ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୭୫ ପୃଷ୍ଠା ୧୭୮-ପୃଷ୍ଠା ୧୭୯ ଅନୁଚ୍ଛେଦ ୪
  • ଶୟତାନ ଯୀଶୁଙ୍କୁ ପରୀକ୍ଷା କଲା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଶୟତାନ ଯୀଶୁଙ୍କୁ ପରୀକ୍ଷା କଲା
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୭୫ ପୃଷ୍ଠା ୧୭୮-ପୃଷ୍ଠା ୧୭୯ ଅନୁଚ୍ଛେଦ ୪
ଯୀଶୁ ମନ୍ଦିରର ସବୁଠୁ ଉଚ୍ଚ ଜାଗାରୁ ଡେଇଁବା ପାଇଁ ମନା କରୁଛନ୍ତି

ପାଠ ୭୫

ଶୟତାନ ଯୀଶୁଙ୍କୁ ପରୀକ୍ଷା କଲା

ଯୀଶୁ ପଥରଗୁଡ଼ିକୁ ରୋଟୀ କରିବା ପାଇଁ ମନା କରୁଛନ୍ତି

ଯୀଶୁଙ୍କ ବାପ୍ତିସ୍ମ ପରେ ପବିତ୍ର ଶକ୍ତି ତାଙ୍କୁ ପ୍ରାନ୍ତରକୁ ନେଇଗଲା । ଯୀଶୁ ୪୦ ଦିନ ଯାଏ କିଛି ଖାଇଲେ ନାହିଁ, ତେଣୁ ତାଙ୍କୁ ବହୁତ ଭୋକ ଲାଗିଲା । ସେସମୟରେ ଶୟତାନ ତାଙ୍କୁ ପ୍ରଲୋଭିତ କରିବା ପାଇଁ ଚେଷ୍ଟା କଲା । ସେ ଯୀଶୁଙ୍କୁ କହିଲା, ‘ଯଦି ତୁ ସତରେ ଈଶ୍ୱରଙ୍କ ପୁତ୍ର ଅଟୁ, ତେବେ ଏହି ପଥରଗୁଡ଼ିକୁ କହ ଯେ ଏଗୁଡ଼ିକ ରୁଟି ହୋଇଯାଉ ।’ କିନ୍ତୁ ଯୀଶୁ ତାକୁ ଉତ୍ତରରେ ଶାସ୍ତ୍ରର ଏହି କଥା କହିଲେ, ‘ଲେଖାଅଛି ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ ବରଂ ତାʼଠୁ ବି ଅଧିକ ଏହା ଜରୁରୀ ଯେ ସେ ଯିହୋବାଙ୍କ ପ୍ରତ୍ୟେକ କଥା ଧ୍ୟାନର ସହ ଶୁଣୁ ।’

ତାʼପରେ ଶୟତାନ ଯୀଶୁଙ୍କୁ କହିଲା, ‘ଯଦି ତୁ ସତରେ ଈଶ୍ୱରଙ୍କ ପୁତ୍ର ଅଟୁ, ତେବେ ମନ୍ଦିରର ସବୁଠୁ ଉଚ୍ଚ ଜାଗାରୁ ଡେଇଁ ପଡ଼ । କାରଣ ଲେଖାଅଛି ଈଶ୍ୱର ନିଜ ସ୍ୱର୍ଗଦୂତମାନଙ୍କୁ ପଠାଇବେ ଏବଂ ସେମାନେ ତତେ ଧରି ନେବେ ।’ କିନ୍ତୁ ଯୀଶୁ ପୁଣିଥରେ ଶାସ୍ତ୍ରର ଏହି କଥା ତାକୁ କହିଲେ, ‘ଲେଖାଅଛି ତମେ ଯିହୋବାଙ୍କୁ ପରୀକ୍ଷା କରିବ ନାହିଁ ।’

ଯୀଶୁ ଦୁନିଆର ସବୁ ରାଜ୍ୟ ନେବା ପାଇଁ ଶୟତାନର ପ୍ରଲୋଭନକୁ ମନା କରୁଛନ୍ତି

ତାʼପରେ ଶୟତାନ ଯୀଶୁଙ୍କୁ ଦୁନିଆର ସବୁ ରାଜ୍ୟ ଏବଂ ତାʼର ଐଶ୍ୱର୍ଯ୍ୟ ଦେଖାଇ କହିଲା, ‘ଯଦି ତୁ ଥରେ ମୋତେ ଉପାସନା କରିବୁ, ତେବେ ମୁଁ ଏହି ସବୁ ରାଜ୍ୟ ଏବଂ ଏହାର ଐଶ୍ୱର୍ଯ୍ୟ ତତେ ଦେଇ ଦେବି ।’ କିନ୍ତୁ ଯୀଶୁ କହିଲେ, ‘ଦୂର ହୋଇ ଯା ଶୟତାନ ! କାରଣ ଲେଖାଅଛି ତମେ କେବଳ ଯିହୋବାଙ୍କ ଉପାସନା କରିବା ଉଚିତ ।’

ତେବେ ଶୟତାନ ସେଇଠୁ ପଳାଇଗଲା । ତାʼପରେ ସ୍ୱର୍ଗଦୂତମାନେ ଆସି ଯୀଶୁଙ୍କୁ ଖାଇବାକୁ ଦେଲେ । ଏହାପରେ ଯୀଶୁ ଈଶ୍ୱରଙ୍କ ରାଜ୍ୟର ଖୁସିର ଖବର ଶୁଣାଇବାକୁ ଲାଗିଲେ । ତାଙ୍କୁ ଏହି କାମ କରିବା ପାଇଁ ପୃଥିବୀକୁ ପଠାଯାଇଥିଲା । ଲୋକମାନଙ୍କୁ ତାଙ୍କ କଥା ଶୁଣିବାକୁ ବହୁତ ଭଲ ଲାଗୁଥିଲା । ସେ ଯେଉଁଠି ବି ଯାଉଥିଲେ ଲୋକମାନେ ତାଙ୍କ ପଛେ ପଛେ ଆସୁଥିଲେ ।

“ଯେତେବେଳେ ସେ [‘ଶୟତାନ,’ NWT] ମିଥ୍ୟା କହେ, ସେତେବେଳେ ସେ ନିଜଠାରୁ କହେ; କାରଣ ସେ ମିଥ୍ୟାବାଦୀ ଓ ମିଥ୍ୟାବାଦୀର ପିତା ।”—ଯୋହନ ୮:୪୪

ପ୍ରଶ୍ନ: ଯୀଶୁଙ୍କୁ ତିନି ଥର କʼଣ କରିବା ପାଇଁ ପ୍ରଲୋଭିତ କରାଗଲା ? ଯୀଶୁ କିପରି ଶୟତାନକୁ ଉତ୍ତର ଦେଲେ ?

ମାଥିଉ ୪:୧-୧୧; ମାର୍କ ୧:୧୨, ୧୩; ଲୂକ ୪:୧-୧୫; ଦ୍ୱିତୀୟ ବିବରଣ ୬:୧୩, ୧୬; ୮:୩; ଯାକୁବ ୪:୭

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ