ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଅକ୍ଟୋବର ପୃଷ୍ଠା ୫
  • ଯୁବକଯୁବତୀମାନେ, କʼଣ ଯିହୋବା ଆପଣଙ୍କ ସବୁଠାରୁ ଭଲ ମିତ୍ର ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୁବକଯୁବତୀମାନେ, କʼଣ ଯିହୋବା ଆପଣଙ୍କ ସବୁଠାରୁ ଭଲ ମିତ୍ର ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • କʼଣ ଆପଣ ଯିହୋବାଙ୍କ ସାଙ୍ଗ ହୋଇପାରିବେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଯିହୋବାଙ୍କ ମିତ୍ର କିଏ ?
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଅକ୍ଟୋବର ପୃଷ୍ଠା ୫
ଜଣେ କିଶୋର ଭାଇ ବ୍ୟକ୍ତିଗତ ଅଧୟନ କରୁଛନ୍ତି ଏବଂ ସେ ଏଥିରୁ ଆନନ୍ଦ ପାଉଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯୁବକଯୁବତୀମାନେ, କʼଣ ଯିହୋବା ଆପଣଙ୍କ ସବୁଠାରୁ ଭଲ ମିତ୍ର ?

ଆପଣ କିପରି ବ୍ୟକ୍ତି ସହ ମିତ୍ରତା କରିବାକୁ ପସନ୍ଦ କରନ୍ତି ? ହୁଏତ ଏପରି ବ୍ୟକ୍ତି ସହ ଯିଏ ସବୁବେଳେ ଆପଣଙ୍କ ବିଶ୍ୱସ୍ତ ରହୁଥିବ, କିଛି ଜିନିଷ ଦେବାରେ ସଂକୋଚ କରୁ ନ ଥିବ ଏବଂ ଯିଏ ଆପଣଙ୍କୁ ଭଲ ବ୍ୟବହାର ଦେଖାଉଥିବ । ଯିହୋବା ଠିକ୍‌ ସେହିପରି ଅଟନ୍ତି । (ଯାତ୍ରା ୩୪:୬; ପ୍ରେରି ୧୪:୧୭) ଯେତେବେଳେ ଆପଣ ତାହାଙ୍କୁ ପ୍ରାର୍ଥନା କରନ୍ତି, ସେ ଆପଣଙ୍କ କଥା ଶୁଣନ୍ତି । ଯେତେବେଳେ ଆପଣଙ୍କୁ ସାହାଯ୍ୟ ଦରକାର ହୁଏ, ସେ ଆପଣଙ୍କ ହାତ ଧରି ସାହାଯ୍ୟ କରନ୍ତି । (ଗୀତ ୧୮:୧୯, ୩୫) ଯଦି ଆପଣଙ୍କ ଦ୍ୱାରା କୌଣସି ଭୁଲ ହୋଇଯାଏ, ତେବେ ସେ ଆପଣଙ୍କୁ କ୍ଷମା କରିଦିଅନ୍ତି । (୧ଯୋହ ୧:୯) ସତରେ, ଯିହୋବାଙ୍କ ଭଳି ମିତ୍ର ଆଉ କେହି ହୋଇପାରିବ ନାହିଁ !

ଯିହୋବାଙ୍କ ମିତ୍ର ହେବା ପାଇଁ ଆପଣ କʼଣ କରିପାରିବେ ? ବାଇବଲ ପଢ଼ି ତାହାଙ୍କ ବିଷୟରେ ଜାଣନ୍ତୁ । ତାହାଙ୍କୁ ନିଜ ହୃଦୟର ପ୍ରତ୍ୟେକ କଥା କୁହନ୍ତୁ । (ଗୀତ ୬୨:୮; ୧୪୨:୨) ଯେଉଁ ବିଷୟଗୁଡ଼ିକ ଯିହୋବାଙ୍କ ପାଇଁ ମହତ୍ତ୍ୱ ରଖେ, ଆପଣ ମଧ୍ୟ ସେଗୁଡ଼ିକୁ ମହତ୍ତ୍ୱ ଦିଅନ୍ତୁ, ଯେପରି— ତାହାଙ୍କ ପୁତ୍ର, ତାହାଙ୍କ ରାଜ୍ୟ ଓ ଭବିଷ୍ୟତ ପାଇଁ ତାହାଙ୍କ ପ୍ରତିଜ୍ଞାଗୁଡ଼ିକ । ଅନ୍ୟମାନଙ୍କୁ ଯିହୋବାଙ୍କ ବିଷୟରେ କୁହନ୍ତୁ । (ଦ୍ୱିବି ୩୨:୩) ଯଦି ଆପଣ ଯିହୋବାଙ୍କ ସହ ଘନିଷ୍ଠ ମିତ୍ରତା କରିବେ, ତେବେ ସେ ଚିରଦିନ ପାଇଁ ଆପଣଙ୍କ ମିତ୍ର ହୋଇ ରହିବେ !—ଗୀତ ୭୩:୨୫, ୨୬, ୨୮.

ଯୁବକଯୁବତୀମାନେ, ‘ଯିହୋବା ଯେ ମଙ୍ଗଳମୟ, ଏହା ଆସ୍ୱାଦନ କରି ଦେଖ’ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ‘ଯୁବକଯୁବତୀମାନେ, ଯିହୋବା ଯେ ମଙ୍ଗଳମୟ, ଏହା ଆଦନ କରି ଦେଖ’ ନାମକ ଭିଡିଓର ଏକ ଦୃଶ୍ୟ । ଜଣେ କିଶୋରୀ ଭଉଣୀ ବ୍ୟକ୍ତିଗତ ଅଧୟନ କରିବା ଆଗରୁ ର୍ଥନା କରୁଛନ୍ତି ।

    ସମର୍ପଣ କରିବା ଓ ବାପ୍ତିସ୍ମ ନେବା ପାଇଁ ଆପଣଙ୍କୁ କʼଣ କରିବାକୁ ହେବ ?

  • ‘ଯୁବକଯୁବତୀମାନେ, ଯିହୋବା ଯେ ମଙ୍ଗଳମୟ, ଏହା ଆଦନ କରି ଦେଖ’ ନାମକ ଭିଡିଓର ଏକ ଦୃଶ୍ୟ । ଜଣେ ଅଦୂତ ଭାଇ ଜଣେ ବ୍ୟକ୍ତିଙ୍କୁ କାରେନ (ସଗା) ଭାଷାରେ ବାଇବଲରୁ ଏକ ପଦ ଦେଖାଉଛନ୍ତି ।

    ମଣ୍ଡଳୀର ଭାଇଭଉଣୀମାନଙ୍କ ସାହାଯ୍ୟରେ ଆପଣ ଯିହୋବାଙ୍କ ସେବା କିପରି ଭଲ ଭାବେ କରିପାରିବେ ?

  • ‘ଯୁବକଯୁବତୀମାନେ, ଯିହୋବା ଯେ ମଙ୍ଗଳମୟ, ଏହା ଆଦନ କରି ଦେଖ’ ନାମକ ଭିଡିଓର ଏକ ଦୃଶ୍ୟ । ଜଣେ ଯୁବା ଭାଇ ଏକ ବୃଦ୍ଧ ଭାଇଙ୍କ ସହ ଚାର ସେବାକୁ ଯାଉଛନ୍ତି ।

    ପ୍ରଚାର କରିବା ଦ୍ୱାରା ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କ କିପରି ମଜବୁତ୍‌ ହେବ ?

  • ‘ଯୁବକଯୁବତୀମାନେ, ଯିହୋବା ଯେ ମଙ୍ଗଳମୟ, ଏହା ଆଦନ କରି ଦେଖ’ ନାମକ ଭିଡିଓର ଏକ ଦୃଶ୍ୟ । ଜଣେ ଭଉଣୀ ଦୁଇ ଘଣ୍ଟା ପାଦରେ ଚାଲି ଏକ ବଧିର ଝିଅଙ୍କର ବାଇବଲ ଅଧୟନ କରାଉଛନ୍ତି ।

    ଯିହୋବାଙ୍କ ସହ ଆପଣଙ୍କ ମିତ୍ରତା ଚିରଦିନ ପାଇଁ ରହିବ !

    ଆପଣ କେଉଁ କେଉଁ ଉପାୟରେ ଯିହୋବାଙ୍କ ସେବା କରିପାରିବେ ?

  • ଆପଣଙ୍କୁ ଯିହୋବାଙ୍କ କେଉଁ କଥା ଭଲ ଲାଗେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ