ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଅଗଷ୍ଟ ପୃଷ୍ଠା ୫
  • ଯୁବକଯୁବତୀମାନେ—“ଉତ୍ତମତାରେ ଉଦ୍‌ଯୋଗୀ” ହୁଅ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୁବକଯୁବତୀମାନେ—“ଉତ୍ତମତାରେ ଉଦ୍‌ଯୋଗୀ” ହୁଅ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଅଗ୍ରଦୂତ ସେବା କରି ଯିହୋବାଙ୍କ ପ୍ରଶଂସା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପାଇନିୟରମାନଙ୍କ ସମୟର ଆବଶ୍ୟକତାରେ ପରିବର୍ତ୍ତନ
    ଆମ ରାଜ୍ୟ ସେବା—୧୯୯୯
  • ଅଗ୍ରଦୂତ କାହାକୁ କହନ୍ତି ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଅଗଷ୍ଟ ପୃଷ୍ଠା ୫

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯୁବକଯୁବତୀମାନେ—“ଉତ୍ତମତାରେ ଉଦ୍‌ଯୋଗୀ” ହୁଅ

ପ୍ରେରିତ ପାଉଲ ଈଶ୍ୱରଙ୍କ ପ୍ରେରଣାରେ ତୀତସଙ୍କୁ ନିଜ ଚିଠିରେ ଲେଖିଲେ ଯେ ତୀତସ ଓ ଅନ୍ୟ ଯୁବକଯୁବତୀମାନେ “ସର୍ବ ବିଷୟରେ . . . ଉତ୍ତମତାର ଆଦର୍ଶ” ଦେଖାଇବା ପାଇଁ ପରିଶ୍ରମ କରିବା ଉଚିତ୍‌। (ତୀତ ୨:୬, ୭) ତୀତସ ବହିର ଦୁଇ ଅଧ୍ୟାୟର ଶେଷରେ ପାଉଲ କହିଲେ ଯେ “ଉତ୍ତମତାରେ ଉଦ୍‌ଯୋଗୀ” ହେବା ପାଇଁ ଯିହୋବାଙ୍କ ଲୋକମାନଙ୍କୁ ଶୁଦ୍ଧ କରାଯାଇଛି। (ତୀତ ୨:୧୪) ଉତ୍ତମତାର କାମଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା, ଈଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କରିବା ଓ ଶିଖାଇବା। ଯଦି ଆପଣ ଜଣେ ଯୁବକ କିମ୍ବା ଯୁବତୀ ଅଟନ୍ତି, ତେବେ କʼଣ ଆପଣ ନିଜ ଯୌବନ ଅବସ୍ଥାର ସାମର୍ଥ୍ୟକୁ ଜଣେ ଅଗ୍ରଦୂତ କିମ୍ବା ସହାୟକ ଅଗ୍ରଦୂତ ଭାବେ ବ୍ୟବହାର କରିବେ ?—ହିତୋ ୨୦:୨୯.

ଯଦି ଆପଣ ଜଣେ ଅଗ୍ରଦୂତ ଭାବେ ସେବା କରିବାକୁ ଚାହାନ୍ତି, ତେବେ ଏହା ପାଇଁ ଏପରି ଏକ ଯୋଜନା ପ୍ରସ୍ତୁତ କରନ୍ତୁ, ଯାହା ଏହି ସେବା କରିବା ପାଇଁ ଆପଣଙ୍କୁ ପ୍ରକୃତରେ ସାହାଯ୍ୟ କରିବ। (ଲୂକ ୧୪:୨୮-୩୦) ଉଦାହରଣ ପାଇଁ, ପୂର୍ଣ୍ଣ ସମୟର ସେବା କରିବା ବେଳେ ଆପଣ କିପରି ଆର୍ଥିକ ଭାବେ ଆତ୍ମନିର୍ଭରଶୀଳ ହୋଇପାରିବେ ? ଏହା ପାଇଁ ଯେତେ ଘଣ୍ଟା ପ୍ରଚାର ସେବାରେ ଦେବାକୁ ହୁଏ, ତାହା ଆପଣ କିପରି ପୂରା କରିବେ ? ପ୍ରାର୍ଥନାରେ ଯିହୋବାଙ୍କୁ ନିଜ ପରିସ୍ଥିତି ବିଷୟରେ ଜଣାନ୍ତୁ। (ଗୀତ ୩୭:୫) ଆପଣଙ୍କ ପିତାମାତାଙ୍କ ସହ ଏବଂ ଯେଉଁ ଭାଇଭଉଣୀମାନେ ସଫଳତାର ସହ ଅଗ୍ରଦୂତ ସେବା କରୁଛନ୍ତି, ସେମାନଙ୍କ ସହିତ ନିଜ ଯୋଜନା ବିଷୟରେ ଆଲୋଚନା କରନ୍ତୁ। ତାʼପରେ ନିଜ ଲକ୍ଷ୍ୟକୁ ପାଇବା ପାଇଁ ପଦକ୍ଷେପ ନିଅନ୍ତୁ। ଯିହୋବାଙ୍କ ସେବାରେ ଆପଣ ଯେଉଁ ଉତ୍ସାହ ଦେଖାନ୍ତି ଏବଂ ପରିଶ୍ରମ କରନ୍ତି, ତାʼ ଉପରେ ସେ ନିଶ୍ଚୟ ଆଶିଷ ଦେବେ !

ଯିହେବାଙ୍କ ମହିମା କରୁଥିବା ଯୁବକଯୁବତୀ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • କିଛି ଭାଇଭଉଣୀ ଅଗ୍ରଦୂତ ସେବା କରିବା ପାଇଁ କେଉଁ ସମସ୍ୟାଗୁଡ଼ିକୁ ଅତିକ୍ରମ କରିଛନ୍ତି ଏବଂ ସେମାନେ ଏହା କିପରି କଲେ ?

  • ପିତାମାତାମାନେ ନିଜ ପିଲାଙ୍କୁ ଅଗ୍ରଦୂତ ହେବା ପାଇଁ କିପରି ସାହାଯ୍ୟ କରିପାରିବେ ?

  • ପ୍ରଚାର ସେବା ପାଇଁ ଏକ ସେଡ୍ୟୁଲ ବା ସୂଚୀ ହେବା କାହିଁକି ଜରୁରୀ ?

  • ମଣ୍ଡଳୀର ଭାଇଭଉଣୀମାନେ ଜଣେ ଅଗ୍ରଦୂତଙ୍କୁ କିପରି ଉତ୍ସାହିତ ଓ ସାହାଯ୍ୟ କରିପାରିବେ ?

  • ଯେଉଁମାନେ ଅଗ୍ରଦୂତ ଭାବେ ସେବା କରନ୍ତି, ସେମାନଙ୍କୁ କʼଣ କʼଣ ଆଶିଷ ମିଳେ ?

ଜଣେ ଯୁବତୀ ନିଜ ବାପାଙ୍କ ସହ ଅଦୂତ ସେବା କରିବା ବିଷୟରେ କଥା ହେଉଛନ୍ତି; ଜଣେ ଯୁବା ଅଦୂତ ଭାଇ ନିଜ ପାଇଁ ଏକ ସେଡ୍ୟୁଲ ତିଆରି କରୁଛନ୍ତି; ଜଣେ ଯୁବତୀ ଆଉ ଜଣେ ଭଉଣୀଙ୍କ ସହ ଚାର କରୁଛନ୍ତି; ଜଣେ ଯୁବତୀ ବାଇବଲ ଅଧୟନ କରୁଛନ୍ତି

ଜଣେ ଅଗ୍ରଦୂତ ହେବା ପାଇଁ ମୁଁ କʼଣ କରିପାରିବି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ