ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ନଭେମ୍ବର ପୃଷ୍ଠା ୩
  • ବିବାହ ଦିନ ପାଇଁ ଆପଣଙ୍କ ଯୋଜନାରେ ଏ ସଂସାରର ପ୍ରଭାବ ନ ପଡ଼ୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବିବାହ ଦିନ ପାଇଁ ଆପଣଙ୍କ ଯୋଜନାରେ ଏ ସଂସାରର ପ୍ରଭାବ ନ ପଡ଼ୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ନଭେମ୍ବର ପୃଷ୍ଠା ୩
ଏକ ପରିବାରର ସଦସ୍ୟମାନେ ବିବାହ ଦିନରେ ଫଟୋ ଉଠାଉଛନ୍ତି

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବିବାହ ଦିନ ପାଇଁ ଆପଣଙ୍କ ଯୋଜନାରେ ଏ ସଂସାରର ପ୍ରଭାବ ନ ପଡ଼ୁ

ଯେଉଁ ଖ୍ରୀଷ୍ଟିୟାନ ଯୋଡ଼ା ନିଜ ବିବାହ ଦିନ ପାଇଁ ଯୋଜନା କରୁଥାʼନ୍ତି, ସେମାନଙ୍କୁ ଅନେକଗୁଡ଼ିଏ ନିଷ୍ପତ୍ତି ନେବାକୁ ହୋଇଥାଏ । ସମାଜରେ ଯେପରି ଆଡ଼ମ୍ବରପୂର୍ଣ୍ଣ ବିବାହ କରାଯାଏ, ସେହିପରି କରିବା ପାଇଁ ହୁଏତ ସେମାନଙ୍କ ଉପରେ ମଧ୍ୟ ଚାପ ଆସିପାରେ । ସେମାନଙ୍କ ସାଙ୍ଗସାଥୀ ଓ ପରିବାର ସଦସ୍ୟ ହୁଏତ ସେମାନଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି, କିନ୍ତୁ ସେମାନଙ୍କ ପରାମର୍ଶ ହୁଏତ ସମସ୍ୟାର କାରଣ ହୋଇପାରେ । ସାଙ୍ଗସାଥୀ ଓ ପରିବାର ସଦସ୍ୟମାନଙ୍କଠାରେ ହୁଏତ ବିବାହ ଦିନ ପାଇଁ ନିଜର ଯୋଜନା ଥାଇପାରେ । ଏପରି କ୍ଷେତ୍ରରେ ଖ୍ରୀଷ୍ଟିୟାନ ଯୋଡ଼ାଙ୍କୁ ଏହି ବିଶେଷ ଦିନ ପାଇଁ କେଉଁ ବାଇବଲ ସିଦ୍ଧାନ୍ତଗୁଡ଼ିକ ସାହାଯ୍ୟ କରିବ, ଯାହାଫଳରେ ସେମାନେ ଶୁଦ୍ଧ ବିବେକ ରଖିପାରିବେ ଏବଂ ସେମାନଙ୍କ ମନରେ କୌଣସି ଅବଶୋଷ ରହିବ ନାହିଁ ।

ଏପରି ବିବାହ ଯେଉଁଥିରୁ ଯିହୋବାଙ୍କ ମହିମା ହୁଏ  (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ନିକ୍‌ ଓ ଜୁଲିଆନାଙ୍କୁ ଏହି ବାଇବଲ ସିଦ୍ଧାନ୍ତଗୁଡ଼ିକ କିପରି ସାହାଯ୍ୟ କଲା ?

    • ୧କରି ୧୦:୩୧

    • ୧ଯୋହ ୨:୧୫, ୧୬

    • ଗାଲା ୫:୧୯-୨୧

    • ୧ ତୀମ ୨:୯

  • ନିର୍ବନ୍ଧ ହୋଇ ସାରିଥିବା ଯୋଡ଼ା “ଭୋଜର ଅଧ୍ୟକ୍ଷ” ପାଇଁ କାହିଁକି ଏକ ପ୍ରୌଢ଼ ଖ୍ରୀଷ୍ଟିୟାନ ଭାଇଙ୍କୁ ବାଛିବା ଉଚିତ୍‌ ?—ଯୋହ ୨:୯, ୧୦.

  • ନିକ୍‌ ଓ ଜୁଲିଆନା ନିଜ ପାଇଁ କʼଣ ନିଷ୍ପତ୍ତି ନେଲେ ଏବଂ କାହିଁକି ?

  • ବିବାହ ଦିନର ଓ ଭୋଜିର ଆୟୋଜନ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା କାହାର ଦାୟିତ୍ୱ ଅଟେ ?—ପ୍ର୦୬-ହି ୧୧/୧ ୧୮ ¶୧୦.

ଚିତସମୂହ: ‘ଏପରି ବିବାହ ଯେଉଁରୁ ଯିହୋବାଙ୍କ ମହିମା ଏ’ ଭିଡିଓର କିଛି ଦୃଶ୍ୟ । ଏକ ଷ୍ଟିୟାନ ଦମ୍ପତି ନିକ୍‌ ଓ ଜୁଲିଆନା ନିଜ ବିହାହ ଉସବ ପାଇଁ ଯୋଜନା କରୁଛନ୍ତି ଏବଂ ସେମାନଙ୍କୁ ଅନେକ ନିଷ୍ପତ୍ତି ନେବାକୁ ହେବ । ୧. ଦୁହେଁ ବ୍ୟକ୍ତିଗତ ଭାବେ ର୍ଥନା କରୁଛନ୍ତି । ୨. ଟାବଲେ ଓ କାଗଜ ନେଇ ଗବେଷଣା କରୁଛନ୍ତି । ୩. ଦୁହେଁ ନିଜ ପରିବାର ସଦସ୍ୟମାନଙ୍କ ସହ ବିବାହ ଉସବର ଯୋଜନା ଉପରେ ଆଲୋଚନା କରୁଛନ୍ତି । ୪. ଦୁହେଁ ନିଜ ପରିବାର ସଦସ୍ୟ ଓ ସାଙ୍ଗମାନଙ୍କ ସହ ବିବାହ ଉସବ ପାଇଁ ନିମନ୍ତ୍ରଣ ପତ ତିଆରି କରୁଛନ୍ତି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ