ଗୀତ ୧୨୪
ବଜାୟ ରଖିବା ବିଶ୍ୱାସ
(ଗୀତସଂହିତା ୧୮:୨୫)
୧. ଯିହୋବା ପ୍ରତି ରହିବୁ,
ଆମେ ସଦା ବିଶ୍ୱସ୍ତ,
ଶିଖିବୁ, ତୁମ ନିୟମ,
ଦିଅ ଯେ ପରାମର୍ଶ
ମାନିଥାଉ ସେଇ ଆଜ୍ଞା,
ଅନୁସରଣ କରୁ ।
ବିଶ୍ୱାସ ରଖି ବଜାୟ,
ହେବା ଆମେ ବିଜୟ ।
୨. ଭାଇ, ଥିଲେ ବିପଦରେ
ଦୂରେଇ ଯିବା ନାହିଁ ।
ଭାଇଙ୍କୁ ଭାଇ ଭାବିବା,
ଆଦର ବି କରିବା ।
ସମ୍ମାନ ଯେ ତାଙ୍କୁ ଦେବା,
କଥା ମଧ୍ୟ ମାନିବା ।
ରଖି ପ୍ରେମ ଭରସାର,
ଛାଡ଼ିବେନି ସେ କେବେ ।
୩. ଭାଇ ବାଟ ଦେଖାଇଲେ,
ଯିବା ଆମେ ସେ ବାଟେ ।
ଦେଲେ ଯାହା ପରାମର୍ଶ,
ଧ୍ୟାନରେ ଯେ ଶୁଣିବା ।
ପ୍ରଭୁ ଦେବେ ଆଶୀର୍ବାଦ,
ହେବା ସେତେ ବିଶ୍ୱାସୀ,
ରହିବା ଯେତେ ବିଶ୍ୱସ୍ତ,
ହେବା ଈଶ୍ୱରଙ୍କର ।
(ଗୀତ. ୧୪୯:୧; ୧ ତୀମ. ୨:୮; ଏବ୍ରୀ ୧୩:୧୭ ମଧ୍ୟ ଦେଖନ୍ତୁ)