ଗୀତ ୮
ଯିହୋବା ଦୁର୍ଗ ଆମର
(ଗୀତସଂହିତା ୯୧)
୧. ଯିହୋବା ଦୁର୍ଗ ଆମ;
ଆଶ୍ରା ସେ ଆମର ।
ଆଶ୍ରୟସ୍ଥଳେ ତାଙ୍କ;
ରହୁ ନିରାପଦ ।
ବିଶ୍ୱସ୍ତଙ୍କ ରକ୍ଷକ ସେ;
ରହୁ ଯେ ନିର୍ଭର ଆମେ ।
ସେ ଆମ ଦୃଢ଼ ଗଡ଼;
ସଦା ବିଶ୍ୱସ୍ତ ଓ ସତ୍ୟ ।
୨. ସହସ୍ର ଲକ୍ଷ ଥିଲେ,
ଆମ ଚାରିଆଡ଼େ;
ଧାର୍ମିକ ଓ ନମ୍ରଙ୍କୁ,
ରକ୍ଷା କରିବେ ସେ ।
ଚିନ୍ତା ନାହିଁ ଡରିବାର;
ବିପତ୍ତି ଯେବେ ଆସିବ ।
ରଖିକି ଡେଣା ତଳେ;
ବିପଦୁ ରକ୍ଷା କରିବେ ।
୩. ସୁରକ୍ଷିତ ରଖିବେ,
ସେ ସବୁ ଫାନ୍ଦରୁ;
ଭୟ ରହିବ ନାହିଁ,
ଅନ୍ଧାର ରାତିରୁ ।
ଶତ୍ରୁର ଉଡ଼ନ୍ତା ତୀର,
ନିକଟକୁ ନ ଆସିବ ।
ଯିହୋବା ଦୁର୍ଗ ଆମ,
କରେ ରକ୍ଷା ହୋଇ ଢାଲ ।
(ଗୀତ. ୯୭:୧୦; ୧୨୧:୩, ୫; ଯିଶା. ୫୨:୧୨ ମଧ୍ୟ ଦେଖନ୍ତୁ ।)