ପାଇନିୟରମାନଙ୍କ ସମୟର ଆବଶ୍ୟକତାରେ ପରିବର୍ତ୍ତନ
ଆମେ ସମସ୍ତେ ମଣ୍ଡଳୀରେ କଠିନ ପରିଶ୍ରମ କରୁଥିବା ରେଗୁଲର ଓ ଅଗ୍ଜ୍ୟୁଲରି ପାଇନିୟରମାନଙ୍କ ପ୍ରତି ମୁଲ୍ୟାଙ୍କନ ଦେଖାଉଛୁ। କ୍ଷେତ୍ର କମଥିବା ସ୍ଥାନରେ ଓ ବାରମ୍ବାର ପ୍ରଚାର କାର୍ଯ୍ୟ କରାଯାଇଥିବା ସ୍ଥାନରେ ମଧ୍ୟ ପାଇନିୟରମାନେ ତାଙ୍କର ଉତ୍ସାହପୂର୍ଣ୍ଣ ପ୍ରଚାର କାର୍ଯ୍ୟ ଦ୍ୱାରା ଭଲ ଉଦାହରଣ ରଖିଛନ୍ତି। ଏମାନେ “ନିରୂପିତ” ଲୋକମାନଙ୍କୁ ବାରମ୍ବାର ଖୋଜିବା ପାଇଁ ପ୍ରାକଶକମାନଙ୍କ ଉତ୍ସାହ ବଢ଼ାଇଛନ୍ତି।—ପ୍ରେରି. ୧୩:୪୮.
୨ ପାଇନିୟରମାନେ ସମ୍ମୁଖୀନ ହେଉଥିବା ସମଷ୍ୟାଗୁଡ଼ିକ ସଂସ୍ଥା ବୁଝିପାରିଛି। ସଂସ୍ଥା ଜାଣିଛି ଯେ, ପାଇନିୟରମାନଙ୍କୁ ପାର୍ଟ-ଟାଇମ ଚାକିରି ମିଳିବା କଷ୍ଟକର ଯଦ୍ୱାରା ସେମାନେ ନିଜର ଭରଣ-ପୋଷଣ କରିପାରନ୍ତି ଓ ପୂର୍ଣ୍ଣ-ସମୟ ପରିଚର୍ଯ୍ୟା କାର୍ଯ୍ୟରେ ମଧ୍ୟ ଲାଗି ରହି ପାରନ୍ତି। ଲୋକମାନଙ୍କ ହାର୍ଦ୍ଧିକ ଇଚ୍ଛା ଥିବା ସତ୍ୱେ ପାଇନିୟର କାର୍ଯ୍ୟରେ ପ୍ରବେଶ କରିବା ସେମାନଙ୍କ ପକ୍ଷରେ ଅତ୍ୟଧିକ କଷ୍ଟକର ହେଉଛି, କାରଣ ଅଧିକାଂଶ ଦେଶର ବର୍ତ୍ତମାନ ଆର୍ଥିକ ପରିସ୍ଥିତି ଅତ୍ୟଧିକ ଖରାପ ଅଛି। ପୂର୍ବବର୍ତ୍ତି ମାସଗୁଡ଼ିକରେ ଏହି ବିଷୟ ଓ ଅନ୍ୟ ବିଷୟଗୁଡ଼ିକ ଭଲଭାବରେ ବିଚାର କରାଗଲା।
୩ ତେଣୁ, ଉପରୁକ୍ତ ବିଷୟକୁ ଧ୍ୟାନ ଦେଇ ସଂସ୍ଥା ଉଭୟ ରେଗୁଲର ଓ ଅଗ୍ଜ୍ୟୁଲରି ପାଇନିୟରମାନଙ୍କ ସମୟର ଆବଶ୍ୟକତାକୁ କମ କରି ଦେଇଛି। ୧୯୯୯ ମସିହାଠାରୁ ରେଗୁଲର ପାଇନିୟରମାନଙ୍କ ପ୍ରତି ମାସରେ ୭୦ଘଣ୍ଟା କିମ୍ବା ବର୍ଷକୁ ୮୪୦ ଘଣ୍ଟା ଦେବାକୁ ହେବ। ଅଗ୍ଜ୍ୟୁଲରି ପାଇନିୟରମାନଙ୍କୁ ଗୋଟିଏ ମାସରେ ୫୦ଘଣ୍ଟା ଦେବାକୁ ହେବ। ସ୍ପେଶଲ ପାଇନିୟର ଓ ମିଶନାରୀମାନଙ୍କ ଘଣ୍ଟାର ଆବଶ୍ୟକତାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ, କାରଣ ସେମାନଙ୍କର ଭୌତିକ ଆବଶ୍ୟକତାର ଯତ୍ନ ନେବାକୁ ସଂସ୍ଥା ସାହାଯ୍ୟ କରେ। ତେଣୁ, ସେମାନେ ତାଙ୍କର ପ୍ରଚାର କାର୍ଯ୍ୟ ଓ ଶିଷ୍ୟ-ଗଠନ କରିବା କାର୍ଯ୍ୟରେ ଅଧିକ ଧ୍ୟାନ ଦେଇ ପାରିବେ।
୪ ଆମେ ଆଶା କରୁ ଯେ, ପାଇନିୟର ସେବାରେ ଘଣ୍ଟାର ଆବଶ୍ୟକତାରେ ପରିବର୍ତ୍ତନ କରାଯାଇ ଥିବା ଯୋଗୁଁ ଅଧିକାଂଶ ପାଇନିୟରଙ୍କୁ ଏହି ଅପୂର୍ବ ସେବା କାର୍ଯ୍ୟରେ ଲାଗି ରହିବା ପାଇଁ ସାହାଯ୍ୟ କରିବ। ଏହା ଦ୍ୱାରା ଅଧିକାଂଶ ପ୍ରକାଶକମାନେ ମଧ୍ୟ ରେଗୁଲର ଓ ଅଗ୍ଜ୍ୟୁଲରି ପାଇନିୟର ସେବା କାର୍ଯ୍ୟ ଆରମ୍ଭ କରିପାରିବେ। ମଣ୍ଡଳୀରେ ପ୍ରତ୍ୟେକଙ୍କ ପାଇଁ ଏହା କେତେ ବଡ଼ ଆଶୀର୍ବାଦ ପ୍ରମାଣିତ ହେବ!