ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • km ୧୦/୯୭ ପୃଷ୍ଠା ୭
  • ଆପଣ କʼଣ ପୂର୍ଣ୍ଣ-ସମୟର ସାକ୍ଷୀ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣ କʼଣ ପୂର୍ଣ୍ଣ-ସମୟର ସାକ୍ଷୀ?
  • ଆମ ରାଜ୍ୟ ସେବା—୧୯୯୭
ଆମ ରାଜ୍ୟ ସେବା—୧୯୯୭
km ୧୦/୯୭ ପୃଷ୍ଠା ୭

ଆପଣ କʼଣ ପୂର୍ଣ୍ଣ-ସମୟର ସାକ୍ଷୀ?

ଏହି ପ୍ରଶ୍ନର ଉତ୍ତରରେ ଆପଣ ହଁ କହିବେ କି? ଯଦିଓ ଯିହୋବା ସାକ୍ଷୀମାନଙ୍କର ସମସ୍ତ ଉତ୍ସର୍ଗୀକୃତ ଦାସ ପୂର୍ଣ୍ଣ ସମୟ ପରିଚର୍ଯ୍ୟାରେ ତାଲିକାଭୂକ୍ତ ହୋଇପାରିବେ ନାହଁ, ଆମେ ସମସ୍ତେ ନିଜକୁ ପୂର୍ଣ୍ଣ ସମୟର ସାକ୍ଷୀ ମନେକରିବା କʼଣ ତର୍କସଙ୍ଗତ ନୁହେଁ କି? ନିଶ୍ଚିତଭାବେ ଆମେ ମନେକରିବା ଉଚିତ ।

୨ ଆମେ ଆଂଶିକ ସମୟର ଖ୍ରୀଷ୍ଟିଆନ ହୋଇପାରିବା ନାହିଁ । ଯୀଶୁ ତାଙ୍କ ପିତାଙ୍କୁ କହିଥିଲେ: “ମୁଁ ସର୍ବଦା ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ କରେ ।” (ଯୋହନ ୮:୨୯) ପାଉଲ ମଧ୍ୟ ଏହି ପ୍ରକାର ଅନୁଭବ କରି ପ୍ରୋତ୍ସାହିତ କରିଥିଲେ, “ଈଶ୍ୱରଙ୍କ ଗୌରବ ନିମନ୍ତେ ସବୁ କର ।” (୧ କରନ୍ଥୀୟ ୧୦:୩୧) ତେଣୁ ନିଶ୍ଚିଚ ରୂପେ ଆମ ସମସ୍ତଙ୍କୁ ପୂର୍ଣ୍ଣ ସମୟର ସାକ୍ଷୀ ମନେକରିବା ଉଚିତ । ଆମେ ଏହି ପ୍ରକାର ଭାବିବା ଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ଆମ ଉପରେ ଭଲ ପ୍ରଭାବ ପଡ଼ିପାରେ ।

୩ ପ୍ରମାଣଗୁଡ଼ିକ ବିବେଚନା କରନ୍ତୁ: ଆମର ଚେହେରା, ବାର୍ତ୍ତାଳାପ ଏବଂ ଚାଲିଚଳନ ଦ୍ୱାରା ଅନ୍ୟମାନେ ଦେଖିପାରିବେ ଯେ ଆମେ ପ୍ରକୃତରେ ଯିହୋବଙ୍କ ସାକ୍ଷୀ । ଯେତେବେଳେ ଆମେ କ୍ଷେତ୍ର ସେବାରେ ନଜକୁ ନିୟୋଜିତ କରୁ ଏବଂ ଖ୍ରୀଷ୍ଟୀୟ ସଭାରେ ଉପସ୍ଥିତ ହେଉ ସେତେବେଳେ ଆମେ ଶିଷ୍ଟ ରୁପ, ହିତକର କଥାବାର୍ତ୍ତା ଉଚିତ ଚାଲିଚଳନର ଆବଶ୍ୟକତା ପ୍ରତି ସଚେତନ ହୋଇଥାଉ । ସେ ଯାହାହେଉ, ଯଦି ଆମେ ସ୍କୁଲ ଯାଉଅଛୁ, କୌଣସି ବୈଷୟିକ କାମ କରୁଅଛୁ କିମ୍ବା ମନୋରଞ୍ଜନ କାମରେ ବ୍ୟସ୍ତ ରହୁଅଛୁ, ଆମ ବିଷୟରେ ପ୍ରତ୍ୟେକ କଥା ପ୍ରମାଣ ଦେବା ଉଚିତ ଯେ ଆମେ ଯିହୋବାଙ୍କ ଧାର୍ମିକ ସ୍ତର ଅନୁସାରେ ଜୀବନ ଯାପନ କରୁଅଛୁ ।

୪ ଯୀଶୁ କହିଥିଲେ: “ପର୍ବତ ଉପରେ ସ୍ଥାପିତ ନଗର ଗୁପ୍ତ ରହି ନ ପାରେ । . . . ତୁମ୍ଭମାନଙ୍କର ଆଲୋକ ଲେକଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମ୍ଭେମାନଙ୍କର ସତ୍କୃର୍ମ ଦେଖି ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତାଙ୍କର ମହିମା କିର୍ତ୍ତନ କରିପାରିବେ ।” (ମାଥିଉ ୫:୧୪-୧୬) ଆମେ ପ୍ରତ୍ୟେକ କାମ ପ୍ରତ୍ୟେକ ସମୟରେ କରିବା ଉଚିତ । ଯଦି ଆମେ କେତେବେଳେ ଦେଖୁ ଯେ ଆମେ ଯେଉଁଠାରେ ରହିଲେ ମଧ୍ୟ କିମ୍ବା ଯାହା କଲେ ମଧ୍ୟ ସାକ୍ଷୀ ଦେବା ପାଇଁ ଅନିଚ୍ଛୁକ ଅଛୁ, ତେବେ ଆମେ ନିଜେ ନିଜକୁ ପଚାରିବା ଦରକାର, ‘ମୁଁ କʼଣ ଯିହୋବାଙ୍କୁ ଆଂଶିକ ସମୟ କିମ୍ବା ପୂର୍ଣ୍ଣ ପାଇଁ ସେବା କରିଅଛି?’ ଏହା ଯେପର ନ ହେଉ ଯେ ଆମେ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ଅନ୍ୟମାନଙ୍କୁ କହିବା ପାଇଁ କେବେହେଲେ ପଛଘୂଞ୍ଚା ଦେବା ନାହଁ ।

୫ ମନେରଖନ୍ତୁ ଯେ ଆମେ ଯିହୋବାଙ୍କୁ ଭକ୍ତି ଏବଂ ଖୁସୀ କରୁଅଛୁ, ଯେତେବେଳେ ଆମେ ଏହି ପ୍ରଶ୍ନ “ଆପଣ କʼଣ ଜଣେ ପୂର୍ଣ୍ଣ ସମୟର ସାକ୍ଷୀ?”ର ଉତ୍ତର ଉଚ୍ଚ ସ୍ୱରରେ “ହଁ” କହୁଅଛୁ !

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ