ମଣ୍ଡଳୀର ସଭାଗୁଡ଼ିକରେ—ପରିବାରର ସଦସ୍ୟମାନେ କିପରି ସମ୍ପୂର୍ଣ୍ଣରୂପେ ଭାଗ ନେବା ପାଇଁ ସହଯୋଗ ଦିଅନ୍ତି
ଖ୍ରୀଷ୍ଟୀୟ ପରିବାରଗୁଡ଼ିକୁ ମଣ୍ଡଳୀର ସଭାଗୁଡ଼ିକରେ ଏକତ୍ରିତ ଦେବା ଆଦେଶକୁ ପାଳନ କରିବା ଆବଶ୍ୟକ । (ଏବ୍ରୀ ୧୦:୨୪, ୨୫) ଉତ୍ତମ ସହଯୋଗ ଦ୍ୱାରା ସମସ୍ତ ସଦସ୍ୟମାନେ ସଭା ପାଇଁ ପ୍ରସ୍ତୁତ କରିବାକୁ, ସଭାରେ ଉପସ୍ଥିତ ହେବାକୁ ଓ ସେଥିରେ ଭାଗନେବାକୁ ସଫଳ ହୋଇପାରିବେ । ପରିବାରର ପରିସ୍ଥିତି ଭିନ୍ନ-ଭିନ୍ନ ଅଟେ । ପରିବାରରେ ପିଲାଙ୍କ ସଂଖ୍ୟା ଏବଂ ସେମାନଙ୍କ ବୟସ ଯେତେ ହେଉ ବା କାହିଁକି, କିନ୍ତୁ ଆଧ୍ୟାତ୍ମିକ ବିଷୟରେ ପରିବାରର ଏକତାକୁ ବଢ଼ାଇବା ପାଇଁ ଖ୍ରୀଷ୍ଟୀୟ ପତି, ବିଶ୍ୱାସୀ ପତ୍ନି କିମ୍ବା ଏକ-ଜନକ ମାତା କିମ୍ବା ପିତା ବହୁତ କିଛି କରିପାରିବେ ।—ହିତୋ. ୧:୮.
୨ ପ୍ରସ୍ତୁତ କରିବା ପାଇଁ ସମୟ ନିର୍ଦ୍ଧାରଣ କରନ୍ତୁ: ପରିବାରର ପ୍ରତ୍ୟେକ ସଦସ୍ୟ ବୟସ ଅନୁଯାଇ ମଣ୍ଡଳୀର ସଭା ନିମିତ୍ତ ପ୍ରସ୍ତୁତ କରୁଛନ୍ତି କି ନାହିଁ, ସେହି ବିଷୟରେ ସେମାନେ ଧ୍ୟାନ ଦେବାରେ ସହଯୋଗ କରନ୍ତି । କେତେକ ପରିବାର ଏକତ୍ର ହୋଇ ସପ୍ତାହିକ ପ୍ରହରୀଦୁର୍ଗର ଲେଖାକୁ ଅଧ୍ୟୟନ କରୁଛନ୍ତି । କେତେକ ପରିବାର ମଣ୍ଡଳୀର ପୁସ୍ତକ ଅଧ୍ୟୟନ ପାଇଁ ପ୍ରସ୍ତୁତ କରନ୍ତି କିମ୍ବା ଏକତ୍ରିତ ହୋଇ ସପ୍ତାହର ବାଇବଲ ପଠନ କରନ୍ତି । ସଭାରେ ଉପସ୍ଥିତ ହେବା ପୂର୍ବରୁ ମୂଖ୍ୟ ବିଷୟକୁ ଭଲରୂପେ ବୁଝିବା ଲକ୍ଷ ଅଟେ । ଏହିପରିଭାବେ, ସମସ୍ତ ସଦସ୍ୟ କୁହାଯାଉଥିବା ବିଷୟରୁ ଅଧିକ ଲାଭ ପାଆନ୍ତି ଏବଂ ସୁଯୋଗ ମିଳିଲା ସମୟରେ ଭାଗ ନିଅନ୍ତି ।—୧ ତୀମ. ୪:୧୫.
୩ ଭାଗ ନେବା ପାଇଁ ଯୋଜନା କରନ୍ତୁ: ପରିବାରର ସମସ୍ତ ସଦସ୍ୟ ସଭାରେ ଉତ୍ତର ଦେଇ ନିଜର ଆଶାକୁ ଅନ୍ୟମାନଙ୍କ ଆଗରେ ବ୍ୟକ୍ତ କରିବାର ଲକ୍ଷ ରଖିବା ଉଚିତ୍। (ଏବ୍ରୀ ୧୦:୨୩) ପରିବାରର କୌଣସି ସଦସ୍ୟଙ୍କୁ ଏପରି କରିବା ନିମିତ୍ତ ସାହାଯ୍ୟ କିମ୍ବା ଉତ୍ସାହର ଆବଶ୍ୟକତା ଅଛି କି ? ଈଶତନ୍ତ୍ରୀୟ ପରିଚର୍ଯ୍ୟା ସ୍କୁଲର କାର୍ଯ୍ୟ ନିଯୁକ୍ତିକୁ ପ୍ରସ୍ତୁତ କରିବା ପାଇଁ ପ୍ରତ୍ୟେକ ସଦସ୍ୟଙ୍କୁ କେଉଁ ପ୍ରକାର ସାହାଯ୍ୟ ଆବଶ୍ୟକ ହୁଏ ? ଯେତେବେଳେ ପତି ସ୍ୱତଃପ୍ରବୃତ ହୋଇ ପତ୍ନିକୁ ଉପଯୁକ୍ତ ଦୃଷ୍ଟାନ୍ତ କିମ୍ବା ବ୍ୟବହାରିକ ସେଟିଙ୍ଗର ଉପାୟ କୁହନ୍ତି, ସେତେବେଳ ପତ୍ନିକୁ ବହୁତ ଭଲ ଲାଗେ । ପିତାମାତାଙ୍କୁ ସେମାନଙ୍କର ଛୋଟ ପିଲାମାନଙ୍କ କାର୍ଯ୍ୟ ନିଯୁକ୍ତିକୁ ସମ୍ପୂର୍ଣ୍ଣରୂପେ ପ୍ରସ୍ତୁତ କରିବା ଉଚିତ୍ ନୁହଁ । ଏପରି କଲେ, ପିଲାମାନେ ସ୍ୱତଃପ୍ରବୃତଭାବେ ନିଜର କାର୍ଯ୍ୟ ନିଯୁକ୍ତିକୁ ପ୍ରସ୍ତୁତ କରିବା ପାଇଁ ଶିଖିବେ ନାହିଁ । କିନ୍ତୁ ପିତାମାତା ସେମାନଙ୍କ ପିଲାମାନଙ୍କୁ ସାହାଯ୍ୟ କରିପାରିବେ ଏବଂ ପିଲାମାନେ ଉଚ୍ଚସ୍ୱରରେ ପଡ଼ିଲାବେଳେ ସେମାନେ ଶୁଣିପାରିବେ ।—ଏଫି. ୬:୪.
୪ ଉପସ୍ଥିତ ହେବା ପାଇଁ ସୁବ୍ୟବସ୍ଥିତ କରନ୍ତୁ: ପିଲାମାନଙ୍କୁ ଉପଯୁକ୍ତ ସମୟରେ ସଭାକୁ ଯିବା ନିମିତ୍ତ ପୋଷାକ ପରିଧାନ କରି ପ୍ରସ୍ତୁତ ରହିବା ପାଇଁ ବାଳକାବସ୍ଥାରୁ ଶିକ୍ଷା ଦିଆଯାଇପାରେ । ପରିବାରର ସଦସ୍ୟମାନେ ଗୃହକାର୍ଯ୍ୟ ସମାପ୍ତ କରିବା ପାଇଁ ସହଯୋଗ କରିପାରନ୍ତି, ଯଦ୍ୱାରା ସଭାକୁ ଯିବା ନିମିତ୍ତ ବିଳମ୍ବ ହୋଇ ନ ପାରେ ।—ପାରିବାରିକ ସୁଖ (ଇଂଗ୍ରାଜୀ) ବହି, ପୃଷ୍ଠା ୧୧୨ ଓ ଯୁବକମାନଙ୍କ ପ୍ରଶ୍ନ (ଇଂଗ୍ରାଜୀ) ବହି, ପୃଷ୍ଠା ୩୧୬-୧୭ ରେ ଦିଆଯାଉଥିବା ଉପଦେଶ ଦେଖନ୍ତୁ ।
୫ ପିତାମାତା ଏବଂ ପିଲାମାନେ ଉଭୟେ ପ୍ରାଚୀନ ସମୟର ଯିହୋଶୁଙ୍କ ଶବ୍ଦକୁ ଶାନ୍ତଭାବେ ବିଚାର କରି ପାରନ୍ତି । ସେ କହିଥିଲେ: “ମୁଁ ଓ ମୋହର ପରିଜନ, ଆମ୍ଭେମାନେ ସଦାପ୍ରଭୁଙ୍କୁ ସେବା କରିବା ।” ତାʼପରେ ମଣ୍ଡଳୀର ସଭାଗୁଡ଼ିକରେ ସମ୍ପୂର୍ଣ୍ଣରୂପେ ଭାଗ ନେବା ପାଇଁ ସହଯୋଗ କରିବାକୁ ସଙ୍କଳ୍ପ କରନ୍ତୁ।—ଯିହୋ. ୨୪:୧୫.