ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
କାର୍ଟ ଲଗାଇ ପ୍ରଚାର କରିବାରେ ବିଶ୍ୱବ୍ୟାପୀ ମିଳିଥିବା ଲାଭ
ପ୍ରେରିତ ୫ ଅଧ୍ୟାୟରୁ ଜଣାପଡ଼େ ଯେ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ସୁସମାଚାର ଶୁଣାଇବା ପାଇଁ ମନ୍ଦିରକୁ ଯାଉଥିଲେ । କାରଣ ତାହା ଏକ ସର୍ବସାଧାରଣ ଜାଗା ଥିଲା, ଯେଉଁଠାରେ ସେମାନେ ଅନେକ ଲୋକମାନଙ୍କୁ ଭେଟୁଥିଲେ । (ପ୍ରେରି ୫:୧୯-୨୧, ୪୨) ଆଜି ମଧ୍ୟ ଆମେ ଏପରି ଜାଗାଗୁଡ଼ିକରେ କାର୍ଟ ଲଗାଉ, ଯେଉଁଠି ଅନେକ ଲୋକମାନେ ଯାʼଆସ କରନ୍ତି ଏବଂ ଏହାର ବହୁତ ଭଲ ପରିଣାମ ମିଳିଛି ।
କାର୍ଟ ଲଗାଇ ପ୍ରଚାର କରିବାରେ ବିଶ୍ୱବ୍ୟାପୀ ମିଳିଥିବା ଲାଭ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ଏବଂ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
କାର୍ଟ ଲଗାଇ ପ୍ରଚାର କରିବା କେବେ ଓ କିପରି ଆରମ୍ଭ ହେଲା?
ଟେବୁଲ୍ ଲଗାଇ ପ୍ରଚାର କରିବା ପରିବର୍ତ୍ତେ କାର୍ଟ ଲଗାଇ ପ୍ରଚାର କରିବାରେ କʼଣ ଲାଭ ହୁଏ?
ମି ଜଙ୍ଗ୍ ୟୁଙ୍କ ଅନୁଭବରୁ ଆମେ କʼଣ ଶିଖୁ?
କାର୍ଟ ଲଗାଇ ପ୍ରଚାର କରିବା କେତେ ଜରୁରୀ, ଏହା ହକୋବ୍ ଶାଲୋମୀଙ୍କ ଅନୁଭବରୁ କିପରି ଜଣାପଡ଼େ?
କାର୍ଟ ଲଗାଇ କିପରି ଭଲ ଭାବେ ପ୍ରଚାର କରିବା, ସେବିଷୟରେ ଆମେ ଆନିଜ୍ ଓ ତାଙ୍କ ପତିଙ୍କ ଅନୁଭବରୁ କʼଣ ଶିଖୁ?