ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • km ୨/୯୯ ପୃଷ୍ଠା ୨
  • ଫେବୃୟାରି ମାସ ପାଇଁ ସେବା ସଭାଗୁଡ଼ିକ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଫେବୃୟାରି ମାସ ପାଇଁ ସେବା ସଭାଗୁଡ଼ିକ
  • ଆମ ରାଜ୍ୟ ସେବା—୧୯୯୯
ଆମ ରାଜ୍ୟ ସେବା—୧୯୯୯
km ୨/୯୯ ପୃଷ୍ଠା ୨

ଫେବୃୟାରି ମାସ ପାଇଁ ସେବା ସଭାଗୁଡ଼ିକ

ଫେବୃୟାରି ୧ ରୁ ଆରମ୍ଭ ହେବା ସପ୍ତାହ

ଗୀତ ୧୫୪

୧୦ ମି: ସ୍ଥାନୀୟ ଘୋଷଣାବଳୀ । ଆମ ରାଜ୍ୟ ପରିଚର୍ଯ୍ୟାରୁ ନିର୍ବାଚିତ ଘୋଷଣାବଳୀ । ଜାନୁଆରି ସାମ ପାଇଁ କ୍ଷେତ୍ର ସେବା ରିପୋର୍ଟ ଦେବାକୁ ସମସ୍ତଙ୍କୁ ମନେ ପକାନ୍ତୁ ।

୧୭ ମି: “ପ୍ରତ୍ୟେକ ବୟସର ଲୋକଙ୍କୁ ପାରିବାରିକ ସୁଖ ବହି ଦିଅନ୍ତୁ ।” ପ୍ରାଚୀନ ଦୁଇ କିମ୍ବା ତିନି ଜଣ ଯୋଗ୍ୟ ପ୍ରକାଶକଙ୍କ ସହିତ ଏହି ଲେଖାର ଆଲୋଚନା କରିବେ । ବାଇବଲ ଉପଦେଶରେ ହିଁ ଏକ ସୁଖୀ ପାରିବାରିକ ଜୀବନର ରହସ୍ୟ ଅଛି ବୋଲି ଲୋକଙ୍କୁ ହୃଦୟଙ୍ଗମ କରାଇବାରେ ସାହାଯ୍ୟ କରନ୍ତୁ । (ପାରିବାରିକ ସୁଖ ବହିର ପୃଷ୍ଠା ୯-୧୨ ଦେଖନ୍ତୁ ।) ଲେଖାରେ ଉଲ୍ଲେଖ ଥିବା ଏକ ଉପସ୍ଥାପନା ପ୍ରଦର୍ଶିତ କରାନ୍ତୁ । କିପରି ପୁନର୍ସାକ୍ଷାତର ବ୍ୟବସ୍ଥା କରାଯାଇ ପାରିବ, ତାହା ପ୍ରଦର୍ଶତ କରନ୍ତୁ ।

୧୮ ମି: ‘ନୂତନ ସ୍ୱଭାବକୁ ପରିଧାନ କର ।’ ଏହି ଭାଷଣରେ ଏଫିସୀୟ ୪:୨୦-୨୪ ପଦଗୁଡ଼ିକୁ ବିଶ୍ଳେଷଣ କରାଯିବ । (ମାର୍ଚ୍ଚ ୧, ୧୯୯୩, ପ୍ରହରୀଦୁର୍ଗ, ପୃଷ୍ଠା ୧୪-୧୮, ପରିଚ୍ଛେଦ ୪-୧୭ ଦେଖନ୍ତୁ ।) କିପରି ଆମେ ପୁରାତନ ଆଚରଣକୁ ପରିତ୍ୟାଗ କରି ନୂତନ ସ୍ୱଭାବକୁ ପରିଧାନ କରିପାରିବା, ସେହି ବିଷୟ ବୁଝାନ୍ତୁ ।

ଗୀତ ୪ ଏବଂ ଶେଷ ପ୍ରାର୍ଥନା ।

ଫେବୃୟାରି ୮ ରୁ ଆରମ୍ଭ ହେବା ସପ୍ତାହ

ଗୀତ ୧୨

୧୦ ମି: ସ୍ଥାନୀୟ ଘୋଷଣାବଳୀ । ହିସାବ-ପତ୍ରର ରିପୋର୍ଟ ।

୧୫ ମି: ସ୍ଥାନୀୟ ଆବଶ୍ୟକତାଗୁଡ଼ିକ ।

୨୦ ମି: “ଆମର ମହାନ ସୃଷ୍ଟିକର୍ତ୍ତା ଆମ ସମସ୍ତଙ୍କର ଯତ୍ନ ନିଅନ୍ତି !” ପ୍ରଶ୍ନୋତ୍ତର । ସୃଷ୍ଟିକର୍ତ୍ତା ବହିଟି ସେହି ଲୋକମାନଙ୍କ ସାହାଯ୍ୟ ପାଇଁ ବ୍ୟବହୃତ ହୋଇପାରେ ଯେଉଁମାନେ ପରମେଶ୍ୱରଙ୍କ ଅସ୍ତିତ୍ୱକୁ ସନ୍ଦେହ କରନ୍ତି କିମ୍ବା ମାନନ୍ତି ନାହିଁ । ଯଦିଓ ଏହି ବହିଟି ବାଇବଲ ଅଧ୍ୟୟନ ଚଳାଇବା ପାଇଁ ନୁହଁ, ତଥାପି ଏହା ବାଇବଲର କଥନକୁ ପରୀକ୍ଷା କରିବା ନିମିତ୍ତ ଲୋକମାନଙ୍କୁ ଉତ୍ତେଜିତ କରିବାରେ ଏକ ପ୍ରଭାବକାରୀ ସାଧନ ହୋଇପାରେ । (ସୃଷ୍ଟିକର୍ତ୍ତା ବହିର ପୃଷ୍ଠା ୧୮୯-୯୧ ଦେଖନ୍ତୁ ।) ଏହି ବହିଟି ବିଷୟରେ ନିଜର ମତାମତ ଏବଂ ଏହାକୁ ସେମାନେ ଲୋକମାନଙ୍କୁ କିପରି ବିତରଣ କରିଥିଲେ, ଏହି ବିଷୟରେ ପ୍ରକାଶକମାନଙ୍କୁ କହିବା ନିମନ୍ତେ ଆମନ୍ତ୍ରଣ କରନ୍ତୁ ।

ଗୀତ ୧୭୩ ଏବଂ ଶେଷ ପ୍ରାର୍ଥନା ।

ଫେବୃୟାରି ୧୫ ରୁ ଆରମ୍ଭ ହେବା ସପ୍ତାହ

ଗୀତ ୪୦

୧୦ ମି: ସ୍ଥାନୀୟ ଘୋଷଣାବଳୀ । ଈଶତନ୍ତ୍ର ସମ୍ବନ୍ଧୀୟ ସମାଚାର ।

୧୮ ମି: ଈଶତନ୍ତ୍ରୀୟ ପରିଚର୍ଯ୍ୟା ସ୍କୁଲରେ ନାମ ଲେଖିଲେ ଆମେ କିପରି ଲାଭବାନ ହୋଇପାରିବା? ସ୍କୁଲ ଓଭରସିୟରଙ୍କ ଦ୍ୱାରା ଶ୍ରୋତାମାନଙ୍କ ସହିତ ଆଲୋଚନା । ସ୍କୁଲର ଏକମାତ୍ର ଉଦ୍ଦେଶ୍ୟ ଲୋକମାନଙ୍କ ସମ୍ମୁଖରେ ଭାଷଣଦେବା ପାଇଁ ପ୍ରଶିକ୍ଷିତ କରିବା ନୁହେଁ । ଏହି ପ୍ରଶିକ୍ଷଣରେ ଆମେ ଅନ୍ୟ ରୀତିରେ ଲାଭ ପାଉ । (ସ୍କୁଲ ଗାଇଡ୍‌ବୁକ୍‌, ପୃଷ୍ଠା ୧୨-୧୩ ଦେଖନ୍ତୁ ।) ଲୋକମାନଙ୍କ ସଙ୍ଗେ ଭଲ ସଂଚାର କିପରି କରି ହେବ, ତାହା ଆମେ ଏହି ସ୍କୁଲ ମାଧ୍ୟମରେ ଶିଖୁଛୁ । ଲୋକମାନଙ୍କ ସହିତ ସ୍ପଷ୍ଟରୂପେ, ଶାନ୍ତିରେ ଓ ଆତ୍ମ-ବିଶ୍ୱାସର ସହିତ କଥାବାର୍ତ୍ତା କରିବା ପାଇଁ ଆମେ ଶିଖୁଛୁ । ଆମେ ନିଜର ବିଶ୍ୱାସ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେବାରେ ଏବଂ ଆମର ବାଇବଲ ଆଧାରିତ ନିର୍ଣ୍ଣୟ ବୁଝାଇବାରେ କୁଶଳ ହୋଇପାରୁ । ଆମର ବାଇବଲୀୟ ଜ୍ଞାନ ବୃଦ୍ଧି ହୁଏ, ଯଦ୍ୱାରା ଆମେ ଅନ୍ୟମାନଙ୍କୁ ଫଳପ୍ରଦ ସାକ୍ଷଦାନ କରିପାରୁ । ଆମେ ଆମର ତୃଟିଗୁଡ଼ିକୁ ସ୍ୱୀକାର କରିବା ପାଇଁ ଓ ଉପଦେଶକୁ ଗ୍ରହଣ କରିବା ପାଇଁ ଶିଖୁ । ଏହିପରି କରିବା ଫଳରେ ଅନ୍ୟମାନଙ୍କ ସହିତ ଭଲ ବ୍ୟବହାର କରିବାକୁ ଶିଖୁ । ମୋଟରେ ସ୍କୁଲରୁ ଆମକୁ ଯେଉଁ ପ୍ରଶିକ୍ଷଣ ମିଳେ, ତାହା ଆମକୁ ପରମେଶ୍ୱରଙ୍କ ସେବକରୂପେ “ଯୋଗ୍ୟ” ରହିବାରେ ସାହାଯ୍ୟ କରେ ।—୨ କରି. ୩:୫, ୬, OCB.

୧୭ ମି: “ବାଇବଲ ଅଧ୍ୟୟନରେ—ସାମିଲ ହେବା ପାଇଁ ପରିବାରର ସଦସ୍ୟମାନେ ସଂପୂର୍ଣ୍ଣରୂପେ କିପରି ସହଯୋଗ କରନ୍ତି ।” ଗୋଟିଏ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା । ପାରିବାରିକ ବାଇବଲ ପଠନ ଓ ଅଧ୍ୟୟନ ବିଷୟରେ ମେ ୧୫, ୧୯୯୬, ପ୍ରହରୀଦୁର୍ଗ, ପୃଷ୍ଠା ୧୪-୧୫, ଓ ଅକ୍ଟୋବର ୧୫, ୧୯୯୨, ପ୍ରହରୀଦୁର୍ଗ, ପୃଷ୍ଠା ୧୬-୧୭ ରେ ଦିଆଯାଇଥିବା ବିଷୟକୁ ସେମାନେ କିପରି ଜୀବନରେ ପ୍ରୟୋଗ କରନ୍ତି, ଏହା ବିଶ୍ଳେଷଣ କରିବେ ।

ଗୀତ ୫୭ ଏବଂ ଶେଷ ପ୍ରାର୍ଥନା ।

ଫେବୃୟାରି ୨୨ ରୁ ଆରମ୍ଭ ହେବା ସପ୍ତାହ

ଗୀତ ୧୭୦

୧୦ ମି: ସ୍ଥାନୀୟ ଘୋଷଣାବଳୀ ।

୧୫ ମି: ଅପାର୍ଟମେଣ୍ଟ ବିଲ୍‌ଡିଙ୍ଗରେ ସାକ୍ଷଦାନ । (ଯଦି ଆପଣଙ୍କ କ୍ଷେତ୍ରରେ ଅଳ୍ପ ଅପାର୍ଟମେଣ୍ଟ ବିଲ୍‌ଡିଙ୍ଗ ଥାଏ, ତେବେ ମେ, ୧୯୯୫ ମସିହାର ଆମ ରାଜ୍ୟ ପରିଚର୍ଯ୍ୟାରେ [ଇଂଗ୍ରାଜୀ] ଦିଆଯାଇଥିବା ଲେଖା “ଘରେ ନ ଥିବା ବ୍ୟକ୍ତିମାନଙ୍କର ରେକର୍ଡ କାହିଁକି ରଖିବା?” ବିଷୟରେ ଆଲୋଚନା କରନ୍ତୁ ।) ଦୁଇ କିମ୍ବା ତିନି ଜଣ ପ୍ରକାଶକମାନଙ୍କ ସହିତ ଆଲୋଚନା । ଯେଉଁ ସହରରେ ଅପାର୍ଟମେଣ୍ଟ ବିଲ୍‌ଡ଼ିଙ୍ଗ ଭିତରକୁ ବିନା ଅନୁମତିରେ କାହାକୁ ପ୍ରବେଶ କରାଇ ନ ଦେବା ପାଇଁ ସୁରକ୍ଷା ଗାର୍ଡକୁ ନିର୍ଦେଶ ଦିଆଯାଇଥାଏ, ସେଠାରେ ରହୁଥିବା ଲୋକମାନଙ୍କୁ ସାକ୍ଷାତ କରିବା ପାଇଁ ବିଭିନ୍ନ ଉପାୟ ବିଷୟରେ ଆଲୋଚନା କରନ୍ତୁ । ସେହି ବିଲ୍‌ଡିଙ୍ଗର ପ୍ରେସିଡେଣ୍ଟ କିମ୍ବା ସେକ୍ରେଟେରିଠାରୁ ମଣ୍ଡଳୀ ଅନୁମତି ନେଇପାରନ୍ତି । ଯିଦି ଅନୁମତି ମିଳିଯାଏ, ତେବେ କେତେକ ପ୍ରକାଶକ, ସେଠାକୁ ଯାଇ ପ୍ରତ୍ୟେକ ଘରେ ପ୍ରଚାର କରିପାରନ୍ତି । କିନ୍ତୁ, ଯଦି ଅନୁମତି ନ ମିଳେ, ତେବେ ସୁରକ୍ଷା ଗାର୍ଡ ପ୍ରତ୍ୟେକ ଲେଟର ବକ୍ସ ଭିତରେ ଟ୍ରାକଟ୍‌ ରଖିବାକୁ ଜଣେ କିମ୍ବା ଦୁଇ ଜଣ ପ୍ରକାଶକଙ୍କୁ ଅନୁମତି ଦେଇପାରେ । ଯଦି ସେହି ବିଲ୍‌ଡିଙ୍ଗରେ ରହୁଥିବା ଲୋକଙ୍କ ନାମ ମିଳେ, ତେବେ ଟେଲିଫୋରେ ସାକ୍ଷଦାନ କରିବାକୁ ସାହାଯ୍ୟ ମିଳେ । ଯେଉଁଠାରେ ଅନ୍ୟ ମାଧ୍ୟମ ଦ୍ୱାରା ସେମାନଙ୍କ ସହିତ ସମ୍ପର୍କ କରି ନ ପାରୁ, ତେବେ ପତ୍ର ମାଧ୍ୟମରେ କିମ୍ବା ସେହି ବିଲ୍‌ଡିଙ୍ଗରେ ନିକଟରେ ପ୍ରଚାର କାର୍ଯ୍ୟ କରିବା ଦ୍ୱାରା ସେମାନଙ୍କୁ ସାକ୍ଷଦାନ ଦେଇପାରନ୍ତି । ମଣ୍ଡଳୀ ଦ୍ୱାରା କରାଯାଇଥିବା କୌଣସି ଉପାୟକୁ ପ୍ରଦର୍ଶିତ କରାନ୍ତୁ ଯାହା ଦ୍ୱାରା ସେମାନେ ବିଲ୍‌ଡିଙ୍ଗରେ ବାସ କରୁଥିବା ଲୋକମାନଙ୍କ ସହିତ ସାକ୍ଷଦାନ କରିବାରେ ସଫଳତା ପାଇଛନ୍ତି ।

୨୦ ମି: ଶିଷ୍ୟ ଗଠନ କିରିବାରେ କିପରି ଆନନ୍ଦ ପାଇବା । ଫେବୃୟାରି ୧୫, ୧୯୯୬, ପ୍ରହରୀଦୁର୍ଗ, ପୃଷ୍ଠା ୧୯-୨୨ ଉପରେ ଆଧାରିତ ଏକ ଭାଷଣ ।

ଗୀତ ୯୧ ଏବଂ ଶେଷ ପ୍ରାର୍ଥନା ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ