ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୬୫ ପୃଷ୍ଠା ୧୫୪-ପୃଷ୍ଠା ୧୫୫ ଅନୁଚ୍ଛେଦ ୧
  • ଏଷ୍ଟର ନିଜ ଲୋକମାନଙ୍କୁ ରକ୍ଷା କଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଏଷ୍ଟର ନିଜ ଲୋକମାନଙ୍କୁ ରକ୍ଷା କଲେ
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୬୫ ପୃଷ୍ଠା ୧୫୪-ପୃଷ୍ଠା ୧୫୫ ଅନୁଚ୍ଛେଦ ୧
ରାଣୀ ଏଷ୍ଟର, ରାଜା ଅକ୍ଷଶ୍ୱେରଶଙ୍କ ଅଗଣାରେ ଯାଉଛନ୍ତି ଯେଉଁଠି କଡ଼ା ପହରା ଅଛି

ପାଠ ୬୫

ଏଷ୍ଟର ନିଜ ଲୋକମାନଙ୍କୁ ରକ୍ଷା କଲେ

ରାଣୀ ଏଷ୍ଟର

ଏଷ୍ଟର ଜଣେ ଯିହୁଦୀ ଝିଅ ଥିଲେ ଯିଏ ପାରସ୍ୟର ଶୂଶନ୍‌ ନାମକ ସହରରେ ରହୁଥିଲେ । ଅନେକ ବର୍ଷ ପୂର୍ବେ ନବୂଖଦ୍‌ନିତ୍ସର ତାଙ୍କ ପରିବାରକୁ ଯିରୂଶାଲମରୁ ନେଇ ଆଣିଥିଲେ । ଏଷ୍ଟରଙ୍କୁ ତାଙ୍କ କକା ମର୍ଦ୍ଦଖୟ ଲାଳନପାଳନ କରିଥିଲେ । ମର୍ଦ୍ଦଖୟ, ପାରସ୍ୟର ରାଜା ଅକ୍ଷଶ୍ୱେରଶଙ୍କ ଜଣେ ସେବକ ଥିଲେ ।

ରାଜା ଅକ୍ଷଶ୍ୱେରଶ ଜଣେ ନୂଆ ରାଣୀ ଚାହୁଁଥିଲେ । ତେଣୁ ତାଙ୍କ ସେବକମାନେ ଦେଶର ସବୁଠୁ ସୁନ୍ଦର ଝିଅମାନଙ୍କୁ ତାଙ୍କ ପାଖକୁ ଆଣିଲେ । ସେମଧ୍ୟରୁ ଏଷ୍ଟର ମଧ୍ୟ ଥିଲେ । ରାଜା ସମସ୍ତ ଝିଅମାନଙ୍କ ମଧ୍ୟରୁ ଏଷ୍ଟରଙ୍କୁ ରାଣୀ ବାଛିଲେ । ମର୍ଦ୍ଦଖୟ ଏଷ୍ଟରଙ୍କୁ କହିଲେ ଯେ ସେ କାହାରିକୁ ଜଣାନ୍ତୁ ନାହିଁ ଯେ ସେ ଜଣେ ଯିହୁଦୀ ଅଟନ୍ତି ।

ହାମନ୍‌ ନାମକ ଜଣେ ଅହଙ୍କାରୀ ବ୍ୟକ୍ତି ସମସ୍ତ ଅଧିପତିଙ୍କ ପ୍ରଧାନ ଥିଲା । ସେ ଚାହୁଁଥିଲା ଯେ ସମସ୍ତେ ତାʼ ଆଗରେ ପ୍ରଣାମ କରନ୍ତୁ । କିନ୍ତୁ ମର୍ଦ୍ଦଖୟ ଏପରି କରିବା ପାଇଁ ମନା କରିଦେଲେ । ହାମନ୍‌ ଏତେ ରାଗିଗଲା ଯେ ସେ ମର୍ଦ୍ଦଖୟଙ୍କୁ ମାରିଦେବା ପାଇଁ ଚାହୁଁଥିଲା । ଯେବେ ହାମନ୍‌କୁ ଜଣାପଡ଼ିଲା ଯେ ମର୍ଦ୍ଦଖୟ ଜଣେ ଯିହୁଦୀ ଅଟନ୍ତି ତେବେ ସେ ଦେଶର ସମସ୍ତ ଯିହୁଦୀଙ୍କୁ ମାରିଦେବା ପାଇଁ ଷଡ଼ଯନ୍ତ୍ର କଲା । ସେ ରାଜାଙ୍କୁ କହିଲା, ‘ଯିହୁଦୀ ଲୋକମାନେ ଆପଣଙ୍କ ପାଇଁ ବିପଦ ସୃଷ୍ଟି କରିପାରନ୍ତି । ତେଣୁ ଆପଣଙ୍କୁ ସେସମସ୍ତଙ୍କୁ ମାରିଦେବା ଉଚିତ୍‌ ।’ ଅକ୍ଷଶ୍ୱେରଶ କହିଲେ, ‘ତମ ଯାହା ଇଚ୍ଛା ତାହା କର ।’ ସେ ହାମନ୍‌କୁ ଗୋଟିଏ ନିୟମ ତିଆରି କରିବାର ମଧ୍ୟ ଅଧିକାର ଦେଲେ । ହାମନ୍‌ ଏହି ନିୟମ ତିଆରି କଲା ଯେ ଲୋକମାନେ ଅଦର ମାସର ତ୍ରୟୋଦଶ ଦିନରେ (୧୩ତମ ଦିନରେ) ସମସ୍ତ ଯିହୁଦୀଙ୍କୁ ମାରି ଦିଅନ୍ତୁ । ଯିହୋବା ଏସବୁ ଦେଖୁଥିଲେ ।

ଏଷ୍ଟର ସେହି ନିୟମ ବିଷୟରେ ଜାଣି ନ ଥିଲେ । ତେଣୁ ମର୍ଦ୍ଦଖୟ ତାର ଗୋଟିଏ ନକଲ ତାଙ୍କୁ ପଠାଇଲେ ଏବଂ କହିଲେ, ‘ତମେ ଯାଇ ରାଜାଙ୍କ ସହ କଥା ହୁଅ ।’ ଏଷ୍ଟର କହିଲେ, ‘ଯଦି କେହି ବିନା ଡାକରାରେ ରାଜାଙ୍କ ପାଖକୁ ଯାଏ ତେବେ ତାକୁ ମାରି ଦିଆଯାଏ । ରାଜା ମୋତେ ୩୦ ଦିନରୁ ଡାକି ନାହାନ୍ତି ! ତଥାପି ମୁଁ ଯିବି । ଯଦି ସେ ନିଜ ରାଜଦଣ୍ଡ ମୋ ଆଡ଼କୁ ବଢ଼ାନ୍ତି ତେବେ ମୁଁ ବଞ୍ଚିବି, ନହେଲେ ମୋତେ ମାରି ଦିଆଯିବ ।’

ଏଷ୍ଟର, ରାଜାଙ୍କ ଅଗଣାରେ ଗଲେ । ଯେବେ ରାଜା ତାଙ୍କୁ ଦେଖିଲେ ତେବେ ସେ ନିଜ ରାଜଦଣ୍ଡ ତାଙ୍କ ଆଡ଼କୁ ବଢ଼ାଇଲେ । ଏଷ୍ଟର ତାଙ୍କ ପାଖକୁ ଗଲେ ଏବଂ ରାଜା ତାଙ୍କୁ ପଚାରିଲେ, ‘ଏଷ୍ଟର, ମୁଁ ତମ ପାଇଁ କʼଣ କରିପାରିବି ?’ ଏଷ୍ଟର କହିଲେ, ‘ମୁଁ ଚାହେଁ ଯେ ରାଜା ଓ ହାମନ୍‌ ଏକ ଭୋଜିରେ ଆସନ୍ତୁ ।’ ଭୋଜିରେ ଏଷ୍ଟର ସେମାନଙ୍କୁ ଆଉ ଏକ ଭୋଜିରେ ଆସିବା ପାଇଁ କହନ୍ତି । ଦ୍ୱିତୀୟ ଭୋଜି ସମୟରେ ରାଜା ଏଷ୍ଟରଙ୍କୁ ପୁଣି ପଚାରିଲେ, ‘ମୁଁ ତମ ପାଇଁ କʼଣ କରିପାରିବି ?’ ଏଷ୍ଟର କହିଲେ, ‘କେହି ମୋତେ ଓ ମୋ ଲୋକମାନଙ୍କୁ ମାରିଦେବା ପାଇଁ ଚେଷ୍ଟା କରୁଛି । ଦୟାକରି ଆମକୁ ରକ୍ଷା କରନ୍ତୁ ।’ ରାଜା ପଚାରିଲେ, ‘କିଏ ତମକୁ ମାରିବା ପାଇଁ ଚାହେଁ ?’ ଏଷ୍ଟର କହିଲେ, “ଏହି ଦୁଷ୍ଟ ହାମନ୍‌ !” ଅକ୍ଷଶ୍ୱେରଶ ଏତେ ରାଗିଗଲେ ଯେ ସେ ତୁରନ୍ତ ହାମନ୍‌କୁ ମାରିଦେବା ପାଇଁ କହିଲେ ।

କିନ୍ତୁ ହାମନ୍‌ ଯେଉଁ ନିୟମ ତିଆରି କରିଥିଲା ତାହା କେହି ବି ରଦ୍ଦ କରିପାରି ନ ଥାʼନ୍ତେ, ରାଜା ବି ନୁହେଁ । ତେଣୁ ରାଜା ମର୍ଦ୍ଦଖୟଙ୍କୁ ଅଧିପତିମାନଙ୍କ ପ୍ରଧାନ ନିଯୁକ୍ତ କଲେ ଏବଂ ତାଙ୍କୁ ଏକ ନୂଆ ନିୟମ ତିଆରି କରିବାର ଅଧିକାର ଦେଲେ । ମର୍ଦ୍ଦଖୟ ଗୋଟିଏ ନିୟମ ତିଆରି କଲେ ଯାହା ଯୋଗୁଁ ଯିହୁଦୀମାନେ ନିଜର ରକ୍ଷା କରିପାରନ୍ତେ । ଅଦର ମାସର ତ୍ରୟୋଦଶ ଦିନରେ ଯିହୁଦୀମାନେ ଶତ୍ରୁମାନଙ୍କୁ ପରାସ୍ତ କଲେ । ସେସମୟଠାରୁ ପ୍ରତିବର୍ଷ ସେହି ଦିନ ଯିହୁଦୀ ଲୋକମାନେ ନିଜ ଜୟ ହାସଲ କରିବାର ଖୁସିରେ ଗୋଟିଏ ପର୍ବ ପାଳନ କରିବାକୁ ଲାଗିଲେ ।

“ତୁମ୍ଭେମାନେ ମୋʼ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁକୁ ଅଣାଯିବ; ତାହା ସେମାନଙ୍କ ଓ ବିଜାତିମାନଙ୍କ ପ୍ରତି ସାକ୍ଷ୍ୟ ସ୍ୱରୂପ ହେବ ।”—ମାଥିଉ ୧୦:୧୮

ପ୍ରଶ୍ନ: ଯିହୁଦୀମାନଙ୍କ ବିରୁଦ୍ଧରେ କʼଣ ଷଡ଼ଯନ୍ତ୍ର କରାଗଲା ? ଏଷ୍ଟର କିପରି ଦେଖାଇଲେ ଯେ ସେ ଯିହୋବାଙ୍କ ଉପରେ ବିଶ୍ୱାସ କରନ୍ତି ?

ଏଷ୍ଟର ୨:୫-୨୦; ୩:୧–୫:୮; ୭:୧–୮:୧୪; ୯:୧-୨୮

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ