ଇନଣ୍ଟରନେଟ ମାଧ୍ୟମରେ ରାଜ୍ୟ ସୁସମାଚର
ଆମର ଏହି ଯାନ୍ତ୍ରିକ ଯୁଗରେ କେତେକ ଲୋକ ଇଲେକ୍ଟ୍ରନିକ ମାଧ୍ୟମ ପରି ଇନଣ୍ଟରନେଟ ମାଧ୍ୟମ ଦ୍ୱାରା ସୂଚନା ପାଅନ୍ତି । ତେଣୁ ସଂସ୍ଥା ମଧ୍ୟ ଯିହୋବା ସାକ୍ଷୀମାନଙ୍କ ବିଶ୍ୱାସ ଏବଂ କାର୍ଯ୍ୟକଳାପ ବିଷୟରେ କିଛି ଯଥାର୍ଥ ସୂଚନା ଇନଣ୍ଟରନେଟରେ ରଖିଛି ।
ଆମର ଇନଣ୍ଟରନେଟ ୱେବ୍ ସାଇଟର ଠିକଣା http://www.watchtower.org ଅଟେ । ଏଥିରେ ଟ୍ରାକଟ୍ ଓ ବ୍ରୋସରର ଲେଖସବୁ ଥାଏ । ପ୍ରହରୀଦୁର୍ଗ ଓ ଜାଗ୍ରତ ରହନ୍ତୁ ! ପତ୍ରିକାର କିଛି ଲେଖ ଇଂଗ୍ରାଜୀ, ଚୀନା (ସରଳ), ଜର୍ମାନୀ, ରସିଆନ, ସ୍ପାନିସ, ଏବଂ ସର୍ବୋପରି ଅନ୍ୟାନ୍ୟ ଭାଷାରେ ମଧ୍ୟ ଉପଲବ୍ଧ ହୋଇଥାଏ । ଏହି ୱେବ୍ ସାଇଟର ପ୍ରକାଶନ ଆରମ୍ଭରୁ ମଣ୍ଡଳୀରେ ମିଳୁଅଛୁ ଏବଂ ପରିଚର୍ଯ୍ୟାରେ ଏହାର ଉପଯୋଗ ହୋଉଅଛି । ଆମର ୱେବ୍ ସାଇଟର ଉଦ୍ଦେଶ୍ୟ ନୂତନ ପ୍ରକାଶନକୁ ବିମୋଚନ କରିବା ନୁହେଁ, ମାତ୍ର ସମସ୍ତ ଲୋକଙ୍କୁ ଇଲେକ୍ଟ୍ରନକ ମାଧ୍ୟମରେ ସୂଚନା ପ୍ରାପ୍ତ କରାଇବା । କୌଣସି ଲୋକକୁ ଯହୋବା ସାକ୍ଷୀଙ୍କ କାର୍ଯ୍ୟକଳାପ କିମ୍ବା ବିଶ୍ୱାସ ବିଷୟରେ ଇନଣ୍ଟରନେଟ ପୃଷ୍ଠାର ପ୍ରସ୍ତୁତି କରିବା ଆବଶ୍ୟକ ନାହିଁ । ଆମର ଅଫିସିଆଲ ସାଇଟ ଯଥାର୍ଥ ସୂଚନା ଉପସ୍ଥାପିତ କରେ, ଯିଏ ଏହାକୁ ଚାହେଁ ।
ଯଦିଓ ଇଲେକ୍ଟ୍ରନିକ୍ ବାର୍ତ୍ତା (E-mail) ପାଇଁ ଆମର କୌଣସି ସୁବିଧା ନାହିଁ ତଥାପି ଏହା ନିଜେ ସାରା ବିଶ୍ୱରେ ଥିବା ଶାଖା ଅଫିସଗୁଡ଼ିକର ଠିକଣା ତାଲିକା କରେ । ଏହି ପ୍ରକାରେ ଲୋକାମାନେ ଅଧିକ ସୂଚନା ପାଇବା ପାଇଁ ଏବଂ ସ୍ଥାନୀୟ ସାକ୍ଷୀମାନେ ବ୍ୟକ୍ତିଗତ ସହାୟତା ପାଇବା ପାଇଁ ଲେଖିପାରିନ୍ତି । ଏହି ପ୍ରକାରେ ଯେ କୌଣସି ବ୍ୟକ୍ତି ଯଦି ସତ୍ୟ ଶିଖିବା ପାଇଁ ଚାହେଁ, ତେବେ ଆପଣ ନିସଂକୋଚଭାବେ ତାକୁ ଠିକଣା ଦେଇପାରିନ୍ତି ।