ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୮୦ ପୃଷ୍ଠା ୧୮୮-ପୃଷ୍ଠା ୧୮୯ ଅନୁଚ୍ଛେଦ ୧
  • ଯୀଶୁ ୧୨ ଜଣ ପ୍ରେରିତଙ୍କୁ ବାଛିଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁ ୧୨ ଜଣ ପ୍ରେରିତଙ୍କୁ ବାଛିଲେ
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୮୦ ପୃଷ୍ଠା ୧୮୮-ପୃଷ୍ଠା ୧୮୯ ଅନୁଚ୍ଛେଦ ୧
ଯୀଶୁ ଓ ତାଙ୍କ ୧୨ ଜଣ ପ୍ରେରିତ

ପାଠ ୮୦

ଯୀଶୁ ୧୨ ଜଣ ପ୍ରେରିତଙ୍କୁ ବାଛିଲେ

ପ୍ରାୟ ଦେଢ଼ ବର୍ଷ ପ୍ରଚାର କରିବା ପରେ, ଯୀଶୁଙ୍କୁ ଗୋଟିଏ ଜରୁରୀ ନିଷ୍ପତ୍ତି ନେବାର ଥିଲା । ତାଙ୍କୁ ବାଛିବାର ଥିଲା ଯେ କେଉଁମାନେ ତାଙ୍କ ସହିତ ରହି ପ୍ରଚାର କରିବେ । ଯୀଶୁଙ୍କୁ, ସେମାନଙ୍କୁ ଏହା ଶିଖାଇବାର ଥିଲା ଯେ ସେମାନେ କିପରି ଖ୍ରୀଷ୍ଟୀୟ ମଣ୍ଡଳୀର ନେତୃତ୍ୱ ନେବେ । ଯୀଶୁ ଚାହୁଁଥିଲେ ଯେ ଏହି ନିଷ୍ପତ୍ତି ନେବା ପାଇଁ ଯିହୋବା ତାଙ୍କୁ ସାହାଯ୍ୟ କରନ୍ତୁ । ତେଣୁ ସେ ଏକୁଟିଆ ଗୋଟିଏ ପାହାଡ଼ ଉପରକୁ ଗଲେ ଏବଂ ସେ ରାତି ସାରା ପ୍ରାର୍ଥନା କଲେ । ସକାଳେ ସେ କିଛି ଶିଷ୍ୟଙ୍କୁ ନିଜ ପାଖକୁ ଡାକିଲେ ଏବଂ ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ପ୍ରେରିତ ବାଛିଲେ । ଆପଣଙ୍କୁ ସେମାନଙ୍କ ମଧ୍ୟରୁ କେଉଁମାନଙ୍କର ନାମ ମନେ ଅଛି ? ସେମାନଙ୍କ ନାମ ଥିଲା: ପିତର, ଆନ୍ଦ୍ରିୟ, ଯାକୁବ, ଯୋହନ, ଫିଲିପ୍ପ, ବାର୍ଥଲମୀ, ଥୋମା, ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, ଶିମୋନ ଓ ଇଷ୍କାରିୟୋତୀୟ ଯିହୁଦା ।

ଆନ୍ଦ୍ରିୟ, ପିତର, ଫିଲିପ୍ପ, ଯାକୁବ

ଆନ୍ଦ୍ରିୟ, ପିତର, ଫିଲିପ୍ପ, ଯାକୁବ

ଏହି ୧୨ ଜଣ ପ୍ରେରିତ ଯୀଶୁଙ୍କ ସହ ଯାତ୍ରା କରୁଥିଲେ । ଯୀଶୁ ସେମାନଙ୍କୁ ଶିଖାଇଲେ ଯେ କିପରି ପ୍ରଚାର କରିବାର ଅଛି । ଏହାପରେ ସେ ସେମାନଙ୍କୁ ନିଜେ ପ୍ରଚାର କରିବା ପାଇଁ ପଠାଇଲେ । ଯିହୋବା ପ୍ରେରିତମାନଙ୍କୁ ଶକ୍ତି ଦେଲେ, ଯାହାଦ୍ୱାରା ସେମାନେ ରୋଗୀମାନଙ୍କୁ ଠିକ୍‌ କରିପାରିବେ ଏବଂ ଲୋକମାନଙ୍କଠାରୁ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ବାହାର କରିପାରିବେ ।

ଯୋହନ, ମାଥିଉ, ବାର୍ଥଲମୀ, ଥୋମା

ଯୋହନ, ମାଥିଉ, ବାର୍ଥଲମୀ, ଥୋମା

ଯୀଶୁ ୧୨ ଜଣ ପ୍ରେରିତମାନଙ୍କୁ ନିଜ ସାଙ୍ଗ କହୁଥିଲେ ଏବଂ ତାଙ୍କୁ ସେମାନଙ୍କ ଉପରେ ଭରସା ଥିଲା । ଫାରୂଶୀ ପ୍ରେରିତମାନଙ୍କୁ ଅଶିକ୍ଷିତ ଓ ସାଧାରଣ ଲୋକ ଭାବୁଥିଲେ । କିନ୍ତୁ ପ୍ରେରିତମାନଙ୍କୁ ନିଜ କାମ କିପରି କରିବା ଉଚିତ୍‌, ଏହାର ଶିକ୍ଷା ସେମାନଙ୍କୁ ଯୀଶୁ ଦେଇଥିଲେ । ସେମାନେ ଯୀଶୁଙ୍କ ଜୀବନର ସବୁଠୁ ମହତ୍ତ୍ୱପୂର୍ଣ୍ଣ ସମୟରେ ତାଙ୍କ ସହିତ ରହିଲେ, ଯେପରି ତାଙ୍କ ମୃତ୍ୟୁ ପୂର୍ବରୁ ଏବଂ ତାଙ୍କ ଜୀବିତ ହେବା ପରେ । ବାର ଜଣ ପ୍ରେରିତମାନଙ୍କ ମଧ୍ୟରୁ ଅଧିକାଂଶ ଯୀଶୁଙ୍କ ଭଳି ଗାଲିଲୀରୁ ଥିଲେ । ସେମାନଙ୍କ ମଧ୍ୟରୁ କିଛି ବିବାହ କରିଥିଲେ ।

ଆଲଫିଙ୍କ ପୁତ୍ର ଯାକୁବ, ଇଷ୍କାରିୟୋତୀୟ ଯିହୁଦା, ଥଦ୍ଦୀୟ, ଶିମୋନ

ଆଲଫିଙ୍କ ପୁତ୍ର ଯାକୁବ, ଇଷ୍କାରିୟୋତୀୟ ଯିହୁଦା, ଥଦ୍ଦୀୟ, ଶିମୋନ

ପ୍ରେରିତମାନେ ଅପରିପୂର୍ଣ୍ଣ ଥିଲେ ତେଣୁ ସେମାନଙ୍କ ଦ୍ୱାରା ଭୁଲଗୁଡ଼ିକ ହୋଇଯାଉଥିଲା । ବେଳେ ବେଳେ ସେମାନେ ବିନା ଭାବିଚିନ୍ତି କିଛି କହି ଦେଉଥିଲେ ଏବଂ ଭୁଲ ନିଷ୍ପତ୍ତିଗୁଡ଼ିକ ନେଉଥିଲେ । ଅନେକ ଥର ସେମାନେ ଧୈର୍ଯ୍ୟ ହରାଇ ବସୁଥିଲେ । ଏପରିକି ସେମାନେ ଝଗଡ଼ା କରୁଥିଲେ ଯେ ସେମାନଙ୍କ ମଧ୍ୟରୁ ସବୁଠୁ ବଡ଼ କିଏ । କିନ୍ତୁ ସେମାନେ ଭଲ ଲୋକ ଥିଲେ ଏବଂ ଯିହୋବାଙ୍କୁ ପ୍ରେମ କରୁଥିଲେ । ଯୀଶୁଙ୍କ ଯିବା ପରେ ସେମାନଙ୍କଠୁ ହିଁ ଖ୍ରୀଷ୍ଟୀୟ ମଣ୍ଡଳୀର ଆରମ୍ଭ ହେଲା ।

“ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହିଅଛି, କାରଣ ମୁଁ ମୋହର ପିତାଙ୍କଠାରୁ ଯାହା ଯାହା ଶୁଣିଅଛି, ସେହିସବୁ ତୁମ୍ଭମାନଙ୍କୁ ଜଣାଇଅଛି ।”—ଯୋହନ ୧୫:୧୫

ପ୍ରଶ୍ନ: ଯୀଶୁ କେଉଁ ୧୨ ଜଣ ଲୋକଙ୍କୁ ନିଜ ପ୍ରେରିତ ବାଛିଲେ ? ସେ ନିଜ ପ୍ରେରିତମାନଙ୍କୁ କେଉଁ କାମ କରିବା ପାଇଁ ପଠାଇଲେ ?

ମାଥିଉ ୧୦:୧-୧୦; ମାର୍କ ୩:୧୩-୧୯; ୧୦:୩୫-୪୦; ଲୂକ ୬:୧୨-୧୬; ଯୋହନ ୧୫:୧୫; ୨୦:୨୪, ୨୫; ପ୍ରେରିତ ୨:୭; ୪:୧୩; ୧ କରିନ୍ଥୀୟ ୯:୫; ଏଫିସୀୟ ୨:୨୦-୨୨

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ