ଜାନୁଆରି ମାସ ପାଇଁ ପରିଚର୍ଯ୍ୟା ସଭାଗୁଡ଼ିକ
ଜାନୁଆରି ୪ ରୁ ଆରମ୍ଭ ହେବା ସପ୍ତାହ
ଗୀତ ୩୬
୧୦ ମି: ସ୍ଥାନୀୟ ଘୋଷଣାବଳୀ । ଆମ ରାଜ୍ୟ ପରିଚର୍ଯ୍ୟାରୁ ନିର୍ବାଚିତ ଘୋଷଣାବଳୀ। ଯଦି ଜାନୁଆରି ୧ ତାରିଖରୁ ସଭାଗୁଡ଼ିକର ସମୟ ପରିବର୍ତ୍ତିତ ହୁଏ, ତେବେ ହେଣ୍ଡବିଲରେ ଥିବା ନୂତନ ସମୟ ତାଲିକା ପ୍ରୟୋଗ କରିବାକୁ ସମସ୍ତଙ୍କୁ ମନେପକାନ୍ତୁ ।
୧୫ ମି: “ପୁରୁଣା ବହିର ଭଲ ପ୍ରୟୋଗ କରନ୍ତୁ ।” ପ୍ରଶ୍ନୋତ୍ତର । ମଣ୍ଡଳୀରେ ଥିବା ପୁରୁଣା ବହିଗୁଡ଼ିକର ଷ୍ଟଅକ୍ ବିଷୟରେ କୁହନ୍ତୁ । ଏହି ବହିଗୁଡ଼ିକରେ ଥିବା କେତେକ ସ୍ପୃହାବର୍ଦ୍ଧକ ବିଷୟ କୁହନ୍ତୁ ଏବଂ ସେମାନେ କିପରି ଅନ୍ୟମାନଙ୍କୁ ତାହା ଉପସ୍ଥାପିତ କରିପାରିବେ, ସେ ବିଷୟରେ ବୁଝାନ୍ତୁ । ଜାନୁଆରି ମାସରେ ଏହି ବହିଗୁଡ଼ିକୁ କ୍ଷେତ୍ର ପରିଚର୍ଯ୍ୟରେ ଏବଂ ଅନୁପ୍ରଚାରିକ ସାକ୍ଷ୍ୟଦାନ ସମୟରେ ପ୍ରୟୋଗ କରିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରନ୍ତୁ । ଗୋଟିଏ ଛୋଟ ଓ ସରଳ ଉପସ୍ଥାପନାକୁ ପ୍ରଦର୍ଶନ କରନ୍ତୁ ।
୨୦ ମି: ରକ୍ତ ବିନା ଚିକିତ୍ସା କରିବା ପାଇଁ କାନୁନୀ ଅଧିକାରର ପ୍ରୟୋଗ (ପ୍ରେରି. ୧୫:୨୮, ୨୯) । ଅଡ୍ଭାନ୍ସ ମେଡିକଲ ଡାଇରେକ୍ଟିବ/ରିଲୀଜ କାର୍ଡର ମହତ୍ୱ ବିଷୟରେ ଯୋଗ୍ୟ ପ୍ରାଚୀନଙ୍କ ଦ୍ୱାରା ଭାଷଣ । ଏହି ମିଟିଙ୍ଗ ପରେ ବାପ୍ତିଜିତ ସାକ୍ଷୀମାନଙ୍କୁ ଏକ ନୂତନ କାର୍ଡ ଦିଆଯିବ ଏବଂ ଯେଉଁମାନଙ୍କ ପିଲାମାନେ ଅବାପ୍ତିଜିତ ଓ ଛୋଟ, ସେମାନଙ୍କ ପିଲାଙ୍କୁ ପରିଚୟ ପତ୍ର ଦିଆଯିବ । ସେହି କାର୍ଡଗୁଡ଼ିକ ସେହି ସଭାରେ ପୁରଣ କରନ୍ତୁ ନାହିଁ । ସେଗୁଡ଼ିକ ଘରେ ଯତ୍ନର ସହିତ ପୁରଣ କରନ୍ତୁ, କିନ୍ତୁ ଦସ୍ତଖତ କରନ୍ତୁ ନାହିଁ । ପରବର୍ତ୍ତି ପୁସ୍ତକ ଅଧ୍ୟୟନରେ, ସାକ୍ଷୀମାନଙ୍କ ସମ୍ମୁଖରେ କାର୍ଡଗୁଡ଼ିକର ଦସ୍ତଖତ ଏବଂ ତାରିଖ ଲେଖିବାର କାର୍ଯ୍ୟ ପୁସ୍ତକ ଅଧ୍ୟୟନ ସଞ୍ଚାଳକଙ୍କ ନିରିକ୍ଷଣରେ କରାଯିବ । କାର୍ଡଟି ସମ୍ପୂର୍ଣ୍ଣଭାବେ ପୁରଣ ହୋଇଛି ବୋଲି ଦସ୍ତଖତ କରିବା ପୂର୍ବରୁ ଜାଣିବା ଉଚିତ୍ । ଯେଉଁମାନେ ସାକ୍ଷୀରୂପେ ଦସ୍ତଖତ କରିବେ, ସେମାନଙ୍କ ସମ୍ମୁଖରେ କାର୍ଡଧାରକଙ୍କୁ ଦସ୍ତଖତ କରିବା ଆବଶ୍ୟକ । ଅବାପ୍ତିଜିତ ପ୍ରକାଶକମାନେ ନିଜ ପାଇଁ ଏବଂ ନିଜି ପିଲାମାନଙ୍କ ପାଇଁ ଏହି କାର୍ଡର ଅନୁରୂପ ଶବ୍ଦ ପ୍ରୟୋଗ କରି ସେମାନଙ୍କ ନିଜ ପରିସ୍ଥିତି ଏବଂ ବିଶ୍ୱାସ ଅନୁସାରେ ଡାଇରେକ୍ଟିବ କାର୍ଡଟିକୁ ପୁରଣ କରିପାରିବେ । ପୁସ୍ତକ ଅଧ୍ୟୟନ ସଞ୍ଚାଳକ ଗୋଟିଏ ସୂଚୀ ତିଆରି କରି ଦେଖିବା ଉଚିତ୍ ଯେ ତାଙ୍କ ଦଳର ସମସ୍ତ ଲୋକଙ୍କୁ ଅଡ୍ଭାନ୍ସ ମେଡିକଲ ଡାଇରେକ୍ଟିବ/ରିଲୀଜ କାର୍ଡଟିକୁ ପୁରଣ କରିବା ନିମିତ ସାହାଯ୍ୟ ମିଳିଲା କି ନାହିଁ ।
ଗୀତ ୬୧ ଏବଂ ଶେଷ ପ୍ରାର୍ଥନା ।
ଜାନୁଆରି ୧୧ ରୁ ଆରମ୍ଭ ହେବା ସପ୍ତାହ
ଗୀତ ୮୮
୧୦ ମି: ସ୍ଥାନୀୟ ଘୋଷଣାବଳୀ । ହିସାବ ପତ୍ରର ରିପୋର୍ଟ ।
୨୦ ମି: “ଯିହୋବାଙ୍କ ମାର୍ଗରେ ଚାଲିବା—ଆମର ସଙ୍କଳ୍ପ ।” ଗୋଟିଏ ଭାଷଣ । ସମସ୍ତ ସଦସ୍ୟଙ୍କୁ ପ୍ରତ୍ୟେକ ସପ୍ତାହରେ ହେଉଥିବା ମଣ୍ଡଳୀର ପାଞ୍ଚୋଟି ସଭାରେ ନିୟମିତଭାବେ ଉପସ୍ଥିତ ହେବା ପାଇଁ ପ୍ରୋତ୍ସାହିତ କରନ୍ତୁ ।
୧୫ ମି: “ଧୈର୍ଯ୍ୟ ଧରି ରୁହ ।” ଗୋଟିଏ ପରିବାରର ସଦସ୍ୟଙ୍କ ଭିତରେ ଆଲୋଚନା । ନିଜର ପରିଚର୍ଯ୍ୟାରେ କିପରି ଅଧିକ ଧୈର୍ଯ୍ୟଶୀଳ ହୋଇପାରିବେ, ଏହି ବିଷୟରେ ସେମାନେ ଆଲୋଚନା କରିବେ । ଜୁନ ୧୫, ୧୯୯୫, ପ୍ରହରୀଦୁର୍ଗ, ପୃଷ୍ଠା ୧୨ ରୁ କିଛି ଉପଯୁକ୍ତ ବିଷୟ କୁହନ୍ତୁ ।
ଗୀତ ୧୩୫ ଏବଂ ଶେଷ ପ୍ରାର୍ଥନା ।
ଜାନୁଆରି ୧୮ ରୁ ଆରମ୍ଭ ହେବା ସପ୍ତାହ
ଗୀତ ୧୬୯
୫ ମି: ସ୍ଥାନୀୟ ଘୋଷଣାବଳୀ
୧୦ ମି: ସ୍ଥାନୀୟ ଆବଶ୍ୟକତା ।
୧୫ ମି: “ନେତୃତ୍ୱ ନେଉଥିବା ଅଧ୍ୟକ୍ଷମାନେ—ମଣ୍ଡଳୀର ପୁସ୍ତକ ଅଧ୍ୟୟନ ସଞ୍ଚାଳକ ।” ଭଲ ଉଦାହରଣ ରଖିଥିବା ଜଣେ ପୁସ୍ତକ ଅଧ୍ୟୟନ ସଞ୍ଚାଳକଙ୍କ ଦ୍ୱାରା ଭାଷଣ, ସେ ତାଙ୍କର କର୍ତ୍ତବ୍ୟ ବିଷୟରେ ଭାଷଣ ଦେବେ । କିପରି ତାଙ୍କର କାର୍ଯ୍ୟ ମଣ୍ଡଳୀର ଉନ୍ନତି ଏବଂ ଆଧ୍ୟାତ୍ମିକ ହିତ-ସାଧନ କରିବାରେ ସାହାଯ୍ୟ କରେ, ସେ ତାହା ବୁଝାଇବେ । ଆମର ପରିଚର୍ଯ୍ୟାକୁ ସମ୍ପନ କରିବା ନିମିତ ସଙ୍ଗଠିତ (ଇଂଗ୍ରାଜୀ) ବହିର ପୃଷ୍ଠା ୪୩-୫, ୭୪-୬ ରେ ଦିଆଯାଇଥିବା ମୁଖ୍ୟ ବିଷୟକୁ କୁହନ୍ତୁ ।
୧୫ ମି: ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ପ୍ରଥମ ସ୍ଥାନ ଦିୟନ୍ତୁ ! ଜଣେ ପ୍ରାଚୀନଙ୍କ ଦ୍ୱାରା ଭାଷଣ ଏବଂ ଶ୍ରୋତାମାନଙ୍କ ସହିତ ଆଲୋଚନା । ଏହି ବିଷୟ ସେପ୍ଟେମ୍ବର ୧, ୧୯୯୮, ପ୍ରହରୀଦୁର୍ଗର (ଇଂଗ୍ରାଜୀ) ପୃଷ୍ଠା ୧୯-୨୧ ରେ ଦିଆଯାଇଛି ।
ଗୀତ ୧୯୭ ଏବଂ ଶେଷ ପ୍ରାର୍ଥନା ।
ଜାନୁଆରି ୨୫ ରୁ ଆରମ୍ଭ ହେବା ସପ୍ତାହ
ଗୀତ ୨୦୧
୧୦ ମି: ସ୍ଥାନୀୟ ଘୋଷଣାବଳି ।
୧୫ ମି: “ପାଇନିୟରମାନଙ୍କ ସମୟର ଆବଶ୍ୟକତାରେ ପରିବର୍ତ୍ତନ ।” ଜଣେ ପ୍ରାଚୀନଙ୍କ ଦ୍ୱାରା ଭାଷଣ । ମଣ୍ଡଳୀରେ ଥିବା ପାଇନିୟରମାନଙ୍କୁ ପ୍ରଶଂସା କରନ୍ତୁ ଏବଂ ମାର୍ଚ୍ଚ, ଏପ୍ରିଲ, ଓ ମେ ମାସରେ ପରିଚର୍ଯ୍ୟାରେ ଅଧିକ ଭାଗ ନେବା ବିଷୟକୁ ମନେ ରଖି ପ୍ରକାଶକମାନଙ୍କୁ ଅଗ୍ଜ୍ୟୁଲରି ଓ ରେଗୁଲର ପାଇନିୟର ସେବା କରିବା ନିମିତ ଉତ୍ସାହିତ କରନ୍ତୁ । ଫେବୃୟାରି ୧୯୯୭ ଏବଂ ଜୁଲାଇ ୧୯୯୮ ର ଆମ ରାଜ୍ୟ ପରିଚର୍ଯ୍ୟାର (ଇଂଗ୍ରାଜୀ) ଇନସର୍ଟରୁ ଅଧିକ ବିଷୟ କୁହନ୍ତୁ ।
୨୦ ମି: ଆପଣ କʼଣ ପ୍ରତିଦିନ ଶାସ୍ତ୍ରବଚନକୁ ତର୍ଜମା କରନ୍ତି? ଭାଷଣ ଓ ଶ୍ରୋତାମାନଙ୍କ ସଙ୍ଗେ ଆଲୋଚନା । ପ୍ରତିବର୍ଷ ସଂସ୍ଥା ଆମକୁ ପ୍ରତିଦିନ ଶାସ୍ତ୍ରବଚନର ତର୍ଜମା କରନ୍ତୁ (ଇଂଗ୍ରାଜୀ) ନାମକ ବୁକଲେଟ୍ ଦିଏ । ଆପଣ ବ୍ୟକ୍ତିଗତରୂପେ କିମ୍ବା ପରିବାର ସହିତ ଏହି ବୁକଲେଟ୍ର ଭଳ ପ୍ରୟୋଗ କରନ୍ତି କି? ପ୍ରତିଦିନ ଆମେ କାହିଁକି ଶାସ୍ତ୍ରବଚନର ତର୍ଜମା କରିବା ଆବଶ୍ୟକ, ଏହାର ଲାଭଜନକ କାରଣ ବୁଝାନ୍ତୁ । ପ୍ରତିଦିନ ଶାସ୍ତ୍ରବଚନର ତର୍ଜମା କରନ୍ତୁ—୧୯୯୯, ପୃଷ୍ଠା ୩-୪ ର ମୁଖବନ୍ଧରୁ ଆଲୋଚନା କରନ୍ତୁ । ପ୍ରକାଶକମାନଙ୍କୁ ଆମନ୍ତ୍ରଣ କରି ସେମାନଙ୍କୁ ଏହା କହିବା ପାଇଁ କୁହନ୍ତୁ ଯେ, ସେମାନେ କିପରି ବ୍ୟକ୍ତିଗତରୂପେ ଓ ପରିବାର ସହିତ ନିୟମିତଭାବେ ପ୍ରତିଦିନ ଶାସ୍ତ୍ରବଚନର ଅଧ୍ୟୟନ ଓ ସେଥିରୁ ଟୀପଣୀ କରନ୍ତି । ପ୍ରକାଶକମାନେ ବ୍ୟକ୍ତିଗତରୂପେ ଓ ପରିବାର ସହିତ ନିୟମିତଭାବେ ପ୍ରତିଦିନ ଶାସ୍ତ୍ରବଚନ ଓ ତାହାର ଅନୁବର୍ତ୍ତୀ ପରିଚ୍ଛେଦର ଅଧ୍ୟୟନ କରିବାକୁ କିପରି ଉଦ୍ୟମ କରନ୍ତି, ଏହା କହିବା ପାଇଁ ସେମାନଙ୍କୁ ଆମନ୍ତ୍ରଣ କରନ୍ତୁ ।
ଗୀତ ୨୨୫ ଏବଂ ଶେଷ ପ୍ରାର୍ଥନା।