ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମନରେ ପୂରା ଦୃଶ୍ୟ ଦେଖିବାକୁ ଚେଷ୍ଟା କରନ୍ତୁ
ଯେତେବେଳେ ଆପଣ ବାଇବଲର କୌଣସି ଘଟଣା ପଢ଼ନ୍ତି, ତାକୁ ସବୁଆଡ଼ୁ ବୁଝିବାକୁ ଚେଷ୍ଟା କରନ୍ତୁ । ଏହା ଜାଣିବାକୁ ଚେଷ୍ଟା କରନ୍ତୁ ଯେ କେଉଁ ପରିସ୍ଥିତିରେ ଏହି ଘଟଣା ହୋଇଥିଲା, କିଏ କିଏ ଏଥିରେ ସାମିଲ୍ ଥିଲେ ଏବଂ ସେମାନେ ଯାହା କଲେ, ତାହା କାହିଁକି କଲେ । ନିଜ ମନର ଆଖିରେ ସେହି ଘଟଣାର ପ୍ରତ୍ୟେକ କଥାକୁ ଦେଖନ୍ତୁ । ସେଠାକାର ଶବ୍ଦଗୁଡ଼ିକୁ ଶୁଣନ୍ତୁ, ସୁଗନ୍ଧକୁ ନିଅନ୍ତୁ ଏବଂ ସେଠାରେ ଉପସ୍ଥିତ ଲୋକମାନଙ୍କର ଭାବନାଗୁଡ଼ିକୁ ବୁଝିବାକୁ ଚେଷ୍ଟା କରନ୍ତୁ ।
ବାଇବଲ ପଢ଼ିବା ବେଳେ ମନରେ ପୂରା ଦୃଶ୍ୟ ଦେଖିବାକୁ ଚେଷ୍ଟା କରନ୍ତୁ—ଏକ ଝଲକ (ହିନ୍ଦୀ) ଭିଡିଓ ଦେଖାନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
କେଉଁସବୁ କାରଣ ଯୋଗୁଁ ଯୋଷେଫ ଓ ତାଙ୍କ ଭାଇମାନଙ୍କ ମଧ୍ୟରେ ମନାନ୍ତର ରହିଥିବ ?
ଯୋଷେଫଙ୍କ ଭାଇମାନେ ହୁଏତ କାହିଁକି ବେଳେ ବେଳେ ବିନା ବୁଝିବିଚାରି କାମ କରୁଥିଲେ ?
ବାଇବଲରୁ ଆମକୁ ଯୋଷେଫଙ୍କ ପିତା ଯାକୁବଙ୍କ ବିଷୟରେ କʼଣ ଜଣାପଡ଼େ ?
କଳହକୁ ସମାଧାନ କରିବା ବିଷୟରେ ଯାକୁବ ନିଜ ପୁଅମାନଙ୍କୁ କେଉଁ ବଢ଼ିଆ ଶିକ୍ଷା ଦେଲେ ?
ଆପଣ ଏହି ଭିଡିଓରୁ କʼଣ ଶିଖିଲେ ?