ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୮୯ ପୃଷ୍ଠା ୨୦୮-ପୃଷ୍ଠା ୨୦୯ ଅନୁଚ୍ଛେଦ ୧
  • ପିତର ଯୀଶୁଙ୍କୁ ଚିହ୍ନିବାରୁ ମନା କରିଦେଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପିତର ଯୀଶୁଙ୍କୁ ଚିହ୍ନିବାରୁ ମନା କରିଦେଲେ
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୮୯ ପୃଷ୍ଠା ୨୦୮-ପୃଷ୍ଠା ୨୦୯ ଅନୁଚ୍ଛେଦ ୧
କୟାଫାର ଘର ଅଗଣାରେ ପିତର ଯୀଶୁଙ୍କୁ ଚିହ୍ନିବାରୁ ମନା କରୁଛନ୍ତି

ପାଠ ୮୯

ପିତର ଯୀଶୁଙ୍କୁ ଚିହ୍ନିବାରୁ ମନା କରିଦେଲେ

ଯେବେ ଯୀଶୁ ନିଜ ପ୍ରେରିତମାନଙ୍କ ସହ ଉପର କୋଠରିରେ ଥିଲେ ତେବେ ଯୀଶୁ ସେମାନଙ୍କୁ କହିଥିଲେ, ‘ଆଜି ରାତି ତମେ ସମସ୍ତେ ମୋତେ ଏକୁଟିଆ ଛାଡ଼ି ପଳାଇଯିବ ।’ ପିତର କହିଥିଲେ, ‘ନା, ମୁଁ ଏପରି କରିବି ନାହିଁ ! ଯଦିଓ ସମସ୍ତେ ଆପଣଙ୍କୁ ଛାଡ଼ି ପଳାଇଯିବେ, କିନ୍ତୁ ମୁଁ ଆପଣଙ୍କୁ ଛାଡ଼ି କେବେ ବି ଯିବି ନାହିଁ ।’ କିନ୍ତୁ ଯୀଶୁ ପିତରଙ୍କୁ କହିଲେ, ‘କୁକୁଡ଼ାର ଡାକ ଦେବା ପୂର୍ବରୁ ତମେ ମୋତେ ତିନି ଥର ଜାଣିବାରୁ ମନା କରିବ ।’

ଯେବେ ସୈନିକମାନେ, ଯୀଶୁଙ୍କୁ କୟାଫାର ଘରକୁ ନେଇଗଲେ, ତେବେ ଅଧିକାଂଶ ପ୍ରେରିତ ପଳାଇ ଯାଇଥିଲେ । କିନ୍ତୁ ଦୁଇ ଜଣ ପ୍ରେରିତ ଟିକେ ଦୂରରେ ରହି ସେମାନଙ୍କ ପଛେ ପଛେ ଗଲେ । ସେମାନଙ୍କ ମଧ୍ୟରୁ ଜଣେ ପିତର ଥିଲେ । ସେ କୟାଫାର ଘର ଅଗଣାରେ ଗଲେ ଏବଂ ନିଆଁ ପୁଆଇଁବାକୁ ଲାଗିଲେ । ନିଆଁର ଆଲୋକରେ ଜଣେ ଦାସୀ ପିତରଙ୍କ ମୁହଁ ଦେଖିଲା ଓ କହିଲା, ‘ମୁଁ ତମକୁ ଜାଣିଛି ! ତମେ ଯୀଶୁଙ୍କ ସହିତ ଥିଲ !’

ପିତର କହିଲେ, ‘ନା, ମୁଁ ନ ଥିଲି ! ମୁଁ ଜାଣେ ନାହିଁ ଯେ ତମେ କʼଣ କହୁଛ !’ ସେ ଫାଟକ ପାଖକୁ ଚାଲିଗଲେ । କିନ୍ତୁ ସେସମୟରେ ଆଉ ଜଣେ ଦାସୀ ତାଙ୍କୁ ଦେଖିଲା ଏବଂ ଭିଡ଼କୁ କହିଲା, ‘ଏହି ବ୍ୟକ୍ତି ଯୀଶୁଙ୍କ ସହିତ ଥିଲା !’ ପିତର କହିଲେ, ‘ମୁଁ ଯୀଶୁଙ୍କୁ ଜାଣେ ନାହିଁ !’ ଜଣେ ବ୍ୟକ୍ତି କହିଲା, ‘ତମେ ସେମାନଙ୍କ ମଧ୍ୟରୁ ଜଣେ ! ତମ କହିବା ଶୈଳୀରୁ ସ୍ପଷ୍ଟ ଜଣାପଡ଼େ ଯେ ତମେ ମଧ୍ୟ ଯୀଶୁଙ୍କ ଭଳି ଗାଲିଲୀରୁ ଅଟ ।’ କିନ୍ତୁ ପିତର ଶପଥ ଦେଇ କହିବାକୁ ଲାଗିଲେ, ‘ମୁଁ ତାଙ୍କୁ ଜାଣେ ନାହିଁ !’

ସେହି ସମୟରେ ଗୋଟିଏ କୁକୁଡ଼ା ଡାକିଲା । ତେବେ ପିତର ଦେଖିଲେ ଯେ ଯୀଶୁ ତାଙ୍କୁ ବୁଲି ଦେଖୁଛନ୍ତି । ତାଙ୍କୁ ଯୀଶୁଙ୍କ କଥା ମନେ ପଡ଼ିଲା ଏବଂ ବାହାରକୁ ଯାଇ ସେ ବହୁତ କାନ୍ଦିବାକୁ ଲାଗିଲେ ।

ସେସମୟ ମଧ୍ୟରେ କୟାଫାର ଘରେ ମହାସଭା ଅର୍ଥାତ୍‌ ବଡ଼ ଅଦାଲତର ସମସ୍ତ ଲୋକ ଏକାଠି ହେଲେ, ଯାହାଦ୍ୱାରା ଯୀଶୁଙ୍କ ଉପରେ ମକଦ୍ଦମା ହୋଇପାରିବ । ସେମାନେ ଆଗରୁ ହିଁ ନିଷ୍ପତ୍ତି ନେଇ ସାରିଥିଲେ ଯେ ସେମାନେ ଯୀଶୁଙ୍କୁ ମାରିଦେବେ । ଏବେ ସେମାନେ କେବଳ ତାଙ୍କୁ ମାରିବା ପାଇଁ ଗୋଟିଏ କାରଣ ଖୋଜୁଥିଲେ । କିନ୍ତୁ ସେମାନଙ୍କୁ କୌଣସି କାରଣ ମିଳିଲା ନାହିଁ । ଶେଷରେ କୟାଫା ଯୀଶୁଙ୍କୁ ସ୍ପଷ୍ଟ ପଚାରିଲା, ‘କʼଣ ତମେ ଈଶ୍ୱରଙ୍କ ପୁତ୍ର ଅଟ ?’ ଯୀଶୁ କହିଲେ, ‘ହଁ, ମୁଁ ଅଟେ ।’ କୟାଫା କହିଲା, ‘ଆମକୁ ଆଉ କୌଣସି ପ୍ରମାଣର ଆବଶ୍ୟକ ନାହିଁ । ଏ ଈଶ୍ୱରଙ୍କ ଅପମାନ କରିଛି !’ ଅଦାଲତରେ ସମସ୍ତେ କହିଲେ, ‘ଏହି ବ୍ୟକ୍ତିକୁ ମାରି ଦିଆଯାଉ ।’ ସେମାନେ ଯୀଶୁଙ୍କୁ ଚାପୁଡ଼ା ମାରିଲେ, ତାଙ୍କ ଉପରେ ଛେପ ପକାଇଲେ, ତାଙ୍କ ମୁହଁ ଢାଙ୍କି ବିଧା ମାରିଲେ ଏବଂ କହିଲେ, ‘ଯଦି ତୁ ଜଣେ ଭବିଷ୍ୟଦ୍‌ବକ୍ତା ଅଟୁ ତେବେ କହ ଯେ କିଏ ତତେ ମାରିଲା !’

ଯେବେ ସକାଳ ହେଲା ତେବେ ସେମାନେ ଯୀଶୁଙ୍କୁ ମହାସଭାର ଭବନକୁ ନେଇଗଲେ ଏବଂ ସେଠାରେ ପୁଣି ପଚାରିଲେ, ‘କʼଣ ତମେ ଈଶ୍ୱରଙ୍କ ପୁତ୍ର ଅଟ ?’ ଯୀଶୁ ଉତ୍ତର ଦେଲେ, ‘ତମେ ନିଜେ କହୁଛ ଯେ ମୁଁ ଅଟେ ।’ ସେମାନେ କହିଲେ ଯେ ସେ ଈଶ୍ୱରଙ୍କର ଅପମାନ କରିବାର ପାପ କରିଛନ୍ତି । ସେମାନେ ତାଙ୍କୁ ରୋମୀ ରାଜ୍ୟପାଳ, ପନ୍ତୀୟ ପୀଲାତଙ୍କ ମହଲକୁ ନେଇଗଲେ । ଏହାପରେ କʼଣ ହେଲା ? ଆସନ୍ତୁ ଦେଖିବା ।

“ସମୟ . . . ଆସିଲାଣି, ଯେତେବେଳେ ତୁମ୍ଭେମାନେ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକେ ଆପଣା ଆପଣା ଘରକୁ ପଳାଇଯିବ, ଆଉ ମୋତେ ଏକାକୀ ପରିତ୍ୟାଗ କରିବ; ତଥାପି ମୁଁ ଏକାକୀ ନୁହେଁ, କାରଣ ପିତା ମୋʼ ସାଙ୍ଗରେ ଅଛନ୍ତି ।”—ଯୋହନ ୧୬:୩୨

ପ୍ରଶ୍ନ: କୟାଫାର ଘରର ଅଗଣାରେ କʼଣ ହେଲା ? ଅଦାଲତ କେଉଁ ଦୋଷ ପାଇଁ ଯୀଶୁଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲା ?

ମାଥିଉ ୨୬:୩୧-୩୫, ୫୭–୨୭:୨; ମାର୍କ ୧୪:୨୭-୩୧, ୫୩–୧୫:୧; ଲୂକ ୨୨:୫୫-୭୧; ଯୋହନ ୧୩:୩୬-୩୮; ୧୮:୧୫-୧୮, ୨୫-୨୮

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ