ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଫେବୃୟାରୀ ପୃଷ୍ଠା ୩
  • ପ୍ରସାରଣର ଗୀତଗୁଡ଼ିକରୁ ଆପଣ କʼଣ ଶିଖିପାରିବେ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରସାରଣର ଗୀତଗୁଡ଼ିକରୁ ଆପଣ କʼଣ ଶିଖିପାରିବେ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଆନନ୍ଦରେ ଗୀତ ଗାଇ ଯିହୋବାଙ୍କର ପ୍ରଶଂସା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଫେବୃୟାରୀ ପୃଷ୍ଠା ୩
ଭାଇଭଉଣୀମାନେ ପଆରେ ଗୀତ ଗାଉଛନ୍ତି ଓ ଗୀଟାର ବଜାଉଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରସାରଣର ଗୀତଗୁଡ଼ିକରୁ ଆପଣ କʼଣ ଶିଖିପାରିବେ ?

ପ୍ରସାରଣର ଗୀତଗୁଡ଼ିକରୁ ଆପଣ କେଉଁ ଗୀତଟିକୁ ସବୁଠାରୁ ବେଶୀ ପସନ୍ଦ କରନ୍ତି ଏବଂ କାହିଁକି ? ଯେତେବେଳେ ଆପଣ ସେହି ଗୀତଗୁଡ଼ିକର ଭିଡିଓ ଦେଖନ୍ତି, କʼଣ ଆପଣଙ୍କୁ ଲାଗେ ଯେ ତାହା ଆପଣଙ୍କ ଜୀବନ ସହ ମେଳ ଖାଏ ? ପ୍ରତ୍ୟେକ ଗୀତର ବିଷୟ ଓ ସଂଗୀତ ଭିନ୍ନ ହୋଇଥାଏ । ତେଣୁ ପ୍ରତ୍ୟେକଙ୍କ ପାଇଁ ଏଥିରେ କିଛି ନା କିଛି ଥାଏ ଏବଂ ସମସ୍ତେ ଏଗୁଡ଼ିକୁ ଶୁଣି ଆନନ୍ଦିତ ହୁଅନ୍ତି । କିନ୍ତୁ ପ୍ରସାରଣର ଗୀତ ଓ ସେଗୁଡ଼ିକର ଭିଡିଓକୁ କେବଳ ଆମ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରାଯାଇ ନ ଥାଏ ।

ପ୍ରସାରଣର ପ୍ରତ୍ୟେକ ଗୀତ ଆମକୁ କିଛି ନା କିଛି ଶିଖାଏ, ଯାହା ଆମେ ନିଜ ଜୀବନ ଓ ପ୍ରଚାର କାମରେ ଲାଗୁ କରିପାରୁ । କିଛି ଗୀତ ଅତିଥି ସତ୍କାର, ଏକତା, ମିତ୍ରତା, ସାହସ, ପ୍ରେମ ଓ ବିଶ୍ୱାସ ବିଷୟରେ ହୋଇଥାଏ, ତ ଆଉ କିଛି ଗୀତ ଯିହୋବାଙ୍କ ପାଖକୁ ଫେରି ଆସିବା, କ୍ଷମା କରିବା, ପ୍ରତିଦିନ ବିଶ୍ୱସ୍ତ ରହିବା ଏବଂ ଯିହୋବାଙ୍କ ସେବାରେ ଲକ୍ଷ୍ୟ ରଖିବା ବିଷୟରେ ହୋଇଥାଏ । ଦେଖିବାକୁ ଗଲେ ମୋବାଇଲର ଭାବିଚିନ୍ତି ବ୍ୟବହାର କରିବା ବିଷୟରେ ମଧ୍ୟ ଏକ ଗୀତ ରହିଛି । ଆପଣ ପ୍ରସାରଣର ଗୀତଗୁଡ଼ିକରୁ କʼଣ ଶିଖିଛନ୍ତି ?

ଆଉ କିଛି ଦିନ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଭିଡିଓରେ ବୃଦ୍ଧ ଦମ୍ପତି ଭବିଷ୍ୟତର କେଉଁ ଆଶିଷଗୁଡ଼ିକ ବିଷୟରେ ଭାବୁଛନ୍ତି ?—ଆଦି ୧୨:୩

  • ଯିହୋବା ନିଜ ପ୍ରତିଜ୍ଞା ନିଶ୍ଚୟ ପୂରଣ କରିବେ ବୋଲି ଆମେ ନିଜ ବିଶ୍ୱାସ କିପରି ବଢ଼ାଇପାରିବା ?

  • ଆମେ କେଉଁମାନଙ୍କୁ ପୁଣିଥରେ ଭେଟିବାର ଆଶା ରଖିଛୁ ?

  • ଈଶ୍ୱରଙ୍କ ରାଜ୍ୟ ଉପରେ ଦୃଢ଼ ବିଶ୍ୱାସ ହେଲେ ଆମେ ପରୀକ୍ଷାଗୁଡ଼ିକର କିପରି ଧୈର୍ଯ୍ୟର ସହ ସାମନା କରିପାରିବା ?—ରୋମୀ ୮:୨୫

ପାରିବାରିକ ଉପାସନା ପାଇଁ ପରାମର୍ଶ

ତଳେ ଦିଆଯାଇଥିବା ପ୍ରସାରଣର ଗୀତଗୁଡ଼ିକର ଭିଡିଓ (ହିନ୍ଦୀ) ଦେଖନ୍ତୁ । ତାʼପରେ ଏହି ଦୁଇଟି ପ୍ରଶ୍ନର ଉତ୍ତର ଦିଅନ୍ତୁ: ଏହି ଭିଡିଓରୁ ମୁଁ କʼଣ ଶିଖିଲି ? ମୁଁ ଯାହା ଶିଖିଲି ତାକୁ ନିଜ ଜୀବନରେ କିପରି ଲାଗୁ କରିପାରିବି ?

  • ଭୟ କରନି

  • ଅନ୍ୟକୁ କ୍ଷମା କର

  • ଅତିଥି ସତ୍କାର କରୁଥା

  • ବଢ଼ି ଚାଲ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ