ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • th ଅଧ୍ୟୟନ ୧୯ ପୃଷ୍ଠା ୨୨
  • ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା
  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରାୟ ସମାନ ଲେଖା
  • ଉତ୍ସାହର ସହିତ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ତଥ୍ୟକୁ ଲାଗୁ କରିବାର ଲାଭ ସ୍ପଷ୍ଟ ଭାବେ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ଉତ୍ସାହ ବଢ଼ାଇବା ଓ ସକାରାତ୍ମକ ଦୃଷ୍ଟିକୋଣ ରଖିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ସ୍ନେହପୂର୍ଣ୍ଣ ଭାବନା ଓ ସହାନୁଭୂତି ଦେଖାଇବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ଆହୁରି ଦେଖନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
th ଅଧ୍ୟୟନ ୧୯ ପୃଷ୍ଠା ୨୨

ଅଧ୍ୟୟନ ୧୯

ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା

ବାଇବଲ ପଦ

ହିତୋପଦେଶ ୩:୧

ସାରାଂଶ: ଆପଣଙ୍କ ଶ୍ରୋତାମାନେ ଯାହା ଶିଖନ୍ତି, ତାʼର ମହତ୍ତ୍ୱକୁ ବୁଝିବାରେ ଏବଂ ତାକୁ ଲାଗୁ କରିବାରେ ସେମାନଙ୍କୁ ସାହାଯ୍ୟ କରନ୍ତୁ ।

ଏହା କିପରି କରିପାରିବେ:

  • ନିଜକୁ ଯାଞ୍ଚ କରିବାରେ ଶ୍ରୋତାମାନଙ୍କୁ ସାହାଯ୍ୟ କରନ୍ତୁ । ଶ୍ରୋତାମାନେ ନିଜ ଭାବନାଗୁଡ଼ିକୁ ଯାଞ୍ଚ କରିବା ପାଇଁ ସେମାନଙ୍କୁ ଏପରି ପ୍ରଶ୍ନଗୁଡ଼ିକ ପଚାରନ୍ତୁ, ଯାହାଫଳରେ ସେମାନେ ଭାବିବା ପାଇଁ ବାଧ୍ୟ ହେବେ ।

  • ଉତ୍ତମ ଉଦ୍ଦେଶ୍ୟ ରଖିବା ପାଇଁ ଶ୍ରୋତାମାନଙ୍କୁ ସାହାଯ୍ୟ କରନ୍ତୁ । ଶ୍ରୋତାମାନଙ୍କୁ ଏହା ଯାଞ୍ଚ କରିବା ପାଇଁ ପ୍ରୋତ୍ସାହିତ କରନ୍ତୁ ଯେ ସେମାନେ ଭଲ କାମଗୁଡ଼ିକୁ କାହିଁକି କରନ୍ତି । ଯିହୋବା ଓ ଲୋକମାନଙ୍କ ପାଇଁ ପ୍ରେମ, ଆଉ ବାଇବଲର ଶିକ୍ଷାଗୁଡ଼ିକ ପ୍ରତି ଆଦର ଭଳି ଉତ୍ତମ ଉଦ୍ଦେଶ୍ୟ ରଖି ପ୍ରତ୍ୟେକ କାମ କରିବା ପାଇଁ ସାହାଯ୍ୟ କରନ୍ତୁ । ବାଇବଲରେ କେତେ ଜ୍ଞାନ ଭରି ରହିଛି, ତାହା ଜାଣିବାରେ ଶ୍ରୋତାଙ୍କୁ ସାହାଯ୍ୟ କରନ୍ତୁ । ଭାଷଣ ଝାଡ଼ନ୍ତୁ ନାହିଁ । ସେମାନଙ୍କୁ ଲଜ୍ଜିତ କରିବା ପରିବର୍ତ୍ତେ, ଏପରି ଅନୁଭବ କରାନ୍ତୁ, ଯେପରି ଆପଣଙ୍କ ଉପସ୍ଥାପନାର ଶେଷରେ ସେମାନେ ଉତ୍ସାହିତ ମନେ କରିବେ ଏବଂ ଯାହା ଶିଖିବେ ତାକୁ ଉତ୍ତମ ଭାବେ ଲାଗୁ କରିବା ପାଇଁ ପ୍ରେରିତ ହେବେ ।

  • ଯିହୋବାଙ୍କ ପ୍ରତି ଶ୍ରୋତାମାନଙ୍କ ଧ୍ୟାନ ଆକର୍ଷଣ କରନ୍ତୁ । ବାଇବଲର ଶିକ୍ଷା, ସିଦ୍ଧାନ୍ତ ଓ ଆଜ୍ଞାଗୁଡ଼ିକରେ କିପରି ଯିହୋବାଙ୍କ ଗୁଣ ଏବଂ ଆମ ପ୍ରତି ତାହାଙ୍କ ପ୍ରେମ ଦେଖିବାକୁ ମିଳେ, ତାʼ ଉପରେ ଜୋର୍‌ ଦିଅନ୍ତୁ । ଯିହୋବାଙ୍କ ଭାବନାଗୁଡ଼ିକୁ ଧ୍ୟାନରେ ରଖିବା ଏବଂ ତାହାଙ୍କୁ ଖୁସି କରିବା ପାଇଁ ଶ୍ରୋତାମାନଙ୍କ ମନରେ ଇଚ୍ଛା ବଢ଼ାନ୍ତୁ ।

    ବ୍ୟବହାରିକ ପରାମର୍ଶ

    ମନେ ରଖନ୍ତୁ ଯେ ଯିହୋବା ଲୋକମାନଙ୍କୁ ନିଜ ଆଡ଼କୁ ଆକର୍ଷଣ କରନ୍ତି । ଶ୍ରୋତାମାନଙ୍କୁ ପ୍ରେରିତ କରିବା ପାଇଁ ତାହାଙ୍କ ବାକ୍ୟକୁ ବ୍ୟବହାର କରନ୍ତୁ ।

ପ୍ରଚାର ସେବାରେ

ଯଦି ସମ୍ଭବ, ଆପଣଙ୍କ ଶ୍ରୋତା କʼଣ ବିଶ୍ୱାସ କରନ୍ତି ତାହା ଜାଣିବା ପାଇଁ ପ୍ରଶ୍ନ ପଚାରନ୍ତୁ । ତାଙ୍କର ପ୍ରକୃତ ଭାବନା ଜାଣିବା ପାଇଁ ତାଙ୍କ ମୁହଁର ହାବଭାବ ଓ କଥାର ସ୍ୱର ପ୍ରତି ଧ୍ୟାନ ଦିଅନ୍ତୁ । ଧୈର୍ଯ୍ୟ ଧରନ୍ତୁ । ଆପଣଙ୍କ ଶ୍ରୋତା ନିଜ ହୃଦୟର ଭାବନା ପ୍ରକାଶ କରିବା ପୂର୍ବରୁ ଆପଣଙ୍କୁ ହୁଏତ ତାଙ୍କ ଭରସା ଜିଣିବାକୁ ହେବ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ