ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ଅକ୍ଟୋବର ପୃଷ୍ଠା ୩
  • ଗଭୀରତାର ସହିତ ବାଇବଲ ଅଧ୍ୟୟନ କିପରି କରିବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଗଭୀରତାର ସହିତ ବାଇବଲ ଅଧ୍ୟୟନ କିପରି କରିବା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ପ୍ରାୟ ସମାନ ଲେଖା
  • ଜାଗ୍ରତ ରହିବା ପାଇଁ ଗଭୀର ଭାବେ ଅଧ୍ୟୟନ କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଆପଣ କʼଣ ଲଗାତାର ଯିହୋବାଙ୍କର ସେବା କରୁଛନ୍ତି?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ଦାନିୟେଲଙ୍କ ଉଦାହରଣରୁ ଶିଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ବାଇବଲର ଭବିଷ୍ୟତବାଣୀଗୁଡ଼ିକରୁ ଶିଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ଅକ୍ଟୋବର ପୃଷ୍ଠା ୩

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗଭୀରତାର ସହିତ ବାଇବଲ ଅଧ୍ୟୟନ କିପରି କରିବା

ଜୀବନରେ ଯେତେବେଳେ ପରୀକ୍ଷା ଆସେ, ସେସମୟରେ କʼଣ ଆପଣ ଦାନିୟେଲଙ୍କ ଭଳି ବିଶ୍ୱସ୍ତ ରହିବାକୁ ଚାହାନ୍ତି? ଦାନିୟେଲ ଈଶ୍ୱରଙ୍କ ବାକ୍ୟ ଏବଂ ସେଥିରେ ଥିବା ଜଟିଳ ଭବିଷ୍ୟତବାଣୀଗୁଡ଼ିକର ଗଭୀରତାର ସହିତ ଅଧ୍ୟୟନ କରୁଥିଲେ। (ଦାନି ୯:୨) ବାଇବଲର ଗଭୀରତାର ସହିତ ଅଧ୍ୟୟନ କରିବା ଦ୍ୱାରା ଆପଣ ମଧ୍ୟ ବିଶ୍ୱସ୍ତ ରହିପାରିବେ। କିପରି? ଏହା ଆପଣଙ୍କ ବିଶ୍ୱାସକୁ ବଢ଼ାଇବା ପାଇଁ ସାହାଯ୍ୟ କରିବ ଯେ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକ ନିଶ୍ଚୟ ପୂରଣ ହେବ। (ଯିହୋ ୨୩:୧୪) ଏହା ଆପଣଙ୍କୁ ଯିହୋବାଙ୍କ ପ୍ରତି ନିଜ ପ୍ରେମ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିପାରିବ, ଯାହା ଆପଣଙ୍କୁ ସଠିକ୍‌ କାମ କରିବା ପାଇଁ ପ୍ରେରଣା ଦେବ। (ଗୀତ ୯୭:୧୦) କିନ୍ତୁ ଆପଣ କିପରି ଅଧ୍ୟୟନ କରିବେ? ଆଗକୁ ଦିଆଯାଇଥିବା ପରାମର୍ଶଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ।

ଦାନିୟେଲ ଈରଙ୍କ ବାକ୍ୟର ଅଧୟନ କରୁଛନ୍ତି
  • ମୁଁ କʼଣ ଅଧ୍ୟୟନ କରିବା ଉଚିତ୍‌? ନିୟମିତ ଅଧ୍ୟୟନ କରିବାର ଏକ ଭଲ ଅଭ୍ୟାସରେ ସଭାଗୁଡ଼ିକ ପାଇଁ ପ୍ରସ୍ତୁତି କରିବା ମଧ୍ୟ ସାମିଲ ରହିଛି। ଯଦି ଆପଣ ସାପ୍ତାହିକ ବାଇବଲ ପଠନରୁ ଅଧିକ ଲାଭ ପାଇବାକୁ ଚାହାନ୍ତି, ତେବେ ଯେଉଁ ପଦଗୁଡ଼ିକୁ ବୁଝିପାରନ୍ତି ନାହିଁ, ସେଗୁଡ଼ିକର ଆପଣ ଗବେଷଣା କରିପାରିବେ। ଏହା ସହିତ, କିଛି ଭାଇଭଉଣୀମାନେ ଏପରି ବିଷୟଗୁଡ଼ିକ ଉପରେ ଅଧ୍ୟୟନ କରିଛନ୍ତି, ଯେପରି— ବାଇବଲର ଭବିଷ୍ୟତବାଣୀ, ପବିତ୍ର ଆତ୍ମାର ଫଳର ବିଭିନ୍ନ ଗୁଣ, ପ୍ରେରିତ ପାଉଲଙ୍କ ମିଶନାରୀ ଯାତ୍ରା ଏବଂ ଯିହୋବାଙ୍କ ସୃଷ୍ଟି। ଯଦି ବାଇବଲ ଆଧାରିତ କୌଣସି ବିଷୟ ଉପରେ ଆପଣଙ୍କ ମନରେ ପ୍ରଶ୍ନ ଉଠେ, ତାକୁ ଲେଖି ରଖନ୍ତୁ ଏବଂ ଆପଣଙ୍କ ବ୍ୟକ୍ତିଗତ ଅଧ୍ୟୟନରେ ଏହାର ଉତ୍ତର ଖୋଜନ୍ତୁ।

  • ମୁଁ କେଉଁଠାରୁ ତଥ୍ୟ ପାଇପାରିବି? ଈଶ୍ୱରଙ୍କ ବାକ୍ୟରେ ବହୁମୂଲ୍ୟ ଧନ ଖୋଜିବା ପାଇଁ ସାହାଯ୍ୟ (ହିନ୍ଦୀ) ଭିଡିଓ ଦେଖନ୍ତୁ। ଏଥିରେ ତଥ୍ୟ ଖୋଜିବା ପାଇଁ କିଛି ଉପାୟ କୁହାଯାଇଛି। ଗବେଷଣା କରିବାରେ ଆପଣଙ୍କ ଦକ୍ଷତାକୁ ଯାଞ୍ଚ କରିବା ପାଇଁ ଦାନିୟେଲ ୭ ଅଧ୍ୟାୟରେ ଦିଆଯାଇଥିବା ପଶୁସବୁ କେଉଁ ବିଶ୍ୱଶକ୍ତିଗୁଡ଼ିକୁ ଦର୍ଶାଏ, ତାହା ଜାଣନ୍ତୁ।

  • ଅଧ୍ୟୟନ ପାଇଁ ମୁଁ କେତେ ସମୟ ଦେବା ଉଚିତ୍‌? ଈଶ୍ୱରଙ୍କ ସହିତ ଦୃଢ଼ ସମ୍ପର୍କ ବଜାୟ ରଖିବା ପାଇଁ ନିୟମିତ ଅଧ୍ୟୟନ କରିବା ଜରୁରୀ। ଆପଣ ଚାହିଁଲେ ପ୍ରଥମେ କମ୍‌ ସମୟ ପାଇଁ ଅଧ୍ୟୟନ କରିପାରନ୍ତି। ତାʼପରେ, ଧୀରେ ଧୀରେ ଆପଣ ଅଧ୍ୟୟନର ସମୟ ବଢ଼ାଇପାରିବେ। ଈଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା ପୋତା-ଧନକୁ ଖୋଜିବା ଭଳି ଅଟେ। ଯେତେବେଳେ ଆପଣଙ୍କୁ କିଛି ବହୁମୂଲ୍ୟ ଧନ ମିଳେ, ଆପଣ ଖୋଜିବା ବନ୍ଦ କରନ୍ତି ନାହିଁ, ବରଂ ଆହୁରି ଧନ ଖୋଜିବାରେ ଲାଗି ପଡ଼ନ୍ତି। (ହିତୋ ୨:୩-୬) ଠିକ୍‌ ସେହିପରି, ବାଇବଲର ଅଧ୍ୟୟନ କରିବା ଦ୍ୱାରା ଆପଣଙ୍କ ଆଧ୍ୟାତ୍ମିକ ଭୋକ ବଢ଼ିବ ଏବଂ ଆପଣଙ୍କ ପାଇଁ ନିୟମିତ ବାଇବଲ ଅଧ୍ୟୟନ କରିବା ଏକ ଅଭ୍ୟାସରେ ପରିଣତ ହୋଇଯିବ।—୧ପିତ ୨:୨.

    ଅଧ୍ୟୟନକୁ ଆହୁରି ମଜାଦାର କିପରି କରିବେ, ଏହା ପାଇଁ ଜୁଲାଇ ୨୦୧୨ର ସଜାଗ ହୁଅ! (ହିନ୍ଦୀ) ପତ୍ରିକାର ୧୨-୧୪ ପୃଷ୍ଠା ଦେଖନ୍ତୁ।

ଦାନିୟେଲ ୭ ଅଧ୍ୟାୟରେ କୁହାଯାଇଥିବା ପଶୁଗୁଡ଼ିକ କାହାକୁ ଦର୍ଶାଏ?

  • ସିଂହ ତୁଲ୍ୟ ଏକ ପଶୁ ଯାହାର ଉଶ ପକ୍ଷୀ ପରି ଡେଣା ରହିଛି

    ଦାନି ୭:୪

  • ଭାଲୁ ସଶ ଏକ ପଶୁ ନିଜ ମୁଖରେ ତିନି ଖଣ୍ଡ ପଞ୍ଜରା ଧରିଛି

    ଦାନି ୭:୫

  • ଚିତାବାଘ ସଶ ଏକ ପଶୁ ଯାହାର ଚାରୋଟି ମସ୍ତକ ଏବଂ ପିଠିରେ ଚାରୋଟି ଡେଣା ରହିଛି

    ଦାନି ୭:୬

  • ଏକ ଭୟଙ୍କର ପଶୁ ଯାହାର ବ ବ ଲୌହମୟ ଦନ୍ତ ଏବଂ ଦଶଟି ଙ୍ଗ ରହିଛି

    ଦାନି ୭:୭

ଆଉ ଏକ ପ୍ରଶ୍ନ:

ଦାନିୟେଲ ୭:୮, ୨୪ ପଦରେ ଦିଆଯାଇଥିବା ଭବିଷ୍ୟତବାଣୀ କିପରି ପୂରଣ ହେଲା?

ଦଶ ଙ୍ଗ ମଧରେ ଏକ କ୍ଷୁଦ ଙ୍ଗ ବାହାରି ଆସିଛି, ଯେଉଁରେ ଚକ୍ଷୁ ଓ ମୁଖ ରହିଛି ଏବଂ ଏହା ଅନ୍ୟ ତିନୋଟି ଙ୍ଗକୁ ଉପା ପକାଏ

ପରବର୍ତ୍ତୀ ବ୍ୟକ୍ତିଗତ ଅଧ୍ୟୟନ:

ପ୍ରକାଶିତ ବାକ୍ୟ ୧୩ ଅଧ୍ୟାୟରେ କୁହାଯାଇଥିବା ପଶୁଗୁଡ଼ିକ କାହାକୁ ଦର୍ଶାଏ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ