ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୩୬-୩୭
ଯୋଷେଫ ନିଜ ଭାଇମାନଙ୍କ ଈର୍ଷାର ଶିକାର ହେଲେ
୩୭:୩-୯, ୧୧, ୨୩, ୨୪, ୨୮
ଯୋଷେଫଙ୍କ ସହ ଯାହା ହେଲା, ସେଥିରୁ ଜଣାପଡ଼େ ଯେ ଈର୍ଷା ଯୋଗୁଁ କେତେ କ୍ଷତି ହୋଇଥାଏ । ଆମେ ନିଜ ହୃଦୟରୁ ଈର୍ଷାର ଭାବନାକୁ ଉପାଡ଼ି ଫିଙ୍ଗିଦେବା ଉଚିତ୍ । ଏପରି କରିବା କାହିଁକି ଜରୁରୀ ? ଏଠାରେ କିଛି ପଦ ଓ କାରଣ ଦିଆଯାଇଛି । ସେଗୁଡ଼ିକୁ ମେଳ କରନ୍ତୁ ।
ପଦ
୧ଶାମୁ ୧୮:୮, ୯
ହିତୋ ୧୪:୩୦
୨କରି ୧୨:୨୦
ଗାଲା ୫:୧୯-୨୧
କାରଣ
ଈର୍ଷା କରୁଥିବା ଲୋକେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ
ଈର୍ଷାଭାବ ଯୋଗୁଁ ମଣ୍ଡଳୀରେ ଶାନ୍ତି ଓ ଏକତା ଭଙ୍ଗ ହୁଏ
ଈର୍ଷା କଲେ ଆମ ଶରୀର ଉପରେ ଏହାର କୁପ୍ରଭାବ ପଡ଼େ
ଈର୍ଷା କଲେ ଅନ୍ୟମାନଙ୍କ ଭଲ ଗୁଣଗୁଡ଼ିକ ଆମକୁ ଦେଖାଯାଏ ନାହିଁ
ଆମେ ହୁଏତ କେଉଁ କେଉଁ ପରିସ୍ଥିତିରେ ଅନ୍ୟମାନଙ୍କୁ ଈର୍ଷା କରିପାରୁ ?