ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ୧୨-୧୪
ଆପଣଙ୍କୁ ଲାଭ ପହଞ୍ଚାଉଥିବା ଏକ ଚୁକ୍ତି
୧୨:୧-୩; ୧୩:୧୪-୧୭
ଯିହୋବା ଅବ୍ରହାମଙ୍କ ସହ ଯେଉଁ ଚୁକ୍ତି ବା ନିୟମ କରିଥିଲେ, ତାହା ଯିହୋବାଙ୍କ ତରଫରୁ ଏକ ଗ୍ୟାରେଣ୍ଟି ଥିଲା ଯେ ଯୀଶୁ ଓ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ସ୍ୱର୍ଗରୁ ଶାସନ କରିବେ
ଖ୍ରୀଷ୍ଟ ପୂର୍ବ ୧୯୪୩ରେ ଯେତେବେଳେ ଅବ୍ରହାମ କିଣାନ ଦେଶ ଯିବା ପାଇଁ ଫରାତ୍ ନଦୀ ପାର ହେଲେ, ସେତେବେଳେ ଏହି ଚୁକ୍ତି ଲାଗୁ ହେବା ଆରମ୍ଭ ହେଲା
ଯେପର୍ଯ୍ୟନ୍ତ ଖ୍ରୀଷ୍ଟୀୟ ରାଜ୍ୟ ଈଶ୍ୱରଙ୍କ ସମସ୍ତ ଶତ୍ରୁମାନଙ୍କୁ ବିନାଶ ନ କରିଛି ଏବଂ ପୃଥିବୀର ସମସ୍ତ ପରିବାର ପାଇଁ ଆଶିଷ ନ ଆଣିଛି, ସେପର୍ଯ୍ୟନ୍ତ ଏହି ଚୁକ୍ତି ଜାରି ରହିବ
ଅବ୍ରହାମଙ୍କ ଦୃଢ଼ ବିଶ୍ୱାସ ପାଇଁ ଯିହୋବା ତାଙ୍କୁ ଆଶୀର୍ବାଦ କଲେ । ଯଦି ଆମେ ମଧ୍ୟ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ବିଶ୍ୱାସ କରିବା, ତେବେ ଅବ୍ରହାମଙ୍କ ସହ କରାଯାଇଥିବା ଚୁକ୍ତି ଅନୁସାରେ ଆମକୁ କେଉଁସବୁ ଆଶିଷ ମିଳିବ ?