଢ଼ିପାରିବେ ।

ତାʼପରେ ଯିହୋବା କୀଶୋନ୍‌ ନଦୀରେ ବନ୍ୟା ଆଣିଲେ । ସୀଷରାର ଯୁଦ୍ଧରଥ କାଦୁଅରେ ଫସିଗଲା । ସୀଷରା ନିଜ ରଥ ଛାଡ଼ି ପଳାଇବାକୁ ଲାଗିଲା । ବାରକ୍‌ ଓ ତାଙ୍କ ସୈନିକମାନେ ସୀଷରାର ସେନାକୁ ପରାସ୍ତ କରିଦେଲେ, କିନ୍ତୁ ସୀଷରା ଜୀବନ ରକ୍ଷା କରି ପଳାଇଲା ! ସେ ଯାଇ ଯାୟେଲ ନାମକ ଜଣେ ସ୍ତ୍ରୀର ତମ୍ବୁରେ ଲୁଚିଗଲା । ଯାୟେଲ ତାକୁ ପିଇବା ପାଇଁ କ୍ଷୀର ଦେଲେ ଏବଂ ତାକୁ କମ୍ବଳ ଘୋଡ଼ାଇ ଦେଲେ । ସୀଷରା ବହୁତ ଥକି ଯାଇଥିଲା, ତେଣୁ ସେ ଶୋଇଗଲା । ପରେ ଯାୟେଲ ଚୁପ୍‌ଚାପ୍‌ ତାʼ ପାଖକୁ ଗଲେ ଏବଂ ସେ ତମ୍ବୁରେ ଲାଗିଥିବା ଲୁହା କଣ୍ଟାକୁ ତାʼ ମୁଣ୍ଡରେ ପିଟିଲେ । ଆଉ ସେ ମରିଗଲା ।

ବାରକ୍‌ ଏବଂ ଦବୋରା ଯିହୋବାଙ୍କ ପ୍ରଶଂସାରେ ଗୀତ ଗାଉଛନ୍ତି

ବାରକ୍‌, ସୀଷରାକୁ ଖୋଜି ଖୋଜି ତମ୍ବୁ ପାଖକୁ ଆସିଲେ । ଯାୟେଲ ତମ୍ବୁରୁ ବାହାରି କହିଲେ, ‘ଭିତରକୁ ଆସ । ଯେଉଁ ବ୍ୟକ୍ତିକୁ ତମେ ଖୋଜୁଛ ସେ ଏଠାରେ ଅଛି ।’ ଯେବେ ବାରକ୍‌ ଭିତରକୁ ଗଲେ ସେ ଦେଖିଲେ ଯେ ସୀଷରାର ମୃତ୍ୟୁ ହୋଇଯାଇଛି । ବାରକ୍‌ ଓ ଦବୋରା ଯିହୋବାଙ୍କ ପ୍ରଶଂସାରେ ଗୋଟିଏ ଗୀତ ଗାଇଲେ କାରଣ ସେ ଇସ୍ରାଲୀୟମାନଙ୍କୁ ଶତ୍ରୁମାନଙ୍କଠାରୁ ଜୟ ହାସଲ କରାଇଲେ । ପରବର୍ତ୍ତୀ ୪୦ ବର୍ଷ ଯାଏ ଇସ୍ରାଏଲ ଦେଶରେ ଶାନ୍ତି ରହିଲା ।

‘ଖୁସିଖବର ଶୁଣାଉଥିବା ସ୍ତ୍ରୀଗଣ ମହାବାହିନୀ ଅଟନ୍ତି ।’—ଗୀତସଂହିତା ୬୮:୧୧

ପ୍ରଶ୍ନ: ଦବୋରା କିପରି ଇସ୍ରାଏଲୀୟମାନଙ୍କ ସାହାଯ୍ୟ କଲେ ? ଯାୟେଲ କିପରି ସାହସର ସହ କାମ କଲେ ?

ବିଚାରକର୍ତ୍ତା ୪:୧–୫:୩୧

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ