ରାଜ୍ୟ ସୁସମାଚାର କ୍ରମିକ ନମ୍ବର ୩୫ ର ବିତରଣ କରନ୍ତୁ
ଆମେ ସମସ୍ତେ ଅକ୍ଟୋବର ଓ ନଭେମ୍ବର ମାସରେ ବ୍ୟସ୍ତ ରହିବା । ଅକ୍ଟୋବର ମାସର ୧୧ ଦିନ ପର୍ଯ୍ୟନ୍ତ ଆମେ ପ୍ରହରୀଦୁର୍ଗ ଓ ଜାଗ୍ରଜ ରହନ୍ତୁ ! (ଇଂଗ୍ରାଜୀ) ପତ୍ରିକା ଦୁଇଟିର ଅଭିଦାନ ଅର୍ପଣ କରିବା । ତା ପରେ ଅକ୍ଟୋବର ମାସର ୧୨ ତରିଖ ରବିବାର ଦିନଠାରୁ ନଭେମ୍ବର ୧୬ ତାରିଖ ରବିରାର ପର୍ଯ୍ୟନ୍ତ ଆମେ ରାଜ୍ୟ ସୁସମାଚାର କ୍ରମିକ ନମ୍ବର ୩୫ କୁ ସାରାବିଶ୍ୱରେ ବିତରଣ କରିବା । ଆମ ଅଞ୍ଚଳର ସମସ୍ତ ଲୋକମାନଙ୍କ ପଖକୁ ଏହି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବହନ କରିବା ଗୋଟିଏ ସୁଯୋଗ ହେବ । ଏହା ସେହି ପ୍ରଶ୍ନର ଉତ୍ତର, “ସମସ୍ତ ଲୋକ ପରସ୍ପରକୁ ପ୍ରେମ କରିବେ କି?” ଏହି ବିଶେଷ ଆଭିଯାନର ସପ୍ତାହ ଦିନଗୁଡ଼ିକରେ ଆମେ ରାଜ୍ୟ ସୁସମାର କ୍ରମିକ ନମ୍ବର ୩୫ର ବିତରଣ କରିବା । ସପ୍ତାହର ଶେଷରେ ରାଜ୍ୟ ସୁସମାଚାର ଉପସ୍ଥାପନ କରିବା ଛଡ଼ା ଆମେ ମ୍ୟାଗାଜିନର ନୂତନ ପ୍ରକାଶନ ଦେଖାଇବା ଏବଂ ଅଭିଦାନ ଦେବା ।
୨ କିଏ ଭାଗ ନେଇ ପାରିବ? ସାଧାରଣତଃ ପ୍ରଚୀନମାନେ ଏହି କାର୍ଯ୍ୟର ସମ୍ମୁଖଭାଗରେ ରହିବେ । ରାଜ୍ୟ ସୁସମାଚାର ବିତରଣ କରିବାରେ ପ୍ରତ୍ୟେକେ ଖୁସୀ ଅନୁଭବ କରିବେ । ନିଃସନ୍ଦେହରେ, ଅନେକ ପ୍ରକାଶକମାନେ ଗୋଟିଏ କିମ୍ବା ଉଭୟ ମାସ ଧରି ଏହି ଅଭିଯାନରେ ସହାୟକ ଅଗ୍ରଗାମୀ ଭାବେ ତାଲିକାଭୁକ୍ତ ହେବେ । ଅନ୍ୟ ପ୍ରକାଶକମାନେ ପରିଚର୍ଯ୍ୟାରେ ବ୍ୟବହୃତ ସମୟ ବ୍ୟତିତ ଅଧିକ ସମୟ ବିତାଇବାକୁ ଚାହିଁବେ ।
୩ ଆପଣଙ୍କର ଜଣେ ବାଇବଲ ଛାତ୍ର ଅଛି କି ଯିଏ ଜ୍ଞାନ ବହିରୁ ଉତ୍ତମରୂପେ ତାʼର ଅଧ୍ୟୟନ କରୁଛି ଏବଂ ଯିଏ ଶୀଘ୍ର କ୍ଷେତ୍ର ପ୍ରଚାର କାର୍ଯ୍ୟରେ ଯୋଗ୍ୟ ବିବେଚିତ ହେବ? ବୋଧହୁଏ ରାଜ୍ୟ ସୁସମାଚାର ଅଭିଯାନରେ କାର୍ଯ୍ୟ କରିବା ପାଇଁ ସମୟ କ୍ରମେ ସେ ଜଣେ ଅବାପ୍ତିଜିତ ପ୍ରକାଶକ ହୋଇପାରେ । ଟ୍ରାକ୍ଟକୁ ପ୍ରଚଳିତ କରିବା ପାଇଁ ସମସ୍ତଙ୍କର ଗୋଟିଏ ସରଳ ଉପସ୍ଥାପନା ଆବଶ୍ୟକ । ଉଦାହରଣ ସ୍ୱରୂପ ଜଣେ କହିପାରେ: “ଏହି ବାର୍ତ୍ତା ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଏହା ୧୬୯ ଟି ଭାଷାରେ ଏହି ମାସରେ ବିଶ୍ୱବ୍ୟାପୀ ବିତରଣ କରାଯାଉଛି । ମୁଁ ଚାହୁଁଛି ଆପଣ ନିଜ ପାଇଁ ଏହାର ଗୋଟିଏ ପ୍ରତିଲିପି ରଖନ୍ତୁ ।” ଆପଣଙ୍କ ପିଲାମାନେ ମଧ୍ୟ ଏହି ମହତ୍ୱପୂର୍ଣ୍ଣ ଉତ୍ତେଜନୀୟ କାମରେ ଭାଗ ନେଇ ପାରିବେ
୪ ପୁସ୍ତକ ଅଧ୍ୟୟନ ସଂଞ୍ଚାଳକ ସେମାନଙ୍କ ଦଳର ପ୍ରତ୍ୟେକ ସଦଶ୍ୟଙ୍କୁ ରାଜ୍ୟ ସୁସମାଚର ୩୫ ର ସମ୍ପୂର୍ଣ୍ଣ ବିତରଣ ପାଇଁ ଉତ୍ସାହିତ କରିବା ଉଚିତ । ଏପରି ପ୍ରକାଶକ ମଧ୍ୟ ଥାଇପାରନ୍ତି, ଯେଉଁମାନେ ନିସ୍କ୍ରିୟ ହୋଇଯାଇଥିବେ, କିନ୍ତୁ ସେମାନଙ୍କୁ ପ୍ରୋଶ୍ଚାହିତ କରାଗଲେ ସକ୍ରିୟ ହୋଇପାରିବେ । ଅଭିଯାନ ପୂର୍ବରୁ ପ୍ରଚୀନମାନେ ଏମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଦେଖା କରିବା ଉଚିତ, ଏଥିପାଇଁ ପରିଚର୍ଯ୍ୟାର ଏହି ରୂପରେଖରେ ଅନୁଭବି ପ୍ରକାଶକମାନଙ୍କୁ ସେମାନଙ୍କ ସହିତ ଯାଇ ସାହାଯ୍ୟ କିରିବା ପାଇଁ କʼଣ କରାଯାଇ ପାରିବ ।
୫ ଆମେ କେବେ ପରିଚର୍ଯ୍ୟା ପାଇଁ ମିଳତ ହୋଇପାରିବା? ଏହି ସବୁ କାର୍ଯ୍ୟକଳାପ ପାଇଁ ଦଳଗତ ସାକ୍ଷ୍ୟଦାନର ବ୍ୟବସ୍ଥା କରିବା ଆବଶ୍ୟକ ଯାହା ଉଭୟ ସୁବିଧାଜନକ ଏବଂ କାର୍ଯ୍ୟକର ହେବ । ଯେତେବେଳେ ସମ୍ଭବ ହୁଏ ପରିଚର୍ଯ୍ୟା ପାଇଁ ସଭାସବୁ ସପ୍ତାହରେ, ସପ୍ତାହଶେଷରେ ଏବଂ ସନ୍ଧ୍ୟାରେ କରିବା ଉଚିତ୍ । ଏଗୁଡ଼ିକୁ ଏପରି ସମୟରେ ରଖିବା ଦରକାର ଯେପରି କି ପ୍ରକାଶକ ଓ ଅଗ୍ରଗାମୀମାନେ ସାକ୍ଷୀ ଦେବା ସମୟକୁ ପୂର୍ଣ୍ଣ ସଦ୍ବ୍ୟବହାର କରି ପାରିବେ । ବିଦ୍ୟାଳୟର ଛାତ୍ର, ପାଳି ଅନୁଯାଇ ଶ୍ରମିକ ଦଳ ଏବଂ ଅନ୍ୟମାନଙ୍କ ଉପକାର ପାଇଁ ବିଳମ୍ବିତ ଅପରାହ୍ନ ସମୟରେ ମଧ୍ୟ ସାକ୍ଷଦାନର ବନ୍ଦୋବସ୍ତ କରାଯାଇ ପାରେ । ପରିଚର୍ଯ୍ୟା ଅଧ୍ୟକ୍ଷମାନେ ନିଶ୍ଚିତ ହେବା ଉଚିତ ଯେ ପ୍ରଚୁର ଘର ଓ ବ୍ୟବସାୟ ଅଞ୍ଚଳ ହାତରେ ଅଛି । ତେଣୁ ପ୍ରତ୍ୟେକେ ଏହି କାମରେ ସମ୍ପର୍ଣ୍ଣରୂପେ ଭଗ ନେଇ ପାରିବେ । ଯେଉଁଠାରେ ଗୋଟିଏ ଅଞ୍ଚଳରେ ଅଧିକ ପ୍ରକାଶକ ଅଛନ୍ତି, ସେଠା କ୍ଷେତ୍ରର ଗୋଟିଏ ଅଂଶରେ କେତେ ଜଣ କାମ କରିବେ, ସେ ବିଷୟରେ ସେମାନଙ୍କର ବିବେକୀ ହବା ଉଚିତ ।
୬ ଘରେ ନ ଥିବା ବିଷୟରେ କʼଣ? ଯେତେ ଦୂର ସମ୍ଭବ ଆମେ ପ୍ରତ୍ୟେକ ଗୃହସ୍ଥଙ୍କୁ ସ୍ୱୟଂ ସାକ୍ଷାତ କରି ବୁଝାଇବାକୁ ଚାହୁଁ ଯେ, ସେମାନେ କାହିଁକି ରାଜ୍ୟ ସୁସମାଚାର କ୍ରମିକ ନମ୍ବର ୩୫ ପଢ଼ିବା ଉଚିତ । ତେଣୁ ଯେତେବେଳେ ଆପଣ ସାକ୍ଷାତ କରିବାକୁ ଯାଆନ୍ତି, ଯଦି କେହି ଘରେ ନଥାନ୍ତି, ଠିକଣା ଲେଖି ନିୟନ୍ତୁ ଏବଂ ଦିନର ଅନ୍ୟ କୌଣସି ସମୟରେ ଆଉ ଥରେ ସାକ୍ଷାତ କରନ୍ତୁ । ଯଦି ଏହି ଅଭିଯାନର ଶେଷ ସପ୍ତାହ ପର୍ଯ୍ୟନ୍ତ ଆପଣ ଚେଷ୍ଟାକରି ଏହି ଗୃହସ୍ଥମାନଙ୍କୁ ଏପର୍ଯ୍ୟନ୍ତ ସାକ୍ଷାତ କରି ପାରିଲେ ନାହିଁ, ଆପଣ ରାଜ୍ୟ ସୁସମାଚାର ଖଣ୍ଡେ ପ୍ରତିଲିପି ଦ୍ୱାର ନିକଟରେ ଛାଡ଼ି ପାରନ୍ତି, ଯେପରି କି ଏହା ପାର୍ଶ୍ୱଗାମୀମାନଙ୍କୁ ଦେଖାଯିବ ନାହିଁ । ଆବାସିକ ଅଞ୍ଚଳମାନଙ୍କରେ ରାସ୍ତାରେ ଚଲାବୁଲା କରୁଥିବା ଲୋକମାନଙ୍କୁ ରାଜ୍ୟ ସୁସମାଚାର ଦେବାକୁ ତତ୍ପର ହୁଅ । ଗ୍ରାମାଞ୍ଚଳରେ କାମ କଲାବେଳେ, ଯେଉଁଠାରେ ଅଭିଯାନ ଚାଲୁଥିବା ସମୟରେ କ୍ଷେତ୍ର ସମାପ୍ତ କରିବା ଠାରୁ ଅଧିକ ଅଛି, ପ୍ରଥମ ସାକ୍ଷାତରେ ଘରେ ନଥିବା ଲୋକମାନଙ୍କ ପାଖରେ ରାଜ୍ୟ ସୁସମାଚାର ପ୍ରତିଖଣ୍ଡ ଛଡ଼ାଯାଇ ପାରିବ ।
୭ ଆମର ଉଦ୍ଦେଶ୍ୟ କʼଣ? ନଭେମ୍ବର ୧୬ ତାରିଖ ସୁଧା ଅଭିଯାନ ସମାପ୍ତ ହେବା ପୂର୍ବରୁ ମଣ୍ଡଳୀକୁ ସମସ୍ତ କ୍ଷେତ୍ରରେ ରାଜ୍ୟ ସୁସମାଚାରର ସମ୍ପୂର୍ଣ୍ଣ ଯୋଗାଣ ବ୍ୟବହାର କରିବାକୁ ଚେଷ୍ଟା କରିବା ଆବଶ୍ୟକ । ଯଦି ଆପଣଙ୍କ ମଣ୍ଡଳୀର କ୍ଷେତ୍ର ଅଧିକ ବିଶାଳ ଏବଂ ଯଦି ଜଣେ ସାଥୀ ବିନା କାମ କରିବା ଆପଣଙ୍କ ପାଇଁ ନିରାପଦ, ତେବେ ଆପଣ ସେଠାରେ କାମ କରିବା ଅଧିକ ବ୍ୟବହାର୍ଯ୍ୟ । ଏହା ଦ୍ୱାରା ଆପଣ ଅଧିକ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ସୁଚମାଚାର ପହଁଞ୍ଚାଇବାରେ ସମର୍ଥ ହୋଇପାରିବେ । (ମଥିଉ ୧୦:୧୧) ବ୍ରିଫ୍କେସ ବ୍ୟବହାର ନ କରି କିଛି ଟ୍ରାକ୍ଟ ହାତରେ ଏବଂ ଗୋଟିଏ ବାଇବଲ ପକେଟ୍ କିମ୍ବା ପର୍ସରେ ନେଲେ ହିତଜନକ ହୋଇପାରେ । ଯେଉଁଠାରେ ଆଗ୍ରହ ପାଉଛନ୍ତି, ସେଠାରେ ଗୋଟିଏ ଭଲ ଅଭିଲେଖ ରଖବା ନିମିତ ନିଶ୍ଚିତ ହୁଅନ୍ତୁ ।
୮ ଆପଣ ଆରମ୍ଭ କରିବା ପାଇଁ ପ୍ରସ୍ତୁତ କି? ପ୍ରଚୀନମାନଙ୍କୁ ପୂର୍ବରୁ ଅନୁମାନ କରିନେବା ଉଚିତ୍ ଯେ କେତେ ଅତିରିକ୍ତ ପତ୍ରିକା ଆବଶ୍ୟକ ଏବଂ ସେହି ଅନୁସାରେ ବରାଦ ଦେବା ଆବଶ୍ୟକ । ରାଜ୍ୟ ସୁସମାଚାର କ୍ରମିକ ନମ୍ବର ୩୫ ର ବରାଦ କରିବା ଆବଶ୍ୟକ ନାହିଁ କାରଣ ସମସ୍ତ ମଣ୍ଡଳୀକୁ ଗୋଟିଏ ଚାଲାଣ ପଠାଯାଇଛି । ବିଶେଷ, ନିୟମିତ ଓ ସହାୟକ ଅଗ୍ରଗାମୀମାନଙ୍କୁ ୨୦୦ ଖଣ୍ଡ କରି ପ୍ରତ୍ୟେଙ୍କୁ ବିତରଣ କରିବାକୁ ଦିଆଯିବ, କିନ୍ତୁ ମଣ୍ଡଳୀର ପ୍ରତ୍ୟେକ ପ୍ରକାଶକମାନଙ୍କୁ ୪୦ ଖଣ୍ଡ ଲେଖାଏଁ ବଣ୍ଟନ କରିବାକୁ ନିର୍ଦ୍ଧାରଣ କରାଯାଇଛି । ଆମ ପାଇଁ ଆମର କାମ ନିର୍ଦ୍ଧାରିତ କରାଯାଇ ସାରିଛି । ଆପଣ କʼଣ ଏହି ଆନନ୍ଦପୂର୍ଣ୍ଣ କାମରେ ଭାଗ ନେବା ପାଇଁ ଇଛୁକ ଅଛନ୍ତି? ନିସନ୍ଦେହରେ ଆପଣ ଇଛୁକ ଅଛନ୍ତି । ତେଣୁ ଆସନ୍ତୁ ଆମେ ରାଜ୍ୟ ସୁସମାଚର କ୍ରମିକ ନମ୍ବର ୩୫ ର ମହତ୍ୱପୂର୍ଣ୍ଣ ବାଇବଲ ଆଧାରିତ ସନ୍ଦେସକୁ ଅଧିକରୁ ଅଧିକ ବିତରଣ କରିବା !