ଘୋଷଣାବଳୀ
▪ ଜାନୁଆରି ମାସ ପାଇଁ ସାହିତ୍ୟାଦିର ଅର୍ପଣ: ସୂଚୀରେ ଦିଆଯାଇଥିବା ଅଧା ଦାମ କିମ୍ବା ବିଶେଷ ଦାମର କୌଣସି ୧୯୨ ପୃଷ୍ଠା ପୁରୁଣା ବହି ପ୍ରଚୀନମାନଙ୍କ ପାଇଁ ସୁଚନା: ସଂସ୍ଥା ପାଖରେ କେଉଁ ପୁରୁଣା ବହି ଅଛି, ତାହା ଜାଣିବା ପାଇଁ ୧୯୯୮ ମସୀହା ଅକ୍ଟୋବର ମାସର ଆମ ରାଜ୍ୟ ପରିଚର୍ଯ୍ୟା (ଇଂଗ୍ରାଜୀ) ଦେଖନ୍ତୁ । ଭବିଷ୍ୟତରେ ପ୍ରୟୋଗ କରିବା ପାଇଁ ମଧ୍ୟ ଆପଣ ଏହି ବହିଗୁଡ଼ିକର ଅର୍ଡର କରିପାରନ୍ତି। ଫେବୃୟାରି: ପାରିବାରିକ ସୁଖର ରହସ୍ୟ । (ଇଂଗ୍ରାଜୀ) ମାର୍ଚ୍ଚ: ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ । ଗୃହ ବାଇବଲ ଅଧ୍ୟୟନ ଆରମ୍ଭ କରିବା ପାଇଁ ପ୍ରଚେଷ୍ଟା କରାଯିବ । ଏପ୍ରିଲ: ପ୍ରହରୀଦୁର୍ଗ ଓ ଜାଗ୍ରତ ରୁହନ୍ତୁ ! ପତ୍ରିକା ପାଇଁ ଅଭିଦାନ । ଅଗ୍ରହୀ ବ୍ୟକ୍ତିମାନଙ୍କ ପାଇଁ ଚାହିଁବା ବ୍ରୋଶର ରଖନ୍ତୁ ଏବଂ ଗୃହ ବାଇବଲ ଅଧ୍ୟୟନ ଆରମ୍ଭ କରିବାକୁ ଚେଷ୍ଟା କରନ୍ତୁ ।
▪ ଜାନୁଆରି ୪ ତାରିଖର ସପ୍ତାହର ସେବା ସଭାରେ ଉପସ୍ଥିତ ସମସ୍ତ ବାପ୍ତିସ୍ମ-ପ୍ରାପ୍ତ ପ୍ରକାଶକମାନଙ୍କୁ ଅଡ୍ଭାନ୍ସ ମେଡିକଲ ଡାଇରେକ୍ଟିବ/ରିଲୀଜ କାର୍ଡ ଏବଂ ସେମାନଙ୍କ ପିଲାମାନଙ୍କୁ ପରିଚୟ ପତ୍ର ଦିଆଯିବ ।
▪ ଏବର୍ଷ ଏପ୍ରିଲ ୧ ତାରିଖ, ଗୁରୁବାର ଦିନ ସୂର୍ଯ୍ୟାସ୍ତ ପରେ ମଣ୍ଡଳୀଗୁଡ଼ିକ ସ୍ମାରକ ଉତ୍ସବ ପାଳନ କରିବା ପାଇଁ ବ୍ୟବସ୍ଥା କରିବା ଉଚିତ୍ । ଭାଷଣ ସୂର୍ଯ୍ୟାସ୍ତ ପୂର୍ବରୁ ଆରମ୍ଭ ହୋଇପାରେ, କିନ୍ତୁ ସୂର୍ଯ୍ୟାସ୍ତ ପୂର୍ବରୁ ସ୍ମାରକର ପ୍ରତୀକକୁ ଦିଆଯିବ ନାହିଁ । ଆପଣଙ୍କ ଜାଗାରେ କେବେ ସୂର୍ଯ୍ୟାସ୍ତ ହୁଏ, ତାହା ସ୍ଥାନୀୟ ମାଧ୍ୟମ ଦ୍ୱାରା ଜାଣିବା ପାଇଁ ଚେଷ୍ଟା କରନ୍ତୁ । ଯଦିଓ ନିଜ ନିଜର ମଣ୍ଡଳୀରେ ସ୍ମାରକ ଉତ୍ସବ ପାଳନ କରିବା ପାଇଁ ସମସ୍ତ ମଣ୍ଡଳୀ ଚାହାନ୍ତି, ତଥାପି ଏହା ସର୍ବଦା ସମ୍ଭବ ନ ହେଇ ପାରେ । ଯେଉଁଠାରେ ଅନେକଗୁଡ଼ିଏ ମଣ୍ଡଳୀ ଗୋଟିଏ ସଭାଗୃହ ପ୍ରୟୋଗ କରୁଛନ୍ତି, ସେଠାରେ ଏକ ବା ଅଧିକ ମଣ୍ଡଳୀ ସେହି ଦିନ ପାଇଁ ଅନ୍ୟ ଜାଗାରେ ସ୍ମାରକ ଉତ୍ସବ ଆୟୋଜନ କରିପାରନ୍ତି । ଆମେ ପ୍ରସ୍ତାବ ଦେଉ ଯେ ଯେଉଁଠାରେ ସମ୍ଭବ, ସେଠାରେ ଗୋଟିଏ କାର୍ଯ୍ୟକ୍ରମ ଶେଷ ହେବାର ୪୦ ମିନିଟ ପରେ ପରବର୍ତ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯିବା ଉଚିତ୍, କାରଣ ଏହି ସମୟ ମଧ୍ୟରେ ଆଗନ୍ତୁକମାନଙ୍କ ସହିତ ମିଳାମିଶା କରିହେବ ଓ ଆଗ୍ରହୀ ବ୍ୟକ୍ତିମାନଙ୍କୁ ଉତ୍ସାହିତ କରିହେବ, ଏହିପରି ଏହି ଅବସରରୁ ସମ୍ପୂର୍ଣ୍ଣରୂପେ ଲାଭ ପ୍ରାପ୍ତ ହୋଇ ପାରିବ । ଟ୍ରାଫିକ ଓ ପାର୍କିଙ୍ଗ ସମସ୍ୟା ପ୍ରତି ଏବଂ ଲୋକମାନଙ୍କୁ ଆଣିଯିବା ଓ ଛାଡ଼ିଯିବା କାର୍ଯ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ । କେଉଁ ପ୍ରକାର ବ୍ୟବସ୍ଥା ସବୁଠାରୁ ଉତ୍ତମ, ତାହା ପ୍ରାଚୀନମାନଙ୍କ ନିକାୟ ନିର୍ଣ୍ଣୟ କରିବା ଉଚିତ୍ ।
▪ ୧୯୯୯ ମସିହାର ସ୍ମାରକ ମାସରେ ବିଶେଷ ଜନ ଭାଷଣ ରବିବାର, ଏପ୍ରିଲ ୧୮ ତାରିଖରେ ଦିଆଯିବ । ଭାଷଣର ବିଷୟ ବସ୍ତୁ, “ପରମେଶ୍ୱର ଓ ପ୍ରତିବାସୀଙ୍କ ସହିତ ପ୍ରକୃତ ବନ୍ଧୁତ୍ୱ” ହେବ । ଗୋଟିଏ ଆଉଟ-ଲାଇନ ଦିଆଜିବ । ଯେଉଁ ମଣ୍ଡଳୀଗୁଡ଼ିକରେ ସେହି ରବିବାର ଦିନ ସର୍କିଟ ଓଭରସିୟରଙ୍କ ସାକ୍ଷାତ, ସର୍କିଟ ସମ୍ମେଳନ, କିମ୍ବା ବିଶେଷ ସମ୍ମେଳନ ଦିନ ହେବ, ସେଠାରେ ଏହି ବିଶେଷ ଜନ ଭାଷଣ ପରବର୍ତ୍ତି ସପ୍ତାହରେ ହେବ । କୌଣସି ମଣ୍ଡଳୀରେ ବିଶେଷ ଜନ ଭାଷଣ ୧୯୯୯ ମସିହା ଏପ୍ରିଲ ୧୮ ତାରିଖ ପୂର୍ବରୁ ଦିଆଯିବ ନାହିଁ ।
▪ ଉପଲବ୍ଧ ହେଉଥିବା ନୂତନ ପ୍ରକାଶନ:
କʼଣ ଏପରି ଜଣେ ସୃଷ୍ଟିକର୍ତ୍ତା ଅଛନ୍ତି, ଯିଏ ଆମର ଯତ୍ନ ନିଅନ୍ତି?—ଇଂଗ୍ରାଜୀ
ମୃତ୍ୟୁ ସମୟରେ ଆମର କʼଣ ଘଟେ? —ଇଂଗ୍ରାଜୀ
ଯୁବକମାନଙ୍କ ପ୍ରଶ୍ନ—ତାʼର ବ୍ୟବହାରିକ ଉତ୍ତର—କନ୍ନଡ, ନେପାଳୀ, ମରାଠୀ ଓ ହିନ୍ଦୀ
ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ—ଆସାମୀ ଓ ଓଡ଼ିଆ
କିପରି ବାଇବଲ ବିଷୟକ ଆଲୋଚନା ଆରମ୍ଭକରି ଚାଲୁରଖା ଯାଇପାରିବ (ରିଜନିଙ୍ଗ ବହିର ପୃଷ୍ଠା ୯-୨୪)(୧୬-ପୃଷ୍ଠାର ବୁକ୍ଲେଟ)—ନେପାଳୀ
▪ ଉପଲବ୍ଧ ହେଉଥିବା ନୂତନ ଅଡ଼ିଓ କ୍ୟାସେଟ୍:
ଆପଣଙ୍କ ଚକ୍ଷୁକୁ ନିର୍ମଳ ରଖନ୍ତୁ (ଗୋଟିଏ କ୍ୟାସେଟ୍)—ଇଂଗ୍ରାଜୀ, କନ୍ନଡ, ଗୁଜରାଟୀ, ତାମିଲ, ତେଲଗୁ, ମାଲୟାଲମ୍ ଓ ହିନ୍ଦୀ
(ଅଡ଼ିଓ କ୍ୟାସେଟ୍ର ମୂଲ୍ୟ ପାଇନିୟରମାନଙ୍କ ପାଇଁ ଟ. ୬୦ ଓ ପ୍ରକାଶକମାନଙ୍କ ପାଇଁ ଟ. ୭୦)