ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • th ଅଧ୍ୟୟନ ୧୦ ପୃଷ୍ଠା ୧୩
  • ସ୍ୱରରେ ପରିବର୍ତ୍ତନ ଆଣିବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସ୍ୱରରେ ପରିବର୍ତ୍ତନ ଆଣିବା
  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରାୟ ସମାନ ଲେଖା
  • ଉତ୍ସାହର ସହିତ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ଦୃଢ଼ ବିଶ୍ୱାସର ସହିତ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • କଥାବାର୍ତ୍ତାର ଶୈଳୀରେ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ଆହୁରି ଦେଖନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
th ଅଧ୍ୟୟନ ୧୦ ପୃଷ୍ଠା ୧୩

ଅଧ୍ୟୟନ ୧୦

ସ୍ୱରରେ ପରିବର୍ତ୍ତନ ଆଣିବା

ବାଇବଲ ପଦ

ହିତୋପଦେଶ ୮:୪, ୭

ସାରାଂଶ: ଆପଣଙ୍କ ଆବାଜ୍‌କୁ କମ୍‌ ବେଶି କରିବା, ସ୍ୱରକୁ ଉଚ୍ଚ ନୀଚ କରିବା ଏବଂ କହିବାର ବେଗରେ ପରିବର୍ତ୍ତନ ଆଣିବା ଦ୍ୱାରା କଥାଗୁଡ଼ିକୁ ସ୍ପଷ୍ଟ ଭାବେ ଜଣାନ୍ତୁ । ଏପରି କରିବା ଦ୍ୱାରା ଆପଣ ଶ୍ରୋତାମାନଙ୍କର ଭାବନା ଓ ଆବେଗଗୁଡ଼ିକୁ ଜାଗ୍ରତ କରିପାରିବେ ।

ଏହା କିପରି କରିପାରିବେ:

  • ଆବାଜ୍‌କୁ କମ୍‌ ବେଶି କରନ୍ତୁ । ମୁଖ୍ୟ କଥାକୁ ସ୍ପଷ୍ଟ ଭାବେ ଜଣାଇବା ପାଇଁ ଏବଂ ଶ୍ରୋତାମାନଙ୍କୁ କୌଣସି ପଦକ୍ଷେପ ନେବାକୁ ପ୍ରେରିତ କରିବା ପାଇଁ ଟିକେ ବେଶି ଆବାଜ୍‌ରେ କୁହନ୍ତୁ । ଯେତେବେଳେ ଆପଣ ବାଇବଲରୁ କୌଣସି ନ୍ୟାୟଦଣ୍ଡ ପଢ଼ନ୍ତି, ସେତେବେଳେ ମଧ୍ୟ ଏହିପରି କରନ୍ତୁ । ଆଗକୁ କʼଣ ହେବ, ତାହା ଜାଣିବାରେ ଶ୍ରୋତାଙ୍କ ମନରେ ଆଗ୍ରହ ବଢ଼ାଇବା ପାଇଁ କିମ୍ବା ଡର ବା ଚିନ୍ତାର ଭାବନା ପ୍ରକାଶ କରିବା ପାଇଁ କମ୍‌ ଆବାଜ୍‌ରେ କୁହନ୍ତୁ ।

    ବ୍ୟବହାରିକ ପରାମର୍ଶ

    ବେଶି ଆବାଜ୍‌ରେ ବାରମ୍ବାର କୁହନ୍ତୁ ନାହିଁ, କାରଣ ଏପରି କଲେ ଆପଣଙ୍କ ଶ୍ରୋତାମାନଙ୍କୁ ଲାଗିବ ଯେ ଆପଣ ସେମାନଙ୍କୁ ଗାଳି ଦେଉଛନ୍ତି । ଅତ୍ୟଧିକ ନାଟକୀୟ ଶୈଳୀରେ କହି ଆପଣଙ୍କ ପ୍ରତି ଅନ୍ୟମାନଙ୍କ ଧ୍ୟାନ ଆକର୍ଷଣ କରନ୍ତୁ ନାହିଁ ।

  • ସ୍ୱରକୁ ଉଚ୍ଚ ନୀଚ କରନ୍ତୁ । ଯଦି ଆପଣଙ୍କ ଭାଷାରେ ଠିକ୍‌ ଲାଗେ, ତେବେ ଉତ୍ସାହ ପ୍ରକାଶ କରିବା, ଅଥବା ଆକାର କିମ୍ବା ଦୂରତା ବିଷୟରେ କହିବା ସମୟରେ ଆପଣଙ୍କ ସ୍ୱରକୁ ଉଚ୍ଚ କରନ୍ତୁ । ଦୁଃଖ କିମ୍ବା ଚିନ୍ତା ପ୍ରକାଶ କରିବା ସମୟରେ ଆପଣଙ୍କ ସ୍ୱରକୁ ନୀଚ କରନ୍ତୁ ।

  • କହିବାର ବେଗରେ ପରିବର୍ତ୍ତନ ଆଣନ୍ତୁ । ଉତ୍ତେଜନା ଜଣାଇବା ପାଇଁ ଶବ୍ଦଗୁଡ଼ିକୁ ଶୀଘ୍ର ଶୀଘ୍ର କୁହନ୍ତୁ । ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକୁ କହିବା ସମୟରେ ଧୀରେ ଧୀରେ କୁହନ୍ତୁ ।

    ବ୍ୟବହାରିକ ପରାମର୍ଶ

    ଆପଣଙ୍କ ଶ୍ରୋତାମାନଙ୍କୁ ଚକିତ ନ କରିବା ପାଇଁ କହିବାର ବେଗରେ ଅଚାନକ ପରିବର୍ତ୍ତନ ଆଣନ୍ତୁ ନାହିଁ । ଶବ୍ଦଗୁଡ଼ିକୁ ଅତି ଶୀଘ୍ର ଶୀଘ୍ର କୁହନ୍ତୁ ନାହିଁ, କାରଣ ଏପରି କଲେ ଆପଣ ଭୁଲ୍‌ ଉଚ୍ଚାରଣ କରିପାରନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ