ଈଶତନ୍ତ୍ର ସମ୍ବନ୍ଧୀୟ ସମାଚାର
▪ ବୁଲଗେରିଆରେ ଯିହୋବା ସାକ୍ଷୀମାନଙ୍କୁ ୧୯୯୮ ମସିହା ଅକ୍ଟୋବର ୭ ତାରିଖଠାରୁ ସରକାରୀଭାବେ ରେଜିଷ୍ଟ୍ରିଭୁକ୍ତ କରାଗଲା। ସେଠାକାର ଏହି ବୃଦ୍ଧି ନିମିତ୍ତ ୯୪୬ ଜଣ ପ୍ରକାଶକମାନଙ୍କ ସହିତ ଆମେ ମଧ୍ୟ ଯିହୋବାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛୁ।
▪ ୧୯୯୮ ମସିହା, ଅକ୍ଟୋବର ୧୨ ତାରିଖରେ ଲାଟଭିଆ ସରକାର ସେଠାରେ ଥିବା ୨୧ ଟି ମଣ୍ଡଳୀ ମଧ୍ୟରୁ ପ୍ରଥମ ୨ ଟି ମଣ୍ଡଳୀକୁ ରେଜିଷ୍ଟ୍ରିକରଣ ନିମିତ୍ତ ଅନୁମତି ଦେଇଥିଲେ।
▪ ଫ୍ରାନ୍ସରେ ଅତ୍ୟଧିକ ବିରୋଧିତା ସତ୍ୱେ ଭାଇମାନେ ଅବିଚଳିତଭାବେ ରାଜ୍ୟ ପ୍ରଚାର କାର୍ଯ୍ୟରେ ଲାଗି ରହିଛନ୍ତି। ନଭେମ୍ବର ଓ ଡିସେମ୍ବର ମାସରେ, ବାଇବଲଆଡ଼କୁ ଦେଶର ଧ୍ୟାନ ଆକର୍ଷିତ କରିବା ନିମିତ ସମସ୍ତ ଲୋକଙ୍କ ପାଇଁ ଗୋଟିଏ ବହି ନାମକ ବ୍ରୋଶର ବାଣ୍ଟିବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଥିଲା। ବ୍ରିଟେନ ବ୍ରାଞ୍ଚର ମୁଦ୍ରଣକାର୍ଯ୍ୟ ଓ ଶିପ୍ପିଙ୍ଗକାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଫ୍ରାନ୍ସରୁ ହାରାହାରି ୫୦ ଜଣ ବେଥେଲାଇଟ୍ ବ୍ରିଟେନକୁ ଯାଇଥିଲେ ଏବଂ ଫ୍ରାନ୍ସ ବେଥେଲ ପରିବାରର ବାକି ୨୫୦ ଜଣ ସଦସ୍ୟ ଏବଂ କ୍ଷେତ୍ରର ଅନ୍ୟାନ୍ୟ ଭାଇମାନେ ଏକ ସାଧାରଣ ପରିସ୍ଥିରେ ଖୁସୀରେ ଉପାସନା କରୁଛନ୍ତି।