ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ନଭେମ୍ବର ପୃଷ୍ଠା ୮
  • ବହୁ ଭାଷାଭାଷୀ ଅଞ୍ଚଳରେ ପ୍ରଚାର କରିବା ପାଇଁ ସହଯୋଗ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବହୁ ଭାଷାଭାଷୀ ଅଞ୍ଚଳରେ ପ୍ରଚାର କରିବା ପାଇଁ ସହଯୋଗ କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଚାର କରିବା ପାଇଁ ବ୍ୟବସ୍ଥିତ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା ସମସ୍ତଙ୍କ ସହିତ କଥା ହେବାରେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ନଭେମ୍ବର ପୃଷ୍ଠା ୮

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବହୁ ଭାଷାଭାଷୀ ଅଞ୍ଚଳରେ ପ୍ରଚାର କରିବା ପାଇଁ ସହଯୋଗ କରନ୍ତୁ

ଏକ ଦମ୍ପତି ଚାର ସେବାରେ ଭି ଭାଷା କବା ଜଣେ ବ୍ୟକ୍ତି ଓ ତାଙ୍କ ପୁଅଙ୍କୁ ଭେଟୁଛନ୍ତି

ଯେତେବେଳେ ଲୋକମାନଙ୍କୁ ନିଜ ମାତୃଭାଷାରେ ସୁସମାଚାର ଶୁଣାଯାଏ, ଏହା ସେମାନଙ୍କ ହୃଦୟକୁ ଛୁଇଁଯାଏ । ହୁଏତ ଏଥିପାଇଁ ଯିହୋବା ୩୩ ଖ୍ରୀଷ୍ଟାବ୍ଦର ପେଣ୍ଟିକଷ୍ଟ ଦିନ ଲୋକମାନଙ୍କୁ ନିଜ ନିଜ “ଜନ୍ମଭୂମିର ଭାଷାରେ” ସୁସମାଚାର ଶୁଣାଇବାର ବ୍ୟବସ୍ଥା କଲେ । ଏମାନଙ୍କ ମଧ୍ୟରେ “ଆକାଶର ନିମ୍ନସ୍ଥିତ ପ୍ରତ୍ୟେକ ଜାତିରୁ . . . ଭକ୍ତ ଯିହୁଦୀମାନେ” ଥିଲେ ଏବଂ ସେମାନେ ବୋଧହୁଏ ଏବ୍ରୀ କିମ୍ବା ଗ୍ରୀକ୍‌ ଭାଷା ଜାଣୁଥିଲେ । (ପ୍ରେରି ୨:୫, ୮) ତଥାପି ସେମାନଙ୍କୁ ନିଜ ନିଜ ଭାଷାରେ ସୁସମାଚାର ଶୁଣାଗଲା । ଆଜି ମଧ୍ୟ ଯେଉଁ ଅଞ୍ଚଳରେ ବହୁ ଭାଷାଭାଷୀ ଲୋକ ରହନ୍ତି, ସେଠାକାର ମଣ୍ଡଳୀଗୁଡ଼ିକରେ ଭିନ୍ନ ଭିନ୍ନ ଭାଷାରେ ସଭା ହୋଇଥାଏ । ଏହି ମଣ୍ଡଳୀଗୁଡ଼ିକ ଗୋଟିଏ ଅଞ୍ଚଳରେ ହିଁ ପ୍ରଚାର କରିଥାʼନ୍ତି । ତେଣୁ ସେଠାକାର ପ୍ରଚାରକମାନେ ପରସ୍ପରକୁ ସହଯୋଗ କରିବା ଉଚିତ୍‌, ଯାହାଫଳରେ ସେମାନେ ସୁବ୍ୟବସ୍ଥିତ ଭାବେ ସମସ୍ତଙ୍କୁ ସାକ୍ଷ୍ୟ ଦେଇପାରିବେ । ପରିଣାମସ୍ୱରୂପ, ଏକରୁ ଅଧିକ ମଣ୍ଡଳୀର ପ୍ରଚାରକମାନେ ଗୋଟିଏ ଘରକୁ ଯିବେ ନାହିଁ, କାରଣ ଏହାଦ୍ୱାରା ଲୋକେ ବିରକ୍ତ ହୋଇପାରନ୍ତି । ପ୍ରଚାରକମାନେ କିପରି ପରସ୍ପରକୁ ସହଯୋଗ କରିପାରିବେ?

  • ଏକ ମୋବାଇଲ ଫୋନ୍‌

    ପରାମର୍ଶ ନିଅନ୍ତୁ (ହିତୋ ୧୫:୨୨): ଏପରି ମଣ୍ଡଳୀଗୁଡ଼ିକର ସେବା ଅଧ୍ୟକ୍ଷମାନେ ପରସ୍ପରଠାରୁ ପରାମର୍ଶ ନେବା ଉଚିତ୍‌ ଏବଂ ସମସ୍ତଙ୍କ ସହମତି ନେବା ପରେ ଏପରି କିଛି ବ୍ୟବସ୍ଥା କରିବା ଉଚିତ୍‌, ଯାହାଫଳରେ ପ୍ରଚାର କାମ ସୁବ୍ୟବସ୍ଥିତ ଭାବେ ହୋଇପାରିବ । ଯଦି ଅନ୍ୟସବୁ ଭାଷାର ମଣ୍ଡଳୀଗୁଡ଼ିକର ଅଞ୍ଚଳ ଛୋଟ, ତେବେ ସେମାନେ ହୁଏତ କହିପାରନ୍ତି ଯେ ଯେଉଁ ଘରଗୁଡ଼ିକରେ ସେମାନଙ୍କ ଭାଷା କୁହାଯାଏ, ଆପଣ ସେଠାରେ ସାକ୍ଷ୍ୟ ଦେବେ ନାହିଁ । ଯଦି ସେମାନଙ୍କ ଅଞ୍ଚଳ ବହୁତ ବଡ଼ ଏବଂ ସେମାନେ ସମଗ୍ର ଅଞ୍ଚଳରେ ପ୍ରଚାର କରିପାରୁ ନାହାନ୍ତି, ତେବେ ସେମାନେ ହୁଏତ କହିପାରନ୍ତି ଯେ ଆପଣ ଏପରି ଲୋକମାନଙ୍କୁ ମଧ୍ୟ ସାକ୍ଷ୍ୟ ଦିଅନ୍ତୁ, ଯେଉଁମାନେ ସେମାନଙ୍କ ଭାଷା କୁହନ୍ତି ଏବଂ ଆଗ୍ରହୀ ବ୍ୟକ୍ତିମାନଙ୍କର ଠିକଣା ସେମାନଙ୍କୁ ଦିଅନ୍ତୁ । [ସଙ୍ଗଠିତ (ହିନ୍ଦୀ) ୯୩ ¶୩୭] କିମ୍ବା ଅନ୍ୟ ଭାଷାର ମଣ୍ଡଳୀଗୁଡ଼ିକ ହୁଏତ ଆପଣଙ୍କ ମଣ୍ଡଳୀକୁ ଅନୁରୋଧ କରିବେ ଯେ ସେମାନଙ୍କ ଭାଷା କହୁଥିବା ଲୋକମାନଙ୍କୁ ଖୋଜିବାରେ ଆପଣଙ୍କ ମଣ୍ଡଳୀ ସାହାଯ୍ୟ କରୁ ଏବଂ ଏପରି ଲୋକ ପାଇଲେ ସେମାନଙ୍କ ଠିକଣା ପଠାଉ । [ରାଜ୍ୟ ସେବା (ହିନ୍ଦୀ) ୨/୧୪ ୫, ବକ୍ସ] ଏହା ମଧ୍ୟ ମନେ ରଖନ୍ତୁ ଯେ କିଛି ଘରଗୁଡ଼ିକରେ ଏକରୁ ଅଧିକ ଭାଷା କୁହାଯାଏ । ସମଗ୍ର ଅଞ୍ଚଳରେ ପ୍ରଚାର କରିବା ପାଇଁ ଡାଟା ସୁରକ୍ଷା ଆଇନ ମୁତାବକ ବ୍ୟବସ୍ଥା କରାଯିବା ଉଚିତ୍‌ ।

  • ଏକ ଅଞ୍ଚଳରେ ବା ଘର

    ସହଯୋଗ କରନ୍ତୁ (ଏଫି ୪:୧୬): ଆପଣଙ୍କ ସେବା ଅଧ୍ୟକ୍ଷଙ୍କ ପରାମର୍ଶକୁ ପାଳନ କରନ୍ତୁ । କʼଣ ଆପଣ ଏପରି କୌଣସି ବ୍ୟକ୍ତିଙ୍କ ସହ ବାଇବଲ ଅଧ୍ୟୟନ କରୁଛନ୍ତି, ଯାହାଙ୍କ ମନପସନ୍ଦ ଭାଷା ଆପଣଙ୍କ ମଣ୍ଡଳୀର ଭାଷା ନୁହେଁ? ଯଦି ଆପଣ ସେହି ଭାଷାର ମଣ୍ଡଳୀ କିମ୍ବା ସମୂହକୁ ତାଙ୍କ ଅଧ୍ୟୟନ ସମର୍ପି ଦେବେ, ତେବେ ସେ ଶୀଘ୍ର ଉନ୍ନତି କରିପାରିବେ ।

  • ଭାଷା ପିକର୍‌

    ପ୍ରସ୍ତୁତି କରନ୍ତୁ (ହିତୋ ୧୫:୨୮; ୧୬:୧): ଯଦି ଆପଣଙ୍କ ଅଞ୍ଚଳରେ ଆପଣ ଏପରି ଜଣେ ବ୍ୟକ୍ତିଙ୍କୁ ଭେଟନ୍ତି, ଯିଏ ଆପଣଙ୍କ ଭାଷା କୁହନ୍ତି ନାହିଁ, ତେବେ ତାଙ୍କୁ ସାକ୍ଷ୍ୟ ଦେବା ପାଇଁ ପୂରାପୂରି ଚେଷ୍ଟା କରନ୍ତୁ । ଏପରି ଲୋକମାନଙ୍କୁ ସାକ୍ଷ୍ୟ ଦେବା ପାଇଁ ଆପଣ ଆଗରୁ ପ୍ରସ୍ତୁତି କରିପାରିବେ । ଆପଣଙ୍କ ଅଞ୍ଚଳରେ ଲୋକେ କେଉଁ କେଉଁ ଭାଷା କୁହନ୍ତି, ସେବିଷୟରେ ଆପଣ ଆଗରୁ ତଥ୍ୟ ସଂଗ୍ରହ କରିପାରିବେ । ତାʼପରେ ନିଜ ମୋବାଇଲ୍‌ରେ ସେହି ଭାଷାଗୁଡ଼ିକର ବାଇବଲ ଓ ଭିଡିଓ ଡାଉନଲୋଡ୍‌ କରିପାରିବେ । ଆପଣ JW ଭାଷା ଆପ୍‌ରୁ କେତେକ ଭାଷାରେ ନମସ୍କାର କହିବା ମଧ୍ୟ ଶିଖିପାରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ