ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଆପଣ ସେମାନଙ୍କଠାରୁ କʼଣ ଶିଖିପାରିବେ ?
କʼଣ ଆପଣଙ୍କୁ ନିକଟ ଅତୀତରେ ସହାୟକ ସେବକ କିମ୍ବା ପ୍ରାଚୀନ ଭାବେ ନିଯୁକ୍ତ କରାଯାଇଛି ? ହୁଏତ ଆପଣଙ୍କଠାରେ ଏପରି କିଛି ଦକ୍ଷତା କିମ୍ବା ସାମର୍ଥ୍ୟ ରହିଛି, ଯାହା ଆପଣଙ୍କ ମଣ୍ଡଳୀର ଅନ୍ୟ ପ୍ରାଚୀନ କିମ୍ବା ସହାୟକ ସେବକଙ୍କଠାରେ ନ ଥାଇପାରେ। କିମ୍ବା ଆପଣ ଏପରି କୌଣସି ଶିକ୍ଷା ପାଇଛନ୍ତି, ଯାହା ସେମାନେ ପାଇ ନାହାନ୍ତି। ତଥାପି ଏହି ଭାଇମାନଙ୍କଠାରୁ ଆପଣ ଅନେକ କିଛି ଶିଖିପାରିବେ। ଆପଣ ଏପରି ବିଶ୍ୱସ୍ତ ଭାଇମାନଙ୍କଠାରୁ ମଧ୍ୟ ଶିଖିପାରିବେ, ଯେଉଁମାନେ ବୃଦ୍ଧାବସ୍ଥା, ଖରାପ ସ୍ୱାସ୍ଥ୍ୟ କିମ୍ବା ପରିବାରର ଦାୟିତ୍ୱ ଯୋଗୁଁ ଏବେ ପ୍ରାଚୀନ କିମ୍ବା ସହାୟକ ସେବକ ନାହାନ୍ତି।
ଅନୁଭବୀ ଭାଇମାନଙ୍କର ଆଦର କରନ୍ତୁ (ହିନ୍ଦୀ) ଭିଡିଓ ଦେଖନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
୧. ଭାଇ ରିଚାର୍ଡସ କିପରି ଭାଇ ବେଲୋଙ୍କର ଆଦର କଲେ ?
୨. ବେନ୍ କʼଣ ଭୁଲ କଲେ ଓ କାହିଁକି ?
୩. ବେନ୍ ଇଲୀଶାୟଙ୍କ ଉଦାହରଣରୁ କʼଣ ଶିଖିଲେ ?
୪. ଆପଣ ଜଣେ ଭାଇ ହୋଇଥାʼନ୍ତୁ କିମ୍ବା ଭଉଣୀ, ଆପଣ କିପରି ଅନୁଭବୀ ଖ୍ରୀଷ୍ଟିୟାନମାନଙ୍କର ଆଦର କରିପାରିବେ ଏବଂ ସେମାନଙ୍କଠାରୁ ଶିଖିପାରିବେ ?