ପାଠ ୭୬
ଯୀଶୁ ମନ୍ଦିରକୁ ଶୁଦ୍ଧ କଲେ
ତିରିଶ ଖ୍ରୀଷ୍ଟାବ୍ଦର ବସନ୍ତ ଋତୁରେ ଯୀଶୁ ଯିରୂଶାଲମକୁ ଗଲେ । ଅନେକ ଲୋକ ନିସ୍ତାର ପର୍ବ ପାଳନ କରିବା ପାଇଁ ଯିରୂଶାଲମକୁ ଆସିଥିଲେ । ସେମାନେ ମନ୍ଦିରରେ ପଶୁମାନଙ୍କର ବଳିଦାନ ଚଢ଼ାଇଲେ କାରଣ ଏହି ପର୍ବରେ ଏପରି କରିବା ଜରୁରୀ ଥିଲା । କିଛି ଲୋକ ପଶୁମାନଙ୍କୁ ନେଇକି ଆସିଥିଲେ ଆଉ କିଛି ଲୋକ ଯିରୂଶାଲମରେ ପଶୁମାନଙ୍କୁ କିଣିଥିଲେ ।
ଯେବେ ଯୀଶୁ ମନ୍ଦିରକୁ ଗଲେ ତେବେ ସେ ଦେଖିଲେ ଯେ ଲୋକମାନେ ସେଇଠି ପଶୁ ବିକୁଛନ୍ତି । ସେହି ଜାଗା ଯିହୋବାଙ୍କ ଉପାସନା କରିବା ପାଇଁ ଥିଲା କିନ୍ତୁ ଲୋକମାନେ ସେଇଠି ପଇସା କମାଉଥିଲେ । ଏହା ଦେଖି ଯୀଶୁ କʼଣ କଲେ ? ସେ ରଶିଗୁଡ଼ିକରୁ ଗୋଟିଏ ଚାବୁକ ତିଆରି କଲେ ଏବଂ ମେଣ୍ଢା ଓ ଗାଈଗୋରୁମାନଙ୍କୁ ମନ୍ଦିରରୁ ବାହାର କରିଦେଲେ । ସେ ପଇସା ବ୍ୟବସାୟୀମାନଙ୍କ ଟେବୁଲକୁ ଓଲଟାଇ ଦେଲେ ଏବଂ ତାଙ୍କ ପଇସାଗୁଡ଼ିକୁ ତଳେ ଜମିରେ ପକାଇ ଦେଲେ । ସେ ପାରା ବ୍ୟବସାୟୀମାନଙ୍କୁ କହିଲେ, ‘ଏସବୁ ନେଇକି ଏଇଠୁ ବାହାରି ଯାଅ ! ମୋ ପିତାଙ୍କ ଘରକୁ ବଜାର କର ନାହିଁ !’
ମନ୍ଦିରରେ ଯେଉଁ ଲୋକମାନେ ଥିଲେ ସେମାନେ ଯୀଶୁଙ୍କୁ ଏପରି କରୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କ ଶିଷ୍ୟମାନଙ୍କୁ ମସୀହଙ୍କ ବିଷୟରେ ଲେଖାଥିବା ଏହି ଭବିଷ୍ୟତବାଣୀ ମନେ ପଡ଼ିଲା, ‘ମୋ ଭିତରେ ଯିହୋବାଙ୍କ ମନ୍ଦିର ପାଇଁ ଉତ୍ସାହ ଭରିଯିବ ।’
ପରେ ୩୩ ଖ୍ରୀଷ୍ଟାବ୍ଦରେ ଯୀଶୁ ପୁଣିଥରେ ମନ୍ଦିରକୁ ଶୁଦ୍ଧ କଲେ । ସେ କାହାରିକୁ ମଧ୍ୟ ନିଜ ପିତାଙ୍କ ମନ୍ଦିରକୁ ଅନାଦର କରିବା ପାଇଁ ଦେଲେ ନାହିଁ ।
“ତୁମ୍ଭେମାନେ ଈଶ୍ୱର ଓ ଧନ ଉଭୟର ଦାସ ହୋଇ ପାର ନାହିଁ ।”—ଲୂକ ୧୬:୧୩