ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • th ଅଧ୍ୟୟନ ୧୨ ପୃଷ୍ଠା ୧୫
  • ସ୍ନେହପୂର୍ଣ୍ଣ ଭାବନା ଓ ସହାନୁଭୂତି ଦେଖାଇବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସ୍ନେହପୂର୍ଣ୍ଣ ଭାବନା ଓ ସହାନୁଭୂତି ଦେଖାଇବା
  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରାୟ ସମାନ ଲେଖା
  • ଉତ୍ସାହର ସହିତ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • କଥାବାର୍ତ୍ତାର ଶୈଳୀରେ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ଉତ୍ସାହ ବଢ଼ାଇବା ଓ ସକାରାତ୍ମକ ଦୃଷ୍ଟିକୋଣ ରଖିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ଆହୁରି ଦେଖନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
th ଅଧ୍ୟୟନ ୧୨ ପୃଷ୍ଠା ୧୫

ଅଧ୍ୟୟନ ୧୨

ସ୍ନେହପୂର୍ଣ୍ଣ ଭାବନା ଓ ସହାନୁଭୂତି ଦେଖାଇବା

ବାଇବଲ ପଦ

୧ ଥେସଲନୀକୀୟ ୨:୭, ୮

ସାରାଂଶ: ପ୍ରକୃତ ଭାବନାର ସହିତ କଥା ହୁଅନ୍ତୁ ଏବଂ ଦେଖାନ୍ତୁ ଯେ ଆପଣ ଶ୍ରୋତାମାନଙ୍କ ପାଇଁ ଚିନ୍ତା କରନ୍ତି ।

ଏହା କିପରି କରିପାରିବେ:

  • ଶ୍ରୋତାମାନଙ୍କ ବିଷୟରେ ଚିନ୍ତା କରନ୍ତୁ । ସେମାନେ ଯେଉଁ ସମସ୍ୟାଗୁଡ଼ିକର ସାମନା କରନ୍ତି, ସେଗୁଡ଼ିକୁ ମନେ ପକାଇ ନିଜ ହୃଦୟକୁ ପ୍ରସ୍ତୁତ କରନ୍ତୁ । କଳ୍ପନା କରନ୍ତୁ ଯେ ସେମାନେ କିପରି ଅନୁଭବ କରୁଥିବେ ।

  • ଆପଣଙ୍କ ଶବ୍ଦଗୁଡ଼ିକୁ ଧ୍ୟାନର ସହିତ ବାଛନ୍ତୁ । ଆପଣଙ୍କ ଶ୍ରୋତାମାନଙ୍କୁ ସାନ୍ତ୍ୱନା ଦେବା ଏବଂ ସେମାନଙ୍କ ମନରେ ସତେଜତା ଓ ନୂଆ ଶକ୍ତି ଭରିଦେବା ପାଇଁ ଚେଷ୍ଟା କରନ୍ତୁ । ଏପରି ଶବ୍ଦ କିମ୍ବା ବାକ୍ୟ କହିବାଠାରୁ ଦୂରେଇ ରହନ୍ତୁ, ଯାହା ସେମାନଙ୍କୁ ଅଯଥା ଅପମାନିତ କରିପାରେ । ଯେଉଁମାନେ ଯିହୋବାଙ୍କ ସାକ୍ଷୀ ନୁହନ୍ତି, ସେମାନଙ୍କୁ କିମ୍ବା ସେମାନଙ୍କ ବିଶ୍ୱାସକୁ ନିନ୍ଦା କଲା ଭଳି କଥା କୁହନ୍ତୁ ନାହିଁ ।

  • ଶ୍ରୋତାମାନଙ୍କ ପ୍ରତି ଆଗ୍ରହ ଦେଖାନ୍ତୁ । ଆପଣଙ୍କ ସ୍ୱରରେ କୋମଳତା ଆଣି ଏବଂ ଉପଯୁକ୍ତ ଅଙ୍ଗଭଙ୍ଗୀ ସାହାଯ୍ୟରେ ଶ୍ରୋତାମାନଙ୍କୁ ଦେଖାନ୍ତୁ ଯେ ଆପଣ ପ୍ରକୃତରେ ସେମାନଙ୍କ ପାଇଁ ଚିନ୍ତା କରନ୍ତି । ଆପଣଙ୍କ ମୁହଁର ହାବଭାବ ପ୍ରତି ସତର୍କ ରହନ୍ତୁ, ଆଉ ମଝିରେ ମଝିରେ ଟିକେ ହସନ୍ତୁ ।

    ବ୍ୟବହାରିକ ପରାମର୍ଶ

    ଆପଣଙ୍କ ଭାବନାଗୁଡ଼ିକୁ ଜବରଦସ୍ତି କିମ୍ବା ଅତିରଞ୍ଜିତ କରି ଦେଖାନ୍ତୁ ନାହିଁ । ଯେତେବେଳେ ଆପଣ କିଛି ପଢ଼ନ୍ତି, ସେଥିରେ ଥିବା ଭାବନାଗୁଡ଼ିକୁ ଭଲ ଭାବେ ପ୍ରକାଶ କରନ୍ତୁ । କିନ୍ତୁ ଏପରି କରିବା ସମୟରେ ଅନ୍ୟମାନଙ୍କ ଧ୍ୟାନ ଅଯଥା ଆପଣଙ୍କ ପ୍ରତି ଆକର୍ଷଣ କରନ୍ତୁ ନାହିଁ । ଯଦି ଆପଣ ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକ ଉପରେ ଅଧିକ ଜୋର୍‌ ଦେବେ, ତେବେ ଆପଣଙ୍କ କଥା ବା ଭାଷଣରେ କୌଣସି ଭାବନା ବା ଆବେଗ ରହିବ ନାହିଁ ଏବଂ ଏହା ସ୍ୱାଭାବିକ ଲାଗିବ ନାହିଁ । ଏହା ପରିବର୍ତ୍ତେ, ଆପଣ ଯାହା ପଢ଼ନ୍ତି ସେଥିରେ ଥିବା ସ୍ୱରବର୍ଣ୍ଣଗୁଡ଼ିକୁ ଟିକେ ଲମ୍ବା ଟାଣନ୍ତୁ, ଯାହାଦ୍ୱାରା ଆପଣ ନିଜ ସ୍ୱରକୁ କୋମଳ ଓ ସ୍ନେହପୂର୍ଣ୍ଣ କରିପାରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ