ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • km ୪/୯୯ ପୃଷ୍ଠା ୮
  • “ମୁଁ କʼଣ କରିବା ଉଚିତ୍‌?”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ମୁଁ କʼଣ କରିବା ଉଚିତ୍‌?”
  • ଆମ ରାଜ୍ୟ ସେବା—୧୯୯୯
ଆମ ରାଜ୍ୟ ସେବା—୧୯୯୯
km ୪/୯୯ ପୃଷ୍ଠା ୮

“ମୁଁ କʼଣ କରିବା ଉଚିତ୍‌?”

ଧରିନିୟନ୍ତୁ ଯେ ଆପଣ ଜଣେ ଯୁବକ । ଯେତେବେଳେ ଆପଣ ଧିରେ ଧିରେ ବୟଃପ୍ରାପ୍ତ ହେବେ, ସେତେବେଳ ଆପଣ ନିଜକୁ ପଚାରିପାରନ୍ତି, ‘ମୁଁ ମୋ ଜୀବନରେ ଏବେ କʼଣ କରିବା ଉଚିତ?’ ଖ୍ରୀଷ୍ଟୀୟ ଯୁବକମାନେ ଯିହୋବାଙ୍କୁ ସେବା କରିବା ନିମିତ୍ତ ସେମାନଙ୍କ ପରିଚର୍ଯ୍ୟାରେ ଅଧିକ ପରିଶ୍ରମ କରିବାକୁ ଚାହିଁବେ । କିନ୍ତୁ, ବୟପ୍ରାପ୍ତ ହେବା ପରେ ଆପଣଙ୍କ ଦାୟୀତ୍ୱ ବଢ଼ିଯାଏ । ତା ସହିତ ଆପଣଙ୍କ ନିଜ ଭୌତିକ ଆବଶ୍ୟକତାର ଆୟୋଜନ କରିବାକୁ ହୁଏ । ଏହିସବୁ କରିବା ସମୟରେ ଆପଣ କିପରି ପରିଚର୍ଯ୍ୟାରେ ଅଧିକ ପରିଶ୍ରମ କରିପାରିବେ? ଏହାର ଉତ୍ତର ପାଇବା ଏତେ ସହଜ ନୁହେଁ ।

୨ ଯେତେବେଳେ ଯୁବକମାନେ ଜଗତର ଆର୍ଥିକ ଅବସ୍ଥା ଦେଖନ୍ତି ଓ ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତି, ସେତେବେଳେ ସେମାନେ ଉଦ୍‌ବିଗ୍ନ ହୁଅନ୍ତି । ସେମାନେ ଭାବନ୍ତି: ‘ମୋର କʼଣ ଅତିରିକ୍ତ ଶିକ୍ଷା ଗ୍ରହଣ କରିବା ଉଚିତ? ମୁଁ ଅବିଳମ୍ବେ ପୂର୍ଣ୍ଣ ସମୟ ସେବା ଆରମ୍ଭ କରିବା ଉତିତ୍‌ ହେବ କି?’ ସଠିକ୍‌ ନିର୍ଣ୍ଣୟ ନେବା ନିମିତ୍ତ ଜଣେ ବ୍ୟକ୍ତି ଏହି ପ୍ରଶ୍ନର ନିଷ୍କପଟଭାବେ ଉତ୍ତର ଦେବା ଆବଶ୍ୟକ, ‘ଜୀବନରେ ମୋର ସର୍ବପ୍ରଧାନ ଲକ୍ଷ କʼଣ?’ ସେ ନିଜର ଅଭିପ୍ରାୟକୁ ପରୀକ୍ଷା କରିବା ଉଚିତ ।

୩ ଆପଣ ଆପଣଙ୍କ ଯୁବକ ଅବସ୍ଥାରେ କେଉଁ ବିଷୟ ପ୍ରତି ଅତ୍ୟଧିକ ଗୁରୁତ୍ୱ ଦେଇଛନ୍ତି? ଆପଣ କʼଣ ଧନ ଏକତ୍ରିତ କରିବା ପାଇଁ ଅତ୍ୟଧିକ ଗୁରୁତ୍ୱ ଦିଅନ୍ତି କିମ୍ବା ଆପଣ କʼଣ ପ୍ରକୃତରେ, ରାଜ୍ୟ କାର୍ଯ୍ୟରେ ଅଧିକ ସମୟ ବିତାଇବାକୁ ଚାହାନ୍ତି? ବିଶ୍ୱବିଦ୍ୟାଳୟର ଡିଗ୍ରୀ ଥିଲେ ଚାକୀରି ମିଳିବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ । ତେଣୁ, କେତେକ ଲୋକ ବିଭିନ୍ନ ପ୍ରକାର କୌଶଳ ଶିଖନ୍ତି, ଯଦ୍ୱାରା ସେମାନଙ୍କୁ ଚାକୀରି ମିଳିବା ସହଜ ହୁଏ ଏବଂ ତାହା ଶିଖିବା ସମୟରେ ଅଳ୍ପ ସମୟ ଓ ପରିଶ୍ରମ କରିବାକୁ ପଡ଼େ । ଏଥିପାଇଁ ସେମାନେ ଶିକ୍ଷାନବିଶ ସ୍ୱରୁପେ କାମ କରନ୍ତି ଏବଂ କେତେକ ଲୋକ ବୃତ୍ତିସମନ୍ଧୀୟ କିମ୍ବା କାରିଗରି କୌଶଳ ଶିଖନ୍ତି କିମ୍ବା ଡିପ୍ଲୋମା କୋର୍ସ କରନ୍ତି ।

୪ ଯିହୋବାଙ୍କ ପ୍ରତିଜ୍ଞାରେ ଭରଷା କରନ୍ତୁ: ଠିକ୍‌ ନିର୍ଣ୍ଣୟ ନେବା ସମୟରେ ଆମେ ଗୋଟିଏ ମହତ୍ୱପୂର୍ଣ୍ଣ ବିଷୟକୁ ସର୍ବଦା ମନେ ରଖିବା ଉଚିତ । ଯେଉଁମାନେ ରାଜ୍ୟ କାର୍ଯ୍ୟକୁ ପ୍ରଥମ ସ୍ଥାନ ଦିଅନ୍ତି, ଯିହୋବା ପରମେଶ୍ୱର ସେମାନଙ୍କ ଯତ୍ନ ନେବେ ବୋଲି ସେମାନେ ସମ୍ପୂର୍ଣ୍ଣ ଭରଷା କରି ପାରିବେ । (ମାଥି. ୬:୩୩) ଏହା ନିରର୍ଥକ ପ୍ରତିଜ୍ଞା ନୁହେଁ । ମିନିସ୍‌ଟିରିଆଲ ଟ୍ରେନିଙ୍ଗ ସ୍କୁଲରେ ଯୋଗ ଦେଇଥିବା ଭାଇମାନେ ସତ୍ୟ ଶିଖିବା ପୂର୍ବରୁ କଲେଜ ଡିଗ୍ରି ହାସଲ କରିଥିଲେ । କିନ୍ତୁ, ସେମାନେ ବର୍ତ୍ତମାନ କେଉଁ ଚାକିରୀ କରୁଛନ୍ତି? ସେମାନଙ୍କ ପାଖରେ କଲେଜ ଡ଼ିଗ୍ରି ଥିବା ସତ୍ୱେ ଅନ୍ୟ ଚାକିରୀ କରୁଛନ୍ତି । କିନ୍ତୁ କେତେକ ଭାଇ ନିଜର ଗୁଜୁରାଣ ମେଣ୍ଟାଇବା ନିମିତ୍ତ ଛୋଟ ଧନ୍ଦାମୂଳକ କାର୍ଯ୍ୟ କରନ୍ତି ଏବଂ ତା ସହିତ ପାଇନିୟର କାର୍ଯ୍ୟ ମଧ୍ୟ କରନ୍ତି । ସେମାନେ ପରିଚର୍ଯ୍ୟାରେ ଅଧିକ ପରିଶ୍ରମ କରନ୍ତି, ତେଣୁ ସେମାନଙ୍କୁ ବହୁତ ଆଶୀର୍ବାଦ ମିଳେ । ତାହା ଟଙ୍କାପଇସା ଠାରୁ ଅତ୍ୟଧିକ ମୂଲ୍ୟବାନ ଅଟେ ।

୫ ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତ କଲା ପରେ କʼଣ କରିବା ଉଚିତ ବୋଲି ନିର୍ଣ୍ଣୟ କଲାବେଳେ ସମସ୍ତ ବିଷୟକୁ ବିବେଚନା କରନ୍ତୁ ଏବଂ ଆପଣଙ୍କ ଅଭିପ୍ରାୟକୁ ଯତ୍ନର ସହିତ ପରୀକ୍ଷା କରନ୍ତୁ । ସଠିକ ନିର୍ଣ୍ଣୟ ନେବା ପାଇଁ ସାହାଯ୍ୟ ନିମିତ୍ତ ଇଂଗ୍ରାଜୀ ଜାଗ୍ରତ ହୁଅନ୍ତୁ ! ପତ୍ରିକାର ମାର୍ଚ୍ଚ ୮, ୧୯୯୮, ପୃଷ୍ଠା ୧୯-୨୧ରେ ଦିଆଯାଇଥିବା ବିଷୟକୁ ବିବେଚନା କରନ୍ତୁ । ଆପଣଙ୍କ ପିତାମାତା, ପ୍ରାଚୀନ, ସର୍କିଟ ଓଭରସିୟର ଏବଂ ଆପଣଙ୍କ କ୍ଷେତ୍ରର ସଫଳ ପାଇନିୟରମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ । ଆପଣ ଜୀବନରେ କʼଣ କରିବା ଉଚିତ୍‌, ସେହି ବିଷୟରେ, ଏହା ଉତ୍ତମ ନିର୍ଣ୍ଣୟ ନେବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ ।—ଉପ. ୧୨:୧, ୧୩.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ