ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୪୨-୪୩
ଯୋଷେଫ ସଂଯମ ରଖିଲେ
୪୨:୫-୭, ୧୪-୧୭, ୨୧, ୨୨
ଯେତେବେଳେ ଦିନେ ଯୋଷେଫଙ୍କ ନିଜ ଭାଇମାନଙ୍କ ସହ ହଠାତ୍ ଦେଖା ହେଲା, ସେତେବେଳେ ତାଙ୍କୁ କିପରି ଲାଗିଥିବ ? ତାଙ୍କ ମନରେ ନିଶ୍ଚୟ ବିଭିନ୍ନ ଭାବନାଗୁଡ଼ିକ ଆସିଥିବ । ଏବେ ସେ କʼଣ କରିବେ ? କʼଣ ସେ ତୁରନ୍ତ କହିଦେବେ ଯେ ସେ ସେମାନଙ୍କ ଭାଇ ଯୋଷେଫ ଅଟନ୍ତି ଏବଂ ସେମାନଙ୍କୁ ଆଲିଙ୍ଗନ କରିବେ ? ନା ସେ ସେମାନଙ୍କର ପ୍ରତିଶୋଧ ନେବେ ? ଯୋଷେଫ ଭାବନାରେ ଆସି ଏପରି କିଛି କଲେ ନାହିଁ । ଯଦି ଆପଣଙ୍କ ପରିବାରର ଲୋକେ କିମ୍ବା ଅନ୍ୟ କେହି ଆପଣଙ୍କ ସହ ଅନ୍ୟାୟ କରନ୍ତି, ତେବେ ଆପଣ କʼଣ କରିବେ ? ଏପରି ପରିସ୍ଥିତିରେ ନିଜ କପଟୀ ହୃଦୟର କଥା ଶୁଣିବା ଏବଂ ନିଜ ଭାବନାଗୁଡ଼ିକ ଅନୁସାରେ କାମ କରିବା ସହଜ ହୋଇଥାଏ । କିନ୍ତୁ ଯୋଷେଫଙ୍କ ଉଦାହରଣରୁ ଆମେ ଶିଖୁ ଯେ ସଂଯମ ରଖିବା ଓ ତରବରରେ କିଛି ପଦକ୍ଷେପ ନ ନେବା ବୁଦ୍ଧିମତ୍ତାର କାମ ଅଟେ ।
ଆପଣ କିପରି ଯୋଷେଫଙ୍କ ଭଳି ପରିସ୍ଥିତିଗୁଡ଼ିକର ସାମନା କରିପାରିବେ ?